or_ta/translate/figs-123person/01.md

11 KiB

ସାଧାରଣତଃ ଭାବରେ ଜଣେ ବକ୍ତା ନିଜକୁ “ମୁଁ” ଏବଂ ଯାହା ସହିତ ସେ କଥାବାର୍ତ୍ତା କରନ୍ତି ତାହାକୁ “ଆପଣ” ବୋଲି ସମ୍ବୋଧନ କରିଥାନ୍ତି। ବାଇବେଲରେ ଅନେକ ସମୟରେ ବକ୍ତା ନିଜକୁ କିମ୍ବା ସେ କହୁଥିବା ଅନ୍ୟ ବ୍ୟକ୍ତିଙ୍କୁ “ମୁଁ” ବା “ଆପଣ” ବ୍ୟତୀତ ଭିନ୍ନ  ଶବ୍ଦଗୁଡ଼ିକୁ ବ୍ୟବହାର କରିଥାନ୍ତି ।

ବିବରଣ

  • ପ୍ରଥମ ପୁରୁଷ -  ସାଧାରଣତଃ ଜଣେ ବକ୍ତା ନିଜକୁ ଏହିପରି ଭାବେ ସମ୍ବୋଧନ କରିଥାଏ ।  ଇଂରାଜୀ ଭାଷାରେ  “ମୁଁ” ଓ “ଆମ୍ଭେ” ସର୍ବନାମଗୁଡ଼ିକୁ ବ୍ୟବହାର କରାଯାଏ (ଆହୁରି ମଧ୍ୟ: ମୋତେ, ମୋର, ମୋହର; ଆମ୍ଭମାନଙ୍କୁ, ଆମ୍ଭର, ଆମ୍ଭମାନଙ୍କର) ବ୍ୟବହାର କରାଯାଏ
  • ଦ୍ଵିତୀୟ ପୁରୁଷ -   ଜଣେ ବ୍ୟକ୍ତା ଯାହା ସହିତ କଥାବାର୍ତ୍ତା କରନ୍ତି  ସାଧାରଣତଃ ତାହାଙ୍କୁ ଏହିପରି ଭାବରେ ସମ୍ବୋଧନ କରିଥାନ୍ତି। ଇଂରାଜୀ ଭାଷାରେ “ଆପଣ” ସର୍ବନାମଗୁଡ଼ିକୁ ବ୍ୟବହାର କରେ (ଆହୁରି ମଧ୍ୟ: ଆପଣଙ୍କର, ଆପଣମାନଙ୍କର) ବ୍ୟବହାର କରାଯାଏ ।
  • ତୃତୀୟ ପୁରୁଷ - ଏହିପରି ଭାବରେ ଜଣେ ବକ୍ତା ଅନ୍ୟ ଜଣଙ୍କୁ ସମ୍ବୋଧନ କରିଥାନ୍ତି । ଇଂରାଜୀ ଭାଷାରେ “ସେ”, “ଏହା” ଓ “ସେମାନେ” ସର୍ବନାମଗୁଡ଼ିକୁ ବ୍ୟବହାର କରାଯାଏ (ଆହୁରି ମଧ୍ୟ: ତାହାକୁ, ତାହାର, ଏହାର, ସେମାନଙ୍କ, ସେମାନଙ୍କର), “ପୁରୁଷ” କିମ୍ବା “ସ୍ତ୍ରୀ” ଲିଙ୍ଗ ଭଳି ସଂଜ୍ଞା ସୂଚକ ବାକ୍ୟାଂଶକୁ ମଧ୍ୟ ତୃତୀୟ ପୁରୁଷ ବୋଲି କୁହାଯାଏ ।

ଉଦ୍ଦେଶ୍ୟ ଏହା ଅନୁବାଦ ସମସ୍ୟା ଅଟେ

ବେଳେ ବେଳେ ବାଇବେଲରେ ଜଣେ ବ୍ୟକ୍ତା ନିଜକୁ କିମ୍ବା ସେ କହୁଥିବା ଲୋକମାନଙ୍କୁ  ଦର୍ଶାଇବା ପାଇଁ  ତୃତୀୟ ପୁରୁଷକୁ ବ୍ୟବହାର କରିଥାନ୍ତି । ପାଠକଗଣ ଭାବିପରନ୍ତି ଯେ ବକ୍ତା ଜଣକ ଅନ୍ୟ କାହାକୁ ସମ୍ବୋନ୍ଧିତ କରୁଅଛନ୍ତି । ହେଇପାରେ ପାଠକଗଣ ବୁଝିନପାରନ୍ତି  ଯେ ତାହାଙ୍କ କହିବାର ଅର୍ଥ “ମୁଁ” ବା “ଆପଣ” ଅଟେ ।

