or_ta/translate/figs-extrainfo/01.md

7.3 KiB
Raw Permalink Blame History

ବର୍ଣ୍ଣନା

କେତେକ ସମୟରେ ଆନୁମାନିକ ଜ୍ଞାନ କିମ୍ବା ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ ନ କରିବା ଉତ୍ତମ ଅଟେ । ଏହାକୁ, କେଉଁ ସମୟରେ ପ୍ରକାଶ କରିବେ ନାହିଁ ସେହି ବିଷୟରେ ଏହି ପୃଷ୍ଠା ଆପଣଙ୍କୁ କେତେକ ନିର୍ଦ୍ଦେଶବଳୀ ପ୍ରଦାନ କରେ ।

ଅନୁବାଦ ସିଦ୍ଧାନ୍ତଗୁଡ଼ିକ

  • ଯଦି ଜଣେ ବକ୍ତା ବା ଲେଖକ କୌଣସି ବିଷୟକୁ ଅସ୍ପଷ୍ଟ ରଖିଛନ୍ତି, ତେବେ ଏହାକୁ ଅଧିକ ସ୍ପଷ୍ଟ କରିବାକୁ ଚେଷ୍ଟା କରନ୍ତୁ ନାହିଁ ।
  • ଯଦି ମୂଳ ପାଠକମାନେ ବକ୍ତାଙ୍କର ତାତ୍ପର୍ଯ୍ୟକୁ ବୁଝିପାରି ନ ଥିଲେ, ତେବେ ଏହାକୁ ଅତି ସ୍ପଷ୍ଟ କରନ୍ତୁ ନାହିଁ, ନତୁବା ମୂଳ ପାଠକମାନେ ଏହାକୁ ବୁଝିନଥିଲେ ବୋଲି ଆପଣଙ୍କ ପାଠକମାନଙ୍କ ପାଇଁ ଏହା ଅସ୍ୱାଭାବିକ ହୋଇପାରେ ।
  • ଯଦି ଆପଣ କେତେକ ଆନୁମାନିକ ଜ୍ଞାନ ବା ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବାକୁ ଇଚ୍ଛା କରନ୍ତି, ତେବେ ଏହାକୁ ଏପରି ଭାବରେ ପ୍ରକାଶ କରିବାକୁ ଚେଷ୍ଟା କରନ୍ତୁ ଯଦ୍ଵାରା ଆପଣଙ୍କ ପାଠକମାନେ ଭାବିବେ ନାହିଁ ଯେ ମୂଳ ପାଠକମାନଙ୍କୁ ଏହି ବିଷୟଗୁଡ଼ିକ ବିଷୟରେ କହିବା ଆବଶ୍ୟକ ଥିଲା ।
  • ଯଦି ଏହା ବାର୍ତ୍ତାକୁ ଅସ୍ପଷ୍ଟ କରି ମୁଖ୍ୟ ପ୍ରସଙ୍ଗ ବିଷୟରେ ଦ୍ଵନ୍ଦ ସୃଷ୍ଟିକରେ, ତେବେ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ନାହିଁ ।
  • ଯଦି ଆପଣଙ୍କ ପାଠକମାନେ ଆନୁମାନିକ ଜ୍ଞାନ ବା ଅବ୍ୟକ୍ତ ସୂଚନାଗୁଡ଼ିକୁ ବୁଝିପାରନ୍ତି, ତେବେ ଏହାକୁ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତୁ ନାହିଁ ।

ବାଇବେଲରୁ ଉଦାହରଣଗୁଡ଼ିକ

ଖାଦକଠାରୁ ଖାଦ୍ୟ; ଓ ବଳବାନଠାରୁ ମିଷ୍ଟତା ନିର୍ଗତ ହେଲା; (ବିଚାରକର୍ତ୍ତା 14:14 ULT)

ଏହା ଏକ ଭାଷାଗତ ପ୍ରହେଳିକା ଥିଲା । ଶାମଶୋନ ଏହାକୁ ଉଦ୍ଦେଶ୍ୟମୂଳକ ଭାବରେ ଏପରି ଭାବରେ କହିଲେ, ଯେପରି ଏହାର ତାତ୍ପର୍ଯ୍ୟ କ’ଣ, ଏହା ଜାଣିବାରେ ତାହାର ଶତ୍ରୁମାନଙ୍କୁ କଠିନ ହେବ । ଖାଦକ ଓ ବଳବାନ ବିଷୟ, ସିଂହ ଓ ମିଷ୍ଟତା ଖାଦ୍ୟ ଯେ ମହୁ ଥିଲା, ତାହା ସ୍ପଷ୍ଟ କରନ୍ତୁ ନାହିଁ ।

ଯୀଶୁ ସେମାନଙ୍କୁ କହିଲେ, “ସତର୍କ ହୁଅ, ଫାରୂଶୀ ଓ ସାଦ୍ଦୂକୀମାନଙ୍କ ଖମୀରଠାରୁ ସାବଧାନ ହୋଇଥାଅ ।” ସେଥିରେ ସେମାନେ ପରସ୍ପର ମଧ୍ୟରେ ତର୍କବିତର୍କ କରି କହିବାକୁ ଲାଗିଲେ, “ଆମ୍ଭେମାନେ ରୋଟୀ ଆଣି ନାହୁଁ ବୋଲି ସେ ଏହା କହୁଅଛନ୍ତି… (ମାଥିଉ 16:6,7 ULT)

