or_ta/translate/figs-abstractnouns/01.md

14 KiB

ଗୁଣବାଚକ ବିଶେଷ୍ୟଗୁଡ଼ିକ ସଂଜ୍ଞା ଅଟେ ଯାହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କକୁ ଦର୍ଶାଇଥାଏ। ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା, ଖୁସି, ଓଜନ, ଭାବନା ପ୍ରତି ଆଘାତ, ଏକତା, ବନ୍ଧୁତ୍ଵ, ସ୍ୱାସ୍ଥ୍ୟ, ଓ ବିଚାର ଶକ୍ତି। ଏହା ଏକ ଅନୁବାଦ ସମସ୍ୟା ଅଟେ କାରଣ କେତେକ ଭାଷା ଗୁଣବାଚକ ବିଶେଷ୍ୟ ସହ ନିର୍ଦ୍ଦିଷ୍ଟ ଧାରଣାକୁ ପ୍ରକାଶ କରିପାରେ, ଯେବେକି ଅନ୍ୟାନ୍ୟ ଭାଷାଗୁଡିକ ଭିନ୍ନ ଭାବରେ ପ୍ରକାଶ କରିବା ଆବଶ୍ୟକ ମନେ କରିପାରନ୍ତି।

ବିବରଣ

ମନେ ରଖନ୍ତୁ ଯେ ସଂଜ୍ଞାଗୁଡ଼ିକ ଗୋଟିଏ ଗୋଟିଏ ଶବ୍ଦ ଅଟେ ଯାହା ଜଣେ ବ୍ୟକ୍ତି, ସ୍ଥାନ, ପଦାର୍ଥ, ବା ବିଚାରଧାରାକୁ ଦର୍ଶାଏ। ଗୁଣସୂଚକ ବିଶେଷ୍ୟ ଏକ ସଂଜ୍ଞା ଯାହା ବିଚାରଧାରାଗୁଡ଼ିକୁ ଦର୍ଶାଇଥାଏ। ଏହା ସ୍ଵଭାବ, ଗୁଣ, ଘଟଣାବଳୀ, ପରିସ୍ଥିତି, କିମ୍ବା ଏପରିକି ଏହି ଧାରଣାଗୁଡ଼ିକ ମଧ୍ୟରେ ଥିବା ସମ୍ପର୍କଗୁଡ଼ିକ ହୋଇପାରେ। ଏହି ବିଷୟଗୁଡ଼ିକ ଯାହା ଶାରୀରିକ କାଣ୍ଡଜ୍ଞାନରେ ଦେଖିହୁଏ ନାହିଁ କି ସ୍ପର୍ଶ କରି ପାରି ହୁଏନି, ଯଥା ଆନନ୍ଦ, ଶାନ୍ତି, ସୃଷ୍ଟି, ଉତ୍ତମତା, ତୃପ୍ତି, ନ୍ୟାୟ, ସତ୍ୟତା, ସ୍ଵାଧୀନ, ପ୍ରତିଶୋଧ, ଧୀରତା, ଲମ୍ବ, ଓ ଦୈର୍ଘ୍ୟ।

