or_ta/translate/figs-exclusive/01.md

7.6 KiB

ବିବରଣ

କେତେକ ଭାଷାରେ ଗୋଟିଏରୁ ଅଧିକ “ଆମ୍ଭେମାନେ” ରୂପରେଖ ରହିଥାଏ: ଏକ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ଅର୍ଥ “ମୁଁ ଓ ତୁମେ/ଆପଣ” ଏବଂ ବହିର୍ଭୂକ୍ତ ସୂଚକ ରୂପରେଖ, ଅର୍ଥ “ମୁଁ ଓ ଆଉ କେହି ଜଣେ କିନ୍ତୁ ତୁମ୍ଭେ/ଆପଣ ନୁହେଁ।” ବହିର୍ଭୂକ୍ତସୂଚକ ରୂପରେଖା କୁହାଯାଇଥିବା ବ୍ୟକ୍ତିଙ୍କୁ ବାଦ୍‌‌ କରିଥାଏ। ଅନ୍ତର୍ଭୁକ୍ତ ସୂଚକ ରୂପରେଖା କୁହାଯାଇଥିବା ବ୍ୟକ୍ତିଙ୍କୁ ଓ ସମ୍ଭବତଃ ଅନ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରିଥାଏ। ଏହା ମଧ୍ୟ “ଆମ୍ଭମାନଙ୍କୁ”, “ଆମ୍ଭର”, “ଆମ୍ଭମାନଙ୍କର”, ଓ “ଆମ୍ଭେମାନେ ନିଜେ/ନିଜ” ନିମନ୍ତେ ସତ୍ୟ ଅଟେ। କେତେକ ଭାଷାରେ ପରସ୍ପର ନିମନ୍ତେ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ଓ ବହିର୍ଭୂକ୍ତ ସୂଚକ ରୂପରେଖା ରହିଛି। ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ରୂପରେଖା ଓ ଅନ୍ତର୍ଭୁକ୍ତ ସୂଚକ ରୂପରେଖା ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା କେଉଁ ରୂପରେଖା ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ।

ଛବିଗୁଡ଼ିକୁ ଦେଖନ୍ତୁ। ଦକ୍ଷିଣ ପାର୍ଶ୍ଵ ଥିବା ଲୋକମାନଙ୍କ ବିଷୟରେ ବକ୍ତା କଥା କହୁଅଛନ୍ତି। ଉଜ୍ଜ୍ଵଳ ହଳଦିଆ ରଙ୍ଗ ପ୍ରକାଶ କରେ ଯେ ଅନ୍ତର୍ଭୁକ୍ତ ସୂଚକ “ଆମ୍ଭେମାନେ” ଓ ବହିର୍ଭୂକ୍ତସୂଚକ “ଆମ୍ଭେମାନେ” କାହାକୁ ଦର୍ଶାଉଅଛି।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ବାଇବଲକୁ ପ୍ରଥମେ ଏବ୍ରୀ, ଅରାମୀୟ ଓ ଗ୍ରୀକ୍ ଭାଷାରେ ଲେଖାଯାଇଥିଲା । ଇଂରାଜୀ ଭଳି, ଏହି ଭାଷାମାନଙ୍କରେ “ଆମ୍ଭେମାନେ” ଶବ୍ଦ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ନାହିଁ।

ଯଦି ଅନୁବାଦକମାନଙ୍କ ଭାଷାରେ ଏହି ଶବ୍ଦଗୁଡ଼ିକ ନିମନ୍ତେ ଭିନ୍ନ ଭିନ୍ନ ବହିର୍ଭୂକ୍ତସୂଚକ ରୂପରେଖ ଓ ଅନ୍ତର୍ଭୁକ୍ତସୂଚକ ରୂପରେଖ ରହିଛି, ତେବେ ସେହି ଶବ୍ଦଗୁଡ଼ିକୁ ନେଇ ବକ୍ତା କହିବାର ତାତ୍ପର୍ଯ୍ୟ କଣ ତାହା ବୁଝିବା ଆବଶ୍ୟକ, ଯଦ୍ୱାରା “ଆମ୍ଭେମାନେ” ଶବ୍ଦର କେଉଁ ରୂପରେଖ ବ୍ୟବହାର କରାଯିବ ତାହା ସେମାନେ ନିର୍ଣ୍ଣୟ କରିପାରିବେ।

ବାଇବଲରୁ କେତେକ ଉଦାହରଣ

ସେମାନେ କହିଲେ, “ଆମ୍ଭମାନଙ୍କ ପାଖରେ ପାଞ୍ଚୋଟି ରୋଟି ଓ ଦୁଇଟି ମାଛରୁ ଅଧିକ ନାହିଁ—ତାହାହେଲେ ଆମ୍ଭେମାନେ କଅଣ ଯାଇ ଏହିସମସ୍ତ ଲୋକଙ୍କ ନିମନ୍ତେ ଖାଦ୍ୟ କିଣିବା?” (ଲୂକ 9:13 ULT)

