or_ta/checking/vol2-backtranslation-purpose/01.md

13 KiB

କିପ୍ରକାର ବିପରୀତ ଅନୁବାଦଗୁଡ଼ିକ ରହିଛି ?

ମୌଖିକ

ଏକ ମୌଖିକ ବିପରୀତ ଅନୁବାଦ ଏହା ଅଟେ ଯେ ଜଣେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ହୋଇଥିବା ଅନୁବାଦକୁ ଯେପରି ପାଠ କରେ ବା ଶୁଣେ, ତାହାକୁ ବ୍ୟାପକ ଯୋଗାଯୋଗର ଭାଷାରେ ଥିବା ଅନୁବାଦ ଯାଞ୍ଚକାରୀକୁ କହେ ।

ସେ ଏହାକୁ ସାଧାରଣତଃ ଥରକୁ ଗୋଟିଏ ବାକ୍ୟକୁ କରିବ, କିମ୍ବା ଯଦି ସେଗୁଡ଼ିକ ସଂକ୍ଷିପ୍ତ ଥିବ ତେବେ ଥରକୁ ଦୁଇଟି ବାକ୍ୟକୁ କରିବ ।

ଯେବେ ଅନୁବାଦ ଯାଞ୍ଚକାରୀ କିଛି ସମସ୍ୟା ଥିବା ଶୁଣିବ, ସେତିକି ବେଳେ ମୌଖିକ ବିପରୀତ ଅନୁବାଦ କାର୍ଯ୍ୟ କରୁଥିବା ବ୍ୟକ୍ତିକୁ ରହିବା ପାଇଁ କହିବ, ଯଦ୍ୱାରା ସେ ତହିଁ ବିଷୟରେ ପ୍ରଶ୍ନ ପଚାରିପାରିବ ।

ଅନୁବାଦ ଦଳର ଜଣେ ବା ଅଧିକ ସଭ୍ୟମାନେ ମଧ୍ୟ ଉପସ୍ଥିତ ରହିବା ଉଚିତ୍ ଯଦ୍ୱାରା ସେମାନେ ଅନୁବାଦ ସମ୍ଭନ୍ଧୀୟ ପ୍ରଶ୍ନଗୁଡ଼ିକ ପଚାରି ପାରିବେ ।

ମୌଖିକ ବିପରୀତ ଅନୁବାଦର ଉପକାର ଏହା ଯେ, ବିପରୀତ ଅନୁବାଦକ ଅନୁବାଦ ଯାଞ୍ଚକାରୀ ପାଇଁ ଶୀଘ୍ର ପହଞ୍ଚି ଅନୁବାଦ ଯାଞ୍ଚକାରୀର ବିପରୀତ ଅନୁବାଦ ସମ୍ବନ୍ଧୀୟ ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରିଥାଏ ।

ମୌଖିକ ବିପରୀତ ଅନୁବାଦର ଅପକାର ଏହା ଯେ, ବିପରୀତ ଅନୁବାଦକଙ୍କ ପାଖରେ ଅନୁବାଦକୁ ବିପରୀତ ଅନୁବାଦ କରିବାକୁ ଥିବା ସର୍ବୋତ୍ତମ ମାଧ୍ୟମ ବିଷୟରେ ଚିନ୍ତା କରିବା ପାଇଁ ଅତି କମ୍ ସମୟ ରହିଥାଏ ଏବଂ ସେ ଅନୁବାଦର ଅର୍ଥକୁ ସର୍ବୋତ୍ତମ ଉପାୟରେ ପ୍ରକାଶ କରି ନ ପାରନ୍ତି ।

ଯଦିଓ ବିପରୀତ ଅନୁବାଦ ସର୍ବୋତ୍ତମ ମାଧ୍ୟମରେ ଏହାକୁ ପ୍ରକାଶ କଲେ ମଧ୍ୟ ଅଧିକ ପ୍ରଶ୍ନ ପଚାରିବ ଅନୁବାଦ ଯାଞ୍ଚକାରୀଙ୍କ ନିମନ୍ତେ ଅତ୍ୟାବଶ୍ୟକ ହୋଇପାରେ ।

ଅନ୍ୟ ଏକ ଅପକାର ହେଉଛି ଯେ ବିପରୀତ ଅନୁବାଦକୁ ମୂଲ୍ୟାଙ୍କନ କରିବା ପାଇଁ ଯାଞ୍ଚକାରୀଙ୍କ ପାଖରେ ଅତି ଅଳ୍ପ ସମୟ ଥାଏ ।

