or_ta/translate/figs-go/01.md

11 KiB

ବିବରଣ

ଭିନ୍ନ ଭିନ୍ନ ଭାଷାରେ “ଯିବା” ଶବ୍ଦକୁ ବା “ଆସିବା” ଶବ୍ଦକୁ ବ୍ୟବହାର କରିବା ପାଇଁ ଏବଂ “ନେବା” ଶବ୍ଦକୁ ବା “ଆଣିବା” ଶବ୍ଦକୁ ବ୍ୟବହାର କରିବା ପାଇଁ ନିର୍ଦ୍ଧାରଣ କରିବାର ଭିନ୍ନ ଭିନ୍ନ ଶୈଳୀ ରହିଅଛି । ଉଦାହରଣ ସ୍ଵରୂପ, ଯେବେ କୁହାଯାଏ ଯେ ସେମାନେ ସେମାନଙ୍କୁ ଡ଼ାକିଥିବା ବ୍ୟକ୍ତିଙ୍କ ନିକଟକୁ ଯାଉଛନ୍ତି, ଇଂରାଜୀ ବକ୍ତାମାନେ କହିବେ “ମୁଁ ଆସୁଛି”, ଯେବେକି ସ୍ପେନୀୟ ବକ୍ତା କହେ “ମୁଁ ଯାଉଛି” ।

ଆପଣ “ଯିବା” ଓ “ଆସିବା” ଶବ୍ଦକୁ (ଏବଂ ମଧ୍ୟ “ନେବା” ଓ “ଆସିବା”) ଶବ୍ଦକୁ ଏପରି ଭାବରେ ଅନୁବାଦ କରିବା ଆବଶ୍ୟକ, ଯଦ୍ଵାରା ଲୋକମାନେ କେଉଁ ଦିଗରେ ଗତି କରୁଛନ୍ତି ତାହା ଆପଣଙ୍କ ପାଠକମାନେ ବୁଝିବେ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ଭିନ୍ନ ଭିନ୍ନ ଭାଷାରେ ଗତିଶୀଳତା ବିଷୟରେ କହିବାର ଭିନ୍ନ ଭିନ୍ନ ମାଧ୍ୟମ ରହିଅଛି । ଆପଣଙ୍କ ଭାଷା “ଯିବା” ଓ “ଆସିବା” ଶବ୍ଦ କିମ୍ବା “ନେବା” ଓ “ଆଣିବା” ଶବ୍ଦକୁ ବ୍ୟବହାର କରିବା ଠାରୁ ବାଇବଲଭିତ୍ତିକ ଭାଷା ବା ମୂଳ ଭାଷା ସେଗୁଡ଼ିକୁ ଭିନ୍ନ ଭାବରେ ବ୍ୟବହାର କରି ପାରନ୍ତି ।

ଏହି ଶବ୍ଦଗୁଡ଼ିକ ଆପଣଙ୍କ ଭାଷାରେ ପ୍ରାକୃତିକ ହେବା ଭଳି ଯଦି ଅନୁବାଦିତ ହୁଏ ନାହିଁ, ତେବେ ଲୋକମାନେ କେଉଁ ଦିଗରେ ଗତି କରୁଛନ୍ତି ତହିଁ ବିଷୟରେ ଆପଣଙ୍କ ପାଠକମାନେ ଅସ୍ପଷ୍ଟ ବୋଧ କରି ପାରନ୍ତି ।

ବାଇବଲରୁ କେତେକ ଉଦାହରଣ

ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର”; (ଆଦିପୁସ୍ତକ 7:1 ULT)

କେତେକ ଭାଷାରେ, ସଦାପ୍ରଭୁ ଜାହାଜ ଭିତରେ ଥିଲେ ବୋଲି ଲୋକେ ଚିନ୍ତା କରିବେ ।

ଆଉ ତୁମ୍ଭେ ଆମ୍ଭ ବଂଶୀୟ ଲୋକମାନଙ୍କ ନିକଟକୁ ଗଲେ ଏହି ଶପଥରୁ ମୁକ୍ତ ହେବ; ଯଦ୍ୟପି ସେମାନେ କନ୍ୟା ନ ଦେବେ । ତଥାପି ଶପଥରୁ ମୁକ୍ତ ହେବ । (ଆଦିପୁସ୍ତକ 24:41 ULT)

