or_ta/checking/punctuation/01.md

4.1 KiB

“ବିରାମଚିହ୍ନ” କିପରି ଗୋଟିଏ ବାକ୍ୟକୁ ପାଠ କରାଯିବ ଓ ବୁଝାଯିବ ତାହାକୁ ଇଙ୍ଗିତ କରୁଥିବା ଚିହ୍ନଗୁଡିକୁ ଦର୍ଶାଏ । ଉଦାହରଣଗୁଡିକ ଅଟକି ଯିବାର (ପଢିବା ସମୟରେ ଟିକିଏ ରହି ରହିକି ପଢୁଥିବା)ର ଇଙ୍ଗିତଗୁଡିକ ଅନ୍ତର୍ଭୁକ୍ତ ଅଟେ, ଯଥା କମା, ପୂର୍ଣ୍ଣଛେଦ ଓ ଉଦ୍ଧୃତାଂଶ ଚିହ୍ନଗୁଡିକ ଯାହାକି ବକ୍ତାର ସଠିକ୍ ଶବ୍ଦଗୁଡିକୁ ପରିବେଷ୍ଟିତ କରିଥାଏ । ପାଠକ ଅନୁବାଦକୁ ସଠିକ୍ ଭାବରେ ପଢିବାକୁ ଓ ବୁଝିବାକୁ ସକ୍ଷମ ହେବା ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ଯେ ଆପଣ ବିରାମ ଚିହ୍ନଗୁଡିକୁ ସୁସଙ୍ଗତ ଭାବେ ବ୍ୟବହାର କରିବେ ।

ଅନୁବାଦ କରିବା ପୂର୍ବରୁ, ଅନୁବାଦ ଦଳ ବିରାମଚିହ୍ନର ପ୍ରଣାଳୀ ଉପରେ ନିର୍ଣ୍ଣୟ ନେବା ଆବଶ୍ୟକ ଯାହା ଆପଣ ଅନୁବାଦରେ ବ୍ୟବହାର କରିବେ । ରାଷ୍ଟ୍ରୀୟ ଭାଷାଗତ ବାଇବେଲ ବା ତହିଁ ସଂପର୍କିତ ବାଇବଲକୁ ବ୍ୟବହାର କରୁଥିବା ବିରାମଚିହ୍ନକୁ ଗ୍ରହଣ କରିବା ସହଜ ହୋଇପାରେ । ଅନୁବାଦ ଦଳ ଥରେ ଏହି ପ୍ରଣାଳୀକୁ ନିର୍ଣ୍ଣୟ କରିବା ପରେ, ନିଶ୍ଚିତ କରନ୍ତୁ ଯେ ପ୍ରତ୍ୟେକେ ଏହାକୁ ଅନୁକରଣ କରିବେ । ଭିନ୍ନ ଭିନ୍ନ ବିରାମ ଚିହ୍ନଗୁଡିକୁ ସଠିକ୍ ଭାବରେ ବ୍ୟବହାର କରିବାର ଉଦାହରଣ ଥିବା ମାର୍ଗଦର୍ଶିକା କାଗଜ ଫଳକକୁ ଦଳର ପ୍ରତ୍ୟକ ସଭ୍ୟମାନଙ୍କୁ ବିତରଣ କରିବା ଅଧିକ ସହାୟକ ହୋଇପାରେ ।

ମାର୍ଗଦର୍ଶିକା କାଗଜ ଫଳକ ସହିତ ମଧ୍ୟ, ବିରାମଚିହ୍ନରେ ଭୁଲ କରିବା ଅନୁବାଦକମାନଙ୍କ ନିମନ୍ତେ ସାଧାରଣ ବିଷୟ ଅଟେ । ଏହି କାରଣ ହେତୁ, ପୁସ୍ତକଟି ଅନୁବାଦିତ ହେଲା ପରେ, ଆମେ ଏହାକୁ ଅର୍ଥବୋଧକ ହେବା ପାଇଁ ପାରାଟେକ୍ସଟ୍ ମଧ୍ୟକୁ ସୁପାରିଶ କରିଥାଉ । ଆପଣ ନିର୍ଦ୍ଧିଷ୍ଟ ଭାଷାରେ ପାରାଟେକ୍ସଟ୍ ମଧ୍ୟକୁ ବିରାମଚିହ୍ନ ନିମନ୍ତେ ଥିବା ନିୟମକୁ ତାଲିକାଭୁକ୍ତ କରିପାରନ୍ତି । ପାରାଟେକ୍ସଟ୍ ସମସ୍ତ ସ୍ଥାନର ତାଲିକା ଦେବ ଯେଉଠାରେ ବିରାମଚିହ୍ନର ତ୍ରୁଟିଗୁଡିକ ପାଇବ ଏବଂ ସେଗୁଡିକୁ ଆପଣଙ୍କୁ ଦେଖାଇବା । ତା’ପରେ ଆପଣ ସେଗୁଡିକର ସମୀକ୍ଷା କରି ଦେଖିବେ ଯେ ଆଉ କୌଣସି ତ୍ରୁଟି ରହିଛି କିମ୍ୱା ନାହିଁ। ଯଦି କୌଣସି ତ୍ରୁଟି ରହିଥାଏ, ତେବେ ଆପଣ ସେହି ତ୍ରୁଟିଗୁଡିକୁ ସଜାଡି ପାରିବେ ।ଏହି ବିରାମଚିହ୍ନ ଯାଞ୍ଚ୍ କୁ ଚଳାଇବା ପରେ, ଆପଣ ଦୃଢ ରୁପେ ନିଶ୍ଚିତ ହୋଇପାରିବେ ଯେ ଆପଣଙ୍କର ଅନୁବାଦ ସଠିକ୍ ଭାବରେ ବିରାମଚିହ୍ନକୁ ବ୍ୟବହାର କରୁଛି ।