or_ta/translate/figs-exclamations/01.md

13 KiB

ବିବରଣ

ବିସ୍ମୟସୂଚକ ଏକ ଶବ୍ଦ ବା ବାକ୍ୟ ଅଟେ ଯାହା ଆଶ୍ଚର୍ଯ୍ୟ, ଆନନ୍ଦ, ଭୟ, ଓ କ୍ରୋଧ ଭଳି ଏକ ପ୍ରକାର ବଳିଷ୍ଠ ଆବେଗ ବା ମାନସିକ ଉତ୍ତେଜନା । ULT ଓ UST ରେ, ସାଧାରଣତଃ ବିସ୍ମୟସୂଚକ ଚିହ୍ନ (!) ଶେଷରେ ଥାଏ । ଏହା ଏକ ବିସ୍ମୟସୂଚକ ବୋଲି ଉକ୍ତ ଚିହ୍ନ ପ୍ରକାଶ କରେ । ଲୋକମାନେ ବକ୍ତ କରୁଥିବା ପରିସ୍ଥିତି ଓ ଗୁରୁତ୍ଵ ଆମ୍ଭମାନଙ୍କୁ ବୁଝିବାରେ ସାହାଯ୍ୟ କରେ ଯେ ସେମାନେ କିଭଳି ମନୋଭାବ ବା ଆବେଗକୁ ପ୍ରକାଶ କରୁଛନ୍ତି ନିମ୍ନରେ ମାଥିଉ 8 ରୁ ଉଲ୍ଲେଖ ଉଦାହରଣରେ, ବକତାମାନେ ଅତିଶୟ ଭୟଭୀତ ହେଲେ । ନିମ୍ନରେ ମାଥିଉ 9 ରୁ ଉଲ୍ଲେଖ ଉଦାହରଣରେ, ବକ୍ତାମାନେ ଆଶ୍ଚର୍ଯ୍ୟ।ନ୍ଵିତ ହେଲେ, କାରଣ ଏପରି କିଛି ଘଟଣା ଘଟିଥିଲା ଯାହା  ସେମାନେ ଏଥି ପୂର୍ବେ କେବେ ହେଁ ଦେଖି ନ ଥିଲେ ।

ହେ ପ୍ରଭୁ, ରକ୍ଷା କରନ୍ତୁ, ଆମେ ମଲୁ! (ମାଥିଉ 8:25 ULT)

ପୁଣି, ଭୂତ ଛଡ଼ା ଯାଆନ୍ତେ, ସେହି ମୂକ କଥା କହିଲା । ସେଥିରେ ଲୋକସମୂହ ଚମତ୍କୃତ ହୋଇ କହିଲେ, "ଇସ୍ରାଏଲ ମଧ୍ୟରେ ଏପରି କେବେ ହେଁ ଦେଖାଯାଇ ନାହିଁ !” (ମାଥିଉ 9:33 ULT)

କାରଣ ଏହା ଏକ ଅନୁବାଦ ସମସ୍ୟା ଅଟେ

ପ୍ରତ୍ୟେକ ଭାଷାରେ ବାକ୍ୟଟି ଶକ୍ତିଶାଳୀ ଭାବନାକୁ ସମ୍ବାଦ ପ୍ରକାଶ କରିବାକୁ  ବିଭିନ୍ନ ମାଧ୍ୟମ ରହିଥାଏ ।

ବାଇବେଲରୁ କେତେକ ଉଦାହରଣ

ବିସ୍ମୟସୂଚକରେ ଏମିତି କିଛି ଶବ୍ଦ ରହିଅଛି ଯାହା ମାନସିକ ଭାବନାକୁ ପ୍ରକାଶ କରିଥାଏ । ନିମ୍ନ ଲିଖିତ ବାକ୍ୟରେ “ଆହା” ଓ “ହାୟ” ରହିଛି । “ଆହା” ଶବ୍ଦ ବକ୍ତାଙ୍କ ଆଶ୍ଚର୍ଯ୍ୟ।ନ୍ଵିତକୁ ପ୍ରକାଶ କରେ ।

ଆହା ! ଈଶ୍ଵରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! (ରୋମୀୟ 11:33 ULT)

ନିମ୍ନ ଲିଖିତ ବାକ୍ୟରେ ଥିବା “ହାୟ” ଶବ୍ଦ ପ୍ରକାଶ କରେ ଯେ ଗିଦିୟୋନ ଅତିଶୟ ଭୟଭୀତ ହୋଇଥିଲେ ।

ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍ ବୁଝିଲେ; ପୁଣି ଗିଦିୟୋନ୍ କହିଲେ, “ହାୟ, ହାୟ ! ହେ ପ୍ରଭୁ ସଦାପ୍ରଭୁ,  ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି!” (ବିଚାରକର୍ତ୍ତା 6:22 ULT)

