or_ta/checking/self-assessment/01.md

17 KiB
Raw Permalink Blame History

ଅନୁବାଦ ଉତ୍କୃଷ୍ଟତାର ଆତ୍ମ-ମୂଲ୍ୟାଙ୍କନ

ଏହି ଭାଗର ଉଦ୍ଦେଶ୍ୟ ହେଉଛି ଯେ ଏକ ପ୍ରକ୍ରିୟାକୁ ବର୍ଣ୍ଣନା କରିବା ଯାହା ଦ୍ଵାରା ମଣ୍ଡଳୀ ଅନୁବାଦର ଉକୃଷ୍ଟତାକୁ ସେମାନଙ୍କ ନିମନ୍ତେ ବିଶ୍ୱାସଯୋଗ୍ୟ ଭାବରେ ନିର୍ଦ୍ଧାରଣ କରିପାରିବ । ଏହି ନିମ୍ନ ଲିଖିତ ମୂଲ୍ୟାଙ୍କନ ନିୟୋଜିତ କରିପାରୁଥିବା ପ୍ରତ୍ୟେକ କଳ୍ପନୀୟ ଯାଞ୍ଚକୁ ବର୍ଣ୍ଣନା କରିବା ପରିବର୍ତ୍ତେ, ଅନୁବାଦକୁ ଯାଞ୍ଚ୍ କରିବା ନିମନ୍ତେ ଥିବା କେତେକ ଗୁରୁତ୍ୱପୂର୍ଣ୍ଣ କୌଶଳଗୁଡିକୁ ପ୍ରସ୍ତାବିତ କରିବା ନିମନ୍ତେ ଅଭିପ୍ରେତ ଅଟେ । ସର୍ବଶେଷରେ, କି ପ୍ରକାରର ଯାଞ୍ଚ୍ କାର୍ଯ୍ୟର ବ୍ୟବହାର କରାଯିବ, କାହା ଦ୍ଵାରା କରାଯିବା ଉଚିତ୍ ମଣ୍ଡଳୀ ଦ୍ଵାରା ସେସବୁର ନିଷ୍ପତି ନିଆଯିବ ।

ମୂଲ୍ୟାଙ୍କନକୁ କିପରି ବ୍ୟବହାର କରିବେ

ଏହି ମୂଲ୍ୟାଙ୍କନ ପ୍ରଣାଳୀ ଦୁଇ ପ୍ରକାରର ବକ୍ତବ୍ୟକୁ ନିୟୋଜିତ କରିଥାଏ । କେତେକ “ହଁ/ନାହି” ବକ୍ତବ୍ୟ/ଉକ୍ତି ଅଟେ, ଯେଉଁଠାରେ କି ଗୋଟିଏ ସମସ୍ୟାକୁ ଇଙ୍ଗିତ କରୁଥିବା ଏକ ନକରାତ୍ମକ ପ୍ରତିକ୍ରିୟା ଯାହା ସମାଧାନ ହେବା ଆବଶ୍ୟକ । ଅନ୍ୟ ଭାଗଟି ସମାନ-ଓଜନର ମାପକ ପ୍ରଣାଳୀ ଯାହାକି ଅନୁବାଦ ଦଳ ଓ ଯାଞ୍ଚକାରୀମାନଙ୍କୁ ଅନୁବାଦ ବିଷୟରେ ବକ୍ତବ୍ୟ ସହ ପ୍ରଦାନ କରିଥାଏ। (ପ୍ରତ୍ୟେକ ବକ୍ତବ୍ୟକୁ) - ର ପରିସଂଖ୍ୟାନ (Scale) ବାଡିରେ ଯାଞ୍ଚ୍ କରୁଥିବା ବ୍ୟକ୍ତିଙ୍କ ଦ୍ଵାରା ସଂଖ୍ୟା ହିସାବ କରାଯିବା ଉଚିତ୍ ।