ଏଠାରେ ସମ୍ଭାବ୍ୟ ଅବ୍ୟକ୍ତ ସୂଚନା ହେଉଛି ଯେ ଶିଷ୍ୟମାନେ ଫାରୂଶୀ ଓ ସାଦ୍ଦୁକୀମାନଙ୍କ ଭାନ୍ତ ଶିକ୍ଷାରୁ ସାବଧାନ ହେବା ଉଚିତ୍ । କିନ୍ତୁ ଏହା ଯୀଶୁଙ୍କ ଶିଷ୍ୟମାନେ ବୁଝିଲେ ନାହିଁ । ଯୀଶୁ ପ୍ରକୃତ ଖମୀର ଓ ରୁଟି ବିଷୟରେ କହୁଥିଲେ ବୋଲି ସେମାନେ ଭାବିଲେ । ତେଣୁ ଏଠାରେ “ଖମୀର” ଭ୍ରାନ୍ତ ଶିକ୍ଷାକୁ ଦର୍ଶାଏ ବୋଲି ସ୍ପଷ୍ଟ ଭାବରେ ଏଠାରେ ପ୍ରକାଶ କରିବା ଯୁକ୍ତିଯୁକ୍ତ ହେବ ନାହିଁ । ମାଥିଉ 16:11ରେ ଯୀଶୁ ଏହି ବିଷୟରେ ନ କହିବା ପର୍ଯ୍ୟନ୍ତ ଶିଷ୍ୟମାନେ ଯୀଶୁଙ୍କ କହିବାର ତାତ୍ପର୍ଯ୍ୟକୁ ବୁଝି ନ ଥିଲେ ।

“ମୁଁ ଯେ ତୁମ୍ଭମାନଙ୍କୁ ରୁଟି ବିଷୟରେ କହି ନ ଥିଲି, ଏହା କିପରି ତୁମ୍ଭେମାନେ ବୁଝୁ ନାହଁ ? ଫାରୂଶୀ ଓ ସାଦ୍ଦୁକୀମାନଙ୍କ ଖମୀର ବିଷୟରେ ସାବଧାନ ହୋଇଥାଅ ।” ସେ ଯେ ରୁଟିର ଖମୀରଠାରୁ ସାବଧାନ ହୋଇ ରହିବା ପାଇଁ ନ କହି ଫାରୂଶୀ ଓ ସାଦ୍ଦୁକୀମାନଙ୍କ ଶିକ୍ଷାରୁ ସାବଧାନ ହୋଇ ରହିବା ପାଇଁ ସେମାନଙ୍କୁ କହିଥିଲେ, ଏହା ସେମାନେ ସେତେବେଳେ ବୁଝିପାରିଲେ । (ମାଥିଉ 16:11,12 ULT)

ଯୀଶୁ ଯେ ରୁଟି ବିଷୟରେ କହୁ ନ ଥିଲେ ଏହାକୁ ଯୀଶୁ ସ୍ପଷ୍ଟ ବର୍ଣ୍ଣନା କରି କହିବା ପରେ ହିଁ ସେମାନେ ଜାଣିଲେ ଯେ ସେ ଫାରୂଶୀ ଓ ସାଦ୍ଦୁକୀମାନଙ୍କ ଭ୍ରାନ୍ତ ଶିକ୍ଷା ବିଷୟରେ କହୁଥିଲେ । ତେଣୁ, ମାଥିଉ 16:6 ରେ ଅବ୍ୟକ୍ତ ସୂଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଭୁଲ ହେବ ।

ଅନୁବାଦ କୌଶଳଗୁଡ଼ିକ

ଏହିପ୍ରକାର ବାକ୍ୟାଂଶଗୁଡ଼ିକୁ ଅଧିକ ସ୍ପଷ୍ଟ କରିବାକୁ ଅନୁବାଦଗଣ ଚେଷ୍ଟା ନ କରନ୍ତୁ ବୋଲି ଆମେ ଏହି ପୃଷ୍ଠାରେ କୌଣସି ଅନୁବାଦ କୌଶଳଗୁଡ଼ିକୁ ପ୍ରଦାନ କରିନାହୁଁ ।

ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ

ଏହିପ୍ରକାର ବାକ୍ୟାଂଶଗୁଡ଼ିକୁ ଅଧିକ ସ୍ପଷ୍ଟ କରିବାକୁ ଅନୁବାଦଗଣ ଚେଷ୍ଟା ନ କରନ୍ତୁ ବୋଲି, ଏହି ପୃଷ୍ଠାରେ ଅନୁବାଦ କୌଶଳର ପ୍ରାୟୋଗିକ ଉଦାହରଣଗୁଡ଼ିକ ନାହିଁ ।