କେତେକ ବିସ୍ମୟସୂଚକ ପ୍ରଶ୍ନ ହୋଇ ନ ଥିବା ସତ୍ତ୍ୱେ “କିପରି”, ବା “କାହିଁକି” ଶବ୍ଦର ପ୍ରଶ୍ନ ସହ ଆରମ୍ଭ ହୋଇଥାଏ । ନିମ୍ନ ଲିଖିତ ବାକ୍ୟ ପ୍ରକାଶ କରେ ଯେ ଈଶ୍ଵରଙ୍କ ବିଚାରସବୁ କିପରି ବୋଧର ଅଗମ୍ୟ ତହିଁ ବିଷୟରେ ବକ୍ତା ବିସ୍ମୟାନ୍ଵିତ ହୁଅନ୍ତି ।

ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ! (ରୋମୀୟ 11:33 ULT)

ବାଇବଲରେ ଥିବା କେତେକ ବିସ୍ମୟସୂଚକରେ ମୁଖ୍ୟ କ୍ରିୟାପଦ ରହି ନଥାଏ । ନିମ୍ନ ଲିଖିତ ବିସ୍ମୟସୂଚକ ପ୍ରକାଶ କରେ ଯେ ସେ ଯେଉଁ ବ୍ୟକ୍ତିଙ୍କ ସହ କଥା ହେଉଛନ୍ତି ସେହି ବ୍ୟକ୍ତିଙ୍କୁ ବକ୍ତା ଘୃଣା କରନ୍ତି ।

ଆରେ ମୂର୍ଖ ବ୍ୟକ୍ତି! (ମାଥିଉ 5:22 ULT)

ଅନୁବାଦ କୌଶଳ

(1) ଯଦି ଆପଣଙ୍କ ଭାଷାରେ ଥିବା ବିସ୍ମୟସୂଚକ କ୍ରିୟାପଦ ଆବଶ୍ୟକ କରୁଛି, ତେବେ ଗୋଟିଏ ଯୋଗ କର । ଅନେକ ସମୟରେ ଏକ ଉତ୍ତମ କ୍ରିୟାପଦ “ଅଟ” ବା “ଅଟନ୍ତି”

(2) ଆପଣଙ୍କ ଭାଷାରେ ବଳିଷ୍ଠ ମନୋଭାବକୁ ପ୍ରକାଶ କରୁଥିବା ବିସ୍ମୟସୂଚକ ଶବ୍ଦକୁ ବ୍ୟବହାର କରନ୍ତୁ ।

(3) ମନୋରଭାବନାକୁ ପ୍ରକାଶ କରୁଥିବା ବାକ୍ୟ ସହିତ ବିସ୍ମୟସୂଚକ ଶବ୍ଦକୁ ବ୍ୟବହାର କରି ଅନୁବାଦ କରନ୍ତୁ ।

(4) ବାକ୍ୟର ଅଂଶକୁ ଗୁରୁତ୍ଵାରୋପ କରୁଥିବା ଶବ୍ଦକୁ ବ୍ୟବହାର କର ଯାହା ବଳିଷ୍ଠ ମନୋଭାବକୁ ଆଣୁଥିବ ।

(5) ଯଦି ଲକ୍ଷ୍ୟ ବା ନିର୍ଦ୍ଦିଷ୍ଟ ଭାଷାରେ ବଳିଷ୍ଠ ମନୋଭାବ ସ୍ପଷ୍ଟ ହେଉନାହିଁ, ତେବେ ବ୍ୟକ୍ତି ଜଣକ କିପରି ଅନୁଭବ କଲେ ତାହା ପଚାରନ୍ତୁ ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ଆପଣଙ୍କ ଭାଷାରେ କ୍ରିୟାପଦ ଆବଶ୍ୟକ କରୁଛି, ତେବେ ଗୋଟିଏ ଯୋଗ କରନ୍ତୁ । ଅନେକ ସମୟରେ ଉତ୍ତମ କ୍ରିୟାପଦ “ଅଟେ” ବା “ଅଟନ୍ତି” ।

ଆରେ ମୂର୍ଖ ବ୍ୟକ୍ତି! (ମାଥିଉ 5:22 ULT)                                                                                                                                                                                                                                                              ଆପଣ ପ୍ରକୃତରେ ଜଣେ ମୂର୍ଖ ବ୍ୟକ୍ତି ଅଟନ୍ତି !”                                                                                                               ଆହା ! ଈଶ୍ଵରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର! (ରୋମୀୟ 11:33 ULT)                                                                                                                                                                                                                                       “ଆହା! ଈଶ୍ଵରଙ୍କ ବୁଦ୍ଧି ଓ ଜ୍ଞାନରୂପ ନିଧି କେଡ଼େ ଗଭୀର!”