ପରବର୍ତ୍ତୀ ବାକ୍ୟକୁ ଶୁଣିବା ପୂର୍ବରୁ ଏହି ଗୋଟିଏ ବାକ୍ୟ ବିଷୟରେ ଚିନ୍ତା କରିବା ପାଇଁ ତାହା ପାଖରେ ଅଳ୍ପ ସେକେଣ୍ଡ୍ ହିଁ ରହିଥାଏ ।

ଏହି କାରଣ ହେତୁ, ସେ ସମସ୍ତ କଠିନ ପ୍ରଶ୍ନଗୁଡ଼ିକୁ ଧରି ପାରି ନ ଥାଏ ଯାହା ସେ ଧରି ଥାନ୍ତେ ଯଦି ପ୍ରତି ବାକ୍ୟ ବିଷୟରେ ଚିନ୍ତା କରିବା ପାଇଁ ତାହାଙ୍କ ପାଖରେ ଅଧିକ ସମୟ ରହିଥାନ୍ତା ।

ଲିଖିତ

ଦୁଇ ପ୍ରକାରର ଲିଖିତ ବିପରୀତ ଅନୁବାଦଗୁଡ଼ିକ ରହିଛି।

ପରବର୍ତ୍ତୀ ପରିମାପର ଏକକ (Module) ରେ ଦୁଇଟି ମଧ୍ୟରେ ଥିବା ପାର୍ଥକ୍ୟର ଆଲୋଚନା କରାଯିବ ।

ମୌଖିକ ବିପରୀତ ଅନୁବାଦ ତୁଳନାରେ ଲିଖିତ ବିପରୀତ ଅନୁବାଦର ଅଧିକ ଉପକାରଗୁଡ଼ିକ ରହିଅଛି ।

ପ୍ରଥମେ, ଯେତେବେଳେ ବିପରୀତ ଅନୁବାଦ ଲେଖାଯାଏ, ସେତେବେଳେ ଏଥିରେ ବିପରୀତ ଅନୁବାଦକ ଠିକ୍ ଭାବରେ ବୁଝି ନ ଥିବା କୌଣସି ସ୍ଥାନ ଅଛି କି ନାହିଁ ତାହାକୁ ଅନୁବାଦ ଦଳ ପାଠ କରି ପାରିବେ ।

ଯଦି ବିପରୀତ ଅନୁବାଦକ ଅନୁବାଦକୁ ଠିକ୍ ଭାବରେ ବୁଝିଲେ ନାହିଁ, ତେବେ ଅନ୍ୟ ଅନୁବାଦ ପାଠକ କିମ୍ବା ଶ୍ରୋତା ମଧ୍ୟ ନିଶ୍ଚିତ ଭାବରେ ଭୁଲ୍ ବୁଝିବେ (ବା ଠିକ୍ ଭାବରେ ବୁଝିବେ ନାହିଁ), ଏଣୁ ଅନୁବାଦ ଦଳ ସେହି ସ୍ଥାନଗୁଡ଼ିକରେ ସେମାନଙ୍କର ଅନୁବାଦକୁ ସଂଶୋଧନ କରିବା ଆବଶ୍ୟକ ।

ଦ୍ଵିତୀୟ, ଯେତେବେଳେ ବିପରୀତ ଅନୁବାଦ ଲେଖାଯାଏ, ସେତେବେଳ ଅନୁବାଦ ଦଳ ସହିତ ସାକ୍ଷାତ କରିବା ପୂର୍ବରୁ ଅନୁବାଦ ଯାଞ୍ଚକାରୀ ବିପରୀତ ଅନୁବାଦକୁ ପାଠ କରିପାରିବେ ଓ ସମୟ ବାହାର କରି ବିପରୀତ ଅନୁବାଦରୁ ଦୃଷ୍ଟିଗୋଚର ହେଉଥିବା ଯେକୌଣସି ପ୍ରଶ୍ନକୁ ଗବେଷଣା / ଅନୁସନ୍ଧାନ କରିବେ ।

ଏପରିକି ଯେବେ ଅନୁବାଦ ଯାଞ୍ଚକାରୀ ସମସ୍ୟାର ଅନୁସନ୍ଧାନ କରିବା ପାଇଁ ଆବଶ୍ୟକ ରହେ ନାହିଁ, ସେତେବେଳେ ଲିଖିତ ବିପରୀତ ଅନୁବାଦ ତାହାକୁ ଅନୁବାଦ ବିଷୟରେ ଚିନ୍ତା କରିବା ପାଇଁ ଅଧିକ ସମୟ ଦେଇଥାଏ ।

