or_ta/translate/biblicalimageryta/01.md

7.9 KiB
Raw Permalink Blame History

ବିବରଣ

ସାହିତ୍ୟରେ ବ୍ୟବହୃତ ରୂପକ ଶବ୍ଦ ଏକ ଭାଷା ଯେଉଁଠାରେ ଅନ୍ୟ ବିଚାରଧାରା ସହ ଛବିକୁ ଯୋଡ଼ା ଯାଏ, ଯଦ୍ୱାରା ଉକ୍ତ ଛବି ବିଚାରଧାରାକୁ ପ୍ରତିନିଧିତ୍ଵ କରିବ ।ଏଥିରେ ରୂପକ, ଉପମା, ଲାକ୍ଷଣିକ ଶବ୍ଦ, ଓ ସାଂସ୍କୃତିକ ଆଦର୍ଶ ସବୁ ଅନ୍ତର୍ଭୁକ୍ତ ଅଟେ । ଗୋଟିଏ ଭାଷାରେ ଏଥିର ଅଧିକାଂଶ ବିଷୟ ଛବି ଓ ବିଚାରଧାରା ମଧ୍ୟରେ ଥିବା ଦୁଇ ସଂଯୁକ୍ତ ଅଂଶର ଉତ୍କୃଷ୍ଟ ଦୃଷ୍ଟାନ୍ତରୁ ଆସିଥାଏ, କିନ୍ତୁ କେତେକ ସେପରି ନ ଥାଏ । ବାଇବଲ ଭିତ୍ତିକ ରୂପକ ଶବ୍ଦରେ ଥିବା ଏହି ପୃଷ୍ଠାଗୁଡ଼ିକ ବାଇବଲରେ ଉଲ୍ଲେଖ ରୂପକ ଶବ୍ଦର ନମୁନା ବା ଦୃଷ୍ଟାନ୍ତ ବିଷୟରେ କହେ ।

ବାଇବଲରେ ଉଲ୍ଲେଖ ଦୁଇ ସଂଯୁକ୍ତ ଅଂଶର ଉତ୍କୃଷ୍ଟ ଦୃଷ୍ଟାନ୍ତଗୁଡ଼ିକ ଏବ୍ରୀ ଓ ଗ୍ରୀକ୍ ଭାଷା ପାଇଁ ଅନେକ ସମୟରେ ଅଦ୍ଵିତୀୟ ଅଟେ । ଏହି ନମୁନାଗୁଡ଼ିକୁ ଜାଣିବା ପ୍ରୟୋଜନୀୟ ଅଟେ କାରଣ ସେଗୁଡ଼ିକୁ କିପରି ଅନୁବାଦ କରାଯିବ ସେହି ସମାନ ସମସ୍ୟା ସହ ବାରମ୍ବାର ସେଗୁଡ଼ିକୁ ଅନୁବାଦକମାନେ ଉପସ୍ଥାପିତ କରିଥାନ୍ତି । ଥରେ ଅନୁବାଦକମାନେ ଏହି ଅନୁବାଦ ଆହ୍ଵାନକୁ କିପରି ପରିଚାଳନା କରାଯିବ ତହିଁ ମଧ୍ୟଦେଇ ଚିନ୍ତା କଲା ପରେ, ସେମାନେ ସେହି ସମାନ ନମୁନାକୁ ଯେକୌଣସି ସ୍ଥାନରେ ଦେଖିଲେ ବି ସେମାନଙ୍କୁ ସାକ୍ଷାତ କରିବାକୁ ପ୍ରସ୍ତୁତ ହେବେ ।

