or_ta/checking/vol2-backtranslation-kinds/01.md

14 KiB

1.

ବାକ୍ୟ ଓ ଖଣ୍ଡବାକ୍ୟ ନିମନ୍ତେ ନିର୍ଦ୍ଦିଷ୍ଟ ଭାଷା ବ୍ୟବହାର ପ୍ରଣାଳୀକୁ ଦେଖାଅ

a.

ପୃଷ୍ଠଭୂମିରେ ବାକ୍ୟର ଅର୍ଥକୁ ବ୍ୟବହାର କର

ଯଦି କୌଣସି ଶବ୍ଦର କେବଳ ଗୋଟିଏ ମୌଳିକ ଅର୍ଥ ରହିଥାଏ, ତେବେ ବିପରୀତ ଅନୁବାଦକ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଉକ୍ତ ଅର୍ଥକୁ ବ୍ୟବହାର କରିବା ଉଚିତ୍ ଯାହା ସମ୍ପୂର୍ଣ୍ଣ ବିପରୀତ ଅନୁବାଦରେ ସେହି ମୌଳିକ ଅର୍ଥକୁ ପ୍ରତିନିଧିତ୍ଵ କରୁଥିବ।

ଯଦି, ଏହାସତ୍ଵେ ମଧ୍ୟ, ନିର୍ଦ୍ଦିଷ୍ଟ ଭାଷାରେ ଗୋଟିଏ ଶବ୍ଦର ଅର୍ଥ ଗୋଟିଏରୁ ଅଧିକ ଅର୍ଥ ରହିଥାଏ, ଯଦ୍ୱାରା ସେଥିରେ ଥିବା ପୃଷ୍ଠଭୂମି ଅନୁଯାଇ ଅର୍ଥ ପରିବର୍ତ୍ତନ ହୋଇଥାଏ, ତେବେ ବିପରତୀ ଅନୁବାଦ କରୁଥିବା ଅନୁବାଦକ ସେହି ଶବ୍ଦ ବା ବାକ୍ୟାଂଶକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ବ୍ୟବହାର କରିବା ଉଚିତ୍ ଯାହା ସର୍ବୋତ୍ତମ ପ୍ରତିନିଧିତ୍ଵ କରୁଥିବ ଯେପରି ସେହି ପୁଷ୍ଠଭୂମିରେ ଉକ୍ତ ଶବ୍ଦଟି ବ୍ୟବହାର କରାଯାଇଥିଲା ।

ଅନୁବାଦ ଯାଞ୍ଚକାରୀ ନିମନ୍ତେ ହେଉଥିବା ଅସ୍ପଷ୍ଟତାକୁ ଦୂର କରିବା ପାଇଁ, ବିପରୀତ ଅନୁବାଦକ ଅନ୍ୟ ଅର୍ଥକୁ ବନ୍ଧନୀରେ ପ୍ରଥମେ ଭିନ୍ନ ମାଧ୍ୟମରେ ଶବ୍ଦକୁ ବ୍ୟବହାର କରି ଲେଖିରଖି ପାରିବ, ଯଦ୍ୱାରା ଅନୁବାଦକ ଯାଞ୍ଚକାରୀ ଏହାକୁ ଦେଖି ବୁଝିବ ଯେ ଏହି ଶବ୍ଦର ଗୋଟିଏରୁ ଅଧିକ ଅର୍ଥ ରହିଅଛି ।

ଉଦାହରଣ ସ୍ଵରୂପ, ଯଦି ନିର୍ଦ୍ଦିଷ୍ଟ ଭାଷାର ଶବ୍ଦ “ଯିବା” ଭାବେ ବିପରୀତ ଅନୁବାଦରେ ଆଗରୁ ଅନୁବାଦ କରାଯାଇଥାଏ ତେବେ ସେ ଲେଖିପାରନ୍ତି, “ଆସ (ଯିବା)” କିନ୍ତୁ ନୂତନ ପୃଷ୍ଠଭୂମିରେ “ଆସ” ଭାବେ ଏହାକୁ ଅନୁବାଦ କରିବା ଅଧିକ ଭଲ।

ଯଦି ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ରୂଢି ପ୍ରୟୋଗ ବାକ୍ୟକୁ ବା ଢଗକୁ ବ୍ୟବହାର କରନ୍ତି, ଏହା ଅନୁବାଦ ଯାଞ୍ଚକାରୀକୁ ଅଧିକ ସହାୟକ ହେବ ଯଦି ବିପରୀତ ଅନୁବାଦକ ଢଗକୁ ଆକ୍ଷରିକ ଭାବରେ (ବାକ୍ୟ/ଶବ୍ଦଗୁଡ଼ିକର ଅର୍ଥ ଅନୁଯାଇ) ଅନୁବାଦ କରନ୍ତି, କିନ୍ତୁ ତେବେ ମଧ୍ୟ ଢଗର ଅର୍ଥକୁ ବନ୍ଧନୀରେ ଅନ୍ତର୍ଭୁକ୍ତ କରାଯିବ ।

