or_ta/translate/figs-hypo/01.md

16 KiB
Raw Permalink Blame History

ଏହି ବାକ୍ୟାଂଶଗୁଡ଼ିକୁ ବିଚାର କରନ୍ତୁ: “ସୂର୍ଯ୍ୟ ଯଦି କିରଣ ଦେବା ବନ୍ଦ କରନ୍ତି…”, “ସୂର୍ଯ୍ୟ ଯଦି କିରଣ ଦେବା ବନ୍ଦ କରନ୍ତି, କଣ ହେବ…”, “ମନେ କର ସୂର୍ଯ୍ୟ ଯଦି କିରଣ ଦେବା ବନ୍ଦ କରେ…”, “ସୂର୍ଯ୍ୟ ହିଁ ଯଦି କିରଣ ଦେବା ବନ୍ଦ କରି ନଥି।” ଆମ୍ଭେମାନେ ପରିକଳ୍ପିତ ପରିସ୍ଥିତି ସମୂହକୁ ସ୍ଥାପନ କରିବା ପାଇଁ ଏହି ଭଳି ମନୋଭାବସବୁ ପ୍ରକାଶ କରିଥାଉ, କଣ ହୋଇଥାନ୍ତା କିମ୍ବା ଭବିଷ୍ୟତରେ କଣ ହୋଇପାରେ କିନ୍ତୁ ସମ୍ଭବତଃ ହେବ ନାହିଁ ତାହା କଳ୍ପନା କରିବା। ଆମ୍ଭେମାନେ ମଧ୍ୟ ସେଗୁଡ଼ିକୁ ଦୁଃଖ ବା ଶୁଭେଚ୍ଛାକୁ ପ୍ରକାଶ କରିବା ପାଇଁ ବ୍ୟବହାର କରୁ। ବାଇବଲରେ ଏଗୁଡ଼ିକ ଅନେକ ସମୟରେ ଘଟିଛି। ଆମେ ସେଗୁଡ଼ିକୁ ଏପରି ଭାବରେ ଅନୁବାଦ କରିବା ଆବଶ୍ୟକ ଯଦ୍ୱାରା ଲୋକେ ବୁଝିବେ ଯେ ସେହି ଘଟଣାଟି ବାସ୍ତବରେ ଘଟି ନଥିଲା, ଆଉ ସେହି ଘଟଣାକୁ କାହିଁକି ପରିକଳ୍ପନା କରାଯାଇଥିଲା ତାହା ସେମାନେ ବୁଝିବେ।

ବିବରଣ

ପରିକଳ୍ପିତ ପରିସ୍ଥିତିସମୂହ ଏକ ଏପରି ଅବସ୍ଥାଗୁଡ଼ିକ ଯାହା ଯାହା ବାସ୍ତବ ନୁହଁନ୍ତି। ସେଗୁଡ଼ିକ ଅତୀତ, ବର୍ତ୍ତମାନ, ବା ଭବିଷ୍ୟତରେ ବି ହୋଇପାରେ। ପରିକଳ୍ପିତ ପରିସ୍ଥିତିସମୂହ ଅତୀତରେ ଓ ଭବିଷ୍ୟତରେ ଘଟି ନଥାଏ, ଏବଂ ଥରେ ଭବିଷ୍ୟତରେ ଘଟିବ ବୋଲି ଆଶା କରାଯାଏ ନାହିଁ।

କେତେବେଳେ କେମିତି ଲୋକମାନେ ପରିସ୍ଥିତି ବିଷୟରେ କହନ୍ତି ଏବଂ ଯଦି ସେହି ସର୍ତ୍ତ ଗୁଡ଼ିକ ପୂରଣ ହୁଏ ତେବେ କ’ଣ ହୋଇଥାନ୍ତା, କିନ୍ତୁ ସେମାନେ ଜାଣନ୍ତି ଯେ ସେହି ସବୁ ଘଟିବ ନାହିଁ ବା ସମ୍ଭବତଃ ହେବ ନାହିଁ। (ଏହି ଅବସ୍ଥାଗୁଡ଼ିକ ଗୋଟିଏ ଗୋଟିଏ ବାକ୍ୟାଂଶ ଯାହା “ଯଦି” ସହ ଆରମ୍ଭ ହୁଏ।)

