or_ta/translate/bita-farming/01.md

5.9 KiB
Raw Permalink Blame History

କୃଷି ସମ୍ଭନ୍ଧୀୟ ବାଇବଲର କେତେକ ରୂପକ ଛବି ନିମ୍ନରେ ତାଲିକାଭୁକ୍ତ କରାଯାଇଛି । ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରେ । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

କୃଷକ ପରମେଶ୍ଵରଙ୍କୁ ପ୍ରତିନିଧିତ୍ଵ କରୁଛି, ଓ ଦ୍ରାକ୍ଷାକ୍ଷେତ୍ର ତାହାଙ୍କ ମନୋନୀତ ଲୋକମାନଙ୍କୁ ପ୍ରତିନିଧିତ୍ଵ କରେ ।

ଅତି ଉର୍ବରା ଏକ ପର୍ବତରେ ମୋ’ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା । ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ, ଓ ଅତ୍ୟୁତମ ଦ୍ରାକ୍ଷାଲତା ତାହିରେ ରୋପଣ କଲେ । ତହିର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ । ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା । (ଯିଶାଇୟ ୫:୧- ULT)

କାରଣ ସ୍ଵର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ପ୍ରଭାତ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୁଲିଆ ଲଗାଇବାକୁ ବାହାରିଗଲେ । (ମାଥିଉ :୧ ULT)

ଜଣେ ବ୍ୟକ୍ତି ଥିଲେ, ଯାହାର ବୃହତ କ୍ଷେତ୍ର ଥିଲା । ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ରୋପଣ କରି ଚାରିଆଡ଼େ ବାଡ଼ ଦେଲେ ଓ ତହି ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଲେ । ପରେ ସେ ବିଦେଶକୁ ଗମନ କଲେ । (ମାଥିଉ ୨୧:୩୩ ULT)

କ୍ଷେତ୍ର ଲୋକମାନଙ୍କର ହୃଦୟ (ଅନ୍ତର ଆତ୍ମା)କୁ ପ୍ରତିନିଧିତ୍ଵ କରେ

କାରଣ ସଦାପ୍ରଭୁ ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କୁ ଏହି କଥା କହନ୍ତି: ‘ତୁମ୍ଭେମାନେ ଆପଣାମାନଙ୍କ ପଡିଆ ଭୂମି ଚାଷ କର, ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ । (ଯିରିମିୟ ୪:୩ ULT)

ଯେକେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ ....ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ । ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ .... ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ.... ଯେ ବାକ୍ୟ ଶୁଣି ବୁଝେ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ । (ମାଥିଉ ୧୩:୧୯-୨୩ ULT)

ଆପଣାମାନଙ୍କର ପଡ଼ିଆ ଭୂମି ଭାଙ୍ଗ, କାରଣ ଏହା ସଦାପ୍ରଭୁଙ୍କର ଅନ୍ଵେଷଣ କରିବାର ସମୟ.... (ହୋଶେୟ ୧୦:୧୨ ULT)

ବୀଜ ବୁଣିବା ଆଚରଣକୁ ପ୍ରତିନିଧିତ୍ଵ କରେ, ଏବଂ ଶସ୍ୟ କାଟିବା ନ୍ୟାୟବିଚାର ବା ପୁରସ୍କାରକୁ ପ୍ରତିନିଧିତ୍ଵ କରେ

ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି। (ଆୟୁବ ୪:୮ ULT) ଭ୍ରାନ୍ତ ନ ହୁଅ । ଈଶ୍ଵର ବିଦ୍ରୂପର ପାତ୍ର ନୁହଁନ୍ତି । କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ । ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୁପ ଶସ୍ୟ କାଟିବ । (ଗାଲାତୀୟ ୬:୭-୮ ULT)

ବାଡ଼େଇ ବା କୁଟୀ ଶସ୍ୟ ଅଲଗା କରିବା କିମ୍ବା ପାଛୁଡ଼ିବା ଉତ୍ତମ ଲୋକମାନଙ୍କଠାରୁ ମନ୍ଦ ଲୋକମାନଙ୍କର ପୃଥକୀକରଣକୁ ପ୍ରତିନିଧିତ୍ଵ କରେ ।