or_ta/translate/figs-gendernotations/01.md

12 KiB
Raw Permalink Blame History

ବାଇବଲରେ ଅନେକ ସମୟରେ, “ପୁରୁଷ”, “ଭାଇମାନେ”, ଓ “ପୁତ୍ରମାନେ” ଶବ୍ଦଗୁଡ଼ିକ କେବଳ ପୁରୁଷମାନଙ୍କୁ ହିଁ ଦର୍ଶାଇଥାଏ । ଅନ୍ୟ ସମୟରେ, ସେହି ଶବ୍ଦଗୁଡ଼ିକ ଉଭୟ ପୁରୁଷ ଓ ସ୍ତ୍ରୀ ସମୀଷ୍ଟିରେ ଅନ୍ତର୍ଭୁକ୍ତ । ସେହି ସ୍ଥାନଗୁଡ଼ିକରେ ଯେଉଁଠାରେ ଲେଖକ ଉଭୟ ପୁରୁଷ ଓ ସ୍ତ୍ରୀକୁ ସୂଚିତ କରନ୍ତି, ସେତେବେଳେ ଅନୁବାଦକମାନେ ଏହାକୁ ଏପରି ଭାବରେ ଅନୁବାଦ କରିବା ଆବଶ୍ୟକ ଯାହା ପୁରୁଷକୁ ହିଁ ଅର୍ଥକୁ ସୀମିତ କରୁ ନ ଥିବ ।

ବିବରଣ

କେତେକ ଭାଷାରେ ଗୋଟିଏ ଶବ୍ଦ ସାଧାରଣତଃ ଯାହା ପୁରୁଷକୁ ଦର୍ଶାଏ, ତାହା ମଧ୍ୟ ଆହୁରି ସାଧାରଣରେ ଉଭୟ ପୁରୁଷ ଓ ସ୍ତ୍ରୀକୁ ଦର୍ଶାଇ ବ୍ୟବହାର କରାଯାଇପାରିବ । ଉଦାହରଣ ସ୍ଵରୂପ, ବାଇବଲ କେତେକ ସମୟରେ ଉଭୟ ଭାଇ ଓ ଭଉଣୀମାନଙ୍କୁ ସୂଚିତ କରିବା ବେଳେ "ଭାଇମାନେ" ବୋଲି ବାଇବଲ ସମ୍ଭୋଧନ କରିଥାଏ ।

ଆହୁରି ମଧ୍ୟ କେତେକ ଭାଷାରେ, ଯଦି ବ୍ୟକ୍ତି ଜଣକ ପୁରୁଷ ବା ସ୍ତ୍ରୀ ଏଥିରେ ଗୁରୁତ୍ଵ ନ ଥାଏ, ତେବେ ପୁଂଲିଙ୍ଗ ସର୍ବନାମ ଶବ୍ଦ “ସେ” ଓ “ତାହାକୁ” ଯେକୌଣସି ବ୍ୟକ୍ତିଙ୍କ ନିମନ୍ତେ ଅଧିକ ସାଧାରଣରେ ବ୍ୟବହାର କରାଯାଇପାରିବ । ନିମ୍ନରେ ପ୍ରଦତ୍ତ ଉଦାହରଣରେ, “ତାହାର” ସର୍ବନାମ ଶବ୍ଦ ଅଟେ, କିନ୍ତୁ ଏହା ପୁରୁଷ ପାଇଁ ହିଁ ସୀମିତ ନୁହେଁ ।

ଜ୍ଞାନବାନ୍ ପୁତ୍ର ତାହାର ପିତାର ଆନନ୍ଦ ଜନ୍ମାଏ; କିନ୍ତୁ ହୀନବୁଦ୍ଧି ପୁତ୍ର ତାହା ମାତାର ଶୋକର କାରଣ । (ହିତୋପଦେଶ 10:1 ULT)

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

  • କେତେକ ସଂସ୍କୃତିରେ, “ବ୍ୟକ୍ତି/ପୁରୁଷ”, “ଭାଇ”, “ପୁଅ” ଶବ୍ଦଗୁଡ଼ିକ କେବଳ ପୁରୁଷମାନଙ୍କୁ ସୂଚିତ କରିବା ପାଇଁ  ବ୍ୟବହାର କରାଯାଏ । ଯଦି ଏହି ଶବ୍ଦଗୁଡ଼ିକ ଅଧିକ ସାଧାରଣ ଭାବରେ ଅନୁବାଦରେ ବ୍ୟବହୃତ ହୁଏ, ତେବେ ଲୋକମାନେ ଭାବିବେ ଯେ ଯାହା କୁହାଯାଇଛି ଏହା ମହିଳା ବା ସ୍ତ୍ରୀମାନଙ୍କୁ ଲାଗୁ ହେଉନାହିଁ ।
  • କେତେକ ସଂସ୍କୃତିରେ, ପୁଂଲିଙ୍ଗ ସର୍ବନାମ “ସେ”, ଓ “ତାହାଙ୍କୁ” ଶବ୍ଦଗୁଡ଼ିକ କେବଳ ପୁରୁଷମାନଙ୍କୁ  ସୂଚିତ କରାଯାଇପାରେ । ଯଦି ପୁଂଲିଙ୍ଗ ସର୍ବନାମ ବ୍ୟବହାର ହୁଏ, ତେବେ ଲୋକେ ଭାବିବେ ଯେ ଯାହା କୁହାଯାଇଛି ଏହା ମହିଳା ବା ସ୍ତ୍ରୀମାନଙ୍କୁ ଲାଗୁ ହେଉନାହିଁ ।