ସେହି ଉପାୟରେ, ଅନୁବାଦ ଯାଞ୍ଚକାରୀ ଦେଖିପାରିବ ଯେ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ସେହି ସ୍ଥାନରେ ଢଗକୁ ବ୍ୟବହାର କରିଛି, ଆହୁରି ମଧ୍ୟ ଦେଖିବ ଯେ ଏହାର ଅର୍ଥ କ’ଣ ।

ଉଦାହରଣ ସ୍ଵରୂପେ, ଜଣେ ବିପରୀତ ଅନୁବାଦକାରୀ ଢଗକୁ ଅନୁବାଦ କରିପାରନ୍ତି, ଯେପରିକି “ସେ ବାଲଟିକୁ ଲାଥ ମାରିଲା (ସେ ମଲେ)।”

ଯଦି ରୂଢି ପ୍ରୟୋଗ ବାକ୍ୟ/ଢଗ ଦୁଇରୁ ଅଧିକ ଥର ପରିଦୃଷ୍ଟ ହୁଏ, ବିପରୀତ ଅନୁବାଦକ ଏହାକୁ ପ୍ରତି ଥର ବର୍ଣ୍ଣନା କରିବା ଅନାବଶ୍ୟକ, କିନ୍ତୁ ଏହାକୁ ଆକ୍ଷରିକ ଭାବେ ଅନୁବାଦ କରିପାରିବ କିମ୍ବା ଏହାର ଅର୍ଥକୁ ଅନୁବାଦ କରିପାରିବ ।

b.

ପଦ (ଯଥା: ବିଶେଷ୍ୟ, ବିଶେଷଣ, ସର୍ବନାମ, କ୍ରିୟା, ଅବ୍ୟୟ ଇତ୍ୟାଦି) ଗୁଡ଼ିକୁ ସେହିପରି ରଖନ୍ତୁ

ବିପରୀତ ଅନୁବାଦରେ, ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାର ପଦଗୁଡ଼ିକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ପଦଗୁଡ଼ିକ ସହ ସମାନ ଭାବେ ଚିତ୍ରଣ କରିବା ଉଚିତ୍ ।

ଏହାର ଅର୍ଥ ଯେ ବିପରୀତ ଅନୁବାଦକ ବିଶେଷ୍ୟ ପଦଗୁଡ଼ିକୁ ବିଶେଷ୍ୟ ପଦଗୁଡ଼ିକ ସହ, କ୍ରିୟା ପଦଗୁଡ଼ିକୁ କ୍ରିୟା ପଦଗୁଡ଼ିକ ସହ, ଶବ୍ଦ ବା ଅର୍ଥ ପରିବର୍ତ୍ତନ କରୁଥିବା ପଦଗୁଡ଼ିକୁ ଶବ୍ଦ ବା ଅର୍ଥ ପରିବର୍ତ୍ତନ କରୁଥିବା ପଦଗୁଡ଼ିକ ସହ ଅନୁବାଦ କରିବା ଉଚିତ୍ ।

ନିର୍ଦ୍ଦିଷ୍ଟ ଭାଷା କିପରି କାର୍ଯ୍ୟ କରୁଛି ତାହାକୁ ଦେଖିବା ପାଇଁ ଅନୁବାଦ ଯାଞ୍ଚକାରୀମାନଙ୍କୁ ସାହାଯ୍ୟ କରିବ ।

c.

ବିଭିନ୍ନ ପ୍ରକାର ଖଣ୍ଡବାକ୍ୟକୁ ସେହିପରି ରଖନ୍ତୁ

ବିପରୀତ ଅନୁବାଦରେ, ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାର ପ୍ରତି ଖଣ୍ଡବାକ୍ୟକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ବିଭିନ୍ନ ଖଣ୍ଡବାକ୍ୟ ସହ ସମାନ ଭାବେ ଚିତ୍ରଣ କରିବା ଉଚିତ୍ ।

ଉଦାହରଣ ସ୍ଵରୂପେ, ଯଦି ନିର୍ଦ୍ଦିଷ୍ଟ ଭାଷାର ଖଣ୍ଡବାକ୍ୟ ଆଦେଶମୂଳକ ଶବ୍ଦକୁ ବ୍ୟବହାର କରେ, ତେବେ ବିପରୀତ ଅନୁବାଦ ମଧ୍ୟ ଉପଦେଶାତ୍ମକ ବା ଅନୁରୋଧ ଶବ୍ଦ ପରିବର୍ତ୍ତେ ଆଦେଶମୂଳକ ଶବ୍ଦ ବ୍ୟବହାର କରିବା ଉଚିତ୍ ।

