or_ta/translate/figs-sentences/01.md

72 lines
9.1 KiB
Markdown

### ବିବରଣ
ଇଂରାଜୀରେ **କର୍ତ୍ତା****କର୍ମ** ଶବ୍ଦ ସରଳ ବାକ୍ୟ ଗଠନର ଅନ୍ତର୍ଭୁକ୍ତ:
* ବାଳକ ଦୌଡ଼େ ।
#### କର୍ତ୍ତା
* **କର୍ତ୍ତା** ହେଉଛି କିଏ ଓ କଣ ବିଷୟରେ ବାକ୍ୟ କହେ । ଏହି ଉଦାହରଣଗୁଡିକରେ, କର୍ତ୍ତା ଶବ୍ଦର ତଳେ ଗାର ଦିଆ ଯାଇଛି ।
* <u>ବାଳକ</u> ଦୌଡୁଅଛି ।
* <u>ସେ</u> ଦୌଡୁଅଛି ।
କର୍ତ୍ତାଗୁଡିକ ସାଧାରଣତଃ ବିଶେଷ୍ୟ ଖଣ୍ଡବାକ୍ୟ କିମ୍ବା ସର୍ବନାମ ଅଟେ । ([ପଦ] ପାଠକୁ ଦେଖନ୍ତୁ) ଉପରୋକ୍ତ ଉଦାହରଣରେ, “ବାଳକ” ବିଶେଷ୍ୟ ଖଣ୍ଡବାକ୍ୟ ଅଟେ ଯାହାର “ବାଳକ” ବିଶେଷ୍ୟ ଓ “ସେ” ସର୍ବନାମ ରହିଛି । ଯେବେ ବାକ୍ୟକୁ ଆଦେଶ ଦିଆଯାଏ, ଅନେକ ଭାଷାରେ କର୍ତ୍ତାର ସର୍ବନାମ ରହି ନ ଥାଏ । ଲୋକମାନେ ବୁଝି ପାରନ୍ତି ଯେ କର୍ତ୍ତା “ତୁମେ” ଅଟେ ।
* କବାଟ ବନ୍ଦ କର ।
#### ବିଧେୟ
ବିଧେୟ ଏକ ପଦ ଅଟେ ଯାହା କର୍ତ୍ତା ବିଷୟରେ କହିଥାଏ । ଏହାର ସାଧାରଣତଃ କ୍ରିୟାପଦ ରହିଅଛି ।
([କ୍ରିୟାପଦ] ପାଠକୁ ଦେଖନ୍ତୁ ) ନିମ୍ନରେ ଥିବା ବାକ୍ୟରେ, କର୍ତ୍ତାଗୁଡିକ ହେଉଛି, “ବ୍ୟକ୍ତି” ଓ “ସେ” । ବିଧେୟ ଶବ୍ଦର ତଳେ ଗାର ଦିଆ ଯାଇଛି, ଏବଂ କ୍ରିୟାପଦକୁ ବଡ ଅକ୍ଷରରେ ରକ୍ଷା ଯାଇଛି ।
* ବ୍ୟକ୍ତି <u>ଶକ୍ତିଶାଳୀ **ଅଟେ**</u>
* ସେ <u>କଠିନ **ପରିଶ୍ରମୀ**</u>
* ସେ <u>ଏକ ବଗିଚା **ନିର୍ମାଣ** କଲା</u>
#### ଯୌଗିକ ବାକ୍ୟଗୁଡିକ
ଗୋଟିଏ ବାକ୍ୟକୁ ଗୋଟିଏରୁ ଅଧିକ ବାକ୍ୟ କରାଯାଇପାରିବ । ନିମ୍ନରେ ଥିବା ପ୍ରତି ଦୁଇଟି ଧାଡିରେ କର୍ତ୍ତା ଓ ବିଧେୟା ରହିଛି ଓ ଉଭୟ ପୂର୍ଣ୍ଣ ବାକ୍ୟ ଅଟେ ।
* ସେ ଦେଶୀ ଆଳୁ ରୋପିତ କଲା ।
* ତାଙ୍କର ସ୍ତ୍ରୀ ମକା ରୋପଣ କଲା । ନିମ୍ନର ଯୌଗିକ ବାକ୍ୟ ଉପରୋକ୍ତ ଦୁଇଟି ବାକ୍ୟକୁ ଧାରଣ କରେ । ଇଂରାଜୀରେ, ଯୌଗିକ ବାକ୍ୟଗୁଡିକ “ଓ/ଏବଂ” “କିନ୍ତୁ” ଓ “କିମ୍ବା” ଭଳି ଅବ୍ୟୟ ପଦ ସହ ସଂଯୁକ୍ତ ଅଟେ ।