ସେ ଅନୁବାଦରେ ଥିବା ଅଧିକ ସମସ୍ୟାଗୁଡ଼ିକୁ ଚିହ୍ନଟ କରି ସମ୍ବୋଧନ କରିପାରିବେ ଓ ବେଳେ ବେଳେ ସମସ୍ୟାଗୁଡ଼ିକର ସର୍ବୋତ୍ତମ ସମାଧାନ କରି ପାରନ୍ତି, କାରଣ ଯେତେବେଳେ ତାହାଙ୍କ ପାଖରେ ପ୍ରତି ବାକ୍ୟକୁ ଚିନ୍ତା କରିବା ପାଇଁ କେବଳ ଅଳ୍ପ ସମୟ ରହୁଥିଲା ତା’ଠାରୁ ବର୍ତ୍ତମାନ ତାହାଙ୍କ ପାଖରେ ଅଧିକ ସମୟ ରହିଅଛି ।

ତୃତୀୟ, ବିପରୀତ ଅନୁବାଦ ଲେଖାଯିବା ସମୟରେ, ଅନୁବାଦ ଦଳ ସହିତ ସାକ୍ଷାତ କରିବା ପୂର୍ବରୁ ଅନୁବାଦ ଯାଞ୍ଚକାରୀ ଲିଖିତ ଢାଞ୍ଚାରେ ନିଜ ପ୍ରଶ୍ନଗୁଡ଼ିକ ମଧ୍ୟ ପ୍ରସ୍ତୁତ କରି ପାରିବ ।

ଯଦି ସେମାନଙ୍କର ସାକ୍ଷାତ ପୂର୍ବରୁ ସମୟ ଥାଏ ଏବଂ ସେମାନଙ୍କ ପାଖରେ ଯୋଗାଯୋଗ କରିବାର ମାଧ୍ୟମ ଥାଏ, ତେବେ ଯାଞ୍ଚକାରୀ ନିଜ ଲିଖିତ ପ୍ରଶ୍ନଗୁଡ଼ିକୁ ଅନୁବାଦ ଦଳ ନିକଟକୁ ପଠାଇପାରିବ, ଯଦ୍ୱାରା ସେମାନେ ସେଗୁଡ଼ିକୁ ପଢିବେ ଓ ଅନୁବାଦର ଅଂଶଗୁଡ଼ିକୁ ପରିବର୍ତ୍ତନ କରିବେ ଯାହା ଯାଞ୍ଚକାରୀ ସମସ୍ୟା ବା କଠିନ ବୋଲି ମନେ କଲେ ।

ଯେତେବେଳେ ଅନୁବାଦ ଦଳ ଓ ଯାଞ୍ଚକାରୀ ଏକତ୍ର ସାକ୍ଷାତ କରନ୍ତି, ସେତେବେଳେ ଏହା ସେମାନଙ୍କୁ ବାଇବଲ ଭିତ୍ତିକ ବିଷୟ ବସ୍ତୁଗୁଡ଼ିକୁ ସମୀକ୍ଷା କରିବାରେ ସକ୍ଷମ ହେବା ପାଇଁ ସାହାଯ୍ୟ କରିଥାଏ, କାରଣ ସେମାନେ ପୂର୍ବେ ଅନୁବାଦରେ ଥିବା ଏହିପରି ଅନେକ ସମସ୍ୟାଗୁଡ଼ିକ ସମାଧାନ କରିବାରେ ସକ୍ଷମ ହୋଇଥିଲେ ।

ସାକ୍ଷାତ କରିବା ସମୟରେ, ସେମାନେ ଅବଶିଷ୍ଟ ରହିଥିବା ସମସ୍ୟାଗୁଡ଼ିକ ପ୍ରତି ଧ୍ୟାନ ଦେଇପାରିବେ ।

ଯେଉଁ ସ୍ଥାନଗୁଡ଼ିକରେ ଯାଞ୍ଚକାରୀଙ୍କ ପ୍ରଶ୍ନକୁ ଅନୁବାଦ ଦଳ ବୁଝିପାରି ନ ଥିଲେ କିମ୍ବା ଯେଉଁଠାରେ ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷା ବିଷୟରେ ବୁଝି ନ ଥିଲେ ଯେଉଁଠାରେ ସମସ୍ୟା ନ ଥିଲେ ସୁଧା ସମସ୍ୟା ରହିଥିବା ଭାବୁଛନ୍ତି, ଏଗୁଡ଼ିକ ସାଧାରଣତଃ ସେହି ସ୍ଥାନରେ ରହିବ ।

ସେହି କ୍ଷେତ୍ରରେ, ସାକ୍ଷାତକାର ସମୟରେ ଅନୁବାଦ ଦଳ ଯାହା ଯାଞ୍ଚକାରୀ ବୁଝିଲେ ନାହିଁ, ତାହା ତାହାଙ୍କୁ ସ୍ପଷ୍ଟ ବୋଧଗମ୍ୟ କରାଇ ପାରିବ ।

