or_ta/checking/vol2-things-to-check/01.md

3.1 KiB
Raw Permalink Blame History

ଯାଞ୍ଚ୍ କରିବାର ବିଭିନ୍ନ ବିଷୟ

ଆପଣଙ୍କୁ ଠିକ୍ ପ୍ରତୀୟମାନ ହେଉ ନ ଥିବା ଯେକୌଣସି ବିଷୟକୁ ପଚାରି ପାରନ୍ତି, ଯଦ୍ୱାରା ଅନୁବାଦ ଦଳ ତାହାକୁ ବର୍ଣ୍ଣନା କରି ପାରିବେ ।

ଯଦି ଏହା ମଧ୍ୟ ସେମାନଙ୍କୁ ଠିକ୍ ପ୍ରତୀୟମାନ ହେଉ ନାହିଁ, ତେବେ ସେମାନେ ଅନୁବାଦକୁ ସଜାଡ଼ି ପାରିବେ ।

ସାଧାରଣରେ:

କିଛି ଯୋଗ କରାଯାଇଥିବା ପରି ଦେଖା ଯାଉଥିବା ଯେକୌଣସି ବିଷୟକୁ ଯାଞ୍ଚ୍ କର, ଯାହାକି ମୂଳ ପାଠରେ ଥିବା ଅର୍ଥର ଅଂଶ ବିଶେଷ ନୁହେଁ ।

(ପ୍ରକୃତ ଅର୍ଥ ସମ୍ପୂର୍ଣ୍ଣ ତଥ୍ୟ ମଧ୍ୟ ଯେ ଜଡ଼ିତ, ଏହା ମନେ ରଖନ୍ତୁ )

କିଛି ନିଖୋଜ ହୋଇଥିବା ଥିବା ପରି ଦେଖା ଯାଉଥିବା ଯେ କୌଣସି ବିଷୟକୁ ଯାଞ୍ଚ୍ କର, ଯାହାକି ମୂଳ ପାଠରେ ଥିବା ଅର୍ଥର ଅଂଶ ବିଶେଷ କିନ୍ତୁ ଅନୁବାଦରେ ଜଡ଼ିତ କରାଯାଇନାହିଁ ।

ମୂଳ ପାଠର ଅର୍ଥଠାରୁ କିଛି ଭିନ୍ନ ପରି ଦେଖା ଯାଉଥିବା ଯେକୌଣସି ବିଷୟକୁ ଯାଞ୍ଚ୍ କର ।

ଶାସ୍ତ୍ରାଂଶର ମୁଖ୍ୟ ବିଷୟ କିମ୍ବା ପ୍ରସଙ୍ଗ ସ୍ପଷ୍ଟ ରହିବା ବିଷୟକୁ ଯାଞ୍ଚ୍ କରି ସୁନିଶ୍ଚିତ କର ।

ଶାସ୍ତ୍ରାଂଶ କଣ କହୁଛି କିମ୍ବା ଶିକ୍ଷା ଦେଉଛି, ସେଗୁଡ଼ିକର ସଂକ୍ଷିପ୍ତ ବିବରଣୀ ଦେବା ପାଇଁ ଅନୁବାଦ ଦଳକୁ କୁହନ୍ତୁ ।

ଯଦି ସେମାନେ କ୍ଷୁଦ୍ର ବିଷୟକୁ ମୌଳିକ ବା ପ୍ରାଥମିକ ପ୍ରସଙ୍ଗ ରୂପେ ଚୟନ କରନ୍ତି, ତେବେ ସେମାନେ ଶାସ୍ତ୍ରାଂଶକୁ ଯେପରି ଭାବରେ ଅନୁବାଦ କରିଛନ୍ତି, ସେମାନଙ୍କୁ ତାହା ସଜାଇବା ଆବଶ୍ୟକ ହୋଇପାରେ ।

ଯାଞ୍ଚ୍ କରନ୍ତୁ ଯେ ଶାସ୍ତ୍ରାଂଶର ବିଭିନ୍ନ ଭାଗଗୁଡ଼ିକ ସଠିକ୍ ଭାବେ ସଂଯୋଗ କରାଯାଇଛି ଯଥା, ବାଇବଲ ଶାସ୍ତ୍ରାଂଶରେ ଥିବା କାରଣଗୁଡିକ, ସଂଯୋଜିତ ବିଷୟବସ୍ତୁ, ଫଳାଫଳ, ଇତ୍ୟାଦି ନିର୍ଦ୍ଦିଷ୍ଟ ଭାଷାର ସଂଯୋଜକମାନଙ୍କ ସହ ଚିହ୍ନଟ ।