ଗୁଣବାଚକ ବିଶେଷ୍ୟଗୁଡ଼ିକୁ ବ୍ୟବହାର କରି ସଂକ୍ଷିପ୍ତ ଶବ୍ଦରେ ବିଚାରଧାରା ବିଷୟରେ କିଛି ଚିନ୍ତାଧାରାକୁ ପ୍ରକାଶ କରିବା ପାଇଁ ଲୋକଙ୍କୁ ଅନୁମତି ଦିଅନ୍ତୁ, ଯଦି ସେମାନଙ୍କ ପାଖରେ ସେହି ସଂଜ୍ଞାଗୁଡ଼ିକ ନଥାଏ। ଏହା କୌଣସି କାର୍ଯ୍ୟ ବା ଗୁଣଗୁଡ଼ିକୁ ନାମ ଦେବାର ଏକ ମାଧ୍ୟମ ଅଟେ, ଯଦ୍ୱାରା ଯଦିଚ ସେଗୁଡ଼ିକ ପଦାର୍ଥ ହେଲେ ସୁଧା ଲୋକମାନେ ତହିଁ ବିଷୟରେ କହିପାରିବେ। ଏହା ଭାଷାରେ ସହଜ ପଦ୍ଧତି ପରି ଅଟେ। ଉଦାହରଣ ସ୍ଵରୂପେ, ଗୁଣବାଚକ ବିଶେଷ୍ୟକୁ ବ୍ୟବହାର କରିବା ଭାଷାଗୁଡ଼ିକରେ, ଲୋକେ କହି ପାରିବେ, “ମୁଁ ପାପକ୍ଷମାରେ ବିଶ୍ୱାସ କରେ।” କିନ୍ତୁ କେତେକ ଭାଷାରେ ଅଧିକାଂଶ ଗୁଣ/ଭାବ ବାଚକ ବିଶେଷ୍ୟ ବ୍ୟବହାର କରାଯାଏ ନାହିଁ। ଏହି ଭାଷାଗୁଡ଼ିକରେ, ହୋଇପାରେ ବକ୍ତାମାନଙ୍କର ଗୁଣ/ଭାବ ବାଚକ ବିଶେଷ୍ୟ “ପାପ” ଓ “କ୍ଷମା” ଶବ୍ଦଗୁଡ଼ିକ ନ ରହିପାରେ, କିନ୍ତୁ ସେମାନେ ଅନ୍ୟ ଭାବରେ ସମାନ ଅର୍ଥକୁ ପ୍ରକାଶ କରିବେ। ଉଦାହରଣ ସ୍ଵରୂପ, “ମୁଁ ବିଶ୍ୱାସ କରେ ଯେ ଲୋକମାନେ ପାପ କରିବା ପରେ ପରମେଶ୍ଵର ସେମାନଙ୍କୁ କ୍ଷମା କରିବାକୁ ଇଛୁକ ଅଟନ୍ତି”, ସେହି ଧାରଣାଗୁଡ଼ିକ ନିମନ୍ତେ ବିଶେଷ୍ୟ ବଦଳରେ କ୍ରିୟା ବାକ୍ୟାଂଶ ବ୍ୟବହାର କରିବା ଦ୍ଵାରା ସେମାନେ ମତ ବ୍ୟକ୍ତ କରିବେ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ହୋଇପାରେ ଆପଣ ଅନୁବାଦ କରୁଥିବା ବାଇବଲ ନିର୍ଦ୍ଦିଷ୍ଟ ବିଚାରଧାରାକୁ ପ୍ରକାଶ କରିବା ପାଇଁ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରେ। ଆପଣଙ୍କ ଭାଷା ସେହି କେତେକ ବିଚାରଧାରା ନିମନ୍ତେ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକୁ ବ୍ୟବହାର କରୁ ନ ଥାଇପାରେ। ଏହା ପରିବର୍ତ୍ତେ, ସେହି ବିଚାରଧାରାକୁ ପ୍ରକାଶ କରିବା ପାଇଁ ଖଣ୍ଡବାକ୍ୟର ବ୍ୟବହାର କରୁଥାଇ ପାରନ୍ତି। ସେହି ଖଣ୍ଡବାକ୍ୟ ବା ବାକ୍ୟାଂଶଗୁଡ଼ିକ ଗୁଣବାଚକ ବିଶେଷ୍ୟ ଶବ୍ଦଗୁଡ଼ିକର ଅର୍ଥକୁ ପ୍ରକାଶ କରିବା ପାଇଁ ଅନ୍ୟ ପ୍ରକାର ଶବ୍ଦଗୁଡ଼ିକୁ, ଯଥା, ବିଶେଷଣ, କ୍ରିୟାପଦ, ବା କ୍ରିୟା ବିଶେଷଣ ଶବ୍ଦଗୁଡ଼ିକୁ ବ୍ୟବହାର କରିବ। ଉଦାହରଣ ସ୍ଵରୂପେ, “ଏହାର ଓଜନ କେତେ?” ଏହାକୁ “ଏହା କେତେ ବୋଝ ହେଉଛି?” ବା “ଏହା କେତେ ଭାରି ଅଟେ?” ଭାବରେ ପ୍ରକାଶ କରାଯାଇପାରିବ।

ବାଇବଲରୁ କେତେକ ଉଦାହରଣ

ବାଲ୍ୟକାଳରୁ ତୁମ୍ଭେ ପବିତ୍ର ଲେଖାସବୁ ଜ୍ଞାତ ଅଛ। (2ୟ ତୀମଥି 3:15କ ULT)

ଗୁଣ/ଭାବ ବାଚକ ବିଶେଷ୍ୟ “ବାଲ୍ୟକାଳ” ଜଣେ ଶିଶୁଥିବା ସମୟର ଅବସ୍ଥାକୁ ସୁଚାଏ।

କିନ୍ତୁ ଈଶ୍ଵରପରାୟଣତା ସହ ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ। (1ମ ତୀମଥି 6:6 ULT)

