or_ta/checking/vol2-backtranslation-written/01.md

3.4 KiB
Raw Permalink Blame History

ବିପରୀତ ଅନୁବାଦ କିଏ କରିବା ଉଚିତ୍ ?

ଏକ ଉତ୍ତମ ବିପରୀତ ଅନୁବାଦ କରିବା ପାଇଁ, ବ୍ୟକ୍ତି ପାଖରେ ତିନୋଟି ଯୋଗ୍ୟତା ରହିବା ଉଚିତ୍ ।

ଯେଉଁ ବ୍ୟକ୍ତି ବିପରୀତ ଅନୁବାଦ କରେ ସେ ଜଣେ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ମାତୃ ଭାଷା କହିବା ବ୍ୟକ୍ତି ହେବା ଉଚିତ୍, ଆହୁରି ମଧ୍ୟ ସେ ବ୍ୟାପକ ଯୋଗାଯୋଗର ଭାଷା କହୁଥିବ ।

ଏହି ବ୍ୟକ୍ତି ମଧ୍ୟ କୌଣସି ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ କରିବାରେ ଜଡ଼ିତ ହେବା ଅନୁଚିତ୍ ଯେ ସେ ବିପରୀତ ଅନୁବାଦ କରୁଅଛନ୍ତି ।

ଏହାର କାରଣ ହେଉଛି ଯେ ଯିଏ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ସୃଷ୍ଟି କରିଅଛି, ସେ ଜାଣେ ଯେ ଅନୁବାଦ ଅର୍ଥର ଅଭିପ୍ରେତ କଣ ଓ ସେହି ଅର୍ଥକୁ ମୂଳ ଅନୁବାଦରେ ଯେପରି ଅର୍ଥ ପ୍ରକାଶ କରୁଛି ତଦ୍ରୁପ ସେଗୁଡିକୁ ବିପରୀତ ଅନୁବାଦରେ ଲେଖିଥାଏ ।

କିନ୍ତୁ ଏହା ସମ୍ଭବ ଯେ ଜଣେ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ବକ୍ତା ଯିଏ ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ କାର୍ଯ୍ୟ କରି ନାହାନ୍ତି, ସେ ଅନୁବାଦକୁ ଭିନ୍ନ ଭାବରେ ବୁଝିବେ, କିମ୍ୱା ଏହାର କୌଣସି ଅଂଶକୁ ବୁଝିପାରିବେ ନାହିଁ ।

ଯାଞ୍ଚକାରୀ ଏହା ଜାଣିବାକୁ ଚାହେଁ ଯେ ଏହାର ଅନ୍ୟ ଅର୍ଥଗୁଡିକ କ’ଣ ଯାହାକି ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ଅନ୍ୟ ବକ୍ତାମାନେ ଅନୁବାଦରୁ ବୁଝିବେ, ଯଦ୍ୱାରା ସେ ସେହି ସ୍ଥାନଗୁଡିକୁ ଅଧିକ ସ୍ଵଷ୍ଟ ରୂପେ ସଠିକ୍ ଅର୍ଥକୁ ଯୋଗାଯୋଗ କରିବା ନିମନ୍ତେ ଅନୁବାଦ ଦଳ ସହ କାର୍ଯ୍ୟ କରିପାରିବେ ।

ଯେଉଁ ବ୍ୟକ୍ତି ବିପରୀତ ଅନୁବାଦ କରୁଛି ସେ ଏପରି ବ୍ୟକ୍ତି ହେବା ଉଚିତ୍ ଯିଏ ବାଇବଲକୁ ଭଲ ଭାବରେ ଜାଣି ନ ଥିବ ।

ଏହାର କାରଣ ହେଉଛି ଯେ ବିପରୀତ ଅନୁବାଦକ ଅନ୍ୟ ଭାଷାରେ ଥିବା ବାଇବଲକୁ ପାଠ କରି ତହିଁରୁ ପ୍ରାପ୍ତ ଜ୍ଞାନରୁ ବୁଝିବା ଅର୍ଥକୁ ନୁହେଁ, ବରଂ ନିର୍ଦ୍ଦିଷ୍ଟ ଭାଷା ଅନୁବାଦକୁ ନିରୀକ୍ଷଣ କରି ତହିରୁ ବୁଝିବା ଅର୍ଥକୁ ହିଁ ପ୍ରଦାନ କରିବା ଆବଶ୍ୟକ ।