ସେମାନଙ୍କର ସାକ୍ଷାତ ପୂର୍ବରୁ ଯଦି ନିଜର ପ୍ରଶ୍ନଗୁଡ଼ିକୁ ଅନୁବାଦ ଦଳ ନିକଟକୁ ପଠାଇବା ପାଇଁ ଯାଞ୍ଚକାରୀଙ୍କ ପାଖରେ ସମୟ ନାହିଁ, ତେବେ ସୁଧା ସେମାନେ ସାକ୍ଷାତ କରିବା ବେଳେ ଅଧିକ ବିଷୟବସ୍ତୁକୁ ସମୀକ୍ଷା କରିବା ପାଇଁ ସକ୍ଷମ ହୋଇପାରିବେ, କାରଣ ଯାଞ୍ଚକାରୀ ବିପରୀତ ଅନୁବାଦକୁ ଆଗରୁ ପାଠ କରି ନିଜ ପ୍ରଶ୍ନଗୁଡ଼ିକୁ ପ୍ରସ୍ତୁତ କରିଥାନ୍ତି ।

କାରଣ ତାହାଙ୍କର ପୂର୍ବ ପ୍ରସ୍ତୁତି ସମୟ ରହିଥିଲା, ସେ ଏବଂ ଅନୁବାଦ ଦଳ ସେମାନଙ୍କର ସାକ୍ଷାତ ସମୟକୁ ମୌଖିକ ବିପରୀତ ଅନୁବାଦକୁ ପ୍ରସ୍ତୁତ କରିବାରେ ହେଉଥିବା ଆବଶ୍ୟକତା ଅନୁଯାଇ ଧୀର ଗତିରେ ସଂପୂର୍ଣ୍ଣ ଅନୁବାଦକୁ ପାଠ କରିବା ପରିବର୍ତ୍ତେ ଅନୁବାଦରେ କେବଳ ସମସ୍ୟା ରହିଥିବା କ୍ଷେତ୍ରକୁ ହିଁ ବ୍ୟବହାର କରିବେ ।

ଚତୁର୍ଥ, ଅନୁବାଦ ଯାଞ୍ଚକାରୀଙ୍କୁ ମୌଖିକ ଅନୁବାଦକୁ ଯେପରି କୁହାଯାଏ ସେହିପରି ସେଗୁଡ଼ିକୁ ଅଧିକ ସମୟ ଏକାଗ୍ର ଚିତ୍ତ ସହ ଶୁଣିବାରେ ଓ ବୁଝିବାରେ ଥିବା ଚାପକୁ ଲିଖିତ ବିପରୀତ ଅନୁବାଦ ହ୍ରାସ କରିଥାଏ ।

ଯଦି ଯାଞ୍ଚକାରୀ ଓ ଅନୁବାଦ ଦଳ ଏକ କୋଳାହଳପୂର୍ଣ୍ଣ ପରିବେଶରେ ସାକ୍ଷାତ କରନ୍ତି, ତେବେ ପ୍ରତିବନ୍ଧକୁ ନିଶ୍ଚିତ କର ଯେ ଯାଞ୍ଚକାରୀ ପ୍ରତ୍ୟେକ ଶବ୍ଦକୁ ସଠିକ୍ ଭାବରେ ଶୁଣିବା ତାହାଙ୍କ ନିମନ୍ତେ ପ୍ରକୃତରେ କ୍ଳାନ୍ତିକାରୀ ହୋଇପାରେ ।

ସମ୍ଭବପରତା ଏକାଗ୍ର ଚିତ୍ତରେ କୌଣସି ବିଷୟ ଚିନ୍ତା କରିବାର ମାନସିକ ଚାପ ବଢିବା ହେତୁ ଯାଞ୍ଚକାରୀ କେତେକ ସମସ୍ୟାକୁ ଛାଡି ଦେଇପାରନ୍ତି, ଯାହା ଫଳରେ ବାଇବଲ ଭିତ୍ତିକ ପାଠ ସଂଶୋଧିତ ନ ହୋଇ ସେହିପରି ରହିଯାଏ ।

ଏହି କାରଣ ହେତୁ, ଯେକୌଣସି ସମୟରେ ସମ୍ଭବ ହୁଏ ସେତେବେଳେ ଆମେ ଲିଖିତ ବିପରୀତ ଅନୁବାଦର ବ୍ୟବହାରକୁ ସୁପାରିଶ କରିଥାଉ।