or_ta/checking/vol2-intro/01.md

3.1 KiB

ଅନୁବାଦ ଦଳ ସେମାନଙ୍କ ନିଜ ଅନୁବାଦର ଅଧିକ ଯାଞ୍ଚ୍ କରିବେ ଆମେ ଦେଖୁ ।

ସେହି ଯାଞ୍ଚଗୁଡିକ ସେମାନଙ୍କ କାର୍ଯ୍ୟକୁ ଯାଞ୍ଚ୍ ସ୍ତର ଏକକୁ ଆଣିଥାଏ ।

ସ୍ତର ଦୁଇ ଓ ସ୍ତର ତିନି ନିମନ୍ତେ, ଅନୁବାଦ ଦଳ ସେମାନଙ୍କର କାର୍ଯ୍ୟକୁ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ଓ ମଣ୍ଡଳୀ ନେତାମାନଙ୍କ ନିକଟକୁ ଆଣିବା ଆବଶ୍ୟକ ।

ଏହା ଆବଶ୍ୟକ କାରଣ ଅନୁବାଦ ଦଳ ସେମାନଙ୍କ କାର୍ଯ୍ୟରେ ଘନିଷ୍ଠ ଭାବେ ଜଡ଼ିତ ରହିଥାନ୍ତି, ଏଥିସକାଶେ ସେମାନେ କୌଣସି କୌଣସି ସମୟରେ ଭୁଲଗୁଡିକୁ ଦେଖନ୍ତି ନାହିଁ ଯାହା ଅନ୍ୟମାନେ ଅତି ସହଜରେ ଦେଖି ପାରିଥାନ୍ତି ।

ଭାଷାର ଅନ୍ୟ ବକ୍ତାମାନେ କହିବାର ସର୍ବୋତ୍ତମ ମାଧ୍ୟମକୁ ପ୍ରସ୍ତାବ କରି ପାରିବେ ଯାହା ଅନୁବାଦ ଦଳ କେବେ ଚିନ୍ତା ମଧ୍ୟ କରି ନଥିବେ ।

କୌଣସି କୌଣସି ସମୟରେ ଅନୁବାଦ ଦଳ ଅନୁବାଦକୁ ଅପରିଚିତ ଶବ୍ଦ କରି ପ୍ରକାଶ କରିଥାନ୍ତି କାରଣ ସେମାନେ ମୂଳ ଭାଷାର ଶବ୍ଦକୁ ପ୍ରାୟ ସମାନ ଭାବେ ଅନୁସରଣ କରିଥାନ୍ତି ।

ଭାଷାର ଅନ୍ୟ ବକ୍ତାମାନେ ସେମାନଙ୍କୁ ତାହା ସଜାଡ଼ିବାରେ କରିବାରେ ସାହାଯ୍ୟ କରି ପାରିବେ ।

ଆହୁରି ମଧ୍ୟ, ଅନୁବାଦ ଦଳରେ କେତେକ ବିଶେଷ ବିଚାରଶକ୍ତି କିମ୍ବା ବାଇବେଲ ଜ୍ଞାନ ନିଅଣ୍ଟ ହୋଇପାରେ ଯାହା ଅନ୍ୟମାନଙ୍କ ପାଖରେ ଅଛି, ଏବଂ ସେଥିରେ କେତେକ ତ୍ରୁଟିଗୁଡିକ ରହିପାରେ ଯାହା ଅନ୍ୟମାନେ ସେମାନଙ୍କ ନିମନ୍ତେ ସଂଶୋଧନ କରିପାରିବେ ।

ଏହି କାରଣ ହେତୁ, ଯେଉଁମାନେ ଅନୁବାଦ ଦଳର ଅଂଶୀ ନୁହନ୍ତି ସେମାନେ ଅନୁବାଦକୁ ଯାଞ୍ଚ୍ କରିବା ଆବଶ୍ୟକ ।

ଏହି ସହଚରର ବଳକା ଅଂଶ ମାର୍ଗଦର୍ଶନ ନୀତିରେ ଯିବ ଯାହାକୁ ମଣ୍ଡଳୀ ନେତାମାନେ ସ୍ତର ଦୁଇ ଓ ସ୍ତର ତିନି ନିମନ୍ତେ ଥିବା ଅନୁବାଦକୁ ଯାଞ୍ଚ୍ କରିବାରେ ସେମାନଙ୍କୁ ପରିଚାଳିତ କରିବା ପାଇଁ ବ୍ୟବହାର କରି ପାରିବେ ।