or_ta/translate/figs-declarative/01.md

12 KiB

ବିବରଣ

ସାଧାରଣତଃ ତଥ୍ୟ ପ୍ରଦାନ କରିବା ପାଇଁ ବକ୍ତବ୍ୟଗୁଡ଼ିକୁ ବ୍ୟବହାର କରାଯାଇଥାଏ । କିନ୍ତୁ ଅନେକ ସମୟରେ ସେମାନଙ୍କୁ ବାଇବେଲରେ ଥିବା ଅନ୍ୟ ବିଶେଷ ଉଦ୍ଦେଶ୍ୟଗୁଡ଼ିକ ନିମନ୍ତେ ବ୍ୟବହାର କରାଯାଇଥାଏ ।

ଉଦ୍ଦେଶ୍ୟ ଏହା ଅନୁବାଦର ସମସ୍ୟା ଅଟେ

କେତେକ ଭାଷାଗୁଡ଼ିକ କେତେକ ଉଦ୍ଦେଶ୍ୟଗୁଡ଼ିକ ନିମନ୍ତେ ବକ୍ତବ୍ୟକୁ ବ୍ୟବହାର କରନ୍ତି ନାହିଁ, ଯାହାକି ବାଇବେଲରେ ସେହି ବକ୍ତବ୍ୟଗୁଡ଼ିକ ବ୍ୟବହୃତ ହୋଇଥାଏ।

ବାଇବେଲରୁ କେତେକ ଉଦାହରଣ

ସାଧାରଣତଃ ବକ୍ତବ୍ୟଗୁଡ଼ିକୁ ତଥ୍ୟ ପ୍ରଦାନ କରିବା ପାଇଁ ବ୍ୟବହାର କରାଯାଇଥାଏ। ଯୋହନ 1:6-8 ରେ ସମସ୍ତ ବାକ୍ୟ ନିମ୍ନରେ ଦିଆଯାଇଛି, ଏବଂ ସେମାନଙ୍କର କାର୍ଯ୍ୟ ହେଉଛି ତଥ୍ୟ ପ୍ରଦାନ କରିବା ।

ଈଶ୍ଵରଙ୍କ ନିକଟରୁ ପ୍ରେରିତ ଜଣେ ବ୍ୟକ୍ତି ଉପସ୍ଥିତ ହେଲେ, ତାହାଙ୍କ ନାମ ଯୋହନ ଥିଲା। ସେ ଯେପରି ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦିଅନ୍ତି, ପୁଣି ତାହାଙ୍କ ଦ୍ଵାରା ସମସ୍ତେ ବିଶ୍ୱାସ କରନ୍ତି, ଏଥିପାଇଁ ସେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। ଯୋହନ ସେହି ଜ୍ୟୋତିଃ ନ ଥିଲେ, କିନ୍ତୁ ଜ୍ୟୋତିଃ ବିଷୟରେ ସାକ୍ଷ୍ୟ ଦେବା ନିମନ୍ତେ ଆସିଲେ। (ଯୋହନ 1:6-8 ULT)

ବକ୍ତବ୍ୟକୁ ମଧ୍ୟ ଆଦେଶ ରୂପେ ଅନ୍ୟକୁ କ'ଣ କରିବାକୁ ହେବ ତାହା କହିବା ପାଇଁ ବ୍ୟବହାର କରାଯାଇ ପାରେ। ନିମ୍ନରେ ଉଲ୍ଲେଖ ଉଦାହରଣଗୁଡ଼ିକରେ, ମହାଯାଜକ ଆପଣା ବକ୍ତବ୍ୟକୁ ଲୋକମାନେ କ'ଣ କରିବାକୁ ହେବ ତାହା କହିବା ପାଇଁ “ରହିବେ” କ୍ରିୟାପଦର ବ୍ୟବହାର କରିଥିଲେ।

