or_ta/checking/vol2-backtranslation-guidel.../01.md

2.4 KiB

ଏକ ବିପରୀତ ଅନୁବାଦ କଣ ଅଟେ ?

ଏକ ବିପରୀତ ଅନୁବାଦ କହିଲେ, ବାଇବେଲ ଭିତ୍ତିକ ପାଠର ଏକ ଅନୁବାଦକୁ ସ୍ଥାନୀୟ ନିର୍ଦ୍ଦିଷ୍ଟ/ଲକ୍ଷ୍ୟ ଭାଷାରୁ ବ୍ୟାପକ ଭାବରେ ଯୋଗାଯୋଗ କରୁଥିବା ଭାଷା ମଧ୍ୟକୁ ଅନୁବାଦ କରିବା ବିଷୟକୁ ବୁଝାଏ ।

ଏହାକୁ “ବିପରୀତ ଅନୁବାଦ” କୁହାଯାଏ, କାରଣ ଏହା ସ୍ଥାନୀୟ ନିର୍ଦ୍ଦିଷ୍ଟ ଭାଷାର ଅନୁବାଦକୁ ସୃଷ୍ଟି କରିବା ପାଇଁ ଯାହା କରାଯାଉଥିଲା ତାହା ଅପେକ୍ଷା ବରଂ ଏହାକୁ ଏକ ବିପରୀତ ଦିଗରେ ଅନୁବାଦ କରାଯାଏ ।

ଏକ ବିପରୀତ ଅନୁବାଦକୁ ସମ୍ପୂର୍ଣ୍ଣ ଭାବେ ସାଧାରଣ ଶୈଳୀରେ କରାଯାଏ ନାହିଁ, ତଥାପି, କାରଣ ଅନୁବାଦର ଭାଷାରେ ଥିବା ଲକ୍ଷ୍ୟ ପରି ଏହାର ସ୍ଵାଭାବିକତା ରହି ନ ଥାଏ (ଏହି କ୍ଷେତ୍ରରେ, ବ୍ୟାପକ ଯୋଗାଯୋଗର ଭାଷା)।

ବରଂ, ସ୍ଥାନୀୟ ଭାଷା ଅନୁବାଦର ଶବ୍ଦ ଓ ଭାବର ଅଭିବ୍ୟକ୍ତିଗୁଡିକୁ ଆକ୍ଷରିକ ଭାବରେ ପ୍ରତିନିଧିତ୍ଵ କରି ବର୍ଣ୍ଣନା କରିବା, ଅପର ପକ୍ଷରେ ମଧ୍ୟ ବ୍ୟାପକ ଯୋଗାଯୋଗର ଭାଷାର ବ୍ୟାକରଣ ଓ ଶବ୍ଦକ୍ରମକୁ ବ୍ୟବହାର କରିବା ଏହାର ଲକ୍ଷ୍ୟ ଅଟେ ।

ଏହି ପରି ଭାବରେ, ଅନୁବାଦ ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷା ପାଠରେ ଥିବା ଶବ୍ଦଗୁଡିକର ଅର୍ଥକୁ ଅଧିକ ସ୍ପଷ୍ଟ ରୂପରେ ଦେଖି ପାରିବେ, ଏବଂ ମଧ୍ୟ ବିପରୀତ ଅନୁବାଦକୁ ଭଲ ଭାବରେ ବୁଝାଯାଇ ପାରିବ ଓ ଏହାକୁ ଅତି ଶୀଘ୍ର ଓ ସହଜରେ ପଢି ପାରିବ ।