or_ta/checking/community-evaluation/01.md

4.6 KiB

ଆମେ, ଅନୁବାଦକ ଦଳର ସଭ୍ୟମାନେ, ଦୃଢତାର ସହ ଘୋଷଣା କରୁ ଯେ, ଆମେ ଭାଷା ସଂପ୍ରଦାୟର ସଭ୍ୟମାନଙ୍କ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିଅଛୁ ।

  • ଆମେ ବୃଦ୍ଧ ଓ ଯୁବାମାନଙ୍କ ସହିତ ଏବଂ ମହିଳା ଓ ପୁରୁଷମାନଙ୍କ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିଅଛୁ ।
  • ଆମେ ସଂପ୍ରଦାୟର ଲୋକମାନଙ୍କ ସହିତ ମିଶି ଅନୁବାଦକୁ ଯାଞ୍ଚ୍ କରିବା ସମୟରେ ଅନୁବାଦର ପ୍ରଶ୍ନଗୁଡିକୁ ବ୍ୟବହାର କଲୁ ।
  • ନିର୍ଦ୍ଧିଷ୍ଟ ସଂପ୍ରଦାୟର ଲୋକମାନେ ଯେଉଁ ଶବ୍ଦଗୁଡିକୁ ଠିକ୍ ବୁଝିଲେ ନାହିଁ, ଏପରି ଶବ୍ଦଗୁଡିକୁ ବୁଝିବାରେ ସ୍ପଷ୍ଟ ଓ ସହଜ କରିବା ପାଇଁ ଆମେ ଅନୁବାଦକୁ ସଂଶୋଧନ କଲୁ ।

ଦୟାକରି ନିମ୍ନରେ ପ୍ରଦତ୍ତ ପ୍ରଶ୍ନଗୁଡିକର ମଧ୍ୟ ଉତ୍ତର ଦିଅନ୍ତୁ:

ଏହି ପ୍ରଶ୍ନଗୁଡିକର ଉତ୍ତର ବହୁଭାଷୀ ଖ୍ରୀଷ୍ଟିୟାନ ସଂପ୍ରଦାୟରେ ସହାୟକ ହେବ, ଯେପରିକି କୌଣସି ନିର୍ଦ୍ଧିଷ୍ଟ ଭାଷା ସଂପ୍ରଦାୟ ଅନୁବାଦକୁ ସ୍ପଷ୍ଟ, ନିର୍ଭୁଲତା ଓ ସ୍ଵାଭାବିକ ଭାବରେ ଖୋଜି ପାଆନ୍ତି ।

  • ଅଳ୍ପ କେତେକ ଶାସ୍ତ୍ରାଂଶର ତାଲିକା କର ଯେଉଁଠାରେକି ସଂପ୍ରଦାୟର ମତାମତ ସହାୟକ ହୋଇଥିଲା । ଆପଣ ସେମାନଙ୍କ ନିମନ୍ତେ ସ୍ପଷ୍ଟ କରିବା ପାଇଁ ଏହି ଶାସ୍ତ୍ରାଂଶଗୁଡିକୁ କିପରି ପରିବର୍ତ୍ତନ କଲେ ?



  • କେତେକ ଗୁରୁତ୍ଵପୂର୍ଣ୍ଣ ଭାବ ପ୍ରକାଶକ ଶଦ୍ଦଗୁଡିକର ବର୍ଣ୍ଣନା ଦେଇ, ସେଗୁଡିକ କିପରି ମୂଳ ଭାଷାରେ ବ୍ୟବହୃତ ଭାବପ୍ରକାଶକ ଶବ୍ଦ ସହ ସମାନ ଅଟେ, ତାହାକୁ ବିଶ୍ଳେଷଣ କରି ଲେଖନ୍ତୁ । କାହିଁକି ଆପଣ ଏହି ଭାବପ୍ରକାଶକ ଶବ୍ଦଗୁଡିକୁ ବାଛିଲେ, ତାହା ବୁଝିବାରେ ଯାଞ୍ଚ୍ କାରୀମାନଙ୍କର ସହାୟକ ହେବ ।



  • ଏହି ଶାସ୍ତ୍ରାଂଶଗୁଡିକୁ ଉଚ୍ଚ ସ୍ଵର କରି ପଡିବା ବେଳେ ଭାଷାର ସନ୍ତୋଷଜନକ ଧାରାକୁ ଉକ୍ତ ସଂପ୍ରଦାୟ ଯାଞ୍ଚ୍ କରି ନିର୍ଣ୍ଣୟ କରିଛନ୍ତି କି ? (ଭାଷାଟି ଆପଣଙ୍କର ନିଜ ସଂପ୍ରଦାୟର ଲେଖକଙ୍କ ଭାଷାର ଉଚ୍ଚାରଣ ପରି ଅନୁଭୂତ ହେଉଅଛି କି ?)



ଉକ୍ତ ସଂପ୍ରଦାୟର ନେତାମାନେ ଏଥିରେ ସେମାନଙ୍କର ନିଜ ବାର୍ତ୍ତାକୁ ଯୋଗ କରିପାରନ୍ତି କିମ୍ବା ଏହି ଅନୁବାଦ ସ୍ଥାନୀୟ ସଂପ୍ରଦାୟର ଲୋକମାନଙ୍କ ପାଇଁ କିପରି ଗ୍ରହଣଯୋଗ୍ୟ ହେବ, ତହି ବିଷୟରେ ଏକ ସାରାଂଶ ବ୍ୟକ୍ତବ୍ୟ ଦେଇପାରନ୍ତି । ଏହାକୁ ସ୍ତର ଦୁଇ ସଂପ୍ରଦାୟର ଯାଞ୍ଚ୍ ମୂଲ୍ୟ ନିର୍ଦ୍ଧାରଣ ସୂଚନାର ଅଂଶ ରୁପେ ଜଡିତ କରାଯାଇ ପାରିବ । ବହୁ ମଣ୍ଡଳୀର ନେତୃବୃନ୍ଦ ଏହି ସୂଚନାର ସୁଯୋଗ ପାଇବେ, ଆଉ ସେମାନେ ଦ୍ଵିତୀୟ ସ୍ତର ମଣ୍ଡଳୀ ଯାଞ୍ଚ୍ ପାଠ ସମୟରେ ସ୍ଥାନୀୟ ଖ୍ରୀଷ୍ଟିଆନ ସଂପ୍ରଦାୟ ଦ୍ଵାରା ନିଶ୍ଚିତ ଅନୁମୋଦନ ପାଇଁ ଅନୁମୋଦନକୁ ବିଧିସିଦ୍ଧ କରିବାରେ ଏହା ସେମାନଙ୍କୁ ସାହାଯ୍ୟ କରିବ ।