or_ta/translate/figs-explicitinfo/01.md

13 KiB

ବର୍ଣ୍ଣନା

କେତେକ ଭାଷାରେ ଅର୍ଥ ପ୍ରକାଶ କରିବାର ବିଭିନ୍ନ ମାଧ୍ୟମ ରହିଥାଏ ଯାହା ସେମାନଙ୍କ ନିମନ୍ତେ ସ୍ଵାଭାବିକ ଅଟେ, କିନ୍ତୁ ସେଗୁଡ଼ିକୁ ଅନ୍ୟ ଭାଷାରେ ଅନୁବାଦ ହେଲେ ଅସ୍ୱାଭାବିକ ଲାଗେ । ଏହାର କାରଣ ଏହା  ଯେ କେତେକ ଭାଷା ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରେ ପୁଣି କେତେକ ଭାଷା ଅର୍ଥକୁ ସ୍ପଷ୍ଟ ଭାବରେ ପ୍ରକାଶ କରେ ନାହିଁ।

କାରଣ ଏହା ଏକ ଅନୁବାଦ ସମସ୍ୟା

ଯଦି ଆପଣ ମୂଳ ଭାଷାର ସୂଚନାକୁ ସ୍ଥାନୀୟ ଭାଷାରେ ସ୍ପଷ୍ଟ ଭାବରେ ପ୍ରକାଶ କରନ୍ତି, ତେବେ ଏହା ବିଦେଶୀ, ଅସ୍ୱାଭାବିକ, ବା ଏପରିକି ନିର୍ବୋଧତା ଲାଗିପାରେ ଯଦି ସ୍ଥାନୀୟ ଭାଷା ସୂଚନାକୁ ସ୍ପଷ୍ଟ ଭାବରେ ପ୍ରକାଶ କରେ ନାହିଁ । ତେଣୁ ଏହିପରି କରିବା ପରିବର୍ତ୍ତେ, ସ୍ଥାନୀୟ ଭାଷାରେ ସେହି ସୂଚନାଗୁଡ଼ିକୁ ଅସୂଚିତ ରଖିବା ଉତ୍ତମ ଅଟେ ।

ବାଇବେଲରୁ କେତେକ ଉଦାହରଣ

ତହୁଁ ଅବୀମେଲକ୍‍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗ୍‌ଧ କରିବା ନିମନ୍ତେ ଗଡ଼ଦ୍ୱାରର ଅତି ନିକଟକୁ ଗଲା। (ବିଚାରକର୍ତ୍ତା 9:52 ESV)

ବାଇବେଲ ଭିତ୍ତିକ ଏବ୍ରୀୟ ଭାଷାରେ, ଅଧିକାଂଶ ବାକ୍ୟକୁ ସଂଯୋଜକ ଶବ୍ଦ ଯଥା, ଦୁଇଟି ବାକ୍ୟ ମଧ୍ୟରେ ଥିବା ସଂପର୍କକୁ ପ୍ରକାଶ କରୁଥିବା “ଏବଂ” ଶବ୍ଦ ସହ ଆରମ୍ଭ କରିବା ସାଧାରଣ ଥିଲା । ଇଂରାଜୀ ଭାଷାରେ ଏପରି କରିବା ଅସ୍ୱାଭାବିକ ଅଟେ, ଏହା ଇଂରାଜୀ ପାଠକମାନଙ୍କ ପାଇଁ ଏହା ଅତ୍ୟନ୍ତ କ୍ଲାନ୍ତକାରୀ ଅଟେ ଏବଂ ଏହା ଲେଖକଙ୍କୁ ଅଶିକ୍ଷିତ ବୋଲି ପ୍ରକାଶ କରେ । ଇଂରାଜୀ ଭାଷାରେ, ଅଧିକାଂଶ କ୍ଷେତ୍ରରେ ବାକ୍ୟଗୁଡ଼ିକ ମଧ୍ୟରେ ସଂଯୋଗର ଧାରଣା ଅସୂଚିତ ରଖି  ଅନୁବାଦ କରିବା ସର୍ବୋତ୍ତମ ଅଟେ ।

ବାଇବେଲ ଭିତ୍ତିକ ଏବ୍ରୀୟ ଭାଷାରେ ନିଆଁରେ କୌଣସି ବସ୍ତୁକୁ ପୋଡି ଦିଆଯାଇଛି ବୋଲି କହିବା ସ୍ୱାଭାବିକ ଅଟେ । ଇଂରାଜୀରେ, ଅଗ୍ନି ଜଳିବାରେ କ୍ରିୟା ଅନ୍ତର୍ଭୂକ୍ତ ଅଟେ, ଏବଂ ତେଣୁ ଉଭୟ ଧାରଣାକୁ ସ୍ପଷ୍ଟ ଭାବରେ ପ୍ରକାଶ କରିବା ଅସ୍ୱାଭାବିକ ଅଟେ । କୌଣସି ବସ୍ତୁ ଜଳିଲା ବୋଲି ପ୍ରକାଶ କରି ନିଆଁର ଧାରଣାକୁ ଅସୂଚିତ ରଖିବା ଯଥେଷ୍ଟ ଅଟେ ।

