or_ta/intro/translate-why/01.md

6.1 KiB

ଜଣେ ବାଇବଲ ଅନୁବାଦକ ହେବା ପାଇଁ ଆପଣଙ୍କୁ ତାଲିମ ଦେବା ଅନୁବାଦ ବିଦ୍ୟାପୀଠର ଉଦ୍ଦେଶ୍ୟ ଅଟେ । ପରମେଶ୍ଵରଙ୍କ ବାକ୍ୟକୁ ଆପଣଙ୍କ ଭାଷା ମଧ୍ୟକୁ ଅନୁବାଦ କରି ଆପଣଙ୍କର ଲୋକମାନଙ୍କୁ ଯୀଶୁଙ୍କ ଶିଷ୍ୟ ରୂପେ ବୃଦ୍ଧି ପାଇବାରେ ସାହାଯ୍ୟ କରିବା ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟେ । ଆପଣ ଏହି କାର୍ଯ୍ୟ ପ୍ରତି ସମର୍ପିତ ହେବା ଆବଶ୍ୟକ, ଆପଣଙ୍କ ଉତ୍ତରଦାୟିତ୍ଵକୁ ଗାମ୍ଭୀର୍ଯ୍ୟ ଭାବରେ ନିଅନ୍ତୁ, ଓ ପ୍ରାର୍ଥନା କରନ୍ତୁ ଯେ ପ୍ରଭୁ ଆପଣଙ୍କୁ ସାହାଯ୍ୟ କରିବେ ।

ବାଇବଲରେ ପରମେଶ୍ଵର ଆମ୍ଭମାନଙ୍କୁ କଥା କହି ଅଛନ୍ତି । ସେ ବାଇବେଲର ଲେଖକମାନଙ୍କୁ ଏବ୍ରୀ, ଆରାମୀୟ ଓ ଗ୍ରୀକ୍ ଭାଷା ବ୍ୟବହାର କରି ତାହାଙ୍କ ବାକ୍ୟକୁ ଲେଖିବା ପାଇଁ ଅନୁପ୍ରାଣିତ କଲେ । ଏହାକୁ ପ୍ରାୟ ୪୦ ଭିନ୍ନ ଭିନ୍ନ ଲେଖକମାନେ ୧୪୦୦ ଖ୍ରୀ.ପୂ. ରୁ ୧୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ଲେଖିଥିଲେ । ଏହି ଦଲିଲଗୁଡ଼ିକ ମଧ୍ୟ ପ୍ରାଚ୍ୟ, ଉତ୍ତର ଆଫ୍ରିକା ଓ ଇଉରୋପରେ ଲେଖା ଯାଇଥିଲା । ତାହାଙ୍କ ବାକ୍ୟକୁ ସେହି ଭାଷାଗୁଡ଼ିକରେ ଲିପିବଦ୍ଧ କରିବା ଦ୍ଵାରା, ପରମେଶ୍ଵର ସୁନିଶ୍ଚିତ କରନ୍ତି ଯେ ସେହି ସ୍ଥାନମାନଙ୍କରେ ଓ ସେହି ସମୟରେ ବାସ କରୁଥିବା ଲୋକମାନେ ଏହାକୁ ବୁଝି ପାରୁଥିଲେ ।

ଆଜି, ଆପଣଙ୍କ ଦେଶରେ ବସବାସ କରୁଥିବା ଲୋକମାନେ ଏବ୍ରୀ, ଆରାମୀୟ ଓ ଗ୍ରୀକ୍ ଭାଷାକୁ ବୁଝନ୍ତି ନାହିଁ । କିନ୍ତୁ ପରମେଶ୍ଵରଙ୍କ ବାକ୍ୟକୁ ସେମାନଙ୍କ ଭାଷା ମଧ୍ୟକୁ ଅନୁବାଦ କଲେ ସେମାନେ ଏହାକୁ ବୁଝିବାରେ ସକ୍ଷମ ହେବେ ! ଜଣଙ୍କର “ମାତୃ ଭାଷା” ବା “ମନର ଭାଷା” କହିଲେ ଯେଉଁ ଭାଷାକୁ ସେମାନେ ପ୍ରଥମେ ଶିଶୁବସ୍ଥାରେ କହୁଥିଲେ ଓ ଯାହାକୁ ସେମାନେ ନିଜ ଘରେ ବ୍ୟବହାର କରନ୍ତି ତାହାକୁ ବୁଝାଏ ।

