or_ta/translate/translate-bdistance/01.md

61 lines
12 KiB
Markdown
Raw Permalink Blame History

This file contains invisible Unicode characters

This file contains invisible Unicode characters that are indistinguishable to humans but may be processed differently by a computer. If you think that this is intentional, you can safely ignore this warning. Use the Escape button to reveal them.

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

### ବର୍ଣ୍ଣନା
ନିମ୍ନୋକ୍ତ ବିଷୟଗୁଡ଼ିକ ଦୂରତା କିମ୍ବା ଦୀର୍ଘତା ମାପିବାର ସାଧାରଣ ପଦକ୍ଷେପଗୁଡ଼ିକ ଥିଲା ଯାହା ବାଇବେଲରେ ପ୍ରଥମେ ବ୍ୟବହୃତ ହୋଇଥିଲା । ଏଥି ମଧ୍ୟରୁ ଅଧିକାଂଶ ମାପଗୁଡ଼ିକ ହାତ ଏବଂ ବାହୁର ଅଗ୍ରଭାଗ ଆକାର ଉପରେ ଆଧାରିତ ଅଟେ ।
* **ହାତର ପ୍ରସ୍ଥ**  ଜଣେ ବ୍ୟକ୍ତିର ହାତ ପାପୁଲିର ଚଉଡା ଅନୁସାରେ ଥିଲା ।
* **ଜଣେ ବ୍ୟକ୍ତିର ବିସ୍ତାରିତ** ଅଙ୍ଗୁଠି ଦୂରତାକୁ ଚାଖଣ୍ଡେ କୁହାଯାଏ ।
* **ପ୍ରାୟ ଏକହାତ ଲମ୍ବ** ଏକ ବ୍ୟକ୍ତିର ବାହୁର ଲମ୍ବ, କହୁଣୀଠାରୁ ଆଙ୍ଗୁଠିର ଅଗ୍ରଭାଗ ପର୍ଯ୍ୟନ୍ତ ଲମ୍ବା ଅଟେ।
* **”ଲମ୍ବ” ଦୂରତା ମାପିବା** ବ୍ୟବହାର କେବଳ ଯିହିଜିକଲ 40-48 ଅଧ୍ୟାୟରେ କରାଯାଇଅଛି ଏହା ସାଧାରଣ ହାତର ଲମ୍ବ ଅନୁସାରେ ମାପ ଅଟେ ।
* **କ୍ରୀଡାଙ୍ଗନ** (**stadia** ର ବହୁବଚନ) 185 ମିଟର ଲମ୍ବ ନିର୍ଦ୍ଧିଷ୍ଟ ଦୌଡ ପ୍ରତିଯୋଗିତାର ସ୍ଥାନକୁ ବୁଝାଏ। କେତେକ ପୁରାତନ ଇଂରାଜୀ ଅନୁବାଦ ଏହି ଶବ୍ଦକୁ “ଏକ ମାଇଲର ଅଷ୍ଟମାଂଶ” ବୋଲି ଅନୁବାଦ କରିଛି, ଯାହା ହଳ ହୋଇଥିବା କ୍ଷେତର ଲମ୍ବକୁ ବୁଝାଏ ।
ନିମ୍ନରେ ଦିଆଯାଇଥିବା ଗାଣିତିକ ମୂଲ୍ୟ ପ୍ରାୟ ସଠିକ୍ କିନ୍ତୁ ବାଇବେଲରେ ମାପ ସହିତ ସମାନ ନୁହେଁ ବାଇବେଲ ମାପର ସଠିକ୍ ଲମ୍ବ, ସମୟ ସମୟରେ ଓ ସ୍ଥାନକୁ ସ୍ଥାନ ଅଲଗା ହୁଏ । ନିମ୍ନରେ ସମତୁଲ୍ୟ ପ୍ରାୟ ମାପ ପ୍ରକାଶ କରିବାର ଏକ ପ୍ରୟାସ ଅଟେ ।
| ମୂଳ ମାପ| ଗାଣିତିକ ମାପ| | --------| --------| | ହାତର ପ୍ରସ୍ଥ| 8 ସେଣ୍ଟିମିଟର| | ଦୂରତା| 23 ସେଣ୍ଟିମିଟର| | ଲମ୍ବ| 46 ସେଣ୍ଟିମିଟର| | "ଦୂର " ଲମ୍ବ| 54 ସେଣ୍ଟିମିଟର| | ପଡ଼ିଆ | 185 ମିଟର|
#### ଅନୁବାଦ ସିଦ୍ଧାନ୍ତଗୁଡ଼ିକ
1.  ବାଇବେଲରେ ଲୋକମାନେ ଆଧୁନିକ ମାପ ଯେପରି ମିଟର, ଲିଟର, ଓ କିଲୋଗ୍ରାମ ବ୍ୟବହାର କରନଥିଲେ । ମୂଳ ମାପ ବ୍ୟବହାର ଦ୍ବାରା ପାଠକ ଜାଣିପାରିବେ ଯେ ବାଇବେଲ ପ୍ରକୃତରେ ବହୁ ପୂର୍ବରୁ ଲେଖାଯାଇଥିଲା ଯେଉଁ ସମୟରେ ଲୋକମାନେ ସେହି ମାପଗୁଡ଼ିକୁ ବ୍ୟବହାର କରିଥିଲେ ।