0 - ଅସମ୍ମତ ହେବା

1 - ପ୍ରାୟ ସମ୍ମତ ହେବା

2 - ଦୃଢ ସମ୍ମତ ହେବା

ସମୀକ୍ଷାର ସର୍ବଶେଷରେ, ଭାଗରେ ଥିବା ସମସ୍ତ ପ୍ରତିକ୍ରିୟାର ସର୍ବମୋଟ ମୂଲ୍ୟକୁ ମିଶାଇ ମୋଟ ସଂଖ୍ୟାକୁ ନିର୍ଣ୍ଣୟ କରାଯିବା ଉଚିତ୍ , ଯଦି ପ୍ରତିକ୍ରିୟାଗୁଡିକ ଅନୁବାଦର ଅବସ୍ଥାକୁ ନିର୍ଭୁଲ ଭାବରେ ପ୍ରତିଫଳତ କରୁଛି, ତେବେ ଏହି ମୂଲ୍ୟ ସମୀକ୍ଷାକାରୀମାନଙ୍କୁ ସମ୍ଭାବ୍ୟ ହାରାହାରି କଳନାକୁ ଯୋଗାଇବ ଯେ ଅନୁବାଦିତ ଅଧ୍ୟାୟଟି ସର୍ବକୃଷ୍ଟ ଅଟେ । ନିର୍ଦ୍ଧିଷ୍ଟ ନୀତି ନିୟମ/ସଂକ୍ଷିପ୍ତ ଟିପ୍ପଣୀକୁ ସରଳ ଭାବରେ ପରିକଳ୍ପିତ କରି ଯେଉଠାରେ କାର୍ଯ୍ୟର ବିକାଶ ଆବଶ୍ୟକତା ରହିଛି, ତାହାକୁ ମୂଲ୍ୟାଙ୍କନ କରିବା ପାଇଁ ବାସ୍ତବ ପ୍ରଣାଳୀକୁ ସମିକ୍ଷାକାରୀମାନଙ୍କୁ ଯୋଗାଇ ଦିଆଯାଇଛି ଉଦାହରଣ ସ୍ଵରୂପେ, ଯଦି ଅନୁବାଦଟି “ନିର୍ଭୁଲତା” କ୍ଷେତ୍ରରେ ଭଲ ସଂଖ୍ୟା ରଖିଛି, କିନ୍ତୁ “ସ୍ଵାଭାବିକ” ଓ “ସ୍ପଷ୍ଟତା” କ୍ଷେତ୍ରରେ ପ୍ରାୟ କମ୍ ରହିଛି, ତେବେ ଅନୁବାଦ ଦଳ ଅଧିକ ସଂପ୍ରଦାୟ ଯାଞ୍ଚ୍ କାର୍ଯ୍ୟକୁ କରିବା ଆବଶ୍ୟକ ।

ନିର୍ଦ୍ଧିଷ୍ଟ ନୀତି ନିୟମ/ସଂକ୍ଷିପ୍ତ ଟିପ୍ପଣୀଟି ଅନୁବାଦ କରାଯାଇଥିବା ବାଇବଲ ଭିତ୍ତିକ ବିଷୟବସ୍ତୁର ପ୍ରତ୍ୟେକ ଅଧ୍ୟାୟରେ ବ୍ୟବହାର କରିବା ନିମନ୍ତେ ଅଭିପ୍ରେତ ଅଟେ । ଅନୁବାଦକ ଦଳ ସେମାନଙ୍କର ଅନ୍ୟ ଯାଞ୍ଚଗୁଡିକୁ ଶେଷ କରିବା ପରେ ପ୍ରତ୍ୟେକ ଅଧ୍ୟାୟର ମୂଲ୍ୟାଙ୍କନ କରିବା ଉଚିତ୍ , ଏବଂ ପରେ ଦ୍ଵିତୀୟ ସ୍ତରର ମଣ୍ଡଳୀ ଯାଞ୍ଚକାରୀମାନେ ଏହାକୁ ପୁନର୍ବାର କରିବେ, ତା’ପରେ ତୃତୀୟ ସ୍ତରର ଯାଞ୍ଚକାରୀମାନେ ମଧ୍ୟ ଅନୁବାଦକୁ ଏହି ଯାଞ୍ଚ୍ ତାଲିକା ସହ ମୂଲ୍ୟାଙ୍କନ କରିବା ଉଚିତ୍ । ଯେପରି ପ୍ରତ୍ୟେକ ସ୍ତରରେ ମଣ୍ଡଳୀ ଦ୍ଵାରା ଅଧ୍ୟାୟର ଅଧିକ ବିସ୍ତ୍ରୁତ ଓ ବ୍ୟାପକ ଯାଞ୍ଚ୍ କରାଯାଇଥାଏ, ଠିକ୍ ସେହିପରି ଅଧ୍ୟାୟ ନିମନ୍ତେ ଅଙ୍କଗୁଡିକ ପ୍ରଥମ ଚାରି ଭାଗ (ସାଧାରଣ ସମୀକ୍ଷା, ସ୍ଵାଭାବିକତା, ସ୍ପଷ୍ଟତା ଓ ନିର୍ଭୁଲତା) ଗୁଡିକର ପ୍ରତ୍ୟେକ ଭାଗରୁ ଅଧୁନାତନ ବା ଅପଡେଟ୍ କରି, ଅନୁବାଦଟି କିପରି ଉନ୍ନତି ସାଧନ କରୁଛି ତାହା ଦେଖିବା ପାଇଁ ମଣ୍ଡଳୀ ଓ ସଂପ୍ରଦାୟକୁ ଅନୁମତି ଦେବା ଉଚିତ୍ ।