* ସେ ଦେଶୀଆଳୁ ରୋପିତ କଲା <u></u> ତାଙ୍କର ସ୍ତ୍ରୀ ମକା ରୋପଣ କଲା ।
#### ଖଣ୍ଡବାକ୍ୟ
ଖଣ୍ଡବାକ୍ୟ ଓ ଅନ୍ୟ ଖାଣ୍ଡବାକ୍ୟ ମଧ୍ୟ ବାକ୍ୟଗୁଡିକରେ ଥାଇପାରେ । ଖଣ୍ଡବାକ୍ୟଗୁଡିକ ଗୋଟିଏ ଗୋଟିଏ ବାକ୍ୟ ଗଠନ ଭଳି, କାରଣ ସେମାନଙ୍କର କର୍ତ୍ତା ଓ ବିଧେୟ ରହିଅଛି, କିନ୍ତୁ ସେମାନେ ସାଧାରଣତଃ ନିଜେ ସଂଘଟିତ ହୋଇ ନଥାନ୍ତି ।
ଖଣ୍ଡବାକ୍ୟର କେତେକ ଉଦାହରଣ ଏଠାରେ ଅଛି । ସୁସ୍ପଷ୍ଟରେ କର୍ତ୍ତାଗୁଡିକ ଅଛି, ଓ ନିମ୍ନଖାଙ୍କିତ ବିଧେୟ ଅଛି ।
* ଯେବେ **ମକା** <u>ପ୍ରସ୍ତୁତ ହେଲା</u>
* ପରେ **ସେ** ଏହା <u>ତୋଳିଲା</u>
* କାରଣ **ଏହା** <u>ବହୁତ ସ୍ଵାଦିଷ୍ଟ ଥିଲା</u>
ବାକ୍ୟାରେ ବହୁତ ଖଣ୍ଡବାକ୍ୟ ଥାଇପାରେ, ଓ ତେଣୁ ସେଗୁଡିକ ଲମ୍ବା ଓ ମିଶ୍ରିତ ହୋଇ ପାରେ । କିନ୍ତୁ ପ୍ରତ୍ୟେକ ବାକ୍ୟରେ ଅନୁନ୍ୟ **ସ୍ଵାଧୀନ ଖଣ୍ଡବାକ୍ୟ** ରହିବାକୁ ହେବ, ଯାହାକି ଗୋଟିଏ ଖଣ୍ଡବାକ୍ୟ ନିଜେ ଗୋଟିଏ ବାକ୍ୟ ହୋଇପାରିବ ।
ଅନ୍ୟ ଖଣ୍ଡବାକ୍ୟଗୁଡିକ ନିଜେ ସ୍ଵୟଂ ଗୋଟିଏ ବାକ୍ୟ ହୋଇପାରିବ ନାହିଁ, ଯାହାକୁ କି **ନିର୍ଭରଶୀଳ ଖଣ୍ଡବାକ୍ୟ** କୁହାଯାଏ । ନିର୍ଭରଶୀଳ ଖଣ୍ଡବାକ୍ୟଗୁଡିକ ସେମାନଙ୍କର ଅର୍ଥକୁ ସମ୍ପୂର୍ଣ କରିବା ପାଇଁ ସ୍ଵାଧୀନ ଖଣ୍ଡବାକ୍ୟ ଉପରେ ନିର୍ଭର କରିଥାଏ । ବାକ୍ୟାଗୁଡିକର ତଳେ ନିମ୍ନଖାଙ୍କିତ ନିର୍ଭରଶୀଳ ଖାଣ୍ଡବାକ୍ୟ ଅଛି ।
* <u>ଯେବେ ମକା ପ୍ରସ୍ତୁତ ହେଲା</u>, ସେ ଏହା ତୋଳିଲା ।
* <u> ପରେ ସେ ଏହାକୁ ତୋଳି</u>, ସେ ଘରକୁ ବହିନେଲା ଓ ରାନ୍ଧିଲା ।
* ତା’ପରେ ସେ ଓ ତାହାର ସ୍ଵାମୀ ସେସବୁକୁ ଖାଇଲେ, <u>କାରଣ ତାହା ବହୁତ ସ୍ଵାଦିଷ୍ଟ ଥିଲା</u>