2. ଆଧୁନିକ ମାପ ବ୍ୟବହାର ଦ୍ବାରା ପାଠକମାଣେ ପାଠକୁ ସହଜରେ ବୁଝିପାରିବେ।
3. ଆପଣ ବ୍ୟବହାର କରୁଥିବା ମାପ ବିଷୟରେ ଆପଣ ପାଠରେ କିମ୍ବା ପାଦଟୀକାରେ ଉଲ୍ଲେଖ କରନ୍ତୁ ।                                  4. ଯଦି ଆପଣ ବାଇବେଲ ସମ୍ବନ୍ଧୀୟ ମାପ ବ୍ୟବହାର ନ କରନ୍ତି, ପାଠକମାନଙ୍କୁ ଏହି ମାପଗୁଡ଼ିକର ସଠିକ ପାରିମାପ ଦେବାକୁ ଚେଷ୍ଟା କରନ୍ତୁ ନାହିଁ । ଉଦାହରଣ, ଯଦି ଆପଣ ଏକ ହାତ ଲମ୍ବାକୁ “ 46 ମିଟର “ ବା ଏପରିକି “46 ସେଣ୍ଟିମିଟର” ବୋଲି ଅନୁବାଦ କରିବେ, ମାପଟି ସଠିକ ଅଛି ବୋଲି ମନେକରି ପାରନ୍ତି ।  ଏହାକୁ “ଅଦ୍ଧ ମିଟର” “45 ସେଣ୍ଟିମିଟର” ବା “50 ସେଣ୍ଟିମିଟର” ବୋଲି ଅନୁବାଦ କରିବା ଉତ୍ତମ ଉପାୟ ଅଟେ ।
4. ବେଳେବେଳେ ମାପଟି ସଠିକ୍ ନୁହେଁ ବୋଲି ବୁଝାଇବାକୁ  “ପ୍ରାୟ” ଶବ୍ଦଟି ବ୍ୟବହାର କରନ୍ତୁ । ଉଦାହରଣ, ଲୂକ  24:13 କହେ ଯେ ଇମ୍ମାୟୁ ଯିରୂଶାଲମଠାରୁ ଚାରି ମାଇଲ୍ (60 stadia) ଦୂରରେ ଥିଲା ଏହାକୁ ଯିରୂଶାଲମଠାରୁ “ପ୍ରାୟ 10 କିଲୋମିଟର” ବୋଲି ଅନୁବାଦ କରାଯାଇପାରିବ ।
5. ଯେବେ ଈଶ୍ଵର କୌଣସି ମାପ ବିଷୟରେ କହନ୍ତି ଓ ଲୋକମାନେ ତଦନୁଯାୟୀ କାର୍ଯ୍ୟ କରନ୍ତି, ସେହି କ୍ଷେତ୍ରରେ ଆପଣ “ପ୍ରାୟ” ଶବ୍ଦ ଯୋଗକରି ଅନୁବାଦ କରନ୍ତୁ ନାହିଁ । ନଚେତ୍ ଈଶ୍ଵର ମାପ ବିଷୟରେ ଧ୍ୟାନ ଦିଅନ୍ତି ନାହିଁ ବୋଲି ଲୋକେ ମନେକରିବେ ।
### ଅନୁବାଦ କୌଶଳଗୁଡ଼ିକ
(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । ([Copy or Borrow Words](https://create.translationcore.com/translate-transliterate/01.md) ଦେଖନ୍ତୁ)                                                (2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।                (3) ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।            (4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ । (5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
### ପ୍ରାୟୋଗିକ ଅନୁବାଦ କୌଶଳଗୁଡ଼ିକ
ନିମ୍ନରେ ବର୍ଣ୍ଣିତ ଯାତ୍ରା 25:10 ରେ ସମସ୍ତ କୌଶଳଗୁଡ଼ିକୁ ପ୍ରୟୋଗ କରାଯାଇଛି ।
> ସେମାନେ ଅଢ଼ାଇ ହସ୍ତ ଦୀର୍ଘ, ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ ଉଚ୍ଚ ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ। (ଯାତ୍ରା 25:10 ULT)