ଆତ୍ମ-ମୂଲ୍ୟାଙ୍କନ

ପ୍ରକ୍ରିୟାଟି ପାଞ୍ଚ ଭାଗରେ ବିଭକ୍ତ: ସାଧାରଣ ସମୀକ୍ଷା ( ଅନୁବାଦ ସମ୍ଵନ୍ଧୀୟ ତଥ୍ୟ ), ସ୍ବାଭାବିକତା, ସ୍ପଷ୍ଟତା, ନିର୍ଭୁଲତା, ଓ ମଣ୍ଡଳୀ ଅନୁମୋଦନ /ସ୍ଵୀକୃତି

1. ସାଧାରଣ ସମୀକ୍ଷା
  • ତଳେ ଦିଆଯାଇଥିବା ପ୍ରତି ଉକ୍ତି ନିମନ୍ତେ “ନାହିଁ “ କିମ୍ୱା “ହଁ” ଉଭୟ ମଧ୍ୟରୁ ଗୋଟିଏର ଚାରି ପଟ ଗୋଲେଇ କରନ୍ତୁ।*

ନାହିଁ | ହଁ ଏହା ଏକ ଅର୍ଥ-ଆଧାରିତ ଅନୁବାଦ ଅଟେ ଯାହାକି ମୂଳ ଭାଷାର ଅର୍ଥକୁ ଏକ ନିର୍ଦ୍ଧିଷ୍ଟ ଭାଷାରେ ସ୍ଵାଭାବିକ, ସ୍ପଷ୍ଟ, ଓ ନିର୍ଭୁଲ ଭାବରେ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥାଏ ।

ନାହିଁ | ହଁ ଯେଉଁମାନେ ଅନୁବାଦକୁ ଯାଞ୍ଚ୍ କରିବା କାର୍ଯ୍ୟରେ ଜଡିତ ଅଛନ୍ତି, ସେମାନେ ନିର୍ଦ୍ଧିଷ୍ଟ ଭାଷାର ପ୍ରଥମଭାଷା (ବା ମାତୃଭାଷା) କହୁଥିବା ବ୍ୟକ୍ତିମାନେ ଅଟନ୍ତି ।

ନାହିଁ | ହଁ ଏହି ଅଧ୍ୟାୟର ଅନୁବାଦଟି ବିଶ୍ୱାସର ବକ୍ତବ୍ୟ ସହିତ ଚୁକ୍ତି ଅଟେ ।

ନାହିଁ | ହଁ ଏହି ଅଧ୍ୟାୟର ଅନୁବାଦଟି ଅନୁବାଦ ନିର୍ଦ୍ଧେଶାବଳୀ ଅନୁଯାଇ କରାଯାଇଅଛି ।

2.ସ୍ଵାଭାବିକତା: “ଏହା ମୋହର ଭାଷା”
  • ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ନିମନ୍ତେ “0” କିମ୍ୱା “1” ,କିମ୍ୱା “2” ର ଯେକୌଣସି ସଂଖ୍ୟାରେ ଗୋଲେଇ କରନ୍ତୁ ।*

ଏହି ଭାଗକୁ ଅଧିକ ସଂପ୍ରଦାୟ ଯାଞ୍ଚ୍ କାର୍ଯ୍ୟ ଦ୍ଵାରା ଦୃଢ କରାଯାଇପାରିବ ।( ଭାଷା ସଂପ୍ରଦାୟ ଯାଞ୍ଚ୍\ ପାଠକୁ ଦେଖନ୍ତୁ )

0 1 2 ଏହି ଭାଷାକୁ କହୁଥିବା ଏହି ଅଧ୍ୟାୟକୁ ଶୁଣିଥିବା ଲୋକେ ଏଥିରେ ଏକ ମତ ଯେ ଏହାକୁ ସଠିକ୍ ଭାଷା ଶୈଳୀକୁ ବ୍ୟବହାର କରି ଅନୁବାଦ କରାଯାଇଥିବା ।