କିମ୍ବା ଯଦି ନିର୍ଦ୍ଦିଷ୍ଟ ଭାଷା ଉତ୍ତର ପାଇବା ପରିବର୍ତ୍ତେ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନକୁ ବ୍ୟବହାର କରେ, ତେବେ ବିପରୀତ ଅନୁବାଦ ମଧ୍ୟ ବକ୍ତବ୍ୟ ବା ଭାବ ପ୍ରକାଶକ ଶବ୍ଦ ପରିବର୍ତ୍ତେ ପ୍ରଶ୍ନକୁ ବ୍ୟବହାର କରିବା ଉଚିତ୍ ।

d.

ବିରାମ ଚିହ୍ନକୁ ସେହିପରି ରଖନ୍ତୁ

ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଯେପରି ବିରାମ ଚିହ୍ନ ଅଛି ଠିକ୍ ସେହିପରି ବିପରୀତ ଅନୁବାଦରେ ବିରାମ ଚିହ୍ନକୁ ବ୍ୟବହାର କରିବା ଉଚିତ୍ ।

ଉଦାହରଣ ସ୍ଵରୂପେ, ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଯେଉଁ ଯେଉଁ ସ୍ଥାନରେ କମା ଅଛି, ବିପରୀତ ଅନୁବାଦକ ମଧ୍ୟ ବିପରୀତ ଅନୁବାଦରେ କମା ରଖିବା ଉଚିତ୍ ।

ଉଭୟ ଅନୁବାଦରେ ପୂର୍ଣ୍ଣଚ୍ଛେଦ, ବିସ୍ମୟ ସୂଚକ ଚିହ୍ନ, ଉଦ୍ଧୃତି ଚିହ୍ନ ଓ ସମସ୍ତ ବିରାମ ଚିହ୍ନଗୁଡିକ ସମାନ ସ୍ଥାନରେ ରିହିବା ଆବଶ୍ୟକ ।

ସେହି ଉପାୟରେ, ଅନୁବାଦ ଯାଞ୍ଚକାରୀ ଅଧିକ ସହଜରେ ଦେଖିପାରିବ ଯେ ବିପରୀତ ଅନୁବାଦର କେଉଁ ଅଂଶ ନିର୍ଦ୍ଦିଷ୍ଟ ଭାଷା ଅନୁବାଦର ଅଂଶକୁ ପ୍ରତିନିଧିତ୍ଵ କରୁଛି ।

ଯେତେବେଳେ ବାଇବଲର ବିପରୀତ ଅନୁବାଦ କରାଯାଏ, ବିପରୀତ ଅନୁବାଦରେ ଥିବା ସମସ୍ତ ଅଧ୍ୟାୟ ଓ ପଦ ସଂଖ୍ୟାଗୁଡ଼ିକ ସଠିକ୍ ସ୍ଥାନରେ ଅଛି କିମ୍ବା ନାହିଁ, ଏହାକୁ ନିଶ୍ଚିତ କରିବା ମଧ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ ଅଟେ ।

e.

ଏକ ଜଟିଳ ବ ମିଶ୍ରିତ ଶବ୍ଦଗୁଡ଼ିକର ପୂର୍ଣ୍ଣ ଅର୍ଥକୁ ପ୍ରକାଶ କରନ୍ତୁ

ଅନେକ ସମୟରେ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ଶବ୍ଦଗୁଡ଼ିକ ଅପେକ୍ଷା ନିର୍ଦ୍ଦିଷ୍ଟ ଭାଷାରେ ଥିବା ଶବ୍ଦଗୁଡ଼ିକ ଅଧିକ ଜଟିଳ ହୋଇଥାଏ ।

ଏହି କ୍ଷେତ୍ରରେ, ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ଥିବା ଶବ୍ଦକୁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ଗୋଟିଏ ଭାବ ପ୍ରକାଶକ ବାକ୍ୟାଂଶ ସହ ଚିତ୍ରଣ ବା ପ୍ରତିନିଧିତ୍ଵ କରିବା ଆବଶ୍ୟକ ।

ଏହା ଅତ୍ୟାବଶ୍ୟକ ଯଦ୍ୱାରା ଜଣେ ଅନୁବାଦ ଯାଞ୍ଚକାରୀ ଯେତେ ସମ୍ଭବ ସେତେ ଅଧିକ ଅର୍ଥକୁ ଦେଖିପାରିବ ।