ଆଉ ସେ ସେମାନଙ୍କୁ ଆଜ୍ଞା ଦେଇ କହିଲେ, ତୁମ୍ଭମାନେ ଏହା ତୁମ୍ଭ ନିଶ୍ଚୟ କରିବ।ତୁମ୍ଭମାନଙ୍କ ମଧ୍ୟରୁ ଯେଉଁମାନେ ବିଶ୍ରାମଦିନରେ ଆସନ୍ତି ସେମାନଙ୍କର ତୃତୀୟାଂଶ ରାଜଗୃହର ରକ୍ଷଣୀୟ ରକ୍ଷା କରିବେ, ଓ ତୃତୀୟାଂଶ ସୁର ଦ୍ଵାରରେ ରହିବେ ଓ ତୃତୀୟାଂଶ ପ୍ରହରୀବର୍ଗର ପଶ୍ଚାତ୍ ଦ୍ଵାରରେ ରହିବେ; ଏହିରୂପେ ତୁମ୍ଭେମାନେ ଗୃହର ରକ୍ଷଣୀୟ ରକ୍ଷା କରି ପ୍ରତିରୋଧକ ହେବ।“ (2ୟ ରାଜାବଳୀ 11:5 ULT)

ବକ୍ତବ୍ୟକୁ ମଧ୍ୟ ପରାମର୍ଶଗୁଡ଼ିକ ଦେବା ପାଇଁ ବ୍ୟବହାର କରାଯାଇ ପାରିବ। ନିମ୍ନରେ ବକ୍ତା କହୁ ନ ଥିଲେ କି ଯୋଷେଫ ଭବିଷ୍ୟତରେ କ’ଣ କରିବେ; କିନ୍ତୁ ସେ କହୁଥିଲେ କି ଯୋଷେଫକୁ କ’ଣ କରିବା ଆବଶ୍ୟକ ଥିଲା।

ସେ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। (ମାଥିଉ 1:21 ULT)

ବକ୍ତବ୍ୟକୁ ମଧ୍ୟ ବିନତି କରିବା ପାଇଁ ବ୍ୟବହାର କରାଯାଇ ପାରିବ। ଯୀଶୁ କଣ କରିବାକୁ ସକ୍ଷମ କୁଷ୍ଠରୋଗୀ ତାହା କେବଳ କହି ନଥିଲେ। ତାହାକୁ ସୁସ୍ଥ କରିବା ପାଇଁ ମଧ୍ୟ ସେ ଯୀଶୁଙ୍କୁ କହିଥିଲେ।

ଆଉ ଦେଖ, ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, “ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତେ, ତୁମ୍ଭେ ମତେ ଶୁଚି କରି ପାରନ୍ତି।" (ମାଥିଉ 8:2 ULT)

ବକ୍ତବ୍ୟକୁ ମଧ୍ୟ କିଛି କାର୍ଯ୍ୟ ସମ୍ପାଦନ କରିବା ପାଇଁ ବ୍ୟବହାର କରାଯାଇ ପାରିବ। ତାହାଙ୍କ ସକାଶୁ ଭୂମି ଶାପଗ୍ରସ୍ତ ହେଲା ବୋଲି ଆଦମଙ୍କୁ କହିବା ଏହା ସୁଚାଏ ଯେ, ପରମେଶ୍ଵର ବାସ୍ତବରେ ଭୂମିକୁ ହିଁ ଶ୍ରାପ ଦେଲେ।

… ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; (ଆଦି ପୁସ୍ତକ 3:17 ULT)

ତୁମ୍ଭର ପାପସବୁ କ୍ଷମା କରାଗଲା ବୋଲି ସେହି ବ୍ୟକ୍ତିଙ୍କୁ କହିବା ଏହା ସୁଚାଏ ଯେ, ସେହି ବ୍ୟକ୍ତିଙ୍କ ପାପସବୁକୁ ଯୀଶୁ କ୍ଷମା କଲେ

ଯୀଶୁ ସେମାନଙ୍କର ବିଶ୍ଵାସ ଦେଖି ସେହି ପକ୍ଷାଘାତ ରୋଗୀକୁ କହିଲେ, “ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା।” (ମାର୍କ 2:5 ULT)