0 1 2 ଏହି ଭାଷାକୁ କହୁଥିବା ଲୋକମାନେ ଏକମତ ଯେ ଏହି ଅଧ୍ୟାୟରେ ବ୍ୟବହୃତ ପ୍ରମୁଖ ଶବ୍ଦଗୁଡିକ ଏହି ସଂସ୍କୃତି ନିମନ୍ତେ ଗ୍ରହଣଯୋଗ୍ୟ ଓ ସଠିକ୍ ଅଟେ ।

0 1 2 ଏହି ଅଧ୍ୟାୟରେ ଥିବା ଦୃଷ୍ଟାନ୍ତ କିମ୍ୱା କାହାଣୀଗୁଡିକୁ ବୁଝିବା ପାଇଁ ଏହି ଭାଷା କହୁଥିବା ଲୋକମାନଙ୍କ ନିମନ୍ତେ ସହଜ ଅଟେ ।

0 1 2 ଏହି ଭାଷା କହୁଥିବା ଲୋକେ ଏକମତ ଯେ ଏହି ଅଧ୍ୟାୟରେ ଥିବା ପାଠର ବାକ୍ୟ ଗଠନ ଓ ଶ୍ରୁଙ୍ଖଳିତ ଅବସ୍ଥା ସ୍ଵାଭାବିକ ଓ ସଠିକ୍ ଭାବରେ ଗତି କରୁଛି ।

0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ସମ୍ପ୍ରଦାୟର ସଭ୍ୟମାନେ ଜଡ଼ିତ, ଯେଉମାନେକି ଏହି ଅଧ୍ୟାୟର ଅନୁବାଦକୁ ତିଆରି କରିବାରେ ସିଧାସଳଖ ଜଡ଼ିତ ନ ଥିଲେ ।

0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ବିଶ୍ଵାସୀ ଓ ଅବିଶ୍ଵାସୀ କିମ୍ବା କମ୍ ବିଶ୍ଵାସୀ ଯିଏକି ବାଇବେଲ ସହିତ ପ୍ରାୟ ପରିଚିତ ନୁହଁନ୍ତି, ଏପରି ଲୋକମାନେ ଜଡ଼ିତ ହୋଇଛନ୍ତି, ଯଦ୍ୱାରା ପାଠକୁ ଶୁଣିବା ପୂର୍ବରୁ ଏହା କ’ଣ କହୁଛି ତାହା ସେମାନେ ଜାଣନ୍ତି ନାହିଁ ।

0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଅନେକ ବିଭିନ୍ନ ବୟସର ଦଳରୁ ଆସିଥିବା ଭାଷାର ବକ୍ତାମାନେ ଅନ୍ତର୍ଭୁକ୍ତ ଅଟନ୍ତି ।

0 1 2 ସ୍ଵାଭାବିକତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ପୁରୁଷ ଓ ମହିଳା ଜଡ଼ିତ ।

3.ସ୍ପଷ୍ଟତା: “ଅର୍ଥ ସ୍ପଷ୍ଟ ଅଟେ”
  • ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ନିମନ୍ତେ “0” କିମ୍ୱା “1” ,କିମ୍ୱା “2” ର ଯେକୌଣସି ସଂଖ୍ୟାରେ ଗୋଲେଇ କରନ୍ତୁ ।*

ଏହି ଭାଗକୁ ଅଧିକ ସମ୍ପ୍ରଦାୟ ଯାଞ୍ଚ୍ କାର୍ଯ୍ୟ ଦ୍ଵାରା ଦୃଢ କରାଯାଇ ପାରିବ ।( ଭାଷା ସମ୍ପ୍ରଦାୟ ଯାଞ୍ଚ୍ ପାଠକୁ ଦେଖନ୍ତୁ )

0 1 2 ଏହି ଅଧ୍ୟାୟକୁ ନିର୍ଦ୍ଧିଷ୍ଟ ଭାଷା ବ୍ୟବହାର କରି ଅନୁବାଦ କରାଯାଇଛି ଯାହା ସ୍ଥାନୀୟ ଭାଷାର ବକ୍ତାମାନେ ବୁଝନ୍ତି ଓ ଏକମତ ଅଟନ୍ତି ।

0 1 2 ଏହି ଭାଷାର ବକ୍ତାମାନେ ଏକମତ ଯେ ଏହି ଅଧ୍ୟାୟରେ ଥିବା ସମସ୍ତ ନାମ, ସ୍ଥାନ ଓ କ୍ରିୟାପଦଗୁଡ଼ିକ ସଠିକ୍ ଅଟେ ।

