or_ta/translate/bita-animals/01.md

12 KiB
Raw Permalink Blame History

ଶରୀରର ବିଭିନ୍ନ ଅଂଶ ଓ ମାନବ ଗୁଣଗୁଡ଼ିକ ଜଡ଼ିତ ହୋଇଥିବା ବାଇବଲର କେତେକ ଛବିଗୁଡ଼ିକୁ ନିମ୍ନରେ ବର୍ଣ୍ଣମାଳା କ୍ରମରେ ତାଲିକାଭୁକ୍ତ କରାଯାଇଛି । ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରେ । ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।

ପଶୁର ଶୃଙ୍ଗ ଶକ୍ତିକୁ ପ୍ରତିନିଧିତ୍ଵ କରେ ।

ପରମେଶ୍ଵର ମୋହର ଶୈଳ । ମଁ ତାହାଙ୍କଠାରେ ଆଶ୍ରୟ ନେବି ।

ସେ ମୋହର ଢାଲ ଓ ମୋହର ପରିତ୍ରାଣର ଶୃଙ୍ଗ, ମୋହର ଉଚ୍ଚ ଦୁର୍ଗ, ଓ ମୋହର ଆଶ୍ରୟ, ଯିଏ ମୋତେ ଦୌରାତ୍ମ୍ୟରୁ ଉଦ୍ଧାର କରନ୍ତି । ( ଶାମୁଏଲ :୩ ULT)

“ମୋହର ପରିତ୍ରାଣର ଶୃଙ୍ଗ” କହିଲେ ଶକ୍ତିଶାଳୀ ବ୍ୟକ୍ତି ଯିଏ ମୋତେ ଉଦ୍ଧାର କରନ୍ତି ଅର୍ଥକୁ ବୁଝାଏ ।

ସେଠାରେ ଆମ୍ଭେ ଦାଉଦର ଶୃଙ୍ଗ ଅଙ୍କୁରିତ କରିବା । (ଗୀତସଂହିତା ୧୩୨:୧୭ ULT)

“ଦାଉଦର ଶୃଙ୍ଗ” କହିଲେ ରାଜା ଦାଉଦଙ୍କ ସୈନ୍ୟ ଶକ୍ତିକୁ ବୁଝାଏ

ପକ୍ଷୀମାନେ ବିପଦ ଓ ନିଃସହାୟ ଲୋକମାନଙ୍କୁ ପ୍ରତିନିଧିତ୍ଵ କରେ ।

ଏହା ଯେହେତୁ କେତେକ ପକ୍ଷୀ ସହଜରେ ଜାଲରେ ପଡିଥାନ୍ତି ।

ବିନା କାରଣରେ ମୋହର ଶତ୍ରୁମାନେ ମୋତେ ପକ୍ଷୀ ପରି ମୃଗୟା କରିଅଛନ୍ତି । (ବିଳାପ ୩:୫୨ ULT) । ଆପଣାକୁ ହରିଣ ପରି ବ୍ୟାଧର ହାତରୁ ଉଦ୍ଧାର କର, ପକ୍ଷୀ ପରି ଜାଲିଆର ହାତରୁ (ହିତୋପଦେଶ ୬:୫ ULT)

ଜାଲିଆ/ବ୍ୟାଧ ଜଣେ ବ୍ୟକ୍ତି ଯିଏ ପକ୍ଷୀମାନଙ୍କୁ ଧରିଥାଏ, ଓ ଫାଶ ଏକ ଛୋଟ ଫାନ୍ଦ ଅଟେ ।

ବ୍ୟାଧର ଫାନ୍ଦରୁ ପକ୍ଷୀ ପରି ଆମ୍ଭମାନଙ୍କ ପ୍ରାଣ ରକ୍ଷା ପାଇଅଛି; ଫାନ୍ଦ ଛିଣ୍ଡିଗଲା, ଓ ଆମ୍ଭେମାନେ ରକ୍ଷା ପାଇଲୁ । (ଗୀତସଂହିତା ୧୨୪:୭ ULT) ।

