or_ta/checking/headings/01.md

9.4 KiB
Raw Permalink Blame History

ମୁଖ୍ୟ ପାଠ୍ୟାଂଶ ଭାଗ ସମ୍ବନ୍ଧୀୟ ନିଷ୍ପତିସମୂହ

ଅନୁବାଦକ ଦଳକୁ ଗୋଟିଏ ନିଷ୍ପତି ନେବାକୁ ହେବ ଯେ ମୁଖ୍ୟ ପାଠ୍ୟାଂଶର ଭାଗକୁ ବ୍ୟବହାର କରିବେ କିମ୍ବା ନୁହେଁ। ମୁଖ୍ୟ ପାଠ୍ୟାଂଶ ଭାଗ ବାଇବେଲର ପ୍ରତି ଭାଗକୁ ଥିବା ପାଠ୍ୟାଂଶ ଭଳି, ଯାହାକି ଗୋଟିଏ ନୂଆ ଆଲୋଚ୍ୟ ବିଷୟକୁ ନେଇ ଆରମ୍ଭ ହୋଇଥାଏ । ଏକ ଭାଗ କ’ଣ କହୁଛି ତାହା ମୁଖ୍ୟ ପାଠ୍ୟାଂଶ ଭାଗ ଲୋକମାନଙ୍କୁ ଜାଣିବାରେ ସାହାର୍ଯ୍ୟ କରେ । କେତେକ ବାଇବଲ ଅନୁବାଦ ସେଗୁଡ଼ିକୁ ବ୍ୟବହାର କରନ୍ତି, ଓ କେତେକ କରନ୍ତି ନାହି । ଆପଣ ଜାତୀୟ ଭାଷାରେ ଥିବା ବାଇବଲର ପ୍ରତିଷ୍ଠିତ ପଦ୍ଧତି, ଯାହାକି ଅଧିକାଂଶ ଲୋକ ବ୍ୟବହାର କରନ୍ତି, ଏହାକୁ ପାଳନ କରିବାକୁ ଇଚ୍ଛା କରିପାରନ୍ତି । ଭାଷା ସମ୍ପ୍ରଦାୟ କ’ଣ ପସନ୍ଦ କରନ୍ତି, ତାହା ମଧ୍ୟ ଆପଣ ଖୋଜି ବାହାର କରିବାକୁ ଇଚ୍ଛା କରିବେ। ମୁଖ୍ୟ ପାଠ୍ୟାଂଶ ଭାଗକୁ ବ୍ୟବହାର କରିବା ପାଇଁ ଅଧିକ କାର୍ଯ୍ୟର ଆବଶ୍ୟକ କରେ, କାରଣ ଆପଣଙ୍କୁ ବାଇବଲ ଅନୁବାଦ ବ୍ୟତୀତ ପ୍ରତ୍ୟେକଟିକୁ ଲେଖିବାକୁ କିଅବା ଅନୁବାଦ କରିବାକୁ। ଏହା ମଧ୍ୟ ଆପଣଙ୍କ ବାଇବେଲ ଅନୁବାଦକୁ ଅଧିକ କରିବ।

କିନ୍ତୁ ମୁଖ୍ୟ ପାଠ୍ୟାଂଶ ଭାଗ ଆପଣଙ୍କ ପାଠକ ପାଠିକାଙ୍କ ନିମନ୍ତେ ଅଧିକ ସହାୟକ ହେବ । ଯେଉଁଠାରେ ବାଇବେଲ ଭିନ୍ନ ବିଷୟ କହେ, ମୁଖ୍ୟ ପାଠ୍ୟାଂଶ ଭାଗ ତାହାକୁ ଜାଣିବା ପାଇଁ ଅଧିକ ସହଜ କରିଥାଏ । ଯଦି ଜଣେ ବ୍ୟକ୍ତି ବିଶେଷରୂପେ କିଛି ଅନ୍ଵେଷଣ କରୁଛନ୍ତି, ତେବେ ଯେପର୍ଯନ୍ତ ସେ ପଡ଼ିବାକୁ ଚାହୁଁଥିବା ବିଷୟର ପରିଚୟ ନ ପାଆନ୍ତି ସେପର୍ଯନ୍ତ ସେ ମୁଖ୍ୟ ପାଠ୍ୟାଂଶ ଭାଗକୁ ପଡ଼ିପାରିବ । ତା’ପରେ ସେ ସେହି ଭାଗକୁ ପଡ଼ିପାରିବ । ଯଦି ଆପଣ ମୁଖ୍ୟ ପାଠ୍ୟାଂଶ ଭାଗକୁ ବ୍ୟବହାର କରିବା ପାଇଁ ନିଷ୍ପତି ନେଇଛନ୍ତି, ତେବେ କି ପ୍ରକାର ଭାଗ ବ୍ୟବହାର କରିବେ, ତାହା ଆପଣ ନିଷ୍ପତି ନେବା ଆବଶ୍ୟକ । ପୁନର୍ବାର, ଭାଷା ସମ୍ପ୍ରଦାୟର ଲୋକମାନେ କି ପ୍ରକାର ପାଠ୍ୟାଂଶ ଭାଗକୁ ପସନ୍ଦ କରୁଛନ୍ତି, ତାହା ଆପଣ ଖୋଜି ବାହାର କରିବାକୁ ଇଚ୍ଛା କରିବେ ।