0 1 2 ଏହି ଅଧ୍ୟାରେ ବ୍ୟବହୃତ ଆଳଙ୍କାରିକ ଶବ୍ଦଗୁଡ଼ିକ ଏହି ସଂସ୍କୃତିରେ ଥିବା ଲୋକମାନଙ୍କ ନିମନ୍ତେ ବୁଝିପାରିବା ଭଳି କହିଥାଏ ।

0 1 2 ଏହି ଭାଷାର ବକ୍ତାମାନେ ଏକମତ ଯେ ଯେପରି ଭାବରେ ଏହି ଅଧ୍ୟାୟକୁ ସଂଗଠିତ କରାଯାଇଛି ଏହା ଅର୍ଥ ପ୍ରକାଶରୁ ବିଭ୍ରାନ୍ତ କରିବ ନାହିଁ ।

0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ସମ୍ପ୍ରଦାୟର ସଭ୍ୟମାନେ ଜଡ଼ିତ, ଯେଉମାନେ କି ଏହି ଅଧ୍ୟାୟର ଅନୁବାଦକୁ ତିଆରି କରିବାରେ ସିଧାସଳଖ ଜଡ଼ିତ ନ ଥିଲେ ।

0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ବିଶ୍ଵାସୀ ଓ ଅବିଶ୍ଵାସୀ କିମ୍ବା କମ୍ ବିଶ୍ଵାସୀ ଯିଏକି ବାଇବଲ ସହିତ ପ୍ରାୟ ପରିଚିତ ନୁହଁନ୍ତି, ଏପରି ଲୋକମାନେ ଜଡ଼ିତ ହୋଇଛନ୍ତି, ଯଦ୍ୱାରା ପାଠକୁ ଶୁଣିବା ପୂର୍ବରୁ ଏହା କ’ଣ କହୁଛି ତାହା ସେମାନେ ଜାଣନ୍ତି ନାହିଁ ।

0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଅନେକ ବିଭିନ୍ନ ବୟସର ଦଳରୁ ଆସିଥିବା ଭାଷାର ବକ୍ତାମାନେ ଅନ୍ତର୍ଭୁକ୍ତ ଅଟନ୍ତି ।

0 1 2 ସ୍ପଷ୍ଟତା ନିମନ୍ତେ ଏହି ଅଧ୍ୟାୟର ଅନୁବାଦ ସମୀକ୍ଷାରେ ଉଭୟ ପୁରୁଷ ଓ ମହିଳା ଜଡ଼ିତ ।

4.ନିର୍ଭୁଲତା: “ମୂଳ ପାଠ ଯାହା ଯୋଗାଯୋଗ କରିଥାଏ ତାହା ହିଁ ଏହି ଅନୁବାଦ ଯୋଗାଯୋଗ କରିଥାଏ ।”
  • ତଳେ ଦିଆଯାଇଥିବା ପ୍ରତ୍ୟେକ ଉକ୍ତି ନିମନ୍ତେ “0” କିମ୍ୱା “1” ,କିମ୍ୱା “2” ର ଯେକୌଣସି ସଂଖ୍ୟାରେ ଗୋଲେଇ କରନ୍ତୁ ।*

ଏହି ଭାଗକୁ ଅଧିକ ନିର୍ଭୁଲତାର ଯାଞ୍ଚ୍ କାର୍ଯ୍ୟ ଦ୍ଵାରା ଦୃଢ କରାଯାଇପାରିବ ।( ନିର୍ଭୁଲତା ଯାଞ୍ଚ୍ ପାଠକୁ ଦେଖନ୍ତୁ )

0 1 2 ଏହି ଅଧ୍ୟାୟ ନିମନ୍ତେ ମୂଳ ପାଠରେ ଥିବା ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶବ୍ଦର ସଂପୂର୍ଣ୍ଣ ତାଲିକା ଅନୁବାଦରେ ଥିବା ସମସ୍ତ ଭାବ ପ୍ରକାଶକ ଶବ୍ଦକୁ ନିଶ୍ଚିତ କରିବାରେ ସାହାଯ୍ୟ କରିବା ପାଇଁ ବ୍ୟବହୃତ ।

0 1 2 ଏହି ଅଧ୍ୟାୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ସଠିକ୍ ଭାବରେ ବ୍ୟବହାର କରାଯାଇଛି ।

0 1 2 ଏହି ଅଧ୍ୟାୟରେ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକୁ ସ୍ଥିର ଭାବରେ ଅନୁବାଦ କରାଯାଇଛି, ଆହୁରି ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ଯେଉଁଠାରେ ଗୁରୁତ୍ୱପୂର୍ଣ୍ଣ ଶବ୍ଦଗୁଡ଼ିକ ଦେଖାଦିଏ ।