  • ଯଦି ସେ ଏକ ଶହ ବର୍ଷ ବଞ୍ଚିଥାନ୍ତେ, ତେବେ ସେ ତାଙ୍କ ପୌତ୍ରର ପୌତ୍ରକୁ ଦେଖିଥାନ୍ତେ। (କିନ୍ତୁ ସେ ଦେଖି ପାରି ନାହିଁ।)
  • ଯଦି ସେ ଏକ ଶହ ବର୍ଷ ବଞ୍ଚିଥାନ୍ତେ, ସେ ଏପର୍ଯ୍ୟନ୍ତ ବଞ୍ଚିଥାନ୍ତେ। (କିନ୍ତୁ ସେ ବଞ୍ଚିଲେ ନାହିଁ।)
  • ଯଦି ସେ ଶହେ ବର୍ଷ ବଞ୍ଚନ୍ତି, ତେବେ ସେ ତାହାର ପୌତ୍ରର ପୌତ୍ରକୁ ଦେଖିବେ। (କିନ୍ତୁ ସେ ବୋଧହୁଏ ବଞ୍ଚିପାରିବେ ନାହିଁ।)

ଲୋକମାନେ କେତେବେଳେ କେମିତି ଯାହା ଘଟି ନଥାଏ ବା ଯାହା ଘଟିବ ବୋଲି ଆଶା କରାଯାଇ ନଥାଏ ତହିଁ ବିଷୟରେ ନିଜ ଇଚ୍ଛା ବା ମଙ୍ଗଳ କାମନାକୁ ପ୍ରକାଶ କରିଥାନ୍ତି।

  • ମୁଁ ଆଶା କରେ ସେ ଆସିଥା’ନ୍ତା।
  • ମୁଁ ଆଶା କରେ ସେ ଏଠାରେ ଥା’ନ୍ତା।
  • ମୁଁ ଆଶା କରେ ସେ ଆସିବେ।

ଲୋକମାନେ ବେଳେବେଳେ ଏପରି ଘଟଣା ବିଷୟରେ ପଶ୍ଚାତ୍ତାପ କରନ୍ତି ଯାହା ଘଟି ନଥିଲା କିମ୍ବା ଯାହା ଘଟିବା ଆଶା କରାଯାଏ ନାହିଁ।

  • ଯଦି କେବଳ ସେ ଆସିଥା’ନ୍ତା।
  • ଯଦି କେବଳ ସେ ଏଠାରେ ଥାଆନ୍ତା।
  • ଯଦି ସେ କେବଳ ଆସିଥାନ୍ତେ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • ଅନୁବାଦକମାନେ ବାଇବଲରେ ଥିବା ବିଭିନ୍ନ ପ୍ରକାର କାଳ୍ପନିକ ପରିସ୍ଥିତି ସମୂହକୁ ଜାଣିବା ଆବଶ୍ୟକ।
  • ଅନୁବାଦକମାନେ ସେମାନଙ୍କର ନିଜ ଭାଷାରେ ବିଭିନ୍ନ ପ୍ରକାର ଉପକଳ୍ପିତ ପରିସ୍ଥିତି ବିଷୟରେ କଥାବାର୍ତ୍ତା କରିବାର ନିଜସ୍ୱ ବିଷୟକୁ ଜାଣିବା ଆବଶ୍ୟକ।