ମାଂସ ଭକ୍ଷଣକାରୀ ପକ୍ଷୀ ଦ୍ରୁତ ଗତିରେ ଆକ୍ରମଣ କରୁଥିବା ଶତ୍ରୁକୁ ପ୍ରତିନିଧିତ୍ଵ କରେ ।

ହବକୁକ୍ ଓ ହୋଶେୟ ପୁସ୍ତକରେ, ଇସ୍ରାଏଲର ଶତ୍ରୁମାନେ ଯେଉଁମାନେ ଆସି ସେମାନଙ୍କୁ ଆକ୍ରମଣ କରିବେ, ସେମାନଙ୍କୁ ଉତ୍କ୍ରୋଶ ପକ୍ଷୀ ସହ ତୁଳନା କରାଯାଇଛି ।

ଓ ସେମାନଙ୍କର ଅଶ୍ଵାରୋହୀଗଣ ବହୁ ଦୂରରୁ ଆସୁଅଛନ୍ତି –ଗ୍ରାସ କରିବା ପାଇଁ ଦ୍ରୁତଗାମୀ ଉତ୍କ୍ରୋଶ ପକ୍ଷୀ ପରି ସେମାନେ ଉଡୁଅଛନ୍ତି !(ହବକ୍କୂକ ୧:୮ ULT)

ସଦାପ୍ରଭୁଙ୍କ ଗୃହ ବିରୁଦ୍ଧରେ ଉତ୍କ୍ରୋଶ ପକ୍ଷୀ ତୁଲ୍ୟ ଆସୁଅଛି । ...ଯାହା ଭଲ, ତାହା ଇସ୍ରାଏଲ ଅଗ୍ରାହ୍ୟ କରିଅଛି, ଶତ୍ରୁ ତାହାର ପଛେ ପଛେ ଗୋଡାଇବ । (ହୋଶେୟ ୮:୧,୩ ULT)

ଯିଶାଇୟ ପୁସ୍ତକରେ, ପରମେଶ୍ଵର କେତେକ ନିର୍ଦ୍ଦିଷ୍ଟ ବିଦେଶୀ ରାଜାମାନଙ୍କୁ ଶିକାରୀ ପକ୍ଷୀ ବୋଲି ସମ୍ବୋଧନ କରିଅଛନ୍ତି କାରଣ ସେ ଶୀଘ୍ର ଆସି ଇସ୍ରାଏଲର ଶତ୍ରୁମାନଙ୍କୁ ଆକ୍ରମଣ କରିବେ ।

ଆମ୍ଭେ ପୂର୍ବ ଦିଗରୁ ଶିକାରୀ ପକ୍ଷୀକୀ, ଦୂର ଦେଶରୁ ଆମ୍ଭ ମନ୍ତ୍ରଣାର ମନୁଷ୍ୟକୁ ଆହ୍ଵାନ କରିବା; (ଯିଶାଇୟ ୪୬:୧୧ ULT)

ପକ୍ଷୀର ପକ୍ଷ ସୁରକ୍ଷାକୁ ପ୍ରତିନିଧିତ୍ଵ କରେ ।

ଯେହେତୁ ପକ୍ଷୀମାନେ ଆପଣା ଆପଣା ପିଲାମାନଙ୍କୁ ବିପଦରୁ ସୁରକ୍ଷା ଦେବା ପାଇଁ ନିଜ ପକ୍ଷକୁ ସେମାନଙ୍କ ଉପରେ ଘୋଡାଇଥାନ୍ତି ।

ଆପଣା ଚକ୍ଷୁର ତାର ପରି ମୋତେ ସୁରକ୍ଷା କର; ଆପଣା ପକ୍ଷର ଛାୟା ତଳେ ମୋତେ ଲୁଚାଅ । ମୋହର ଲୁଟକାରୀ ଦୁଷ୍ଟଗଣଠାରୁ, ମୋହର ଚତୁର୍ଦିଗ ବେଷ୍ଟନକାରୀ ଶତ୍ରୁଠାରୁ । (ଗୀତସଂହିତା ୧୭:୮-୯ ULT)

କିପରି ପକ୍ଷ ସୁରକ୍ଷାର ପ୍ରତୀକ ଅଟେ, ଏଠାରେ ଆଉ ଏକ ଉଦାହରଣ ଦିଆଗଲା ।

ହେ ପରମେଶ୍ଵର, ମୋତେ ଦୟା କର, ମୋତେ ଦୟା କର, ଏହିସବୁ ବିପଦ ବହି ଯିବା ପର୍ଯ୍ୟନ୍ତ ମୁଁ ତୁମ୍ଭର ଶରଣାଗତ । ଏହିସବୁ ବିପଦ ବହି ଯିବା ପର୍ଯ୍ୟନ୍ତ ସୁରକ୍ଷା ନିମନ୍ତେ ମୁଁ ତୁମ୍ଭ ପକ୍ଷର ଛାୟା ତଳେ ଶରଣ ନେବି ।(ଗୀତସଂହିତା ୫୭:୧ ULT)