ଲୋକମାନେ ବୁଝିବା ଭଳି ପାଠ୍ୟାଂଶ ଭାଗକୁ ବ୍ୟବହାର କରିବା ପାଇଁ ନିଶ୍ଚିତ ରୁହନ୍ତୁ, ଯାହାକି ଏହାକୁ ପରିଚିତ କରୁଥିବା ଲେଖାର ଅଂଶ ନଥିବ । ପାଠ୍ୟାଂଶ ଭାଗଟି ଧର୍ମଶାସ୍ତ୍ରର ଅଂଶ ନୁହେଁ; ଏହା କେବଳ ଧର୍ମଶାସ୍ତ୍ରର ଭିନ୍ନ ଅଂଶକୁ ମାର୍ଗଦର୍ଶନ କରିଥାଏ । ଆପଣ ଏହାକୁ ମୁଖ୍ୟ ପାଠ୍ୟାଂଶ ଭାଗର ପୁର୍ବରେ ଓ ପରେ କିଛି ସ୍ଥାନ ଛାଡ଼ି ଏବଂ ଭିନ୍ନ ପ୍ରକାର ଅକ୍ଷର (ଲେଖାର ଶୈଳୀ), କିମ୍ବା ଭିନ୍ନ ଭିନ୍ନ ଲେଖାର ଆକାରକୁ ବ୍ୟବହାର କରି ସ୍ପଷ୍ଟ କରିବାରେ ସକ୍ଷମ ହୋଇପାରିବେ । ଜାତୀୟ ଭାଷାରେ ଥିବା ବାଇବଲ ଏହାକୁ କିପରି ପାଳନ କରନ୍ତି ଦେଖନ୍ତୁ, ଏବଂ ଭିନ୍ନ ପ୍ରଣାଳୀରେ ଏହାକୁ ଭାଷା ସମ୍ପ୍ରଦାୟ ସହ ପରୀକ୍ଷା କର ।

ବିଭିନ୍ନ ପ୍ରକାରର ମୁଖ୍ୟ ପାଠ୍ୟାଂଶ ଭାଗ

ଅନେକ ପ୍ରକାରର ମୁଖ୍ୟ ପାଠ୍ୟାଂଶ ଭାଗ ଅଛି । ପ୍ରତ୍ୟେକ କିପରି ଭିନ୍ନ ଭିନ୍ନ ଦେଖାଯାଏ, ଏଠାରେ କିଛି ଉଦାହରଣ ଦିଆଗଲା, ମାର୍କ : ୧ ୧୨:

  • ସାରାଂଶ ବକ୍ତ୍ୟବ: “ପକ୍ଷାଘାତ ରୋଗୀକୁ ସୁସ୍ଥ କରିବା ଦ୍ଵାରା, ଯୀଶୁ ଆପଣାର ଅଧିକାରକୁ ପ୍ରଦର୍ଶନ କଲେ ଯେ, ସେ ସୁସ୍ଥ କରିବା ସଙ୍ଗେ ସଙ୍ଗେ ପାପ କ୍ଷମା ମଧ୍ୟ କରିପାରନ୍ତି ।

ଏହା ଭାଗର ମୁଖ୍ୟ ବିଷୟକୁ ସଂକ୍ଷିପ୍ତ କରିବାକୁ ଚେଷ୍ଟା କରିଥାଏ, ଆଉ ମଧ୍ୟ ଏହା ଗୋଟିଏ ପୂର୍ଣ୍ଣ ବାକ୍ୟରେ ସର୍ବାଧିକ ସୂଚନା ପ୍ରଦାନ କରିଥାଏ ।