ଅନୁବାଦ ସିଦ୍ଧାନ୍ତ

ଯେବେ କୌଣସି ବକ୍ତବ୍ୟ ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ପ୍ରତି ଲାଗୁ ହୁଏ, ତେବେ ଉଭୟଙ୍କୁ ସୂଚିତ କରୁଥିବା ଭାବରେ ଅନୁବାଦ କରନ୍ତୁ ଯଦ୍ୱାରା ଲୋକେ ବୁଝିବାରେ ସକ୍ଷମ ହେବେ ଯେ ଏହା ଉଭୟ ପୁରୁଷ ଏବଂ ସ୍ତ୍ରୀଙ୍କ ପ୍ରତି ଲାଗୁ ହେଇଛି ।

ବାଇବଲରୁ କେତେକ ଉଦାହରଣ

ହେ ଭାଇମାନେ , ମାକିଦନିଆର ମଣ୍ଡଳିସମୂହ ମଧ୍ୟରେ ଈଶ୍ଵରଙ୍କ ଦତ୍ତ ଯେଉଁ ଅନୁଗ୍ରହ ପ୍ରକାଶିତ ହୋଇଅଛି, ତାହା ଆମ୍ଭମାନେ ତୁମ୍ଭମାନଙ୍କୁ ଜଣାଉଅଛୁ । (2ୟ କରନ୍ଥୀୟ 8:1 ULT)

ଏହି ପଦ କରନ୍ଥୀରେ ଥିବା ବିଶ୍ଵାସୀମାନଙ୍କୁ, କେବଳ ପୁରୁଷମାନଙ୍କୁ ନୁହେଁ, ବରଂ ଉଭୟ ପୁରୁଷ ଓ ମହିଳାମାନଙ୍କୁ ସମ୍ଭୋଧନ କରାଯାଉଛି ।

ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, “କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ର୍ରୁଶ ଘେନି ମୋହର ଅନୁଗମନ କରୁ ।’’ (ମାଥିଉ 16:24-26 ULT)

ଯୀଶୁ କେବଳ ପୁରୁଷମାନଙ୍କ ବିଷୟରେ ହିଁ ନୁହେଁ, ବରଂ ପୁରୁଷ ଓ ମହିଳାମାନଙ୍କ ବିଷୟରେ କହୁଥିଲେ

ସାବଧାନତା: କୌଣସି କୌଣସି ସମୟରେ ପୁଂଲିଙ୍ଗ ଶବ୍ଦଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ ପୁରୁଷମାନଙ୍କୁ ସୂଚିତ କରିବା ପାଇଁ ବ୍ୟବହାର କରାଯାଏ । କୌଣସି ଶବ୍ଦ ବ୍ୟବହାର କରନ୍ତୁ ନାହିଁ ଯାହା ଲୋକମାନଙ୍କୁ ଚିନ୍ତା କରିବାରେ ଚାଳିତ କରିବ ଯେ ସେଥିରେ ମହିଳା ଶବ୍ଦ ଅନ୍ତର୍ଭୁକ୍ତ ହେଇଛି । ନିମ୍ନରେ ପ୍ରଦତ୍ତ ଦିଆଯାଇଥିବା ଶବ୍ଦଗୁଡ଼ିକ ନିର୍ଦ୍ଦିଷ୍ଟ ଭାବରେ ପୁରୁଷମାନଙ୍କ ବିଷୟରେ ଅଟେ ।

ହେ ଗୁରୁ, ମୋଶା କହିଅଛନ୍ତି ଯେ, ଯଦି କେହି ନିଃସନ୍ତାନ ହୋଇ ମରେ, ତେବେ ତାହାର ଭାଇ ତାହାର ଭାର୍ଯ୍ୟାକୁ ବିବାହ କରି ଆପଣା ଭାଇ ନିମନ୍ତେ ବଂଶ ଉତ୍ପନ୍ନ କରିବ ।’’(ମାଥିଉ 22:24 ULT)

ଅନୁବାଦ କୌଶଳ

“କେହି”, “ଭାଇ”, ଓ “ସେ” ଭଳି ଏହି ପୁଂଲିଙ୍ଗ ଶବ୍ଦଗୁଡ଼ିକ ମହିଳାଙ୍କ ନିମନ୍ତେ ମଧ୍ୟ ଜଡ଼ିତ ହୋଇପାରିବ ବୋଲି ଯଦି ଲୋକେ ବୁଝି ପାରନ୍ତି, ତେବେ ସେଗୁଡ଼ିକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ନହେଲେ, ମହିଳାମାନଙ୍କୁ ଅନ୍ତର୍ଭୁକ୍ତ କରିବା ସମୟରେ, ଏଠାରେ ସେହି ଶବ୍ଦଗୁଡ଼ିକୁ ଅନୁବାଦ କରିବା ନିମନ୍ତେ କେତେକ ଉପାୟଗୁଡ଼ିକ ଦିଆଯାଇଛି ।

