or_ta/checking/clear/01.md

4.1 KiB

ଏକ ସ୍ଵଷ୍ଟ ଅନୁବାଦ

ଅନୁବାଦ ହୋଇଥିବ ବାର୍ତ୍ତା ସ୍ପଷ୍ଟ ଅଛି କିମ୍ବା ନୁହେଁ, ତାହା ଦେଖିବା ପାଇଁ ଆପଣ ଅନୁବାଦକୁ ପାଠ କରିବା ସମୟରେ ନିଜକୁ ନିମ୍ନରେ ପ୍ରଦତ୍ତ ପ୍ରଶ୍ନଗୁଡିକ ପଚାରନ୍ତୁ । ଏହି ପରୀକ୍ଷା କରିବା ଭାଗରେ, ନୂତନ ଅନୁବାଦକୁ ମୂଳ ଭାଷାର ଅନୁବାଦ ସହିତ ତୁଳନା କରନ୍ତୁ ନାହିଁ । ଯଦି କୌଣସି ସ୍ଥାନରେ କିଛି ସମସ୍ୟା ଥାଏ, ତେବେ ଏହାକୁ ଲେଖି ରଖନ୍ତୁ, ଯଦ୍ୱାରା ଆପଣ ପରବର୍ତ୍ତୀ ସମୟରେ ଅନୁବାଦକ ଦଳ ସହିତ ସେହି ସମସ୍ୟାଗୁଡିକର ଆଲୋଚନା କରିପାରିବେ ।

୧. ଅନୁବାଦର ଶବ୍ଦ ଓ ବାକ୍ୟାଂଶଗୁଡିକ ବାର୍ତ୍ତାକୁ ବୁଝିବାଯୋଗ୍ୟ କରୁଛି କି ? (ଶବ୍ଦଗୁଡିକ ବୁଝିବାରେ ଦ୍ଵନ୍ଦ ଉତ୍ପନ୍ନ କରୁଛି କି କିମ୍ବା ଅନୁବାଦକ କ’ଣ କହିବାକୁ ଚାହୁଁଛି ତାହାକୁ ସ୍ପଷ୍ଟ ଭାବରେ ବୁଝିବାରେ ସାହାଯ୍ୟ କରୁଛି କି ?) ୧. ଅନୁବାଦର ଉଲ୍ଲେଖ ଶବ୍ଦ ଓ ଭାବ ପ୍ରକାଶକ ବାକ୍ୟାଂଶଗୁଡିକୁ ଆପଣଙ୍କ ସଂପ୍ରଦାୟର ଲୋକମାନେ ବ୍ୟବହାର କରୁଛନ୍ତି କି କିମ୍ବା ଅନୁବାଦକ କେତେକ ଶବ୍ଦଗୁଡିକୁ ଜାତୀୟ ଭାଷାରୁ ଧାର କରିଛନ୍ତି କି ? (ଆପଣଙ୍କର ଲୋକମାନେ ଆପଣଙ୍କ ଭାଷାରେ କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ କହିବାକୁ ଚାହୁଥିବା ବେଳେ ଏହିପରି ଭାବରେ କଥାବାର୍ତ୍ତା କରନ୍ତି କି ?) ୧. ଆପଣ ଉକ୍ତ ଲେଖାଂଶକୁ ସହଜରେ ପାଠ କରିବା ସଙ୍ଗେ ସଙ୍ଗେ ଲେଖକ ଆଗକୁ କଣ କହିବାକୁ ଯାଉଛନ୍ତି, ତାହା ବୁଝିପାରୁଛନ୍ତି କି ? ( କ’ଣ ଅନୁବାଦକ କାହାଣୀ କହିବାର ସନ୍ତୋଷଜନକ ଶୈଳୀକୁ ବ୍ୟବହାର କରିଛନ୍ତି ? କ’ଣ ସେ ବୁଝି ହେଲା ପରି ବିଷୟ କହୁଛନ୍ତି କି ? ଯଦ୍ୱାରା ପୂର୍ବରୁ କେଉଁ ଶବ୍ଦ ଆସିଲା ଓ ପରେ କେଉଁ ଶବ୍ଦ ଆସିବ ତାହା ସହିତ ପ୍ରତିଟି ଭାଗ ସୁସଙ୍ଗତ ଭାବେ ସଂଯୁକ୍ତ ହୋଇପାରିବ ।)

ଅତିରିକ୍ତ ସାହାଯ୍ୟ:

  • ଲେଖାଂଶଟି ସ୍ପଷ୍ଟ ଅଛି କିମ୍ବା ନୁହେଁ, ତାହାକୁ ଗୋଟିଏ ମାଧ୍ୟମରେ ନିର୍ଦ୍ଧାରଣ କରାଯିବ ଯେ, ଜଣେ କେତେକ ପଦ ଉଚ୍ଚ ସ୍ଵରରେ ପାଠ କରିବ ଓ ପ୍ରତ୍ୟକ ଭାଗ ପରେ କାହାଣୀକୁ ପୁନର୍ବାର କହିବା ପାଇଁ ଅନ୍ୟ ଜଣକୁ କହିବ । ଯଦି ଜଣେ ବ୍ୟକ୍ତି ଆପଣଙ୍କ ବାର୍ତ୍ତାକୁ ସହଜରେ ପୁନରାବୃତ୍ତି କରିପାରୁଛି, ତେବେ ଆପଣଙ୍କର ଲେଖାଟି ସ୍ପଷ୍ଟ ଅଛି ।
  • ଯଦି କୌଣସି ସ୍ଥାନରେ ଅନୁବାଦଟି ସ୍ପଷ୍ଟ ନାହି, ତେବେ ତାହା ଲେଖି ରଖନ୍ତୁ, ଯଦ୍ୱାରା ଆପଣ ଏହା ଅନୁବାଦକ ଦଳ ସହିତ ଆଲୋଚନା କରିପାରିବେ ।