ରୂପକ ଓ ଉପମାରେ ସାଧାରଣ ନମୁନାଗୁଡ଼ିକ

ଯେତେବେଳେ ଜଣେ ବ୍ୟକ୍ତି ଏକ ଭିନ୍ନ ବିଷୟ ଥିବା ଭଳି ଗୋଟିଏ ବିଷୟକୁ କହେ, ସେତେବେଳେ ଗୋଟିଏ ରୂପକ ଶବ୍ଦ ପରିଦୃଷ୍ଟ ହୋଇଥାଏ । ପ୍ରଚାରକ ଜଣକ ପ୍ରଥମ ବିଷୟକୁ ଫଳପ୍ରଦ ଭାବରେ ବର୍ଣ୍ଣନା କରିବା ପାଇଁ ଏହାକୁ କରିଥାଏ । ଉଦାହରଣ ସ୍ଵରୂପେ, “ମୋର ପ୍ରେମ ଏକ ଲାଲ୍, ଲାଲ୍ ଗୋଲାପ ଅଟେ,” ବକ୍ତା ଜଣକ ମହିଳାଙ୍କୁ ବର୍ଣ୍ଣନା କରି କହନ୍ତି ଯେ ସେ ସୁନ୍ଦର ଓ କୋମଳ ରୂପେ ପ୍ରେମ କରନ୍ତି, ଯେପରିକି ସେହି ମହିଳା ଜଣକ ଫୁଲ ପିନ୍ଧିଛନ୍ତି ।

ଏକ ଉପମା ରୂପକ ଭଳି ଅଟେ, ଏହା “ଭଳି” ବା “ରୂପେ” ଶବ୍ଦ ବ୍ୟତୀତ ଶ୍ରୋତାମାନଙ୍କୁ ଏକ ସମ୍ବାଦ ପ୍ରେରଣର ସଂକେତ ରୂପେ ବ୍ୟବହାର କରିଥାଏ ଯାହାକି ଏକ ଆଳଙ୍କାରିକ ଶବ୍ଦ ଅଟେ । ଉପରୋକ୍ତ ଚିତ୍ରଣକୁ ଉପମା ବ୍ୟବହାର କରି ଏପରି କୁହା ଯାଇପାରିବ, “ମୋର ପ୍ରେମ ଭଳି ଏକ ଲାଲ୍, ଲାଲ୍ ଗୋଲାପ ଅଟେ ।”

“ରୂପକ ଓ ଉପମାରେ ଥିବା ବିଚାରଧାରା ମଧ୍ୟରେ ଦୁଇ ସଂଯୁକ୍ତ ଅଂଶର ସାଧାରଣ ନମୁନାକୁ ଦେଖାଇବା ପୃଷ୍ଠାର ଲିଙ୍କ୍ ନିମନ୍ତେ (../bita-part1/01.md), [ବାଇବଲ ଭିତ୍ତିକ ରୂପକ ଶବ୍ଦ ସାଧାରଣ ନମୁନା] ପାଠକୁ ଦେଖନ୍ତୁ ।”

ସାଧାରଣ ଲାକ୍ଷଣିକ ଶବ୍ଦସମୂହ

ସାଧାରଣ ଲାକ୍ଷଣିକ ଶବ୍ଦରେ, କୌଣସି ବିଷୟ ବା ବିଚାରଧାରା ଏହାର ନିଜ ନାମ ଦ୍ଵାରା ନୁହେଁ, ବରଂ ଏଥି ସହ ଘନିଷ୍ଟ ଭାବେ ସଂଶ୍ଳିଷ୍ଟ ଥିବା କିଛି ନାମ ଦ୍ଵାରା ସମ୍ବୋଧିତ ହୋଇଥାନ୍ତି ।

“ବାଇବଲରେ ଉଲ୍ଲେଖ ଥିବା କେତେକ ସାଧାରଣ ଲାକ୍ଷଣିକ ଶବ୍ଦଗୁଡ଼ିକର ତାଲିକା ନିମନ୍ତେ (../bita-part2/01.md), [ବାଇବଲ ଭିତ୍ତିକ ରୂପକ ଶବ୍ଦ ସାଧାରଣ ଲାକ୍ଷଣିକ ଶବ୍ଦସମୂହ] ପାଠକୁ ଦେଖନ୍ତୁ ।”