ବାଇବେଲରୁ କେତେକ ଉଦାହରଣ

ଅନେକ ସମୟରେ ଲୋକମାନେ ନିଜକୁ  ଦର୍ଶେଇବା ପାଇଁ ତୃତୀୟ ପୁରୁଷ ପରିବର୍ତ୍ତେ “ମୁଁ” ବା “ମୋତେ” ଭଳି ସର୍ବନାମଗୁଡ଼ିକୁ ବ୍ୟବହାର କରିଥାନ୍ତି ।

ତହୁଁ ଦାଉଦ ଶାଉଲଙ୍କୁ କହିଲେ, “ ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ ।“ (1ମ ଶାମୁୟେଲ 17:34 ULT)

ଦାଉଦ ନିଜକୁ ତୃତୀୟ ପୁରୁଷ ରୂପେ “ଆପଣଙ୍କ ଦାସ” ଓ “ତାଙ୍କର” ରୂପେ ସମ୍ବୋଧନ କରୁଛନ୍ତି । ଶାଉଲଙ୍କ ସମ୍ମୁଖରେ ନିଜର ନମ୍ର ମନୋଭାବକୁ ପ୍ରକାଶ କରିବା ପାଇଁ ସେ ଆପଣାକୁ ଶାଉଲଙ୍କ ଦାସ ବୋଲି ସମ୍ବୋଧନ କରି କହୁଛନ୍ତି ।

ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, “…. ତୁମ୍ଭର ବାହୁ କି ପରମେଶ୍ଵରଙ୍କ ବାହୁ ତୁଲ୍ୟ? ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର? (ଆୟୁବ 40:6,9 ULT)

ପରମେଶ୍ଵର ନିଜକୁ ତୃତୀୟ ପୁରୁଷ ରୂପେ, ଯଥା, “ପରମେଶ୍ଵରଙ୍କ” ଓ “ତାହାଙ୍କ” ଶବ୍ଦଗୁଡ଼ିକ ସହ ସମ୍ବୋଧନ କରି କହୁଛନ୍ତି । ସେ ଏହାକୁ ଗୁରୁତ୍ୱପୁର୍ଣ୍ଣ କରିବା ପାଇଁ କହିଲେ ଯେ ସେ ପରମେଶ୍ଵର ଏବଂ ସେ ଶକ୍ତିଶାଳୀ ଅଟନ୍ତି ।

ଅନେକ ସମୟରେ ଲୋକମାନେ ସେମାନେ କଥା ହେଉଥିବା ବ୍ୟକ୍ତି ବା ଲୋକମାନଙ୍କୁ “ଆପଣ” ବା “ଆପଣମାନଙ୍କ” ଭଳି ଶବ୍ଦ ପରିବର୍ତ୍ତେ ତୃତୀୟ ପୁରୁଷକୁ ବ୍ୟବହାର କରିଥାନ୍ତି ।

ତହିଁରେ ଅବ୍ରହାମ ପ୍ରାତ୍ୟୁତ୍ତର କଲେ, ଦେଖନ୍ତୁ, ମୁଁ ଧୂଳି ଭସ୍ମମାତ୍ର ହେଲେହେଁ ପ୍ରଭୁଙ୍କ ଛାମୁରେ କଥା କହିବାକୁ ପ୍ରବୃତ୍ତ ହୋଇଅଛି । (ଆଦି ପୁସ୍ତକ 18:27 ULT)

ଅବ୍ରହାମ ସଦାପ୍ରଭୁଙ୍କ ସହିତ କଥା ହେଉଥିଲେ, ଓ ସଦାପ୍ରଭୁଙ୍କୁ “ଆପଣ” କହିବା ପରିବର୍ତ୍ତେ “ମୋହର ପ୍ରଭୁ” ବୋଲି ସମ୍ବୋଧନ କରିଥିଲେ । ପରମେଶ୍ଵରଙ୍କ ସମ୍ମୁଖରେ ନିଜର ନମ୍ରତାକୁ ପ୍ରକାଶ କରିବା ପାଇଁ ସେ ଏହିପରି କରିଥିଲେ ।

ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହାହେଲେ ମୋହର ସ୍ଵର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ । (ମାଥିଉ 18:35 ULT)