  1. ଉଭୟ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ବ୍ୟବହାର କରାଯାଇପାରୁଥିବା ସଂଜ୍ଞାକୁ ବ୍ୟବହାର କରନ୍ତୁ ।
  2. ପୁରୁଷକୁ ସୂଚିତ କରୁଥିବା ଶବ୍ଦ ଓ ମହିଳାଙ୍କୁ ସୂଚିତ କରୁଥିବା ଶବ୍ଦ ବ୍ୟବହାର କରନ୍ତୁ ।
  3. ଉଭୟ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ବ୍ୟବହାର କରାଯାଇପାରୁଥିବା ସର୍ବନାମକୁ ବ୍ୟବହାର କରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. ଉଭୟ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ବ୍ୟବହାର କରାଯାଇପାରୁଥିବା ସଂଜ୍ଞାକୁ ବ୍ୟବହାର କରନ୍ତୁ ।

ମୂର୍ଖ ଯେପରି ମରେ, ଜ୍ଞାନୀ ବ୍ୟକ୍ତି ହିଁ ସେପରି ମରେ (ଉପଦେଶକ 2:16 ULT)

“ମୂର୍ଖ ଯେପରି ମରେ, ଜ୍ଞାନୀ ବ୍ୟକ୍ତି ହିଁ ସେପରି ମରେ ।”

“ମୂର୍ଖ ଯେପରି ମରେ, ଜ୍ଞାନୀ ଲୋକେ ହିଁ ସେପରି ମରେ ।’’

(2)ଏହିପରି ଏକ ସଂଜ୍ଞାକୁ ବ୍ୟବହାର କରନ୍ତୁ ଯାହା ଉଭୟ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ବ୍ୟବହାର କରାଯାଇପାରୁଥିବ ।

କାରଣ ହେ;ଭାଇମାନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ଵନ୍ଧରେ ତୁମ୍ଭମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ । (2ୟ କରନ୍ଥୀୟ 1:8 ULT) ପାଉଲ ଉଭୟ ପୁରୁଷ ଓ ମହିଳାମାନଙ୍କୁ ଏହି ପତ୍ର ଲେଖୁଥିଲେ ।

“କାରଣ ହେ; ଭାଇ ଓ ଭଉଣୀମନେ, ଆସିଆରେ ଆମ୍ଭମାନଙ୍କ ଉପରେ ଘଟିଥିବା କ୍ଲେଶ ସମ୍ଵନ୍ଧରେ ତୁମ୍ଭମାନେ ଯେ ଅଜ୍ଞ ଥାଅ, ଏହା ଆମ୍ଭମାନଙ୍କର ଇଚ୍ଛା ନୁହେଁ ।’’

(3) ଉଭୟ ପୁରୁଷ ଓ ମହିଳାମାନଙ୍କ ନିମନ୍ତେ ବ୍ୟବହାର କରାଯାଇପାରୁଥିବା ସଂଜ୍ଞାକୁ ବ୍ୟବହାର କରନ୍ତୁ ।

“କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ଆପଣା କ୍ର୍ରୁଶ ଘେନି ମୋହର ଅନୁଗମନ କରୁ ।’’(ମାଥିଉ 16:24 ULT)

ଇଂରାଜୀ ବକ୍ତାମାନେ ପୁଂଲିଙ୍ଗ ଏକବଚନ “ସେ”, “ଆପଣାକୁ”, ଓ “ଆପଣା” ସର୍ବନାମ ଶବ୍ଦକୁ କେବଳ ପୁରୁଷମାନଙ୍କୁ ନୁହେଁ, ବରଂ ଏହା ସମସ୍ତ ଲୋକଙ୍କୁ ପ୍ରୟୋଗ କରୁଥିବା ବିଷୟକୁ ପ୍ରକାଶ କରିବା ପାଇଁ ଲିଙ୍ଗ ଚିହ୍ନଟ କରୁ ନ ଥିବା “ସେମାନେ”, “ସେମାନଙ୍କୁ”, ଓ “ସେମାନଙ୍କର” ବହୁବଚନ ସର୍ବନାମ ଶବ୍ଦକୁ ପରିବର୍ତ୍ତନ କରିପାରିବେ ।“

“ଯେବେ ଲୋକେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରନ୍ତି, ତେବେ ସେମାନେ ଆପଣାକୁ ଅସ୍ଵୀକାର କରୁନ୍ତୁ, ପୁଣି ଆପଣା କ୍ର୍ରୁଶ ଘେନି ମୋହର ଅନୁଗମନ କରୁନ୍ତୁ ।’’