ଅନୁବାଦ କୌଶଳ

(1) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ବ୍ୟବହାର କରନ୍ତୁ

(2) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ଯୋଗ କରନ୍ତୁ

(3) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ କ୍ରିୟାପଦ ରୂପରେଖାକୁ ବ୍ୟବହାର କରନ୍ତୁ

ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

(1) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ବ୍ୟବହାର କରନ୍ତୁ।

ସେ ପୁତ୍ର ସନ୍ତାନକୁ ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। (ମାଥିଉ 1:21 ULT)।

“ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ” ବାକ୍ୟାଂଶଟି ଏକ ପରାମର୍ଶ ଅଟେ। ଏହା ଏକ ପ୍ରକାର ସାଧାରଣ ପରାମର୍ଶ ବାକ୍ୟକୁ ବ୍ୟବହାର କରି ଅନୁବାଦ କରାଯାଇପାରିବ।

ସେ ଏକ ପୁତ୍ର ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।

(2) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ ପ୍ରକାର ବାକ୍ୟକୁ ଯୋଗ କରନ୍ତୁ।

ହେ ପ୍ରଭୁ, ଦୟାକରି ମୋତେ ସୁସ୍ଥ କରନ୍ତୁ, କାରଣ ମୁଁ ଜାଣେ ଆପଣ ମୋତେ ସୁସ୍ଥ କରିବାକୁ ସକ୍ଷମ ଅଟନ୍ତି ଯଦି ଆପଣ ଇଚ୍ଛା କରନ୍ତି। (ମାଥିଉ 8:2 ULT) ।

“ମୁଁ ଜାଣେ ଆପଣ କରିପାରନ୍ତି” ଏହା ବିନତି କରିବା କାର୍ଯ୍ୟର ସମ୍ପାଦନ କରେ। ଆହୁରି ମଧ୍ୟ ବକ୍ତବ୍ୟରେ, ଏକ ନିବେଦନ/ଅନୁରୋଧକୁ ଯୋଗ କରାଯାଇପାରିବ।

ହେ ପ୍ରଭୁ, ମୁଁ ଜାଣେ ଆପଣ ମୋତେ ସୁସ୍ଥ କରି ପାରନ୍ତି,। ଯଦି ଆପଣ ଇଚ୍ଛା କରନ୍ତି, ଦୟାକରି ସେପରି କରନ୍ତୁ**।**

ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି, ଦୟାକରି ମୋତେ ସୁସ୍ଥ କରନ୍ତୁ  ମୁଁ ଜାଣେ ଆପଣ ଏହା କରି ପାରିବେ**।**

(3) ଯଦି ବକ୍ତବ୍ୟର ବିଶେଷ ଉଦ୍ଦେଶ୍ୟକୁ ଆପଣଙ୍କ ଭାଷାରେ ସଠିକ୍ ଭାବେ ବୁଝି ହେଉନି, ତେବେ ସେହି ଉଦ୍ଦେଶ୍ୟର ଭାବକୁ ପ୍ରକାଶ କରୁଥିବା ଏକ କ୍ରିୟାପଦ ରୂପରେଖାକୁ ବ୍ୟବହାର କରନ୍ତୁ।

ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିବେ, ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକମାନଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ। (ମାଥିଉ 1:21 ULT)

ସେ ଏକ ପୁତ୍ର ସନ୍ତାନକୁ ପ୍ରସବ କରିବେ,  ଆଉ ତୁମ୍ଭେ ତାହାଙ୍କ ନାମ ଯୀଶୁ ବୋଲି ଡାକିବା ଉଚିତ୍, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କର ସମସ୍ତ ପାପରୁ ପରିତ୍ରାଣ କରିବେ।

ବତ୍ସ, ତୁମ୍ଭର ପାପସବୁ କ୍ଷମା କରାଗଲା । (ମାର୍କ 2:5 ULT)

ବତ୍ସ, ମୁଁ ତୁମ୍ଭର ପାପସବୁ କ୍ଷମା କଲି।

ବତ୍ସ, ପରମେଶ୍ଵର ତୁମ୍ଭର ପାପସବୁ କ୍ଷମା କରିଛନ୍ତି।