(2) ଆପଣଙ୍କ ଭାଷାରୁ ବଳିଷ୍ଠ ମନୋଭାବ ପ୍ରକାଶ କରୁଥିବା ବିସ୍ମୟସୂଚକ ଶବ୍ଦକୁ ବ୍ୟବହାର କରନ୍ତୁ । ନିମ୍ନ ଲିଖିତ “ବାଃ” ଶବ୍ଦ ପ୍ରକାଶ କରେ ଯେ ସେମାନେ ଆଚମ୍ବିତ ହୋଇଥିଲେ । “ଆହା ନାହିଁ” ଶବ୍ଦ ପ୍ରକାଶ କରେ ଯେ କିଛି ଭୟଙ୍କର ବା ଭୟାଭୟ ଘଟଣା ଘଟିଅଛି ।

ଆଉ ଲୋକମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ।ନ୍ଵିତ ହୋଇ କହିଲେ,“ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୁକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି ।” (ମାର୍କ 7:37 ULT)

“ସେମାନେ ଅତ୍ୟନ୍ତ ଆଶ୍ଚର୍ଯ୍ୟ।ନ୍ଵିତ ହୋଇ କହିଲେ, “ ବାହା! ସେ ସମସ୍ତ କର୍ମ ଉତ୍ତମ ରୂପେ କରିଅଛନ୍ତି; ସେ ବଧିରମାନଙ୍କୁ ଶୁଣିବା ଶକ୍ତି ଓ ମୁକମାନଙ୍କୁ କହିବା ଶକ୍ତି ସୁଦ୍ଧା ପ୍ରଦାନ କରନ୍ତି ।“

ହାୟ ହାୟ! ହେ ପ୍ରଭୁ ସଦାପ୍ରଭୁ ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି! ( ବିଚାରକର୍ତ୍ତା 6:22 ULT)

ଆହା ନାହିଁ, ହେ ପ୍ରଭୁ ସଦାପ୍ରଭୁ ! ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି!”

(3) ମନୋଭାବ ପ୍ରକାଶ କରୁଥିବା ବାକ୍ୟ ସହ ବିସ୍ମୟସୂଚକ ଶବ୍ଦକୁ ଅନୁବାଦ କରନ୍ତୁ ।

ହାୟ ହାୟ! ପ୍ରଭୁ ସଦାପ୍ରଭୁ । ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି! (ବିଚାରକର୍ତ୍ତା 6:22 ULT)

“ହେ ପ୍ରଭୁ ସଦାପ୍ରଭୁ, ମୋ’ ପ୍ରତି କଅଣ ହେବ? କାରଣ ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି!”

ସାହାଯ୍ୟ କର, ହେ ପ୍ରଭୁ ସଦାପ୍ରଭୁ ! କାରଣ ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି!

(4) ବାକ୍ୟର ଅଂଶକୁ ଗୁରୁତ୍ଵାରୋପ କରୁଥିବା ଶବ୍ଦକୁ ବ୍ୟବହାର କର ଯାହା ବଳିଷ୍ଠ ମନୋଭାବ ବିଷୟକୁ ପ୍ରକାଶ କରୁଥିବ ।

ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ କିପରି ଅନନୁସନ୍ଧେୟ! (ରୋମୀୟ 11:33 ULT)

“ତାହାଙ୍କର ବିଚାରସବୁ ଅତ୍ୟନ୍ତ ବୋଧର ଅଗମ୍ୟ ଓ ତାହାଙ୍କ ପଥସବୁ ଅଧିକ ଅନନୁସନ୍ଧେୟ!”

(5) ଯଦି ଲକ୍ଷ୍ୟ ବା ନିର୍ଦ୍ଦିଷ୍ଟ ଭାଷାରେ ବଳିଷ୍ଠ ମନୋଭାବ ସ୍ପଷ୍ଟ ନାହିଁ, ତେବେ ବ୍ୟକ୍ତି ଜଣକ କିପରି ଅନୁଭବ କଲେ ତାହା ପଚାରନ୍ତୁ ।

ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍ ବୁଝିଲେ; ପୁଣି ଗିଦିୟୋନ୍ କହିଲେ, “ ହାୟ ହାୟ ! ହେ ପ୍ରଭୁ ସଦାପ୍ରଭୁ , ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି!” (ବିଚାରକର୍ତ୍ତା 6:22 ULT)

“ତହିଁରେ ସେ ଯେ ସଦାପ୍ରଭୁଙ୍କ ଦୂତ, ଏହା ଗିଦିୟୋନ୍ ବୁଝିଲେ; ସେ ଭୟଭିତ ହୋଇ କହିଲେ, “ ହାୟ ହାୟ ! ହେ ପ୍ରଭୁ ସଦାପ୍ରଭୁ । ମୁଁ ସମ୍ମୁଖାସମ୍ମୁଖି ହୋଇ ସଦାପ୍ରଭୁଙ୍କ ଦୂତକୁ ଦେଖିଲି!”