ଅବ୍ରହାମ ଆପଣା ଦାସଙ୍କୁ କହୁଥିଲେ । ଅବ୍ରହାମ ଓ ତାହାଙ୍କ ଦାସ ଯେଉଁ ସ୍ଥାନରେ ଠିଆ ହୋଇଥିଲେ, ସେହି ସ୍ଥାନରୁ ତାହାଙ୍କ ଜ୍ଞାତି କୁଟୁମ୍ବ ବହୁ ଦୂରରେ ବାସ କରୁଥିଲେ ଏବଂ ସେ ଚାହୁଁଥିଲେ ଯେ ତାହାଙ୍କ ଦାସ ସେମାନଙ୍କ ନିକଟକୁ ଯାଉ, ଅବ୍ରହାମଙ୍କ ଆଡ଼କୁ ଆସୁ ନୁହେଁ ।

ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ... (ଦ୍ଵିତୀୟ ବିବରଣ 17:14 ULT)

ମୋଶା ପ୍ରାନ୍ତରରେ ଲୋକମାନଙ୍କୁ କହୁଛନ୍ତି । ପରମେଶ୍ଵର ସେମାନଙ୍କୁ ଯେଉଁ ଦେଶ ଦେଇଥିଲେ, ସେମାନେ ତହିଁରେ ପ୍ରବେଶ ସୁଧା କରି ନ ଥିଲେ । କେତେକ ଭାଷାରେ, “ଯେତେବେଳେ ତୁମ୍ଭେ ଦେଶ ଭିତରକୁ ଯାଉଅଛ”, ବୋଲି କହିବା ଦ୍ଵାରା ଏହା ଆହୁରି ଭଲ ବୁଝିବାରେ ସହାୟ ହୋଇଥାଏ ।

ଯୋଷେଫ ଓ ମରିୟମ ତାହାଙ୍କୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନିମନ୍ତେ ଯିରୁଶାଲେମର ମନ୍ଦିରକୁ ଘେନିଗଲେ । (ଲୂକ 1:22 ULT)

କେତେକ ଭାଷାରେ, ଯୋଷେଫ ଓ ମରିୟମ ଯୀଶୁଙ୍କୁ ମନ୍ଦିରକୁ ନେଲେ କିମ୍ବା ବୋହିନେଲେ ବୋଲି କହିବା ଦ୍ଵାରା ଏହା ଆହୁରି ଭଲ ବୁଝିବାରେ ସହାୟ ହୋଇଥାଏ ।

ଆଉ, ଦେଖ, ଯାଈରସ ନାମଙ୍କ ଜଣେ ବ୍ୟକ୍ତି ଆସିଲେ; ସେ ସମାଜଗୃହର ଅଧ୍ୟକ୍ଷ ଥିଲେ । ସେ ଯୀଶୁଙ୍କ ଚରଣ ତଳେ ପଡ଼ି ଆପଣା ଗୃହକୁ ଆସିବା ନିମନ୍ତେ ତାହାଙ୍କୁ ବିନତି କଲେ, (ଲୂକ 8:41 ULT)

ଯୀଶୁଙ୍କୁ କହିବା ସମୟରେ ସେହି ବ୍ୟକ୍ତି ଜଣକ ଆପଣା ଗୃହରେ ନ ଥିଲେ । ଯୀଶୁ ତା’ଙ୍କ ସହିତ ତାହାର ଗୃହକୁ ଯାଉ ବୋଲି ସେ ଚାହୁଁଥିଲେ ।

ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହିଲେ । (ଲୂକ 1:24 ULT)

କେତେକ ଭାଷାରେ, ଏଲିଶାବେଥ ସର୍ବସାଧାରଣଙ୍କ ନିକଟକୁ ଆସିଲେ ନାହିଁ ବୋଲି କହିବା ଦ୍ଵାରା ଏହା ଆହୁରି ଭଲ ବୁଝିବାରେ ସହାୟ ହୋଇଥାଏ ।