“ତୁମ୍ଭେମାନେ ପ୍ରତ୍ୟେକ ଜଣ” ବୋଲି କହିବା ପରେ, ଯୀଶୁ “ଆପଣଙ୍କ” ବୋଲି କହିବା ପରିବର୍ତ୍ତେ ତୃତୀୟ ପୁରୁଷ “ତାହାଙ୍କ” ଶବ୍ଦକୁ ବ୍ୟବହାର କଲେ ।

ଅନୁବାଦର କୌଶଳ

ଯଦି “ମୁଁ” ବା “ଆପଣ” ଶବ୍ଦକୁ ସୂଚିତ କରିବା ପାଇଁ ତୃତୀୟ ପୁରୁଷକୁ ବ୍ୟବହାର କରୁଛନ୍ତି ତେବେ ଏହା ପ୍ରାକୃତିକ ହୋଇପାରେ ଏବଂ   ଆପଣଙ୍କ ଭାଷାର ଯଥାର୍ଥ ଅର୍ଥକୁ ପ୍ରକାଶ କରିବ, ଏଣୁ ଏହାକୁ ବ୍ୟବହାର କରିବା ପାଇଁ ବିଚାର କରନ୍ତୁ । ଯଦି ନାହିଁ, ତେବେ ଏଠାରେ  ବାଛିବାର ଅନ୍ୟ କିଛି ବିକଳ୍ପଗୁଡ଼ିକ ଦିଆଯାଇଛି ।

  1. “ମୁଁ” ବା “ଆପଣ” ସର୍ବନାମ ସହ ତୃତୀୟ ପୁରୁଷ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
  2. ତୃତୀୟ ପୁରୁଷ ବ୍ୟବହାର କରିବା ପରିବର୍ତ୍ତେ ପ୍ରଥମ ପୁରୁଷ (“ମୁଁ”), ବା ଦ୍ଵିତୀୟ ପୁରୁଷ (“ଆପଣ”) କୁ  ବ୍ୟବହାର କରନ୍ତୁ ।

ପ୍ରୟାଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ

  1. “ମୁଁ” ବା “ଆପଣ” ସର୍ବନାମ  ସହ ତୃତୀୟ ପୁରୁଷ ବାକ୍ୟାଂଶକୁ ବ୍ୟବହାର କରନ୍ତୁ ।
  • ତହୁଁ ଦାଉଦ ଶାଉଲଙ୍କୁ କହିଲେ, “ ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ ।” (1ମ ଶାମୁୟେଲ 17:34 ULT)
    • ତହୁଁ ଦାଉଦ ଶାଉଲଙ୍କୁ କହିଲେ, “ ମୁଁ, ଆପଣଙ୍କ ଦାସ ଆପଣା ପିତାର ମେଷ ଚରାଉଥାଏ ।“
  1. ତୃତୀୟ ପୁରୁଷ ବ୍ୟବହାର କରିବା ପରିବର୍ତ୍ତେ ପ୍ରଥମ ପୁରୁଷ (“ମୁଁ”), ବା ଦ୍ଵିତୀୟ ପୁରୁଷ (“ଆପଣ”) କୁ ବ୍ୟବହାର କରନ୍ତୁ ।
  • ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, “…. ତୁମ୍ଭର ବାହୁ କି ପରମେଶ୍ଵରଙ୍କ ବାହୁ ତୁଲ୍ୟ? ତୁମ୍ଭେ କି ତାହାଙ୍କ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର? (ଆୟୁବ 40:6,9 ULT)
    • ଅନନ୍ତର ସଦାପ୍ରଭୁ ଘୂର୍ଣ୍ଣିବାୟୁ ମଧ୍ୟରୁ ଆୟୁବକୁ ଉତ୍ତର ଦେଇ କହିଲେ, “…. ତୁମ୍ଭର ବାହୁ କି ଆମ୍ଭ ବାହୁ ତୁଲ୍ୟ? ତୁମ୍ଭେ କି ଆମ୍ଭ ତୁଲ୍ୟ ରବ କରି ଗର୍ଜ୍ଜନ କରିପାର?
  • ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହାହେଲେ ମୋହର ସ୍ଵର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ । (ମାଥିଉ 18:35 ULT)
    • ତୁମ୍ଭେମାନେ ପ୍ରତ୍ୟେକ ଜଣ ଯଦି ଅନ୍ତର ସହ ଆପଣା ଆପଣା ଭାଇକି କ୍ଷମା ନ କର, ତାହାହେଲେ ମୋହର ସ୍ଵର୍ଗସ୍ଥ ପିତା ହିଁ ତୁମ୍ଭମାନଙ୍କ ପ୍ରତି ସେହି ପ୍ରକାର କରିବେ ।