or_ta/translate/figs-apostrophe/01.md

40 lines
7.2 KiB
Markdown

**ବିବରଣ**
ସମ୍ବନ୍ଧପଦର ଚିହ୍ନ ଏକ ଅଳଙ୍କାରିକ ଶବ୍ଦ, ଯେଉଁଠାରେ ଜଣେ ବକ୍ତା ଶ୍ରୋତାମାନଙ୍କଠାରୁ ଆପଣା ଧ୍ୟାନକୁ ହଟାଇ ତାହାକୁ ଶୁଣି ପାରୁନଥିବା କୌଣସି ବ୍ୟକ୍ତି ବା ବସ୍ତୁକୁ ଜାଣେ ଓ ତାହାକୁ କଥା କହନ୍ତି। ସେହି ବ୍ୟକ୍ତି ବା ବସ୍ତୁ ବିଷୟରେ ଥିବା ଆପଣା ବାର୍ତ୍ତା କିମ୍ବା ଅନୁଭବକୁ ସେ ନିଜ ଶ୍ରୋତାମାନଙ୍କୁ କହିବା ପାଇଁ ଏପରି କରିଥାନ୍ତି।
### କାରଣ ଏହା ଅନୁବାଦ ସମସ୍ୟା
ଅନେକ ଭାଷାଗୁଡ଼ିକ ସମ୍ବନ୍ଧପଦର ଚିହ୍ନକୁ ବ୍ୟବହାର କରନ୍ତି ନାହିଁ, ଆଉ ପାଠକମାନେ ଏହା ଦ୍ଵାରା ଦ୍ଵନ୍ଦରେ ପଡ଼ିପାରନ୍ତି। ସେମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଯେ ବକ୍ତା କାହାକୁ କହୁଛି, କିମ୍ବା ଭାବି ପାରନ୍ତି ଯେ ବକ୍ତା ପାଗଳ ଅଟନ୍ତି, କାରଣ ସେ ଶୁଣିପାରୁ ନଥିବା ବସ୍ତୁ ବା ଲୋକମାନଙ୍କୁ କହୁଛନ୍ତି।
### ବାଇବେଲରୁ କେତେକ ଉଦାହରଣ
ହେ ଗିଲବୋୟ ପର୍ବତଗଣ, ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ (2ୟ ଶାମୁୟେଲ 1:21 ULT)
ରାଜା ଶାଉଲଙ୍କୁ ଗିଲବୋୟ ପର୍ବତରେ ବଧ କରାଯାଇଥିଲା, ଆଉ ଦାଉଦ ଏହି ବିଷୟରେ ଏକ ଦୁଃଖପୂର୍ଣ୍ଣ ଗୀତକୁ ଗାଇଥିଲେ। ତୁମ୍ଭମାନଙ୍କ ଉପରେ କାକର କି ବୃଷ୍ଟି ନ ପଡ଼ୁ ବୋଲି ଏହି ପର୍ବତଗଣକୁ କହିବା ଦ୍ଵାରା, ସେ କେତେ ଦୁଃଖିତ ଏହାକୁ ସେ ପ୍ରକାଶ କରନ୍ତି।
ଗୋ ଯିରୂଶାଲମ, ଗୋ ଯିରୂଶାଲମ, ଭାବବାଦୀମାନଙ୍କ ହତ୍ୟାକାରିଣୀ ଓ ଆପଣା ନିକଟକୁ ପ୍ରେରିତମାନଙ୍କ ପ୍ରସ୍ତରାଘାତକାରିଣୀ। (ଲୂକ13:34 ULT)
ଯୀଶୁ ଆପଣାର ଶିଷ୍ୟମାନଙ୍କ ଓ କେତେକ ଫାରୁଶୀମାନଙ୍କ ସମ୍ମୁଖରେ ଯିରୂଶାଲମର ଲୋକମାନଙ୍କ ନିମନ୍ତେ ଥିବା ଆପଣା ଆନ୍ତରିକତାକୁ ପ୍ରକାଶ କରିଥିଲେ । ଯିରୂଶାଲମର ଲୋକେ ଯେପରି ତାହାଙ୍କୁ ଶୁଣିପାରୁଥିଲେ ଠିକ୍ ସେହିପରି ସେ ସିଧାସଳଖ ଯିରୂଶାଲମକୁ କହିବା ଦ୍ଵାରା, ଯୀଶୁ ସେମାନଙ୍କ ବିଷୟରେ କେତେ ଚିନ୍ତିତ ଏହାକୁ ପ୍ରକାଶ କରନ୍ତି।
ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି କହିଲା, “**ହେ ଯଜ୍ଞବେଦି**, **ଯଜ୍ଞବେଦି**! ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ, … ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ ।’” (1ମ ରାଜାବଳୀ 13:2 ULT)
