or_ta/translate/figs-ellipsis/01.md

12 KiB
Raw Permalink Blame History

ବିବରଣ

ଯେବେ ଜଣେ ବକ୍ତା ବା ଲେଖକ ବାକ୍ୟରୁ ଗୋଟିଏ କିମ୍ବା ଅଧିକ ଶବ୍ଦକୁ ଛାଡ଼ନ୍ତି ଯାହା ସାଧାରଣ ବାକ୍ୟରେ ରହିବା ଉଚିତ ସେତେବେଳେ ଶବ୍ଦର ବିଲୋପ ବାକ୍ୟାଂଶ ଘଟିଥାଏ। ବକ୍ତା କିମ୍ବା ଲେଖକ ଏହା କରନ୍ତି କାରଣ ସେ ଜାଣନ୍ତି ଯେ ଶ୍ରୋତା ବା ପାଠକ ସେହି ବାକ୍ୟକୁ ଶୁଣିବା ବା ପଢିବା ସମୟରେ ବାକ୍ୟର ଅର୍ଥକୁ ବୁଝି ନିଜ ମନରେ ସେହି ଶବ୍ଦଗୁଡ଼ିକ ପୂରଣ କରନ୍ତି। ଉଦାହରଣ ସ୍ଵରୂପ:

ଏଣୁ ଦୁଷ୍ଟମାନେ ବିଚାର ସ୍ଥାନରେ କିଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। (ଗୀତସଂହିତା 1:5 ULT)

ଏହା ଦ୍ଵିତୀୟ ଶବ୍ଦର ବିଲୋପ ବାକ୍ୟାଂଶ ଅଟେ କାରଣ “ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ନାହାନ୍ତି” ବାକ୍ୟାଂଶଟି ଏକ ଅସମ୍ପୂର୍ଣ୍ଣ ବାକ୍ୟ ଅଟେ। ବକ୍ତା ଭାବନ୍ତି ଯେ ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ ବାକ୍ୟାଂଶଟି କଅଣ ତାହା ପୂର୍ବ ଖଣ୍ଡବାକ୍ୟର କାର୍ଯ୍ୟକୁ ପୂରଣ କରିବ ଦ୍ଵାରା ଶ୍ରୋତାମାନେ ବୁଝିବେ। କାର୍ଯ୍ୟର ପୁରଣ କରିବା ସହିତ, ସେ ସମ୍ପୁର୍ଣ୍ଣ ବାକ୍ୟାଂଶଟିର ସମାପ୍ତ ହେବ:

… କିଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ

ଦୁଇ ପ୍ରକାର ଅର୍ଥପ୍ରକାଶକ ପଦର ବିଲୋପ ଅଛି।

  1. ଯେତେବେଳେ ପାଠକ ଛଡ଼ାଯାଇଥିବା ଶବ୍ଦ କିମ୍ବା ଶବ୍ଦସବୁକୁ ଅନୁପୁରଣ କରିବାକୁ ପଡ଼େ ପ୍ରସଙ୍ଗରୁ ଏକ ଆପେଖିକ ବିଲୋପ ପଦଶୂନ୍ୟତା ହୁଏ। ସାଧାରଣତ ଉପରୋକ୍ତ ଦାହାରଣ ସ୍ଵରୂପ ଶବ୍ଦଟି ପୁର୍ବ ବାକ୍ୟରେ ଥାଏ।
  2. ଏକ ସଂପୂର୍ଣ୍ଣ ଶବ୍ଦ ବିଲୋପ ଘଟେ ଯେତେବେଳେ ଛଡା ଯାଇଥିବା ଶବ୍ଦ ବା ଶବ୍ଦସବୁ ପ୍ରସଙ୍ଗରେ ନଥାଏ, କିନ୍ତୁ ବାକ୍ୟାଂଶଗୁଡ଼ିକ ଭାଷାରେ ଯଥେଷ୍ଟ ସାଧାରଣ ଅଟେ ଯାହା ପାଠକ ଏହି ସାଧାରଣ ବ୍ୟବହାରରୁ କିମ୍ବା ପରିସ୍ଥିତିର ପ୍ରକୃତିରୁ ଯାହା ହରାଉଛି ତାହା ଯୋଗାଇବ ବୋଲି ଆଶା କରାଯାଏ।