  • ବ୍ୟାଖ୍ୟାମୂଳକ ଟିପ୍ପଣୀ: “ଯୀଶୁ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କରନ୍ତି ।” ଏହା ମଧ୍ୟ ଗୋଟିଏ ପୂର୍ଣ୍ଣ ବାକ୍ୟ ଅଟେ, କିନ୍ତୁ କେଉଁ ଭାଗ ଚାଲିଛି ତାହା ସ୍ମରଣ କରେଇଦେବା ପାଇଁ ପାଠକ ପାଠିକାମାନଙ୍କୁ ଯଥେଷ୍ଟ ସୂଚନା ପ୍ରଦାନ କରିଥାଏ ।
  • ପ୍ରାସଙ୍ଗିକ ତଥ୍ୟ ସମ୍ବଳିତ ପ୍ରଚାର:“ଜଣେ ପକ୍ଷାଘାତ ରୋଗୀର ସୁସ୍ଥତା ।” ଏହାକୁ ଅଧିକ ସଂକ୍ଷିପ୍ତ କରି, କେବଳ ଅଳ୍ପ ଶବ୍ଦର ବାକ୍ୟାଂଶକୁ ପ୍ରଦାନ କରିଥାଏ ।

ଏହା ସ୍ଥାନକୁ ରକ୍ଷା କରେ, କିନ୍ତୁ ସମ୍ବବତଃ ବାଇବଲକୁ ଭଲ ଜାଣିଥିବା ଲୋକମାନଙ୍କ ନିମନ୍ତେ ହିଁ ଏହା ଗ୍ରାହଣଯୋଗ୍ୟ ଅଟେ ।

  • ପ୍ରଶ୍ନ: “କ’ଣ ଯୀଶୁଙ୍କଠାରେ ସୁସ୍ଥ କରିବା ଓ ପାପକ୍ଷମା କରିବାର ଅଧିକାର ଅଛି କି ?”ଏହା ପ୍ରଶ୍ନ ଜାତ କରିଥାଏ ଓ ଭାଗରେ ଥିବା ସୂଚନାଗୁଡ଼ିକ ଉତ୍ତର ପ୍ରଦାନ କରିଥାଏ । ବାଇବେଲ ସମ୍ବନ୍ଧୀୟ ଅଧିକ ପ୍ରଶ୍ନ ଥିବା ଲୋକମାନଙ୍କ ନିମନ୍ତେ ଏହା ସାଧାରଣତଃ ସହାୟକ ହୋଇପାରେ ।
  • “ବିଷୟରେ/ସମ୍ବନ୍ଧରେ” ଟିପ୍ପଣୀ:“ଯୀଶୁ ପକ୍ଷାଘାତ ରୋଗୀକୁ ସୁସ୍ଥ କରିବା ସମ୍ବନ୍ଧରେ।” ଉକ୍ତ ଭାଗଟି କ’ଣ ତାହା ଆପଣଙ୍କୁ ସ୍ପଷ୍ଟ ଭାବରେ ବ୍ୟକ୍ତ କରି କହିବାକୁ ଚେଷ୍ଟା କରିଥାଏ । ଏହା ମୁଖ୍ୟ ପାଠ୍ୟାଂଶକୁ ଦେଖିବାରେ ସହଜବୋଧ ହୋଇପାରେ, କିନ୍ତୁ ଏହା ଧର୍ମଶାସ୍ତ୍ରର ଶବ୍ଦଗୁଡିକର ଅଂଶ ହୋଇ ନଥାଏ । ଆପଣ ଦେଖିପାରୁଥିବେ ଯେ, ଅନେକ ପ୍ରକାର ପାଠ୍ୟାଂଶ ଭାଗ ପ୍ରସ୍ତୁତ କରିବା ସମ୍ଭବ, କିନ୍ତୁ ସେସମସ୍ତଙ୍କର ସମାନ ଉଦ୍ଦେଶ୍ୟ ରହିଥାଏ ।

ସେହିସବୁ ପାଠକ ପାଠିକାମାନଙ୍କୁ ବାଇବେଲ ଶିକ୍ଷା ଭାଗର ମୁଖ୍ୟ ପ୍ରସଙ୍ଗ ବିଷୟରେ ସୂଚନା ପ୍ରଦାନ କରିଥାନ୍ତି ।କେତେକ ସଂକ୍ଷିପ୍ତ, ଓ କେତେକ ସୁଦୀର୍ଘ । କେତେକ ସଂକ୍ଷିପ୍ତ ସୂଚନା ପ୍ରଦାନ କରନ୍ତି, ଓ କେତେକ ଅଧିକ ସୂଚନା ପ୍ରଦାନ କରିଥାନ୍ତି । ଆପଣ ଭିନ୍ନ ପ୍ରକାର ଭାବେ ପ୍ରୟୋଗ କରି, ଲୋକମାନଙ୍କୁ ପଚାରି ପାରନ୍ତି, ଯେ ସେମାନଙ୍କ ନିମନ୍ତେ କେଉଁ ପ୍ରକାର ବିଷୟ ଅଧିକ ସହାୟକ ଅଟେ ।