or_ta/translate/figs-doublenegatives/01.md

12 KiB

ଯେବେ ଗୋଟିଏ ଖଣ୍ଡବାକ୍ୟରେ ଦୁଇଟି ଶବ୍ଦ ଥାଏ ଯାହାର ପ୍ରତିଟି ଶବ୍ଦ “ନାହିଁ” ର ଅର୍ଥ ପ୍ରକାଶ କରେ, ସେତେବେଳେ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦ ଦେଖା ଦେଇଥାଏ। ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ବିଷୟକୁ ବୁଝାଇଥାଏ। ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦଗୁଡ଼ିକର ବାକ୍ୟକୁ ନିର୍ଭୁଲ ଓ ସ୍ପଷ୍ଟ ଭାବରେ ଅନୁବାଦ କରିବା ପାଇଁ, ଆପଣ ଜାଣିବା ଆବଶ୍ୟକ ଯେ ବାଇବଲରେ କେଉଁ ଶବ୍ଦ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦ ଓ ଏହି ବିଚାରଧାରାକୁ ଆପଣଙ୍କ ଭାଷାରେ କିପରି ପ୍ରକାଶ କରିବେ।

ବିବରଣ

ନାସ୍ତିବାଚକ ବା ନକରାତ୍ମକ ଶବ୍ଦଗୁଡ଼ିକ ହେଉଛି ଶବ୍ଦ ଯେଉଁଥିରେ “ନାହିଁ” ଅର୍ଥ ରହିଥାଏ। ଇଂରାଜୀ ଭାଷାରେ ଉଦାହରଣଗୁଡ଼ିକ, ଯଥା, “ନାହିଁ”, “ନୁହେଁ”, “ଜଣେ ସୁଦ୍ଧା ନୁହେଁ”, “କେହି ନୁହେଁ”, “କିଛି ନୁହେଁ”, “କେଉଁଠାରେ ନୁହେଁ”, “କଦାପି ନୁହେଁ”, “ଏହା ନୁହେଁ କି ତାହା ନୁହେଁ”, ଓ “ତହିଁ ବିନା” । ଆହୁରି ମଧ୍ୟ, କେତେକ ଶବ୍ଦ ବା ବାକ୍ୟାଂଶରେ ଉପସର୍ଗ ବା ଅନ୍ତ୍ୟପ୍ରତ୍ୟୟ ରହିଥାଏ, ଅର୍ଥ, “ନୁହେଁ” ଯଥା, ଏହି ବାକ୍ୟ ତଳେ ଗାର ଦିଆଯାଇଥିବା ଭାଗଗୁଡ଼ିକ: “ସୁଖୀ”, “ସମ୍ଭବ”, ଓ “ବ୍ୟବହାରହୀନ"। ଅନ୍ୟ ପ୍ରକାରର କେତେକ ଶବ୍ଦରେ ମଧ୍ୟ ଏକ ନକାରାତ୍ମକ ଅର୍ଥ ଅଛି, ଯଥା "ଅଭାବ" କିମ୍ବା "ଅଗ୍ରାହ୍ୟ," କିମ୍ବା "ଲଢ଼େଇ" କିମ୍ବା "ମନ୍ଦ।"

ଯେତେବବେଳେ ଏକ ଉପବାକ୍ୟର ଦୁଇଟି ଶବ୍ଦ ଥାଏ ତେବେ ସେହି ଦ୍ୱିଗୁଣ ଶବ୍ଦର ପ୍ରତ୍ୟେକ ଶବ୍ଦରେ ଗୋଟିଏ ନାସ୍ତିବାଚକ ବା ନକରାତ୍ମକ ଅର୍ଥ ଥାଏ।

ଆମ୍ଭେମାନେ ଏହା କରି ନାହିଁ କାରଣ ଆମ୍ଭମାନଙ୍କର ଅଧିକାର ନାହିଁ… (2ୟ ଥେସଲନୀକୀୟ 3:9କ ULT)