ବାଇବଲରୁ କେତେକ ଉଦାହରଣ

ଅତୀତର ପରିକଳ୍ପିତ ପରିସ୍ଥିତିସମୂହ

“ହାୟ, ଦଣ୍ଡର ପାତ୍ର କୋରାଜୀନ୍! ହାୟ, ଦଣ୍ଡର ପାତ୍ର ବେଥସାଇଦା! ଯେବେ ଶକ୍ତିର କାର୍ଯ୍ୟ ସୋର ଓ ସୀଦୋନରେ କରାଯାଇଥାଆନ୍ତା, ଅନେକ କାଳ ପୂର୍ବରୁ ଅଖା ପିନ୍ଧି ପାଉଁଶରେ ବସି ସେମାନେ ମନ ପରିବର୍ତ୍ତନ କରିଥାଆନ୍ତେ। (ମାଥିଉ 11:21 ULT)

ମାଥିଉ 11:21 ପଦରେ ଯୀଶୁ କହିଲେ ଯେ ସେ ଯେଉଁ ଯେଉଁ ଶକ୍ତିର କାର୍ଯ୍ୟ କରିଅଛନ୍ତି, ଯଦି ପ୍ରାଚୀନ ସହର ସୋର ଓ ସୀଦୋନରେ ବାସ କରୁଥିବା ଲୋକମାନେ ସେହି ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖିବାରେ ସକ୍ଷମ ହୋଇଥାନ୍ତେ, ତେବେ ସେମାନେ ଅନେକ କାଳ ପୂର୍ବରୁ ମନ ପରିବର୍ତ୍ତନ କରିଥାଆନ୍ତେ। ବାସ୍ତବରେ ସୋର ଓ ସୀଦୋନରେ ବାସ କରୁଥିବା ଲୋକମାନେ ତାହାଙ୍କ ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖି ନାହାଁନ୍ତି ଓ ମନ ପରିବର୍ତ୍ତନ କରି ନାହାଁନ୍ତି। ସେ ଏହା ତାହାଙ୍କ ଆଶ୍ଚର୍ଯ୍ୟକାର୍ଯ୍ୟକୁ ଦେଖି ମନ ପରିବର୍ତ୍ତନ କରି ନଥିବା କୋରାଜୀନ୍ ଓ ବେଥସାଇଦାର ଲୋକମାନଙ୍କୁ କଠୋର ଭର୍ତ୍ସନା କରିବା ପାଇଁ କହିଲେ।

ମାର୍ଥା ଯୀଶୁଙ୍କୁ କହିଲେ, “ପ୍ରଭୁ, ଯଦି ଆପଣ ଏଠାରେ ଉପସ୍ଥିତ ହୋଇଆଥାନ୍ତେ , ମୋହର ଭାଇ ମରି ନ ଥା’ନ୍ତା। (ଯୋହନ 11:21 ULT)

ଯୀଶୁ ଶୀଘ୍ର ଆସିଥିଲେ ଭଲ ହୋଇଥାଆନ୍ତା ବୋଲି ମାର୍ଥା ନିଜର ଦୁଃଖକୁ ପ୍ରକାଶ କରିବା ପାଇଁ ଏହା କହିଲେ। କିନ୍ତୁ ଯୀଶୁ ଶୀଘ୍ର ଆସିଲେ ନାହିଁ, ଓ ତାହାର ଭାଇ ମଲେ।

ବର୍ତ୍ତମାନର ପରିକଳ୍ପିତ ପରିସ୍ଥିତିସମୂହ

ଆଉ,କେହି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ ନାହିଁ। କିନ୍ତୁ ଯଦି ସେ ତାହା କରେ, ନୂଆ ଦ୍ରାକ୍ଷାରସ କୁମ୍ପାକୁ ଫଟାଇ ପଡ଼ିଯିବ, ଏବଂ ଏହା ଛିଞ୍ଚି ହୋଇଯିବ, ଆଉ କୁମ୍ପା ନଷ୍ଟ ହେବ। (ଲୂକ 5:37 ULT)