କିନ୍ତୁ ସତସେନାପତି ଉତ୍ତର ଦେଇ କହିଲେ, “ପ୍ରଭୁ, ଆପଣ ଯେ ମୋ’ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ” (ମାଥିଉ 8:8 ULT)

ବାଇବେଲ ଭିତ୍ତିକ ଭାଷାରେ, କହିବାର ଦୁଇଟି କ୍ରିୟାପଦ ସହ ପ୍ରତ୍ୟକ୍ଷ ଉକ୍ତିକୁ ପରିଚିତ କରିବା ସାଧାରଣ ଥିଲା । ଗୋଟିଏ କ୍ରିୟାପଦ କ୍ରିୟାକୁ ସୂଚିତ କରେ, ଏବଂ ଅନ୍ୟଟି ବକ୍ତାଙ୍କ ଶବ୍ଦଗୁଡ଼ିକୁ ପରିଚିତ କରାଇଥାଏ । ଇଂରାଜୀ ବକ୍ତାମାନେ ଏପରି କାରନ୍ତ ନାହିଁ, ଏଣୁ ଦୁଇଟି କ୍ରିୟାପଦକୁ ବ୍ୟବହାର କରିବା ଅସ୍ୱାଭାବିକ ଓ ଦ୍ୱନ୍ଦ୍ୱପୂର୍ଣ୍ଣ ଅଟେ । ଇଂରାଜୀ ବକ୍ତାମାନଙ୍କ ନିମନ୍ତେ, କହିବାର ଧାରଣା ଉତ୍ତର ଦେବାର ଧାରଣାରେ ଜଡ଼ିତ ଅଟେ । ଇଂରାଜୀରେ ଦୁଇଟି କ୍ରିୟାର ବ୍ୟବହାର ଗୋଟିଏ ଉକ୍ତି ପରିବର୍ତ୍ତେ ଦୁଇଟି ଭିନ୍ନ ଭିନ୍ନ ଉକ୍ତିକୁ ସୂଚିତ କରେ । ଏଣୁ ଇଂରାଜୀରେ, କେବଳ ଗୋଟିଏ କ୍ରିୟାପଦ ବ୍ୟବହାର କରିବା ଉତ୍ତମ ଅଟେ ।

ଅନୁବାଦ କୌଶଳଗୁଡ଼ିକ

(1) ଯଦି ମୂଳ ଭାଷାର ସ୍ପଷ୍ଟ ସୂଚନା ସ୍ଥାନୀୟ ଭାଷାରେ ସ୍ୱାଭାବିକ, ତେବେ ମୂଳ ଭାଷାର ଅର୍ଥକୁ ସ୍ପଷ୍ଟ ଭାବେ ଅନୁବାଦ କରନ୍ତୁ ।

(2) ଯଦି ସ୍ପଷ୍ଟ ସୂଚନା ସ୍ଥାନୀୟ ଭାଷାରେ ସ୍ୱାଭାବିକ, ଅନାବଶ୍ୟକ କିମ୍ବା ଦ୍ୱନ୍ଦ୍ୱପୂର୍ଣ୍ଣ, ତେବେ ସ୍ପଷ୍ଟ ସୂଚନାକୁ ଅସ୍ପଷ୍ଟ ରଖନ୍ତୁ । ଯଦି ପାଠକ ଏହି ସୂଚନାକୁ ଉକ୍ତ ପ୍ରସଙ୍ଗରୁ ବୁଝି ପାରିବେ ତେବେ ହିଁ ଏହିପରି କରନ୍ତୁ । ଆପଣ ପାଠକକୁ ଶାସ୍ତ୍ରାଂଶ ବିଷୟରେ ଏକ ପ୍ରଶ୍ନ ପଚାରି ଏହା ପରୀକ୍ଷା କରିପାରିବେ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ମୂଳ ଭାଷାର ସ୍ପଷ୍ଟ ସୂଚନା ସ୍ଥାନୀୟ ଭାଷାରେ ସ୍ୱାଭାବିକ ଅଟେ, ତେବେ ଏହାକୁ ସ୍ପଷ୍ଟ  ସୂଚନା ରୂପେ ହିଁ ଅନୁବାଦ କରନ୍ତୁ ।