ଆଉ ଏହା ବିନା ଶପଥରେ କରାଯାଇ ନ ଥିଲା! (ଏବ୍ରୀ 7:20 ULT)

ଦୁଷ୍ଟ ଲୋକ ଦଣ୍ଡିତ ହୋଇ ଯିବ ନାହିଁ—ଏଥିରେ ନିଶ୍ଚିତ ହୁଅ। (ହିତୋପଦେଶ 11:21କ ULT)

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ଭାଷାରେ ଭିନ୍ନ ଭିନ୍ନ ବିଷୟକୁ ବୁଝାଇଥାଏ ।

  • କେତେକ ଭାଷାରେ, ଯଥା, ସ୍ପେନୀୟ ଭାଷା, ଦୁଇ ଅର୍ଥବୋଧକ ନାସ୍ତିବାଚକ ନକରାତ୍ମକ ଶବ୍ଦକୁ ଗୁରୁତ୍ଵ ଆରୋପ କରିଥାଏ । ନିମ୍ନ ଲିଖିତ ସ୍ପେନୀୟ ବାକ୍ୟ No ví a nadie ଯାହାର ଆକ୍ଷରିକ ଅର୍ଥ, “ମୁଁ କୌଣସି ବ୍ୟକ୍ତିଙ୍କୁ ଦେଖି ନାହିଁ ।” ଏହାର ଉଭୟ ଶବ୍ଦ “ନାହିଁ” କ୍ରିୟାପଦ ପରେ ଲାଗିଛି ଓ 'nadie' ଯାହାର ଅର୍ଥ, “କେହି ନୁହେଁ” । ଦୁଇଟି ନାସ୍ତିବାଚକ ପରସ୍ପର ସହ ଚୁକ୍ତି ସହ ଥିବା ଦେଖୁଅଛୁ, ଓ ବାକ୍ୟର ଅର୍ଥ, “ମୁଁ କୌଣସି ବ୍ୟକ୍ତିଙ୍କୁ ଦେଖି ନାହିଁ ।”
  • କେତେକ ଭାଷାରେ, ଦ୍ଵିତୀୟ ନାସ୍ତିବାଚକ ଶବ୍ଦ ପ୍ରଥମଟିକୁ ପ୍ରତ୍ୟାହାର କରି ସକାରାତ୍ମକ ବାକ୍ୟକୁ ସୃଷ୍ଟି କରିଥାଏ । ଏଣୁ, “ସେ ଅଜ୍ଞାନୀ ନୁହେଁ”ର ଅର୍ଥ “ସେ ଜ୍ଞାନୀ ଅଟେ”କୁ ବୁଝାଏ ।
  • କେତେକ ଭାଷାରେ, ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦ ସକାରାତ୍ମକ ବାକ୍ୟ ଗଠନ କରେ, କିନ୍ତୁ ଏହା ଦୁର୍ବଳ ବକ୍ତବ୍ୟ ହୋଇଥାଏ । ଏଣୁ, “ସେ ଅଜ୍ଞାନୀ ନୁହେଁ”ର ଅର୍ଥ “ସେ କିଛି ମାତ୍ରାରେ ଜ୍ଞାନୀ ଅଟେ”କୁ ବୁଝାଏ ।
  • କେତେକ ଭାଷାରେ, ଯଥା ବାଇବଲର ଭାଷାରେ, ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦ ସକାରାତ୍ମକ ବାକ୍ୟକୁ ସୃଷ୍ଟି କରି, ଅନେକ ସମୟରେ ବକ୍ତବ୍ୟକୁ ବଳିଷ୍ଠ କରିଥାଏ । ଏଣୁ, “ସେ ଅଜ୍ଞାନୀ ନୁହେଁ”ର ଅର୍ଥ “ସେ ଜ୍ଞାନୀ ଅଟେ” କିମ୍ବା “ସେ ଅଧିକ ଜ୍ଞାନୀ ଅଟନ୍ତି” କୁ ବୁଝାଇ ପାରେ ।

ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦଗୁଡ଼ିକର ବାକ୍ୟକୁ ନିର୍ଭୁଲ ଓ ସ୍ପଷ୍ଟ ଭାବରେ ଆପଣଙ୍କ ଭାଷାରେ ଅନୁବାଦ କରିବା ପାଇଁ, ଆପଣ ଜାଣିବା ଆବଶ୍ୟକ ଯେ ବାଇବଲରେ କେଉଁ ଶବ୍ଦ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦ ଓ ଏହି ବିଚାରଧାରାକୁ ଆପଣଙ୍କ ଭାଷାରେ କିପରି ପ୍ରକାଶ କରିବେ ।

ବାଇବଲରୁ କେତେକ ଉଦାହରଣ

… ଯେପରି ଫଳ ବିହୀନ ହୁଅନ୍ତୁ। (ତୀତସ୍ 3:14ଖ ULT)

ଏହାର ଅର୍ଥ, “ଯେପରି ସେମାନେ ଫଳଦାଯକ ହେବେ।”

ତାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ ହେଲା; ଆଉ ଯେସମସ୍ତ ସୃଷ୍ଟ ହୋଇଅଛି, ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିନା ସୃଷ୍ଟ ହୋଇ ନାହିଁ। (ଯୋହନ 1:3 ULT)

ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦକୁ ବ୍ୟବହାର କରିବା ଦ୍ଵାରା, ଯୋହନ ଗୁରୁତ୍ଵାରୋପ କରୁଛି ଯେ, ଈଶ୍ଵରଙ୍କ ପୁତ୍ର ବାସ୍ତବରେ ସମସ୍ତ ସୃଷ୍ଟି କରିଅଛନ୍ତି ।

ଅନୁବାଦ କୌଶଳ

ଯଦି ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦଗୁଡ଼ିକ ପ୍ରାକୃତିକ ଓ ଆପଣଙ୍କର ଭାଷାରେ ସକାରାତ୍ମକକୁ ପ୍ରକାଶ କରିବାରେ ବ୍ୟବହୃତ, ତେବେ ସେଗୁଡ଼ିକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ। ନତୁବା, ଆପଣ ଏହି କୌଶଳକୁ ବ୍ୟବହାର କରିବା ପାଇଁ ବିଚାର କରି ପାରିବେ: (1) ଯଦି ବାଇବଲରେ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦର ଉଦ୍ଦେଶ୍ୟ କେବଳ ଏକ ସକାରାତ୍ମକ ବକ୍ତବ୍ୟକୁ ସୂଚିତ କରିବା ଅଟେ, ଏବଂ ଯଦି ଏହା ଆପଣଙ୍କ ଭାଷାରେ ତାହା ବୁଝାଉ ନାହିଁ, ତେବେ ଦୁଇଟି ନକରାତ୍ମକ/ନାସ୍ତିସୂଚକ ଶବ୍ଦକୁ ବାହାର କଲେ, ଏହା ସକାରାତ୍ମକ ଶବ୍ଦ ହୋଇଯିବ। (2) ଯଦି ବାଇବଲରେ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦର ଉଦ୍ଦେଶ୍ୟ କେବଳ ଏକ ବଳିଷ୍ଠ ସକାରାତ୍ମକ ବକ୍ତବ୍ୟକୁ ସୂଚିତ କରିବା ଅଟେ, ଏବଂ ଯଦି ଏହା ଆପଣଙ୍କ ଭାଷାରେ ତାହା ବୁଝାଉ ନାହିଁ, ତେବେ ଦୁଇଟି ନକରାତ୍ମକ/ନାସ୍ତିସୂଚକ ଶବ୍ଦକୁ ବାହାର କରି, “ଅଧିକ” ବା “ନିଶ୍ଚିତ ଭାବରେ” ଭଳି ବଳିଷ୍ଟ ଶବ୍ଦ ବା ଖଣ୍ଡବାକ୍ୟକୁ ଲେଖ।