ଯଦି ଜଣେ ବ୍ୟକ୍ତି ନୂଆ ଦ୍ରାକ୍ଷାରସ ପୁରୁଣା କୁମ୍ପାରେ ରଖେ, ତେବେ ତାହା କଣ ହେବ ତହିଁ ବିଷୟରେ ଯୀଶୁ କହିଲେ। କିନ୍ତୁ କେହି ତାହା କରିବ ନାହିଁ। ଏପରି ସମୟ ଆସେ ଯେଉଁ ସମୟରେକି ନୂଆ ପଦାର୍ଥକୁ ପୁରୁଣା ପଦାର୍ଥ ସହିତ ମିଶାଇବା ନିର୍ବୋଧ ଅଟେ, ଏହାକୁ ଜଣାଇବା ପାଇଁ ସେ ଉଦାହରଣ ସ୍ଵରୂପେ ଏହି କାଳ୍ପନିକ ସ୍ଥିତିକୁ ବ୍ୟବହାର କଲେ। ସେ ଏହା କଲେ ଯଦ୍ୱାରା ଲୋକେ ବୁଝିପାରିବେ ଯେ ତାହାଙ୍କ ଶିଷ୍ୟମାନେ କାହିଁକି ଲୋକମାନଙ୍କର ପରମ୍ପରାଗତ ରୀତି ଅନୁସାରେ ଉପବାସ କରୁ ନ ଥିଲେ।

କିନ୍ତୁ ଯୀଶୁ ସେମାନଙ୍କୁ କହିଲେ, ଏପରି ଲୋକ ତୁମ୍ଭମାନଙ୍କ ମଧ୍ୟରେ କିଏ ଅଛି, ଯିଏ, ଯଦି ତାହାର ଗୋଟିଏ ମେଣ୍ଢା ଥାଏ, ଏବଂ ଯଦି ଏହି ମେଣ୍ଢା ବିଶ୍ରାମବାରରେ ଗଭୀର ଖାତରେ ପଡ଼ିଯାଏ, ତାହାହେଲେ ଯେ ତାହାକୁ ଧରି ନ ଉଠାଇବ ନାହିଁ? (ମାଥିଉ 12:11 ULT)

ଯୀଶୁ ଧାର୍ମିକ ନେତାମାନଙ୍କୁ ପ୍ରଶ୍ନ କଲେ ଯଦି ସେମାନଙ୍କ ମଧ୍ୟରୁ ଗୋଟିଏ ମେଣ୍ଢା ବିଶ୍ରାମବାରରେ ଖାତରେ ପଡ଼ିଯାଏ ତେବେ ସେମାନେ କଣ କରିବେ। ସେ ସେମାନଙ୍କୁ ଏହା କହୁ ନଥିଲେ ଯେ ସେମାନଙ୍କର ମେଣ୍ଢା ଖାତରେ ପଡ଼ିଯିବ। ବିଶ୍ରାମବାରରେ ଲୋକମାନଙ୍କୁ ସୁସ୍ଥ କରିବା ନିମନ୍ତେ ସେମାନେ ତାହାଙ୍କୁ ବିଚାର କରିବା ଯେ ଭୁଲ, ଏହା ସେମାନଙ୍କୁ ଜଣାଇବା ପାଇଁ ସେ ଏହି କାଳ୍ପନିକ ସ୍ଥିତିକୁ ବ୍ୟବହାର କଲେ।

ଭବିଷ୍ୟତର ପରିକଳ୍ପିତ ପରିସ୍ଥିତିସମୂହ

ଆଉ, ସେହି ସମୟ ଯେବେ ଊଣା କରାଯାଇ ନ ଥାଆନ୍ତା, ତେବେ କୌଣସି ମର୍ତ୍ତ୍ୟ ପରିତ୍ରାଣ ପାଆନ୍ତା ନାହିଁ। ମାତ୍ର ମନୋନୀତ ଲୋକଙ୍କ ସକାଶେ ସେହି ସମୟ ଊଣା କରାଯିବ (ମାଥିଉ 24:22 ULT)