ନିମ୍ନଲିଖିତ ପ୍ରତ୍ୟେକ ଖଣ୍ଡବାକ୍ୟଗୁଡିକ ସଂପୂର୍ଣ୍ଣ ବାକ୍ୟ ହୋଇପାରେ । ସେମାନେ ଉପରୋକ୍ତ ବାକ୍ୟରେ ସ୍ଵାଧୀନ ଖଣ୍ଡବାକ୍ୟ ଅଟନ୍ତି ।
* ସେ ଏହା ତୋଳିଲା ।
* ସେ ଘରକୁ ବହିନେଲା ଓ ରାନ୍ଧିଲା ।
* ତା’ପରେ ସେ ଓ ତାହାର ସ୍ଵାମୀ ସେସବୁକୁ ଖାଇଲେ ।
#### ସମ୍ବନ୍ଧବାଚକ ଖଣ୍ଡବାକ୍ୟ ବା ବାକ୍ୟାଂଶଗୁଡିକ
କେତେକ ଭାଷାରେ, ଖଣ୍ଡବାକ୍ୟଗୁଡିକୁ ବିଶେଷ୍ୟ ଶବ୍ଦରେ ବ୍ୟବହାର କରାଯାଇ ପାରିବ ଯାହା ବାକ୍ୟର ଅଂଶ ଅଟେ । ଏଗୁଡିକ **ସମ୍ବନ୍ଧବାଚକ ବାକ୍ୟାଂଶ** କହନ୍ତି ।
ନିମ୍ନରେ ପ୍ରଦତ୍ତ ବାକ୍ୟରେ, “ମକା ପ୍ରସ୍ତୁତ ଥିଲା” ଶବ୍ଦ ସଂପୂର୍ଣ୍ଣ ବାକ୍ୟର ବିଧେୟ ଶବ୍ଦର ଅଂଶ ଅଟେ । ସମ୍ବନ୍ଧବାଚକ ଖଣ୍ଡବାକ୍ୟ “ତାହା ପ୍ରସ୍ତୁତ ଥିଲା” ଶବ୍ଦ ସେ କେଉଁ ମକା ତୋଳିଲେ ତାହା କହିବା ପାଇଁ “ମକା” ବିଶେଷ୍ୟ ଶବ୍ଦ ସହ ବ୍ୟବହାର କରାଯାଇଛି ।
* ତାଙ୍କର ସ୍ତ୍ରୀ ମକା **ତୋଳିଲା**<u>ତାହା ପ୍ରସ୍ତୁତ ଥିଲା</u> । ନିମ୍ନରେ ପ୍ରଦତ୍ତ ବାକ୍ୟରେ, “ତା’ର ମାଁ, ଯିଏ ଅଧିକ ବିରକ୍ତି ଥିଲା” ଖଣ୍ଡବାକ୍ୟଟି ସଂପୂର୍ଣ୍ଣ ବାକ୍ୟର ବିଧେୟ ଅଂଶ ବିଶେଷ ଅଟେ । ସମ୍ବନ୍ଧବାଚକ ଖଣ୍ଡବାକ୍ୟ “ଯିଏ କି ଅଧିକ ବିରକ୍ତି ଥିଲା”, ଯେତେବେଳେ ତା’ର ମାଁ କୌଣସି ମକା ପାଇଲେ ନାହିଁ, ସେତେବେଳେ ସେ କିଭଳି ଅନୁଭବ କଲେ ତାହାକୁ ବ୍ୟକ୍ତ କରିବା ପାଇଁ “ମାଁ” ବିଶେଷ୍ୟ ଶବ୍ଦ ସହ ବ୍ୟବହାର କରାଯାଇଛି ।
* ସେ କିଛି ହିଁ ମକା **ତା’ର ମାଁ**କୁ ଦେଲେ ନାହିଁ, <u>ଯିଏକି ଅଧିକ ବିରକ୍ତି ଥିଲେ</u>
#### ଅନୁବାଦ ସମସ୍ୟା
* ପଦଗୁଡିକ ନିମନ୍ତେ ପ୍ରତ୍ୟେକ ଭାଷାରେ ଭିନ୍ନ ଭିନ୍ନ ଧାରା ରହିଥାଏ । ([ସୂଚନା ଗଠନ ପ୍ରଣାଳୀ ପୃଷ୍ଠା]: ପାଠକୁ ଦେଖନ୍ତୁ)
* କେତେକ ଭାଷାରେ ସମ୍ବନ୍ଧସୂଚକ ଖଣ୍ଡବାକ୍ୟ ନ ଥାଏ, କିମ୍ବା ସେମାନେ ସୀମିତ ଭାବରେ ସେଗୁଡିକୁ ବ୍ୟବହାର କରନ୍ତି । ([ପ୍ରଭେଦ ବନାମ ସୂଚନା କିମ୍ବା ସ୍ମରଣ] ପାଠକୁ ଦେଖନ୍ତୁ) ।