ବିପଦପୂର୍ଣ୍ଣ ପଶୁଗଣ ବିପଦପୂର୍ଣ୍ଣ ଲୋକମାନଙ୍କୁ ପ୍ରତିନିଧିତ୍ଵ କରେ ।

ଗୀତସଂହିତାରେ, ଦାଉଦ ଆପଣା ଶତ୍ରୁମାନଙ୍କୁ ସିଂହ ରୂପେ ଦର୍ଶାନ୍ତି ।

ମୋ’ ପ୍ରାଣ ସିଂହମାନଙ୍କ ମଧ୍ୟରେ ଅଛି; ମୋତେ ଗ୍ରାସ କରିବାକୁ ପ୍ରସ୍ତୁତ ଲୋକମାନଙ୍କ ମଧ୍ୟରେ ମୁଁ ଅଛି । ଯେଉଁ ମନୁଷ୍ୟ ସନ୍ତାନଗଣର ଦନ୍ତ ବର୍ଚ୍ଛା ଓ ତୀର ତୁଲ୍ୟ, ମୁଁ ସେମାନଙ୍କ ମଧ୍ୟରେ ଅଛି,

ଓ ଯେଉଁମାନଙ୍କର ଜିହ୍ଵା ତୀକ୍ଷଣ ଖଡ୍ଗ ତୁଲ୍ୟ । ହେ ପରମେଶ୍ଵର, ତୁମ୍ଭେ ସ୍ଵର୍ଗ ଉପରେ ଉନ୍ନତ ହୁଅ (ଗୀତସଂହିତା ୫୭:୪ ULT)

ପିତର ଶୟତାନକୁ ଗର୍ଜନକାରୀ ସିଂହ ବୋଲି ସମ୍ବୋଧନ କରନ୍ତି ।

ସଚେତନ ହୋଇ ଜାଗ୍ରତ ରୁହ । ତୁମ୍ଭମାନଙ୍କ ବିପକ୍ଷ ଶୟତାନ ସିଂହପ୍ରାୟ ଗର୍ଜନ କରି କାହାକୁ ଗ୍ରାସିବ, ଏହା ଖୋଜି ବୁଲୁଅଛି । (୧ ପିତର ୫:୮ ULT)

ମାଥିଉ ପୁସ୍ତକରେ, ଭଣ୍ଡ ଭାବବାଦୀମାନେ ନିଜ ମିଥ୍ୟା କଥାରେ ଲୋକମାନଙ୍କୁ ଅନିଷ୍ଟ କରୁଥିବା ହେତୁ, ଯୀଶୁ ଭଣ୍ଡ ଭାବବାଦୀମାନଙ୍କୁ ହିଂସ୍ରକ ବାଘ ବୋଲି ସମ୍ବୋଧନ କରନ୍ତି ।

ଭଣ୍ଡ ଭାବବାଦୀମାନଙ୍କଠାରୁ ସାବଧାନ ହୋଇଥାଅ, ସେମାନେ ମେଣ୍ଡାବେଶରେ ତୁମ୍ଭମାନଙ୍କ ନିକଟକୁ ଆସନ୍ତି; କିନ୍ତୁ ଅନ୍ତରରେ ସେମାନେ ହିଂସ୍ରକ ବାଘ । (ମାଥିଉ ୭:୧୫ ULT)

ମାଥିଉ ପୁସ୍ତକରେ, ଧର୍ମ ନେତାମାନେ ନିଜ ମିଥ୍ୟା ଶିକ୍ଷାରେ ଲୋକମାନଙ୍କୁ କ୍ଷତି କରୁଥିବା ହେତୁ, ଡୁବକ ଯୋହନ ଧର୍ମ ନେତାମାନଙ୍କୁ ବିଷାକ୍ତ / କାଳସର୍ପର ବଂଶ ବୋଲି ସମ୍ବୋଧନ କରିଥିଲେ ।