ସାଂସ୍କୃତିକ ଆଦର୍ଶସମୂହ

ସାଂସ୍କୃତିକ ଆଦର୍ଶସମୂହ ଜୀବନ ବା ଆଚରଣ ସମ୍ଭନ୍ଧୀୟ ମାନସିକ ଛବିର ଅଂଶ ବିଶେଷ ଅଟେ । ସେହି ଛବିଗୁଡ଼ିକ ଉକ୍ତ ବିଷୟ ସମ୍ଭନ୍ଧରେ ପରିକଳ୍ପନା କରିବା ଓ କଥା ହେବାରେ ଆମକୁ ସାହାଯ୍ୟ କରିଥାଏ । ଉଦାହରଣ ସ୍ଵରୂପେ, ଆମେରିକାବାସୀମାନେ ଅନେକ ସମୟରେ ଅନେକ ବିଷୟ ଚିନ୍ତା କରନ୍ତି, ଏକା ସଙ୍ଗରେ ବିବାହ ଓ ବନ୍ଧୁତ୍ଵ ବିଷୟରେ, ଯେପରିକି ସେମାନେ ଗୋଟିଏ ଗୋଟିଏ ଯନ୍ତ୍ରପାତି ଅଟନ୍ତି ।

ଆମେରିକାବାସୀମାନେ କହି ପାରନ୍ତି ଯେ, “ତାହାର ବିବାହ ସମ୍ପର୍କ ଭାଙ୍ଗି ଯାଉଛି” କିମ୍ବା “ସେମାନଙ୍କ ବନ୍ଧୁତ୍ଵର ସମ୍ପର୍କ ଆଗକୁ ଦ୍ରୁତ ଗତିରେ ବଢୁଛି ।” ପରମେଶ୍ଵର ଜଣେ ମେଷପାଳକ ଓ ତାହାଙ୍କ ଲୋକମାନେ ମେଷ ରୂପେ ବାଇବଲ ଅନେକ ସମୟରେ ପରମେଶ୍ଵରଙ୍କ ବିଷୟରେ କହେ । ଏହା ସାଂସ୍କୃତିକ ଆଦର୍ଶ ଅଟେ ।

ସଦାପ୍ରଭୁ ମୋହର ପ୍ରତିପାଳକ; ମୋହର ଅଭାବ ହେବ ନାହିଁ । (ଗୀତସଂହିତା 23:1 ULT)

ସେ ଆପଣା ଲୋକମାନଙ୍କୁ ମେଷଗଣ ତୁଲ୍ୟ ଚଳାଇଲେ ଓ ପ୍ରାନ୍ତରରେ ସେମାନଙ୍କୁ ପଲ ପରି କଢାଇ ନେଲେ । (ଗୀତସଂହିତା ୭୮:୫୨ ULT)

ବାଇବଲରେ ଉଲ୍ଲେଖ କେତେକ ସାଂସ୍କୃତିକ ଆଦର୍ଶଗୁଡ଼ିକ କେବଳ ଇସ୍ରାୟେଲୀୟମାନଙ୍କ ସଂସ୍କୃତି ଦ୍ଵାରା ହିଁ ନୁହେଁ, ବରଂ ପ୍ରାଚୀନ ମଧ୍ୟ ପ୍ରାଚ୍ୟ ସଂସ୍କୃତି ଦ୍ଵାରା ଅଧିକ ବ୍ୟବହୃତ ।

“ବାଇବଲରେ ଉଲ୍ଲେଖ ଥିବା କେତେକ ସାଂସ୍କୃତିକ ଆଦର୍ଶଗୁଡ଼ିକର ତାଲିକା ନିମନ୍ତେ (../bita-ଭାଗ 3/01.md), [ବାଇବଲଭିତ୍ତିକ ରୂପକ ଶବ୍ଦ ସାଂସ୍କୃତିକ ଆଦର୍ଶସମୂହ] ପାଠକୁ ଦେଖନ୍ତୁ ।”