(1) ULT ର ମାପ ବ୍ୟବହାର କରନ୍ତୁ । ମୂଳ ଲେଖକମାନେ ସେହି ମାପ ବ୍ୟବହାର କରୁଥିଲେ । ସେଗୁଡ଼ିକୁ ULT ର ଶବ୍ଦ ବା ବନାନ ସହ ସମାନ ବନାନ କରନ୍ତୁ । ([Copy or Borrow Words](https://create.translationcore.com/translate-transliterate/01.md) ଦେଖନ୍ତୁ)
> > “ସେମାନେ **ଅଢ଼ାଇ ହସ୍ତ ଦୀର୍ଘ**, **ଦେଢ଼ ହସ୍ତ ପ୍ରସ୍ଥ ଓ ଦେଢ଼ ହସ୍ତ** **ଉଚ୍ଚ** ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“
(2) UST ରେ ଦିଆଯାଇଥିବା ଗାଣିତିକ ମାପ ବ୍ୟବହାର କରନ୍ତୁ ।  UST ର ଅନୁବାଦକମାନେ ଗାଣିତିକ ପଦ୍ଧତିରେ ମାପକୁ  କିପରି ପ୍ରକାଶକରିବେ ତାହା ଆବିଷ୍କାର କରିସାରିଛନ୍ତି ।
> > “ସେମାନେ **ଏକ ମିଟର ଦୀର୍ଘ**, **ଦେଢ଼ ମିଟର ପ୍ରସ୍ଥ ଓ ଦେଢ଼ ମିଟର** **ଉଚ୍ଚ** ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“
(3) ଆପଣଙ୍କ ଭାଷାରେ ବ୍ୟବହୃତ ହେଉଥିବା ମାପକୁ ବ୍ୟବହାର କରନ୍ତୁ । ଏହା କରିବାକୁ ହେଲେ ଆପଣଙ୍କର ମାପ କିପରି ଗାଣିତିକ ପ୍ରଣାଳୀର ମାପ ସହ ସମାନ ଅଛି ତାହା ଜାଣିବା ଆବଶ୍ୟକ ଅଟେ।
> > “ସେମାନେ **ଏକ ମିଟର ଦୀର୍ଘ**, **ଦେଢ଼ ମିଟର ପ୍ରସ୍ଥ ଓ ଦେଢ଼ ମିଟର** **ଉଚ୍ଚ** ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“
(4) ULT ର ମାପ ବ୍ୟବହାର କରନ୍ତୁ ଓ ଆପଣଙ୍କ ପାଠକମାନେ ଯେଉଁ ମାପ ବୁଝିପାରିବେ ସେହି ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
> > “ସେମାନେ **ଅଢେଇ ହାତ** (**ଅଢେଇ ହାତ)** **ଦୀର୍ଘ, ଦେଢ ହାତ (ଦୁଇ ତୃତୀୟାଂଶ) ପ୍ରସ୍ଥ ଓ ଦେଢ ହାତ (ଏକ ମିଟରର ଦୁଇ ତୃତୀୟାଂଶ)** **ଉଚ୍ଚ** ଶିଟୀମ୍‍ କାଷ୍ଠର ଏକ ସିନ୍ଦୁକ ନିର୍ମାଣ କରିବେ।“
(5) ଆପଣଙ୍କର ପାଠକମାନେ ଯେଉଁ ମାପ ଜାଣିଛନ୍ତି ତାହା ବ୍ୟବହାର କରନ୍ତୁ ଓ ULT ର ମାପକୁ ପାଠରେ କିମ୍ବା ଟିପ୍ପଣୀରେ ଉଲ୍ଲେଖ କରନ୍ତୁ ।
> > “ସେମାନେ ଶିଟୀମ କାଷ୍ଠରେ ସିନ୍ଦୁକ ନିର୍ମାଣ କରିବେ ଏହାର ଲମ୍ବ ହେବ **ଏକ ମିଟର** 1; ଏହାର ଓସାର ଏକ **ମିଟରର ଦୁଇ ତୃତୀୟାଂଶ;** 2 ଓ ଉଚ୍ଚତା ହେବ ଏକ ମିଟରର **ଦୁଇ ତୃତୀୟାଂଶ** ”
ଟିପ୍ପଣୀ ଏହିପରି ଦେଖାଯିବ:
> > “ସେମାନେ ଶିଟୀମ କାଷ୍ଠରେ ସିନ୍ଦୁକ ନିର୍ମାଣ କରିବେ ଏହାର ଲମ୍ବ ହେବ **ଏକ ମିଟର** 1 ; ଏହାର ଓସାର ଏକ **ମିଟରର ଦୁଇ ତୃତୀୟାଂଶ;** 2 ଓ ଉଚ୍ଚତା ହେବ ଏକ ମିଟରର **ଦୁଇ ତୃତୀୟାଂଶ**”
ଟିପ୍ପଣୀ ଏହିପରି ଦେଖାଯିବ:
> > [1] ଅଢେଇ ହାତ
> > [2] ଦେଢ ହାତ