କିନ୍ତୁ ଫାରୁଶୀ ଓ ସାଦ୍ଦୁକୀମାନଙ୍କ ମଧ୍ୟରୁ ଅନେକେ ବାପ୍ତିସ୍ମ ନିମନ୍ତେ ଆସୁଅଛନ୍ତି, ଏହା ଦେଖି ସେ ସେମାନଙ୍କୁ କହିଲେ, “ରେ କାଳସର୍ପର ବଂଶ, ଆଗାମୀ କ୍ରୋଧରୁ ପଳାୟନ କରିବା ନିମନ୍ତେ କିଏ ତୁମ୍ଭମାନଙ୍କୁ ଚେତନା ଦେଲା ?” (ମାଥିଉ ୩:୭ ULT)

ଉତ୍କ୍ରୋଶ ପକ୍ଷୀ ଶକ୍ତିକୁ ପ୍ରତିନିଧିତ୍ଵ କରେ ।

ସେ ଉତ୍ତମ ବସ୍ତୁରେ ତୁମ୍ଭର ମୁଖ ତୃପ୍ତ କରନ୍ତି

ତହୁଁ ଉତ୍କ୍ରୋଶ ପକ୍ଷୀ ନ୍ୟାୟ ତୁମ୍ଭର ନୂତନ ଯୌବନ ହୁଏ । (ଗୀତସଂହିତା ୧୦୩:୫ ULT)

କାରଣ ସଦାପ୍ରଭୁ ଏହି କଥା କହନ୍ତି, “ଦେଖ, ସେ ଉତ୍କ୍ରୋଶ ପକ୍ଷୀ ପରି ଉଡ଼ି ଆସିବ ଓ ମୋୟାବ ଉପରେ ପକ୍ଷଦ୍ଵୟ ବିସ୍ତାର କରିବ ।” (ଯିରିମିୟ ୪୮:୪୦ ULT)

ମେଷ ବା ମେଷପଲ ପରିଚାଳିତ ହେବାକୁ ଆବଶ୍ୟକ ବା ବିପଦରେ ଥିବା ଲୋକମାନଙ୍କୁ ପ୍ରତିନିଧିତ୍ଵ କରେ ।

ଆମ୍ଭର ଲୋକମାନେ ହଜିଲା ମେଷ ହୋଇଅଛନ୍ତି । ସେମାନଙ୍କର ପାଳକମାନେ ସେମାନଙ୍କୁ ନାନା ପର୍ବତରେ ପଥ ହୁଡାଇ ଭ୍ରମଣ କରାଇଅଛନ୍ତି; (ଯିରିମିୟ ୫୦:୬ ULT)

ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢାଇ ନେଲେ । (ଗୀତସଂହିତା ୭୮:୫୨ ULT)

ଇସ୍ରାଏଲ ଛିନ୍ନଭିନ୍ନ ମେଷ ସ୍ୱରୂପ ସିଂହମାନେ ତାହାକୁ ତଡି ଦେଇଅଛନ୍ତି । ପ୍ରଥମରେ ଅଶୂରର ରାଜା ତାହାକୁ ଗ୍ରାସ କଲା; ଆଉ, ଶେଷରେ ବାବିଲର ରାଜା ଏହି ନବୁଖଦନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଅଛି । (ଯିରିମିୟ ୫୦:୧୭ ULT)

ଦେଖ, ବାଘମାନଙ୍କ ମଧ୍ୟରେ ମେଣ୍ଢାମାନଙ୍କ ପରି ମୁଁ ତୁମ୍ଭମାନଙ୍କୁ ପଠାଉଅଛି, ଅତଏବ ସର୍ପ ପରି ବୁଦ୍ଧିମାନ ଓ କପୋତ ପରି ଅହିଂସକ ହୁଅ । ମନୁଷ୍ୟମାନଙ୍କଠାରୁ ସାବଧାନ ! କାରଣ ସେମାନେ ତୁମ୍ଭମାନଙ୍କୁ ବିଚାରସଭାମାନଙ୍କରେ ସମର୍ପଣ କରିବେ ଓ ସେମାନଙ୍କ ସାମାଜଗୃହସମୂହରେ କୋରଡ଼ା ମାରିବେ । (ମାଥିଉ ୧୦:୧୬ ULT)