ଉଦାହରଣ ସ୍ଵରୂପେ, ନିର୍ଦ୍ଦିଷ୍ଟ ଭାଷାରେ ଥିବା ଶବ୍ଦକୁ ଅନୁବାଦ କରିବା ପାଇଁ ବ୍ୟାପକ ଯୋଗାଯୋଗ କରୁଥିବା ଭାଷାରେ ଥିବା ବାକ୍ୟାଂଶକୁ ବ୍ୟବହାର କରିବା ଅତ୍ୟାବଶ୍ୟକ ହୋଇପାରେ, ଯଥା, “ଦର ବଢିବା”, କିମ୍ବା “ଶାୟିତ ହେବା । ”

ଆହୁରି ମଧ୍ୟ, ଅନେକ ଭାଷାମାନଙ୍କରେ ଏପରି ଶବ୍ଦଗୁଡ଼ିକ ଅଛି ଯେଉଁଠାରେ କି ବ୍ୟାପକ ଯୋଗାଯୋଗ ଭାଷାରେ ଥିବା ସମାର୍ଥବୋଧକ ଶବ୍ଦଗୁଡ଼ିକଠାରୁ ଅଧିକ ତଥ୍ୟ ରହିଥାଏ ।

ଏହି କ୍ଷେତ୍ରରେ, ଏହା ଅଧିକ ସହାୟକ ହେବ ଯଦି ବିପରୀତ ଅନୁବାଦକ ସେହି ଅତିରିକ୍ତ ଶବ୍ଦକୁ ବନ୍ଧନୀ ମଧ୍ୟରେ ଅନ୍ତର୍ଭୁକ୍ତ କରିବା, ଯଥା, “ଆମେ (ସମୂହ),” ବା “ଆପଣ (ସ୍ତ୍ରୀ ଲିଙ୍ଗ, ବହୁବଚନ) ।”

2.

ବାକ୍ୟ ଓ ଯୁକ୍ତିଯୁକ୍ତ ଗଠନ ଶୈଳୀ ନିମନ୍ତେ ବ୍ୟାପକ ଯୋଗାଯୋଗ ଶୈଳୀର ଭାଷାକୁ ବ୍ୟବହାର କରନ୍ତୁ ।

ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ବ୍ୟବହୃତ ଦାତନ ଶୈଳୀକୁ ନୁହେଁ, ବରଂ ବ୍ୟାପକ ଯୋଗାଯୋଗର ଭାଷା ନିମନ୍ତେ ଯାହା ପ୍ରାକୃତିକ ବା ସ୍ଵାଭାବିକ, ଏପରି ବାକ୍ୟ ଗଠନକୁ ବ୍ୟବହାର କରିବା ଉଚିତ୍ ।

ଏହାର ଅର୍ଥ ଯେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷାରେ ବ୍ୟବହୃତ ବାକ୍ୟର ଶ୍ରୁଙ୍ଖଳିତ ଅବସ୍ଥାକୁ ନୁହେଁ, ବରଂ ଯାହା ବ୍ୟାପକ ଯୋଗାଯୋଗର ଭାଷା ନିମନ୍ତେ ସ୍ଵାଭାବିକ, ଏପରି ବାକ୍ୟର ଶ୍ରୁଙ୍ଖଳିତ ଅବସ୍ଥାକୁ ବ୍ୟବହାର କରିବା ଉଚିତ୍ ।

ବିପରୀତ ଅନୁବାଦ ମଧ୍ୟ ପରସ୍ପର ପ୍ରତି ସଂପର୍କିତ ବାକ୍ୟାଂଶର ମାଧ୍ୟମକୁ ଓ ଯୁକ୍ତିଯୁକ୍ତ ସଂପର୍କକୁ ଇଙ୍ଗିତ କରିବାର ମାଧ୍ୟମକୁ ବ୍ୟବହାର କରିବା ଉଚିତ୍, ଯଥା, କାରଣ ଓ ଉଦ୍ଦେଶ୍ୟ, ଯାହାକି ବ୍ୟାପକ ଯୋଗାଯୋଗର ଭାଷା ନିମନ୍ତେ ସ୍ଵାଭାବିକ ଅଟେ ।

ଏହା ଅନୁବାଦ ଯାଞ୍ଚକାରୀଙ୍କ ନିମନ୍ତେ ବିପରୀତ ଅନୁବାଦକୁ ପଢିବା ଓ ବୁଝିବା ପାଇଁ ସହଜ ହେବ ।

ଏହା ମଧ୍ୟ ବିପରୀତ ଅନୁବାଦକୁ ଥିବା ଯାଞ୍ଚ୍ କରିବାର ପ୍ରକ୍ରିୟାକୁ ଦ୍ରୁତ ଗତି କରିବ ।