ଯୀଶୁ ଭବିଷ୍ୟତ କାଳ ବିଷୟରେ କହୁଅଛନ୍ତି ଯେଉଁ ସମୟରେକି ମନ୍ଦ ବିଷୟସବୁ ଘଟିବ। ସେହି ମହାକ୍ଳେଶର ସମୟ ଯଦି ଅଧିକ ଦିନ ରହିବ ତେବେ କଣ ହେବ, ତହିଁ ବିଷୟରେ ସେ କହିଲେ। ସେହି ସମୟ କେଡ଼େ ଭୟଙ୍କର ହେବ––ଯଦି ସେହି ସମୟ ଅଧିକ ଦିନ ଲାଗି ରହିବ, କେହି ସୁଧା ବଞ୍ଚିବେ ନାହିଁ, ତାହା ଜଣାଇବା ପାଇଁ ସେ ଏହା କଲେ। କିନ୍ତୁ ପରେ ସେ ସ୍ପଷ୍ଟ କଲେ ଯେ ପରମେଶ୍ଵର ସେହି ଭୟଙ୍କର ସମୟକୁ ଊଣା କରିବେ, ଯଦ୍ୱାରା ମନୋନୀତ ଲୋକେ (ଯାହାଙ୍କୁ ସେ ମନୋନୀତ କରିଛନ୍ତି), ସେମାନେ ଉଦ୍ଧାର ପାଇବେ।

ଏକ ପରିକଳ୍ପିତ ପରିସ୍ଥିତି ବିଷୟରେ ଆବେଗର ପ୍ରକାଶ।

ଲୋକମାନେ କେତେବେଳେ କେମିତି ପଶ୍ଚାତ୍ତାପ ଓ ଶୁଭେଚ୍ଛା ପ୍ରକାଶ କରିବା ସମୟରେ ପରିକଳ୍ପିତ ପରିସ୍ଥିତି ବିଷୟରେ କଥା ହୁଅନ୍ତି। ଅତୀତରେ ପଶ୍ଚାତ୍ତାପ ହେବା ବିଷୟରେ ଏବଂ ବର୍ତ୍ତମାନ ଆଉ ଭବିଷ୍ୟତର ଶୁଭେଚ୍ଛାକୁ ବିଷୟରେ କଥା କୁହନ୍ତି।

ଇସ୍ରାଏଲିୟ ସେମାନଙ୍କୁ କହିଲେ, "ଆମ୍ଭେମାନେ ଯେତେବେଳେ ମାଂସ ହାଣ୍ଡି ପାଖରେ ବସି ତୃପ୍ତ ପର୍ଯ୍ୟନ୍ତ ମାଂସ ଓ ରୁଟି ଭୋଜନ କରୁଥିଲୁ, ସେତେବେଳେ ଯେବେ ଆମ୍ଭେମାନେ ମିସର ଦେଶରେ ଯଦି ସଦାପ୍ରଭୁଙ୍କ ହସ୍ତରେ ମରିଥା’ନ୍ତୁ। ତୁମ୍ଭେ ଏହି ସମସ୍ତ ଗୋଷ୍ଟିକୁ କ୍ଷୁଧାରେ ମାରିବା ପାଇଁ ଆମ୍ଭାମାନଙ୍କୁ ବାହାର କରି ଏହି ପ୍ରାନ୍ତରକୁ ଆଣିଲ।" (ଯାତ୍ରାପୁସ୍ତକ 16:3 ULT)