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ବାଇବଲରେ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦର ଉଦ୍ଦେଶ୍ୟ କେବଳ ଏକ ସକାରାତ୍ମକ ବକ୍ତବ୍ୟକୁ ସୂଚିତ କରିବା ଅଟେ, ଏବଂ ଯଦି ଏହା ଆପଣଙ୍କ ଭାଷାରେ ତାହା ବୁଝାଉ ନାହିଁ, ତେବେ ଦୁଇଟି ନକରାତ୍ମକ/ନାସ୍ତିସୂଚକ ଶବ୍ଦକୁ ବାହାର କଲେ, ଏହା ସକାରାତ୍ମକ ଶବ୍ଦ ହୋଇଯିବ।

କାରଣ ଆମ୍ଭମାନଙ୍କର ମହାଯାଜକ ନାହିଁ ଯିଏ ଆମ୍ଭମାନଙ୍କ ଦୁର୍ବଳତା ପ୍ରତି ସହାନୁଭୁତି ବୋଧ କରି ପାରନ୍ତି ନାହିଁ। (ଏବ୍ରୀ 4:15କ ULT)

"ଯେଣୁ ଆମ୍ଭମାନଙ୍କର ଜଣେ ମହାଯାଜକ ଅଛନ୍ତି ଯିଏ ଆମ୍ଭମାନଙ୍କର ଦୁର୍ବଳତା ପ୍ରତି ସହାନୁଭୁତି ବୋଧ କରି ପାରନ୍ତି।"

… ଯଥାକ୍ରମେ ଫଳହୀନ ହେଉ। (ତୀତସ 3:14ଖ ULT)

"… ଯେପରି ସେମାନେ ଫଳଦାୟକ ହେବେ।”

(2) ଯଦି ବାଇବଲରେ ଦୁଇ ଅର୍ଥବୋଧକ ନାସ୍ତିବାଚକ ଶବ୍ଦର ଉଦ୍ଦେଶ୍ୟ କେବଳ ଏକ ବଳିଷ୍ଠ ସକାରାତ୍ମକ ବକ୍ତବ୍ୟକୁ ସୂଚିତ କରିବା ଅଟେ, ଏବଂ ଯଦି ତାହା ଆପଣଙ୍କ ଭାଷାରେ ବୁଝାଉ ନାହିଁ, ତେବେ ଦୁଇଟି ନକରାତ୍ମକ/ନାସ୍ତିସୂଚକ ଶବ୍ଦକୁ ବାହାର କରି, “ଅଧିକ” ବା “ନିଶ୍ଚିତଭାବରେ” ବଳିଷ୍ଟ ଶବ୍ଦ ବା ଖଣ୍ଡବାକ୍ୟକୁ ଲେଖ।

ଦୁଷ୍ଟ ଲୋକେ ଦଣ୍ଡିତ ହୋଇ ଯିବ ନାହିଁ—ଏଥିରେ ନିଶ୍ଚିତ ହୁଅ। (ହିତୋପଦେଶ 11:21କ ULT)

“ମନ୍ଦ ଲୋକେ ନିଶ୍ଚିତ ରୂପେ ଦଣ୍ଡିତ ହେବେ।"

ତାହାଙ୍କ ଦ୍ଵାରା ସମସ୍ତ ସୃଷ୍ଟ ହୋଇଅଛି ଆଉ ସେଥିମଧ୍ୟରୁ ଗୋଟିଏ ସୁଦ୍ଧା ତାହାଙ୍କ ବିହୁନେ ସୃଷ୍ଟ ହୋଇ ନାହିଁ।" (ଯୋହନ 1:3 ULT)

“ସମସ୍ତ ବିଷୟ ତାହାଙ୍କ ଦ୍ଵାରା ସୃଷ୍ଟ ହୋଇଅଛି। ଯାହା ସବୁ ସୃଷ୍ଟି ହୋଇଅଛି ସେସବୁକୁ ସେ ବାସ୍ତବରେ ସୃଷ୍ଟି କରିଅଛନ୍ତି।