ଏହି ଭାଷାରେ ସେମାନେ ଅଧିକ ଆରମଦାୟକ ଅନୁଭବ କରନ୍ତି ଓ ଯେଉଁଥିରେ ସେମାନେ ନିଜର ଆବେଗପୂର୍ଣ୍ଣ ମନୋଭାବକୁ ପ୍ରକାଶ କରିବା ପାଇଁ ବ୍ୟବହାର କରିଥାନ୍ତି । ଆମେ ଚାହୁଁ ଯେ ସମସ୍ତେ ପରମେଶ୍ଵରଙ୍କ ବାକ୍ୟକୁ ସେମାନଙ୍କର ନିଜ ଭାଷାରେ ପାଠ କରିବାରେ ସକ୍ଷମ ହୁଅନ୍ତୁ । ପ୍ରତ୍ୟେକ ଭାଷା ଗୁରୁତ୍ୱପୂର୍ଣ୍ଣ ଓ ବହୁମୂଲ୍ୟ ଅଟେ । ଆପଣଙ୍କ ଦେଶରେ କୁହା ଯାଉଥିବା ରାଷ୍ଟ୍ରୀୟ ଭାଷାଗୁଡ଼ିକର ଯେତିକି ଗୁରୁତ୍ୱପୂର୍ଣ୍ଣ ରହିଛି, ଏହି ଛୋଟ ଛୋଟ ଭାଷାଗୁଡ଼ିକର ମଧ୍ୟ ସେତିକି ଗୁରୁତ୍ଵପୂର୍ଣ୍ଣତା ରହିଅଛି ଓ ସେମାନେ ମଧ୍ୟ ସମାନ ଭାବରେ ଅର୍ଥକୁ ପ୍ରକାଶ କରି ପାରନ୍ତି । କେହି ମଧ୍ୟ ନିଜର ଉପଭାଷାରେ କହିବାକୁ ଲଜ୍ଜ୍ୟାବୋଧ କରିବା ଅନୁଚିତ ।

ବେଳେ ବେଳେ, ସଂଖ୍ୟାଲଘୁ ଦଳର ଲୋକମାନେ ସେମାନଙ୍କ ଭାଷା ପ୍ରତି ଲଜ୍ଜ୍ୟାବୋଧ କରିଥାନ୍ତି ଓ ସେମାନଙ୍କ ଦେଶରେ ସେମାନଙ୍କର ଚତୁର୍ଦିଗ ବସବାସ କରୁଥିବା ସଂଖ୍ୟାଗରିଷ୍ଠ ଲୋକମାନଙ୍କ ସମ୍ମୁଖରେ ଏହାକୁ ବ୍ୟବହାର କରିବା ପାଇଁ ଚେଷ୍ଟା କରନ୍ତି ନାହିଁ । କିନ୍ତୁ ସ୍ଥାନୀୟ ଭାଷାଗୁଡ଼ିକ ତୁଳନାରେ ରାଷ୍ଟ୍ରୀୟ ଭାଷା ବିଷୟରେ ସ୍ଵାଭାବିକ ରୂପେ ଅଧିକ ମହତ୍ଵପୂର୍ଣ୍ଣ, ଅଧିକ ମର୍ଯ୍ୟାଦାସମ୍ପନ୍ନ, କିମ୍ବା ଅଧିକ ଶିକ୍ଷିତ କିଛି ବି ନଥାଏ । ପ୍ରତ୍ୟେକ ଭାଷାରେ ଅର୍ଥର ପାର୍ଥକ୍ୟ ଓ ଆପେକ୍ଷିକ ଛାୟାଗୁଡ଼ିକ ରହେ ଯାହା ଅଦ୍ଵିତୀୟ ଅଟେ । ଆମେ ଅଧିକ ଆରାମ ଅନୁଭବ କରୁଥିବା ଭାଷାକୁ ଓ ଆମେ ଯେଉଁଥିରେ ଅନ୍ୟମାନଙ୍କ ସହ ଉତ୍ତମ ଭାବେ ଯୋଗାଯୋଗ କରୁଛୁ ସେହି ଭାଷାକୁ ବ୍ୟବହାର କରିବା ଉଚିତ୍ ।

  • ଗୁଣ ବ କୃତିତ୍ଵର ସ୍ଵୀକୃତି:Ph.D. CC BY-SA 4.0, Todd Price ଦ୍ଵାରା “ବାଇବେଲ ଅନୁବାଦ ଶିକ୍ଷାତତ୍ତ୍ଵ ଓ ଅଭ୍ୟାସ କାର୍ଯ୍ୟ” ନିଆଯାଇଛି ।*