ଗୁଣ/ଭାବ ବାଚକ ବିଶେଷ୍ୟଗୁଡ଼ିକ “ଈଶ୍ଵରପରାୟଣତା” ଓ “ସନ୍ତୋଷଭାବଯୁକ୍ତ”, ଏହା ଈଶ୍ଵରପରାୟଣ ଓ ସନ୍ତୁଷ୍ଟକୁ ସୁଚାଏ। ଗୁଣବାଚକ ବିଶେଷ୍ୟ ଶବ୍ଦ “ଲାଭଜନକ”, ଏହା ଜଣକୁ ଉପକାର ବା ସାହାଯ୍ୟ ମିଳୁଥିବା ବିଷୟକୁ ସୁଚାଏ।

ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଅବ୍ରହାମଙ୍କ ଜଣେ ସନ୍ତାନ। (ଲୂକ 19:9 ULT)

ଗୁଣବାଚକ ବିଶେଷ୍ୟ ଶବ୍ଦ “ପରିତ୍ରାଣ”, ଏହା ଉଦ୍ଧାରପ୍ରାପ୍ତକୁ ସୁଚାଏ।

ଯେପରି କେତେକ ଲୋକ ବିଳମ୍ବିତ ବୋଲି ବିଚାର କରନ୍ତି, ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ସେପରି ବିଳମ୍ବ କରନ୍ତି ନାହିଁ; (2ୟ ପିତର 3:9କ ULT)

ଗୁଣ/ଭାବ ବାଚକ ବିଶେଷ୍ୟ ଶବ୍ଦ “ବିଳମ୍ବ” କିପରି ଗୋଟିଏ ବିଷୟ ଧୀର କାର୍ଯ୍ୟ କରିଥାଏ ତାହାକୁ ସୁଚାଏ।

ସେ ଅନ୍ଧକାରର ଗୁପ୍ତ ବିଷୟଗୁଡିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପ ସମସ୍ତ ପ୍ରକାଶ କରିବେ। (1ମ କରନ୍ଥୀୟ 4:5ଖ ULT)

ଗୁଣ/ଭାବ ବାଚକ ବିଶେଷ୍ୟ ଶବ୍ଦ “ସଂକଳ୍ପ ସମସ୍ତ”, ଏହା ସେ ଜିନିଷକୁ ବୁଝାଏ ଯାହା ଲୋକେ କୌଣସି କାର୍ଯ୍ୟକୁ କରିବାକୁ ଚାହାନ୍ତି ଓ ସେମାନେ କରିବାକୁ ଚାହୁଥିଵ କାରଣଗୁଡ଼ିକୁ ସୂଚିତ କରେ।

ଅନୁବାଦ କୌଶଳ

ଯଦି ଭାବ/ଗୁଣ ବାଚକ ବିଶେଷ୍ୟ ଶବ୍ଦ ସ୍ଵାଭାବିକ ଓ ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥ ପ୍ରକାଶ କରୁଛି, ତେବେ ଏହାକୁ ବ୍ୟବହାର କରିବାକୁ ବିଚାର କରନ୍ତୁ। ଯଦି ନାହିଁ, ତେବେ ଏଠାରେ ବାଛିବାର ଅଧିକାରଗୁଡ଼ିକ ଦିଆଗଲା।

(1) ଗୁଣବାଚକ ବିଶେଷ୍ୟ ଶବ୍ଦର ଅର୍ଥ ପ୍ରକାଶ କରୁଥିବା ବାକ୍ୟଗୁଡ଼ିକୁ ଖଣ୍ଡବାକ୍ୟ ବା ବାକ୍ୟାଂଶ ସହ ଭିନ୍ନ ଶବ୍ଦରେ ପୁନର୍ବାର ପ୍ରକାଶ କର। ସଂଜ୍ଞା ପରିବର୍ତ୍ତେ, ନୂତନ ବାକ୍ୟାଂଶ ଗୁଣବାଚକ ବିଶେଷ୍ୟ ଶବ୍ଦର ବିଚାରଧାରାକୁ ପ୍ରକାଶ କରିବା ପାଇଁ କ୍ରିୟାପଦ, କ୍ରିୟା ବିଶେଷଣ, ବା ବିଶେଷଣକୁ ବ୍ୟବହାର କରିବ।

ପ୍ରୟୋଗ କରାଯାଇଥିବା ଅନୁବାଦ ରଣକୌଶଳର ଉଦାହରଣଗୁଡ଼ିକ

(1) ଗୁଣବାଚକ ବିଶେଷ୍ୟ ଶବ୍ଦର ଅର୍ଥ ପ୍ରକାଶ କରୁଥିବା ବାକ୍ୟଗୁଡ଼ିକୁ ଖଣ୍ଡବାକ୍ୟ ବା ବାକ୍ୟାଂଶ ସହ ଭିନ୍ନ ଶବ୍ଦରେ ପୁନର୍ବାର ପ୍ରକାଶ କର। ସଂଜ୍ଞା ପରିବର୍ତ୍ତେ, ନୂତନ ବାକ୍ୟାଂଶ ଗୁଣବାଚକ ବିଶେଷ୍ୟ ଶବ୍ଦର ବିଚାରଧାରାକୁ ପ୍ରକାଶ କରିବା ପାଇଁ କ୍ରିୟାପଦ, କ୍ରିୟା ବିଶେଷଣ, ବା ବିଶେଷଣକୁ ବ୍ୟବହାର କରିବ।