  • ଏହି କୌଶଳକୁ ବ୍ୟବହାର କଲେ ପାଠରେ କୌଣସି ପରିବର୍ତ୍ତନ ହୁଏ ନାହିଁ, ଏଣୁ ଏଠାରେ କୌଣସି ଉଦାହରଣ ପ୍ରଦାନ କରାଯାଇ ନାହିଁ ।

(2) ଯଦି ସ୍ପଷ୍ଟ ସୂଚନା ସ୍ଥାନୀୟ ଭାଷାରେ ସ୍ୱାଭାବିକ, ଅନାବଶ୍ୟକ କିମ୍ବା ଦ୍ଵନ୍ଦାତ୍ମକ ଅଟେ, ତେବେ ସ୍ପଷ୍ଟ ସୂଚନାକୁ ଅସ୍ପଷ୍ଟ ରଖନ୍ତୁ । ଯଦି ପାଠକ ଏହି ସୂଚନାକୁ ଉକ୍ତ ପ୍ରସଙ୍ଗରୁ ବୁଝି ପାରିବେ ତେବେ ହିଁ ଏହିପରି କରନ୍ତୁ । ଆପଣ ପାଠକକୁ ଶାସ୍ତ୍ରାଂଶ ବିଷୟରେ ଏକ ପ୍ରଶ୍ନ ପଚାରି ଏହା ପରୀକ୍ଷା କରିପାରିବେ ।

ତହୁଁ ଅବୀମେଲକ୍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହା ଅଗ୍ନିରେ ଦଗଧ୍ କରିବା ନିମନ୍ତେ ଗଡ଼ଦ୍ଵାରର ଅତି ନିକଟକୁ ଗଲା । (ବିଚାରକର୍ତ୍ତା 9:52 ESV)

ଅବୀମେଲକ୍ ସେହି ଗଡ଼କୁ ଆସି ତହିଁ ବିରୁଦ୍ଧରେ ଯୁଦ୍ଧ କଲା ଓ ତାହାକୁ ଅଗ୍ନିରେ ଦଗଧ୍ କରିବା ନିମନ୍ତେ ଗଡ଼ଦ୍ଵାରର ଅତି ନିକଟକୁ ଗଲା । (କିମ୍ବା) …ତହିଁରେ ଅଗ୍ନି ସଂଯୋଗ କରିବା ପାଇଁ

ଇଂରାଜୀରେ, ଏହା ସ୍ପଷ୍ଟ ଯେ ଏହି ପଦର କାର୍ଯ୍ୟ ଆରମ୍ଭରେ ଥିବା “ତହୁଁ” ଶବ୍ଦ ସଂଯୋଜକର ବ୍ୟବହାର ବିନା ପୂର୍ବବର୍ତ୍ତୀ ପଦର କାର୍ଯ୍ୟକୁ ଅନୁସରଣ କରୁଛି, ଏଣୁ ଏହାକୁ ଏଠାରେ ବ୍ୟବହାର କରାଯାଇ ନାହିଁ । କାରଣ ଏହି ସୂଚନା “ଦଗ୍ଧ” ଶବ୍ଦ ଦ୍ଵାରା ଅସ୍ପଷ୍ଟ  ଭାବରେ ପ୍ରକାଶ କରାଯାଇଛି । “ଦଗ୍ଧ କରିବା” ଶବ୍ଦ ପାଇଁ “ଅଗ୍ନି ସଂଯୋଗ କରିବା” ଶବ୍ଦ ଏକ ବିକଳ୍ପ ଅନୁବାଦ ଅଟେ । ଇଂରାଜୀରେ ଉଭୟ “ଦଗ୍ଧ କରିବା” ଓ “ଅଗ୍ନି” ଶବ୍ଦକୁ ବ୍ୟବହାର କରିବା ସ୍ଵାଭାବିକ ଅଟେ, ଏଣୁ ଇଂରାଜୀ ଅନୁବାଦକ ଦୁଇଟି ମଧ୍ୟରୁ କେବଳ ଗୋଟିଏକୁ ଚୟନ କରିବା ଉଚିତ । “କିପରି ଦ୍ଵାର ଦଗ୍ଧ ହେଲା?”, ଏପରି ପ୍ରଶ୍ନ ପଚାରି ଆପଣ ପରୀକ୍ଷା କରିପାରିବେ ଯେ ପାଠକମାନେ ଅସ୍ପଷ୍ଟ ସୂଚନାକୁ ବୁଝିଲେ କି ନାହିଁ । ଯଦି ଏହା ଅଗ୍ନିରେ ହୋଇଥିଲା ବୋଲି ସେମାନେ ବୁଝି ପାରନ୍ତି, ତେବେ ସେମାନେ ଅସ୍ପଷ୍ଟ ସୂଚନାକୁ ବୁଝିପାରିଛନ୍ତି । କିମ୍ବା, ଯଦି ଆପଣ ଦ୍ଵିତୀୟ ବିଷୟକୁ ବାଛୁଛନ୍ତି, ତେବେ ଆପଣ ପଚାରି ପାରିବେ, “ଅଗ୍ନି ସଂଯୋଗ ହୋଇଥିବା ଦ୍ଵାରର ଅବସ୍ଥା କଣ ହୁଏ?” “ଏହା ଦଗ୍ଧ ହୋଇଛି” ବୋଲି ଯଦି ପାଠକମାନେ ଉତ୍ତର ଦିଅନ୍ତି, ତେବେ ସେମାନେ ଅସ୍ପଷ୍ଟ ସୂଚନାକୁ ବୁଝିପାରିଛନ୍ତି ।