କାରଣ ଏହା ଅନୁବାଦର ସମସ୍ୟା ଅଟେ

ଯେଉଁ ପାଠକମାନେ ଅସମ୍ପୂର୍ଣ୍ଣ ବାକ୍ୟ ବା ବାକ୍ୟାଂଶ ଦେଖନ୍ତି ସେମାନେ ହୁଏତ ଜାଣି ନ ଥିବେ ଯେ ସେଠାରେ ସୂଚନା ଅନ୍ତର୍ହିତ ଯାହା ଲେଖକ ସେମାନଙ୍କୁ ପୂରଣ କରିବେ ବୋଲି ଆଶା କରନ୍ତି। କିମ୍ବା ହୁଏତ ପାଠକମାନେ ବୁଝିପାରନ୍ତି ଯେ ସୂଚନା ଅଭାବ ଅଛି, କିନ୍ତୁ ସେମାନେ ଜାଣିପାରନ୍ତି ନାହିଁ ଯେ କେଉଁ ସୁଚନାର ଅଭାବ ଅଛି ଯେହେତୁ ସେମାନେ ବାଇବବଲର ପ୍ରକୃତ ମୂଳ ଭାଷା, ସଂସ୍କୃତି, କିମ୍ବା ମୂଳ ପଠାକ ଜାଣିଲା ପରି ପରିସ୍ଥିତି ଜାଣି ନାହାଁନ୍ତି। ଏପରିସ୍ଥିତିରେ, ସେମାନେ ଭୁଲ ତଥ୍ୟରେ ପୁର୍ଣ୍ଣ କରିପାରନ୍ତି। କିମ୍ବା ପାଠକ ସେହି ପଦଶୂନ୍ୟ/ବିଲୋପର ଶବ୍ଦ ଭୁଲ ବୁଝିପାରନ୍ତି ଯଦି ସେମାନେ ଆପଣା ଆପଣା ଭାଷାରେ ସେହି ସମାନ ବିଲୋପ ଶବ୍ଦର ବ୍ୟବହାର ନ କରନ୍ତି।

ବାଇବେଲରୁ କେତେକ ଉଦାହରଣ

ଆପେକ୍ଷିକ ଅର୍ଥପ୍ରକାଶକ ପଦର ବିଲୋପ

ସେ ଲିବାନୋନକୁ ଗୋଟେ ଗୋବତ୍ସ ପରି, ଓ ସିରିୟୋନକୁ ଗୋଟେ ଅରଣା ଛୁଆ ପରି ନଚାନ୍ତି। (ଗୀତସଂହିତା 29:6 ULT)

ଲେଖକ ତାହାର ଶବ୍ଦବିନ୍ୟାସ ଅଳ୍ପ ଆଉ ଉତ୍ତମ କାବ୍ୟକବିତା ହେଉ ବୋଲି ଚାହାନ୍ତି। ବାକ୍ୟଟି ବିସ୍ତାର କରିଥିବା ସୁଚନା ସହିତ ସମ୍ପୁର୍ଣ୍ଣ ହେବ:

ସେ ଲିବାନୋନକୁ ଗୋଟେ ଗୋବତ୍ସ ପରି ନଚାନ୍ତି, ଓ ସିରିୟୋନକୁ ଗୋଟେ ଅରଣା ଛୁଆ ପରି ସେ ନଚାନ୍ତି

ତେଣୁ, ତୁମ୍ଭେମାନେ କିପରି ଆଚରଣ କରୁଅଛ, ଅଜ୍ଞାନୀ ରୂପେ ନୁହେଁ ବରଂ ଜ୍ଞାନୀ ରୂପେ—ଚତ୍ନବାନ ହୁଅ। (ଏଫିସୀୟ 5:15)

ଏହି ବାକ୍ୟଗୁଡ଼ିକର ଦ୍ୱିତୀୟ ଭାଗରେ ପାଠକ ବୁଝିବା ଆବଶ୍ୟକ କରୁଥିବା ସୂଚନା ପ୍ରଥମ ଭାଗରୁ ପୂରଣ ହୋଇପାରିବ:

ତେଣୁ, ତୁମ୍ଭେମାନେ କିପରି ଆଚରଣ କର—ଅଜ୍ଞାନୀ ପରି ଆଚରଣ ନ କରି ବରଂ ଜ୍ଞାନୀ ରୂପେ ଆଚରଣ କରିବାକୁ ଚତ୍ନବାନ ହୁଅ,

ସମ୍ପୁର୍ଣ୍ଣ ଅର୍ଥପ୍ରକାଶକ ପଦର ବିଲୋପ

ପୁଣି, ସେ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ତେଣୁ ସେ କହିଲା, “ହେ ପ୍ରଭୁ, ମୁଁ ପୁନର୍ବାର ଦେଖିବାକୁ ଚାହେଁ।" (ଲୂକ 18:40ଖ-41 ULT)

ଏହା ମନେହୁଏ ଯେ ସେହି ବ୍ୟକ୍ତି ଏକ ଅସମ୍ପୁର୍ଣ୍ଣ ବାକ୍ୟରେ ଉତ୍ତର ଦେଲେ କାରଣ ସେ ବିନୀତ ହେବାକୁ ଚାହୁଥିଲା ଓ ସିଧାସଳଖ ଯୀଶୁଙ୍କୁ ସୁସ୍ଥତା ନିମନ୍ତେ ପଚାରି ନାହାନ୍ତି। ସେ ଜାଣିଥିଲା ତାହା ଯୀଶୁ ବୁଝିପାରିବେ ତାହା କେବଳ ଉପାୟ ଥିଲା ଯେ ଯୀଶୁ ତାହାକୁ ସୁସ୍ଥ କରିପାରିବେ ଜେଣୁ ସେ ଆପଣା ଦୃଷ୍ଟି ପାଇପାରିବ। ସମ୍ପୁର୍ଣ୍ଣ ବାକ୍ୟ ହୋଇଥାଆନ୍ତ:

ହେଁ ପ୍ରଭୁ, ମୁଁ ଚାହେଁ ଯେପରି ଆପଣ ମୋତେ ସୁସ୍ଥ କରନ୍ତି ଯାହା ମୁଁ ଆପଣା ମୁଁ ଆପଣା ଦୃଷ୍ଟି ପାଇବି।"

ତୀତସଙ୍କୁ … ପିତା ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ତ୍ରଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି। ( ତୀତସ 1:4 ULT)

ଏହାର ଲେଖକ ଏହି ସାଧାରଣ ଆଶୀର୍ବାଦ କିମ୍ବା ଇଚ୍ଛାକୁ ପାଠକ ବୁଝିପାରିବେ ବୋଲି ମନେକରନ୍ତି, ଏଣୁ ସେ ସମ୍ପୁର୍ଣ ବାକ୍ୟକୁ ଅନ୍ତର୍ଭୁକ୍ତ କରିବାକୁ ଆବଶ୍ୟକ କରନ୍ତି ନାହିଁ, ଯାହା ହୋଇଥାଆନ୍ତା:

ତୀତସଙ୍କୁ … ପିତା ଈଶ୍ଵରଙ୍କ ଏବଂ ଆମ୍ଭମାନଙ୍କ ତ୍ରଣକର୍ତ୍ତା ଯୀଶୁ ଖ୍ରୀଷ୍ଟଙ୍କଠାରୁ ଅନୁଗ୍ରହ ଓ ଶାନ୍ତି ତୁମେ ଗ୍ରହଣ କର

ଅନୁବାଦ କୌଶଳ

ଯଦି ବିଲୋପ ଶବ୍ଦ ସ୍ଵାଭାବିକ ହୁଏ ଏବଂ ଆପଣାଙ୍କ ଭାଷାରେ ସଠିକ୍ ଅର୍ଥକୁ ବୁଝାଏ, ଏହାକୁ ବ୍ୟବହାର କରିବାକୁ ଚିନ୍ତା କର। ଯଦି ନୁହେଁ, ଅନ୍ୟ ଏକ ବିକଳ୍ପ ଅଛି:

(1) ଅସମ୍ପୂର୍ଣ୍ଣ ବାକ୍ୟ କିମ୍ବା ବାକ୍ୟରେ ନିଜ ସ୍ଥାନରେ ନଥିବା ଶବ୍ଦଗୁଡ଼ିକୁ ଯୋଡ।

ଅନୁବାଦ କୌଶଳ ମତବାଦର ଉଦାହରଣ

(1) ଅସମ୍ପୂର୍ଣ୍ଣ ବାକ୍ୟ କିମ୍ବା ବାକ୍ୟରେ ନିଜ ସ୍ଥାନରେ ନଥିବା ଶବ୍ଦଗୁଡ଼ିକୁ ଯୋଡ।

ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ। (ଗୀତସଂହିତା 1:5)

ଏହେତୁ ଦୁଷ୍ଟମାନେ ବିଚାର ସ୍ଥାନରେ, ଅବା ପାପୀମାନେ ଧାର୍ମିକମାନଙ୍କ ମଣ୍ଡଳୀରେ ଠିଆ ହେବେ ନାହିଁ।

ତାପରେ ଯେତେବେଳେ ସେ ନିକଟରେ ଉପସ୍ଥିତ ହୁଅନ୍ତେ, ସେ ତାହାକୁ ପଚାରିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେ କହିଲା, “ହେ ପ୍ରଭୁ, ମୁଁ ଯେପରି ମୋହର ଦୃଷ୍ଟି ପାଏ।" (ଲୂକ 18:40ଖ-41)

ତାପରେ ଯେତେବେଳେ ବ୍ୟକ୍ତି ନିକଟରେ ଥିଲା, ଯୀଶୁ ତାହାକୁ ପଚାରିଲେ, “ମୁଁ ତୁମ୍ଭ ପାଇଁ କଅଣ କରିବି ବୋଲି ତୁମ୍ଭେ ଇଚ୍ଛା କରୁଅଛ?” ସେ କହିଲା, “ହେ ପ୍ରଭୁ, ଆପଣ ମୋତେ ସୁସ୍ଥ କରନ୍ତୁ ବୋଲି ମୁଁ ଚାହେଁ ଯେପରି ମୁଁ ଆପଣ ଦୃଷ୍ଟି ପାଇପାରେ।"

ସେ ଲିବାନୋନକୁ ଗୋଟେ ଗୋବତ୍ସ ପରି ନଚାନ୍ତି, ଓ ସିରିୟୋନକୁ ଅରଣା ଛୁଆ ପରି ନଚାନ୍ତି। (ଗୀତସଂହିତା 29:6)

ସେ ଲିବାନୋନକୁ ଗୋଟେ ଗୋବତ୍ସ ପରି ନଚାନ୍ତି, ଏବଂ ସିରିୟୋନକୁ ଗୋଟେ ଅରଣା ଛୁଆ ପରି ସେ ନଚାନ୍ତି