ଅନୁବାଦ କୌଶଳ

ଯଦି ULT ରେ ବ୍ୟବହୃତ ଶବ୍ଦ ଆପଣଙ୍କ ଭାଷାରେ ପ୍ରାକୃତିକ ଓ ଯଥାର୍ଥ ଅର୍ଥ ପ୍ରକାଶ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ଏଠାରେ ଅନ୍ୟ କୌଶଳଗୁଡ଼ିକ ଦିଆଯାଇଛି ।

  1. ଆପଣଙ୍କ ଭାଷାରେ ଯାହା ପ୍ରାକୃତିକ ଯଥା, “ଯିବା”, “ଆସିବା”, “ନେବା”, କିମ୍ବା “ଆଣିବା” ଶବ୍ଦକୁ ବ୍ୟବହାର କରନ୍ତୁ ।
  2. ଯଥାର୍ଥ ଅର୍ଥ ପ୍ରକାଶ କରୁଥିବା ଅନ୍ୟ ଶବ୍ଦକୁ ବ୍ୟବହାର କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଆପଣଙ୍କ ଭାଷାରେ ଯାହା ପ୍ରାକୃତିକ ଯଥା, “ଯିବା”, “ଆସିବା”, “ନେବା”, କିମ୍ବା “ଆଣିବା” ଶବ୍ଦକୁ ବ୍ୟବହାର କରନ୍ତୁ ।
  • ଆଉ ତୁମ୍ଭେ ଆମ୍ଭ ବଂଶୀୟ ଲୋକମାନଙ୍କ ନିକଟକୁ ଗଲେଏହି ଶପଥରୁ ମୁକ୍ତ ହେବ; ଯଦ୍ୟପି ସେମାନେ କନ୍ୟା ନ ଦେବେ । (ଆଦି ପୁସ୍ତକ 24:41 ULT)
  • ଆଉ ତୁମ୍ଭେ ଆମ୍ଭ ବଂଶୀୟ ଲୋକମାନଙ୍କ ନିକଟକୁ ଗଲେଏହି ଶପଥରୁ ମୁକ୍ତ ହେବ; ଯଦ୍ୟପି ସେମାନେ କନ୍ୟା ନ ଦେବେ ।
  • ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହି କହିଲେ । (ଲୂକ 1:24 ULT)
  • ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ନିକଟକୁ ଆସିଲେ ନାହିଁ ।
  1. ଯଥାର୍ଥ ଅର୍ଥ ପ୍ରକାଶ କରୁଥିବା ଅନ୍ୟ ଶବ୍ଦକୁ ବ୍ୟବହାର କରନ୍ତୁ ।
  • ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପ୍ରବେଶ କରି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ ... (ଦ୍ଵିତୀୟ ବିବରଣ 17:14 ULT)
  • “ସଦାପ୍ରଭୁ ତୁମ୍ଭ ପରମେଶ୍ଵର ତୁମ୍ଭକୁ ଯେଉଁ ଦେଶ ଦିଅନ୍ତି, ଯେତେବେଳେ ତୁମ୍ଭେ ତହିଁରେ ପହଞ୍ଚି ତାହା ଅଧିକାର କରିବ ଓ ତହିଁ ମଧ୍ୟରେ ବାସ କରିବ...”
  • ଅନନ୍ତର ସଦାପ୍ରଭୁ ନୋହଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର... (ଆଦିପୁସ୍ତକ 7:1 ULT)
  • “ଅନନ୍ତର ସଦାପ୍ରଭୁ ନୋହାଙ୍କୁ କହିଲେ, “ତୁମ୍ଭେ ସପରିବାରରେ ଜାହାଜରେ ପ୍ରବେଶ କର...”
  • ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ଗୋପନରେ ରହିଲେ । (ଲୂକ 1:24 ULT)
  • ଏଥିଉତ୍ତାରେ ତାଙ୍କ ଭାର୍ଯ୍ୟା ଏଲିଶାବେଥ ଗର୍ଭବତୀ ହେଲେ, ଆଉ ସେ ପାଞ୍ଚ ମାସ ପର୍ଯ୍ୟନ୍ତ ସର୍ବ ସାଧାରଣଙ୍କ ନିକଟରେ ପ୍ରକାଶିତ ହେଲେ ନାହିଁ ।