or_ta/checking/natural/01.md

3.5 KiB

ଏକ ସ୍ଵାଭାବିକ ଅନୁବାଦ

ବାଇବେଲ ଅନୁବାଦ କରିବା ପାଇଁ, ଯଦ୍ୱାରା ଏହା ସ୍ଵାଭାବିକ ଅର୍ଥ ରହିବ:

ଅନୁବାଦଟି ନିର୍ଦ୍ଧିଷ୍ଟ ଭାଷାର ସଭ୍ୟଙ୍କ ଦ୍ଵାରା ଲେଖାଯାଇଥିବା ଭଳି ଦେଖାଯିବା ଉଚିତ୍ - ବିଦେଶୀ ଦ୍ଵାରା ନୁହେଁ ।

ସ୍ଵାଭାବିକତା ନିମନ୍ତେ ଅନୁବାଦକୁ ଯାଞ୍ଚ୍ କରିବାକୁ, ଯେ ଏହାକୁ ମୂଳ ଭାଷା ସହିତ ତୁଳନା କରିବା ସହାୟକ ନୁହେଁ । ସ୍ଵାଭାବିକତା ନିମନ୍ତେ କରାଯିବା ଏହି ଯାଞ୍ଚ୍ ସମୟରେ, କୌଣସି ବ୍ୟକ୍ତି ମୁଳ ଭାଷାର ବାଇବେଲକୁ ଦେଖିବା ଅନୁଚିତ୍ । ଲୋକମାନେ ଅନ୍ୟ ଯାଞ୍ଚ୍ କରିବା ନିମନ୍ତେ ପୁନର୍ବାର ମୁଲଭାଷାର ବାଇବେଲକୁ ଦେଖିବେ ଯଥା, ନିର୍ଭୁଲତା ନିମନ୍ତେ ଯାଞ୍ଚ୍, କିନ୍ତୁ ଏହି ଯାଞ୍ଚ୍ ସମୟରେ ନୁହେଁ ।

ସ୍ଵାଭାବିକ ନିମନ୍ତେ ଅନୁବାଦକୁ ଯାଞ୍ଚ୍ କରିବାକୁ, ଆପଣ କିମ୍ୱା ଭାଷା ସଂପ୍ରଦାୟର ଅନ୍ୟ ସଭ୍ୟ ଏହାକୁ ଉଚ୍ଚ ସ୍ଵରରେ ପଢିବା ଆବଶ୍ୟକ । ଆପଣ ଏହାକୁ ନିର୍ଦ୍ଧିଷ୍ଟ ଭାଷା କହୁଥିବା ଲୋକ କିମ୍ୱା ଲୋକମାନଙ୍କର ଦଳ ନିକଟରେ ପାଠ କରିପାରିବେ । ଆପଣ ପଢିବା ଆରମ୍ଭ କରିବା ପୂର୍ବେ, ଏହାକୁ ଶୁଣିବା ନିମନ୍ତେ ଲୋକମାନଙ୍କୁ କୁହ ଯେ, ସେମାନେ ଆପଣଙ୍କୁ ପଢିବା ସମୟରେ ଅଟକାଇବେ ଯଦି ସେମାନେ ନିଜ ଭାଷା ସମ୍ପ୍ରଦାୟରୁ ସେପରି କହୁ ନଥିବା ଶବ୍ଦ ଶୁଣନ୍ତି । ଯେତେବେଳେ କେହି ଜଣେ ଆପଣଙ୍କୁ ରହିବାକୁ କହିବ, ତେବେ ଆପଣ ଏହି ସମାନ ବିଷୟକୁ ଆହୁରି ସ୍ଵାଭାବିକ ଭାବରେ କିଏ କହିବ ତହି ବିଷୟରେ ଏକତ୍ର ଆଲୋଚନା କରିପାରିବେ ।

ଆପଣଙ୍କ ଗାଁର ପରିସ୍ଥିତି ବିଷୟରେ ଚିନ୍ତା କରିବା ସହାୟକ ହେବ ଯେଉଁଠାରେକି ଲୋକେ ଏହି ପ୍ରକାର ସମାନ ଭାଷାରେ କଥାବାର୍ତ୍ତା କରନ୍ତି ଯାହା ଅନୁବାଦରେ ଦେଖିବାକୁ ମିଳେ । ଲୋକମାନଙ୍କୁ କଳ୍ପନା କର ଯେ ଆପଣ ସେହି ବିଷୟ କହିବା ଜାଣନ୍ତି, ଏବଂ ପରେ ଏହାକୁ ସେହି ପ୍ରକାରେ ଉଚ୍ଚ ସ୍ଵରରେ କୁହ । ଯଦି ଅନ୍ୟମାନେ ଏଥିରେ ଏକମତ ଯେ ଏହା କହିବା ପାଇଁ ଏକ ଉତ୍ତମ ଓ ସ୍ଵାଭାବିକ ମାଧ୍ୟମ ଅଟେ, ତେବେ ଅନୁବାଦରେ ଏହାକୁ ସେହି ପ୍ରକାରେ ଲେଖ।