ଏଠାରେ ଇସ୍ରାଏଲୀୟମାନେ ପ୍ରାନ୍ତରରେ ଯନ୍ତ୍ରଣା ଓ କ୍ଷୁଧାରେ ମରିବେ ବୋଲି ଭୟ କଲେ, ଏଣୁ ସେମାନେ ଚାହିଁଲେ ଯେ ସେମାନେ ମିସରରେ ତୃପ୍ତ ପର୍ଯ୍ୟନ୍ତ ଭୋଜନ କରି ମରିଥିଲେ ଭଲ ହୋଇଥାଆନ୍ତା। ଏପରି ହେଲା ନାହିଁ ବୋଲି ସେମାନେ ଅଭିଯୋଗ କରି ଦୁଃଖ ପ୍ରକାଶ କଲେ।

ଆମ୍ଭେ ତୁମ୍ଭର କର୍ମ ଜାଣୁ, ତୁମ୍ଭେମାନେ ଶୀତଳ ନୁହଁ କି ଉଷ୍ଣ ହିଁ ନୁହଁ। ଆମ୍ଭର ଚାହେଁ ଯେ ତୁମ୍ଭେମାନେ ଶୀତଳ କି ଉଷ୍ଣ ହେଲେ ଭଲ ହୁଅନ୍ତା! (ପ୍ରକାଶିତ ବାକ୍ୟ 3:15 ULT)

ଯୀଶୁ ଇଚ୍ଛା ଯେ ଲୋକମାନେ ଶୀତଳ କି ଉଷ୍ଣ ହୋଇଥିଲେ ଭଲ ହୁଅନ୍ତା, କିନ୍ତୁ ସେମାନେ ଦୁଇଟି ମଧ୍ୟରୁ କୌଣସି ଗୋଟିଏ ବି ନୁହେଁ। ଏଥିରେ କ୍ରୋଧ ପ୍ରକାଶ କରି ସେ ସମାନଙ୍କୁ ଭର୍ତ୍ସନା କରିଥିଲେ।

ଅନୁବାଦ କୌଶଳ

ଆପଣଙ୍କ ଭାଷାରେ କଥା ହେଉଥିବା ଲୋକମାନେ କିପରି ଦେଖାନ୍ତି ତାହା ଜାଣ:

  • ଯାହାକି କିଛି ହୋଇଥାଆନ୍ତା, କିନ୍ତୁ ହେଲା ନାହିଁ।
  • ଯାହାକି ବର୍ତ୍ତମାନ କିଛି ସତ୍ୟ ହୋଇଥାଆନ୍ତା, କିନ୍ତୁ ସେପରି ହୋଇ ନାହିଁ।
  • ଯାହାକି କିଛି ଭବିଷ୍ୟତରେ ଘଟିଥାଆନ୍ତା, କିନ୍ତୁ ଯେପର୍ଯ୍ୟନ୍ତ କିଛି ପରିବର୍ତ୍ତନ ଘଟିବ ନାହିଁ, ତାହା ହେବ ନାହିଁ।
  • ଯାହା କିଛି ହେଉ ବୋଲି ସେମାନେ ଚାହିଁଲେ, କିନ୍ତୁ ତାହା ଘଟିଲା ନାହିଁ।
  • କିଛି ନ ଘଟିବାରୁ ସେଥିପାଇ ସେମାନେ ପଶ୍ଚାତ୍ତାପ ହେଲେ।

ତୁମ୍ଭମାନେ ତୁମ୍ଭମାନଙ୍କ ଭାଷାରେ ଏହି ପ୍ରକାର ବିଷୟଗୁଡ଼ିକୁ ପ୍ରକାଶ କରିବାକୁ ଧରଣ ଗୁଡ଼ିକୁ ବ୍ୟବହାର କର।

ତୁମ୍ଭେମାନେ ଟେଲିଭିଜନ୍‌ରେ ଚିତ୍ର ପ୍ରସାରଣ ସମ୍ବନ୍ଧିତ ଚଳଚ୍ଚିତ୍ର ମଧ୍ୟ ଚାହିଲେ ଦେଖିପାର http://ufw.io/figs_hypo.