କିନ୍ତୁ ଶତସେନାପତି ଉତ୍ତର ଦେଇ କହିଲେ, “ପ୍ରଭୁ, ଆପଣ ଯେ ମୋ’ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ” (ମାଥିଉ 8:8 ULT)

କିନ୍ତୁ ଶତସେନାପତି ଉତ୍ତର ଦେଲେ , “ପ୍ରଭୁ, ଆପଣ ଯେ ମୋ’ ଘରେ ପାଦ ପକାଇବେ, ମୁଁ ଏପରି ଯୋଗ୍ୟ ନୁହେଁ”

ଇଂରାଜୀରେ, ଶତସେନାପତି ଉତ୍ତର ଦେଲେ ସୂଚନାକୁ “ଉତ୍ତର ଦେଲେ” କ୍ରିୟାରେ ଅନ୍ତର୍ଭୁକ୍ତ କରାଯାଇଛି, ଏଣୁ “କହିଲେ” କ୍ରିୟାପଦ ଅସ୍ପଷ୍ଟ  ଭାବେ ଅନୁବାଦ କରାଯାଇଅଛି । “କିପରି ଶତସେନାପତି ଉତ୍ତର ଦେଲେ?”, ଏପରି ପ୍ରଶ୍ନ ପଚାରି ଆପଣ ପରୀକ୍ଷା କରିପାରିବେ ଯେ ପାଠକମାନେ ଅସ୍ପଷ୍ଟ  ସୂଚନାକୁ ବୁଝିଲେ କି ନାହିଁ । ଏହା କହିବାରେ ହୋଇଥିଲା ବୋଲି ଯଦି ସେମାନେ ବୁଝିପାରନ୍ତି, ତେବେ ସେମାନେ ଅସ୍ପଷ୍ଟ ସୂଚନାକୁ ବୁଝିପାରିଛନ୍ତି ।

ସେ ଆପଣାପାଟି ଖୋଲି ସେମାନଙ୍କୁ ଶିକ୍ଷା ଦେଲେ, (ମାଥିଉ 5:2 ULT)

ସେ ସେମାନଙ୍କୁ ଶିକ୍ଷା ଦେବା ଆରମ୍ଭ କରି କହିଲେ, (କିମ୍ବା) ସେ ସେମାନଙ୍କୁ ଶିଖାଇ କହିଲେ,

ଇଂରାଜୀରେ, ଯୀଶୁ କଥା ହେବା ସମୟରେ ପାଟି ଖୋଲିଥିବା ସୂଚନାକୁ ଅନ୍ତର୍ଭୁକ୍ତ କରିବା ଅତ୍ୟନ୍ତ ଅଦ୍ଭୁତ ଅଟେ । ସେହି ସୂଚନା "ଶିକ୍ଷିତ" ଏବଂ "କହିବାକୁ" କ୍ରିୟାରେ ଅନ୍ତର୍ଭୂକ୍ତ ହୋଇଛି, ଯାହା ଦ୍ଵାରା ବାକ୍ୟାଂଶକୁ ବାଦ ଦିଆଯାଇପାରିବ ଏବଂ ସେହି ସୂଚନାଟି ରହିଥିବ । ଅବଶ୍ୟ, "ସେ ପାଟି ଖୋଲିଲେ" ଏକ ରୂପକ ଅଟେ ଯାହା ଏକ ଭାଷଣର ଆରମ୍ଭକୁ ସୂଚାଇଥାଏ, ଯାହା ସୂଚନା ଅନ୍ତର୍ଭୂକ୍ତ ନହେବା କିମ୍ବା ଅସ୍ପଷ୍ଟ ରଖିବାକୁ ବୁବହୃତ ହୁଏ ।