… ତାହା ତୁମେ ବାଲ୍ୟକାଳ ଠାରୁ ଜ୍ଞାତ ଅଛ … (2ୟ ତୀମଥି 3:15କ ULT)

ଯେବେ ତୁମେ ଶିଶୁ ଥିଲ ସେବେଠାରୁ ତୁମ୍ଭେ ପବିତ୍ର ଲେଖାଗୁଡ଼ିକୁ ଜାଣିଛ। > କିନ୍ତୁ ଈଶ୍ଵରପରାୟଣତା ସନ୍ତୋଷଭାବଯୁକ୍ତ ହେଲେ ପ୍ରକୃତରେ ବିଶେଷ ଲାଭଜନକ। (1ମ ତୀମଥି 6:6 ULT)

ଈଶ୍ଵରପରାୟଣସନ୍ତୁଷ୍ଟତା ଅଧିକ ଉପକାରୀ ଅଟେ। କିନ୍ତୁ ଯେବେ ଆମେ ଈଶ୍ଵରପରାୟଣସନ୍ତୁଷ୍ଟ, ସେତେବେଳେ ଆମେ ବହୁ ପରିମାଣରେ ଉପକୃତ। କିନ୍ତୁ ଯେବେ ଆମ୍ଭେମାନେ ଈଶ୍ଵରଙ୍କୁ ସମାଦର କରୁ ଓ ବାଧ୍ୟ ହେଉ ଆଉ ଯେବେ ଆମ୍ଭେମାନେ ଆମ୍ଭମାନଙ୍କର ଯାହା ଅଛି ସେଥିରେ ସନ୍ତୁଷ୍ଟ ଅଟୁ ସେତେବେଳେ ଆମ୍ଭେମାନେ ବହୁ ପରିମାଣରେ ଉପକୃତ

ଆଜି ଏହି ଗୃହରେ ପରିତ୍ରାଣ ଉପସ୍ଥିତ ହୋଇଅଛି, ଯେଣୁ ଏ ମଧ୍ୟ ଆବ୍ରାହମଙ୍କ ଜଣେ ସନ୍ତାନ। (ଲୂକ 19:9 ULT)

ଆଜି ଏହି ଗୃହରେ ଥିବା ଲୋକମାନେ ଉଦ୍ଧାର ପାଇଛନ୍ତି… ଆଜି ପରମେଶ୍ଵର ଏହି ଗୃହରେ ଥିବା ଲୋକମାନଙ୍କୁ ଉଦ୍ଧାର କରିଛନ୍ତି

ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ବିଳମ୍ବ କରନ୍ତି ନାହିଁ, ଯେପରି କେତେକ ବିଳମ୍ବ ବୋଲି ବିଚାର କରନ୍ତି। (2ୟ ପିତର 3:9କ ULT)

ପ୍ରଭୁ ଆପଣା ପ୍ରତିଜ୍ଞା ବିଷୟରେ ବିଳମ୍ବ କରନ୍ତି ନାହିଁ, ଯେପରି କେତେକ ଗତିଶୀଳରେ ବିଳମ୍ବ ବୋଲି ବିଚାର କରନ୍ତି।

ସେ ଅନ୍ଧକାରର ଗୁପ୍ତ ବିଷୟଗୁଡିକ ଆଲୋକରେ ଦେଖାଇବେ, ପୁଣି ହୃଦୟର ସଂକଳ୍ପ ସବୁ ପ୍ରକାଶ କରିବେ। (1ମ କରନ୍ଥୀୟ 3:15ଖ ULT)

ସେ ଅନ୍ଧକାରରେ ଥିବା ଗୁପ୍ତ ବିଷୟଗୁଡ଼ିକରେ ଆଲୋକ ଆଣିବେ ଆଉ ଲୋକମାନେ ଯାହା କରିବାକୁ ଚାହୁଛନ୍ତି ସେ ବିଷୟକୁ ଓ ସେମାନେ ସେଗୁଡ଼ିକ କରିବାକୁ ଚାହିବା ଉଦ୍ଦେଶ୍ୟକୁ ପ୍ରକାଶ କରିବେ।