ଦ୍ଵିତୀୟ ଖଣ୍ଡବାକ୍ୟରେ, ଶିଷ୍ୟମାନଙ୍କ ମଧ୍ୟରୁ କେତେକ ଖାଦ୍ୟ କିଣିବା ପାଇଁ ବାହାରକୁ ଯିବା ବିଷୟରେ ସେମାନେ କଥାବାର୍ତ୍ତା କରୁଅଛନ୍ତି, ଏଣୁ ସେହି “ଆମ୍ଭେମାନେ” ଶବ୍ଦ ବହିର୍ଭୂକ୍ତସୂଚକ ରୂପରେଖ ଅଟେ, ଯେହେତୁ ଯୀଶୁ ଖାଦ୍ୟ କିଣିବା ପାଇଁ ବାହାରକୁ ଯିବେ ନାହିଁ।

ଏହା ଆମ୍ଭେମାନେ ଦେଖିଅଛୁ ଓ ଏହାର ସାକ୍ଷ୍ୟ ଆମ୍ଭେମାନେ ଦେଉଅଛୁ; ଆମ୍ଭେମାନେ ତୁମ୍ଭମାନଙ୍କୁ ଅନନ୍ତ ଜୀବନ ବିଷୟରେ ଘୋଷଣା କରୁଅଛୁ, ଯେଉଁ ଅନନ୍ତ ଜୀବନ ପିତାଙ୍କ ସାଙ୍ଗରେ ଥିଲେ ଓ ଆମ୍ଭମାନଙ୍କ ନିକଟରେ ପ୍ରକାଶିତ ହେଲେ। (1ମ ଯୋହନ 1:2 ULT)

ଯୀଶୁଙ୍କୁ ଦେଖି ନଥିବା ଲୋକମାନଙ୍କୁ ଯୋହନ କହୁଅଛନ୍ତି ଯାହା ସେ ଓ ଅନ୍ୟ ପ୍ରେରିତମାନେ ଦେଖିଥିଲେ। ଏଣୁ ଯେଉଁ ଭାଷାରେ “ଆମ୍ଭେମାନେ” ଓ “ଆମ୍ଭମାନଙ୍କ” ଶବ୍ଦର ବହିର୍ଭୂକ୍ତସୂଚକ ରୂପରେଖ ଅଛି, ସେମାନେ ଏହି ପଦରେ ବହିର୍ଭୂକ୍ତସୂଚକ ରୂପରେଖକୁ ବ୍ୟବହାର କରିପାରିବେ।

ମେଷପାଳକମାନେ ପରସ୍ପର କହିବାକୁ ଲାଗିଲେ, “ଆସ, ବର୍ତ୍ତମାନ ଆମ୍ଭେମାନେ ବେଥଲେହିମ ପର୍ଯ୍ୟନ୍ତ ଯାଇ, ପ୍ରଭୁ ଆମ୍ଭମାନଙ୍କୁ ଏହି ଯେଉଁ ଘଟଣା ଜଣାଇଲେ, ତାହା ଦେଖିବା।’’ (ଲୂକ 2:15ଖ ULT)

ମେଷପାଳକମାନେ ପରସ୍ପର କଥାବାର୍ତ୍ତା କରୁଅଛନ୍ତି। ସେମାନେ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେମାନେ ପରସ୍ପର - କଥାବାର୍ତ୍ତା କରୁଥିବା ଲୋକମାଙ୍କୁ ଅନ୍ତର୍ଭୁକ୍ତ କରିଥିଲେ।

ସେହି ସମୟରେ ଦିନେ ସେ ଓ ତାହାଙ୍କ ଶିଷ୍ୟମାନେ ଗୋଟିଏ ନୌକାରେ ଚଡ଼ିଲେ, ଆଉ ସେ ସେମାନଙ୍କୁ କହିଲେ, “ଆସ, ହ୍ରଦର ଆରପାରିକି ଯିବା।’’ ସେଥିରେ ସେମାନେ ନୌକା ଫିଟାଇଦେଲେ। (ଲୂକ 8:22 ULT)

ଯୀଶୁ “ଆମ୍ଭମାନଙ୍କୁ” ବୋଲି କହିବା ସମୟରେ, ସେ ନିଜକୁ ଓ ସେ କହୁଥିବା ଶିଷ୍ୟମାନଙ୍କୁ ଦର୍ଶାଇଥିଲେ, ଏଣୁ ଏହା ଅନ୍ତର୍ଭୁକ୍ତସୂଚକ ରୂପରେଖ ହୋଇପାରେ।