ପରମେଶ୍ଵରଙ୍କ ବ୍ୟକ୍ତି ଏପରି କହିଲେ ଯେପରି ଯଜ୍ଞବେଦୀ ତାହାକୁ ଶୁଣିପାରୁଛି, କିନ୍ତୁ ସେ ବାସ୍ତବରେ ରାଜାଙ୍କୁ କହିବାକୁ ଚାହୁଁଥିଲେ, ଯିଏ ସେଠାରେ ତାହାଙ୍କ ବାକ୍ୟ ଶୁଣିବା ପାଇଁ ଠିଆ ହୋଇଥିଲେ ।
### ଅନୁବାଦ କୌଶଳ
ଯଦି ସମ୍ବନ୍ଧପଦର ଚିହ୍ନ ସ୍ୱାଭାବିକ ହୋଇପାରୁଛି ଓ ଏହା ଆପଣଙ୍କ ଭାଷାରେ ଯଥାର୍ଥ ଅର୍ଥ ପ୍ରଦାନ କରୁଛି, ତେବେ ଏହାକୁ ବ୍ୟବହାର କରିବା ପାଇଁ ବିଚାର କର । ଯଦି ନାହିଁ, ତେବେ ଏଠାରେ ବାଛିବାର ଅଧିକାରଗୁଡ଼ିକ ଦିଆଗଲା ।
ଯଦି ଏହି ପ୍ରକାର ଭାବେ କହିବା ଆପଣଙ୍କ ଲୋକମାନଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି କରୁଛି, ତେବେ ବକ୍ତା ଜଣକ ତାହାକୁ ଶୁଣୁଥିବା ଲୋକମାନଙ୍କୁ କହିଚାଲନ୍ତୁ ଯେପରି ସେ ତାହାକୁ ଶୁଣିପାରୁ ନଥିବା ଲୋକ ବା ବସ୍ତୁ ବିଷୟରେ ଥିବା ନିଜ ବାର୍ତ୍ତା ବା ଅନୁଭବକୁ **ସେମାନଙ୍କୁ** କହୁଛନ୍ତି ।
### ପ୍ରୟୋଗ କରାଯାଇଥିବା ଅନୁବାଦ କୌଶଳର ଉଦାହରଣଗୁଡ଼ିକ
ଯଦି ଏହି ପ୍ରକାର ଭାବେ କହିବା ଆପଣଙ୍କ ଲୋକମାନଙ୍କ ପାଇଁ ଦ୍ଵନ୍ଦ ସୃଷ୍ଟି କରୁଛି, ତେବେ ବକ୍ତା ଜଣକ ତାହାକୁ ଶୁଣୁଥିବା ଲୋକମାନଙ୍କୁ କହିଚାଲନ୍ତୁ ଯେପରି ସେ ତାହାକୁ ଶୁଣିପାରୁ ନଥିବା ଲୋକ ବା ବସ୍ତୁ ବିଷୟରେ ଥିବା ନିଜ ବାର୍ତ୍ତା ବା ଅନୁଭବକୁ **ସେମାନଙ୍କୁ** କହୁଛନ୍ତି ।
ପୁଣି ସେ ସଦାପ୍ରଭୁଙ୍କ ବାକ୍ୟ ଦ୍ଵାରା ଯଜ୍ଞବେଦି ବିରୁଦ୍ଧରେ ଉଚ୍ଚୈଃସ୍ଵର କରି କହିଲା, “**ହେ ଯଜ୍ଞବେଦି**, **ଯଜ୍ଞବେଦି**! ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ, … ଲୋକମାନେ ମନୁଷ୍ୟର ଅସ୍ଥି ତୁମ୍ଭ ଉପରେ ଦଗ୍ଧ କରିବେ।’” (1ମ ରାଜାବଳୀ 13:2 ULT)
ସେ ଯଜ୍ଞବେଦୀ ବିଷୟରେ ଏହା କହିଲେ: **ଏହି ଯଜ୍ଞବେଦୀ ବିଷୟରେ** ସଦାପ୍ରଭୁ ଏହିପରି କହନ୍ତି, ‘ଦେଖ …ସେମାନେ ଲୋକମାନଙ୍କର ଅସ୍ଥି **ଏହା** ଉପରେ ଦଗ୍ଧ କରିବେ।’”
**ହେ ଗିଲବୋୟ ପର୍ବତଗଣ**, **ତୁମ୍ଭମାନଙ୍କ** ଉପରେ କାକର କି ବୃଷ୍ଟି ନ ପଡ଼ୁ। (2ୟ ଶାମୁୟେଲ 1:21 ULT)
**ଏହି ଗିଲବୋୟ ପର୍ବତଗଣ ବିଷୟରେ**, **ସେମାନଙ୍କ** ଉପରେ କାକର କି ବୃଷ୍ଟି ନ ପଡ଼ୁ।