or_ta/translate/bita-farming/01.md

46 lines
5.9 KiB
Markdown
Raw Permalink Blame History

This file contains ambiguous Unicode characters

This file contains Unicode characters that might be confused with other characters. If you think that this is intentional, you can safely ignore this warning. Use the Escape button to reveal them.

କୃଷି ସମ୍ଭନ୍ଧୀୟ ବାଇବଲର କେତେକ ରୂପକ ଛବି ନିମ୍ନରେ ତାଲିକାଭୁକ୍ତ କରାଯାଇଛି । ବଡ ଅକ୍ଷରରେ ଥିବା ସମସ୍ତ ଶବ୍ଦଗୁଡ଼ିକ ଏକ ବିଚାରଧାରାକୁ ପ୍ରତିନିଧିତ୍ଵ କରେ ।
ପ୍ରତ୍ୟକ ପଦରେ ଥିବା ଛବିର ଶବ୍ଦ ପରିଦୃଷ୍ଟ ହେବା ଅତ୍ୟାବଶ୍ୟକ ନୁହେଁ, ବରଂ ସେହି ଶବ୍ଦକୁ ପ୍ରତିନିଧିତ୍ଵ କରୁଥିବା ବିଚାରଧାରା ଅତ୍ୟାବଶ୍ୟକ ଅଟେ ।
#### କୃଷକ ପରମେଶ୍ଵରଙ୍କୁ ପ୍ରତିନିଧିତ୍ଵ କରୁଛି, ଓ ଦ୍ରାକ୍ଷାକ୍ଷେତ୍ର ତାହାଙ୍କ ମନୋନୀତ ଲୋକମାନଙ୍କୁ ପ୍ରତିନିଧିତ୍ଵ କରେ ।
> ଅତି ଉର୍ବରା ଏକ ପର୍ବତରେ ମୋ’ ପ୍ରିୟତମଙ୍କର ଗୋଟିଏ ଦ୍ରାକ୍ଷାକ୍ଷେତ୍ର ଥିଲା ।
> ପୁଣି, ସେ ତାହା ଖୋଳି ପ୍ରସ୍ତରସବୁ ବାହାର କଲେ, ଓ ଅତ୍ୟୁତମ ଦ୍ରାକ୍ଷାଲତା ତାହିରେ ରୋପଣ କଲେ ।
> ତହିର ମଧ୍ୟସ୍ଥାନରେ ଗୋଟିଏ ଉଚ୍ଚ ଗୃହ ନିର୍ମାଣ କରି ଦ୍ରାକ୍ଷାକୁଣ୍ଡ ମଧ୍ୟ ଖୋଳିଲେ ।
> ଆଉ ଦ୍ରାକ୍ଷାଫଳ ଫଳିବ ବୋଲି ଅପେକ୍ଷାରେ ରହିଲେ, ମାତ୍ର ତହିରେ ବନ୍ୟ ଦ୍ରାକ୍ଷାଫଳ ଫଳିଲା । (ଯିଶାଇୟ ୫:୧- ULT)
<blockquote> କାରଣ ସ୍ଵର୍ଗରାଜ୍ୟ ଏପରି ଜଣେ ଗୃହକର୍ତ୍ତାଙ୍କ ସଦୃଶ, ଯେ ପ୍ରଭାତ ହେବାମାତ୍ର ଆପଣା ଦ୍ରାକ୍ଷାକ୍ଷେତ୍ରରେ ମୁଲିଆ ଲଗାଇବାକୁ ବାହାରିଗଲେ ।
(ମାଥିଉ :୧ ULT) </blockquote>
> ଜଣେ ବ୍ୟକ୍ତି ଥିଲେ, ଯାହାର ବୃହତ କ୍ଷେତ୍ର ଥିଲା ।
ସେ ଗୋଟିଏ ଦ୍ରାକ୍ଷାକ୍ଷେତ୍ର ରୋପଣ କରି ଚାରିଆଡ଼େ ବାଡ଼ ଦେଲେ ଓ ତହି ମଧ୍ୟରେ ଦ୍ରାକ୍ଷାକୁଣ୍ଡ ଖୋଳି ପ୍ରହରୀ-ଗୃହ ନିର୍ମାଣ କଲେ, ପୁଣି କୃଷକମାନଙ୍କୁ ସେହି କ୍ଷେତ୍ର ଭାଗରେ ଦେଲେ ।
ପରେ ସେ ବିଦେଶକୁ ଗମନ କଲେ । (ମାଥିଉ ୨୧:୩୩ ULT)
#### କ୍ଷେତ୍ର ଲୋକମାନଙ୍କର ହୃଦୟ (ଅନ୍ତର ଆତ୍ମା)କୁ ପ୍ରତିନିଧିତ୍ଵ କରେ
> କାରଣ ସଦାପ୍ରଭୁ ଯିହୁଦାର ଓ ଯିରୁଶାଲମର ଲୋକମାନଙ୍କୁ ଏହି କଥା କହନ୍ତି:
‘ତୁମ୍ଭେମାନେ ଆପଣାମାନଙ୍କ ପଡିଆ ଭୂମି ଚାଷ କର,
> ଓ କଣ୍ଟାବଣ ମଧ୍ୟରେ ବୀଜ ବୁଣ ନାହିଁ ।
(ଯିରିମିୟ ୪:୩ ULT)
<blockquote> ଯେକେହି ରାଜ୍ୟର ବାକ୍ୟ ଶୁଣି ନ ବୁଝେ ....ସେ ଜଣକ ବୁଣାଯାଇଥିବା ବାଟ ପାଖ ଭୂମି ସଦୃଶ ।
ଯେ ବାକ୍ୟ ଶୁଣିବାକ୍ଷଣି ଆନନ୍ଦରେ ତାହା ଗ୍ରହଣ କରେ, ସେହି ଜଣକ ବୁଣାଯାଇଥିବା ପଥୁରିଆ ଭୂମି ସଦୃଶ .... ଯେ ବାକ୍ୟ ଶୁଣେ, ପୁଣି ସାଂସାରିକ ଚିନ୍ତା ଓ ଧନର ମାୟା ବାକ୍ୟକୁ ଚାପିପକାଏ, ସେହି ଜଣକ ବୁଣାଯାଇଥିବା କଣ୍ଟକମୟ ଭୂମି ସଦୃଶ....
ଯେ ବାକ୍ୟ ଶୁଣି ବୁଝେ, ସେହି ଜଣକ ବୁଣାଯାଇଥିବା ଉତ୍ତମ ଭୂମି ସଦୃଶ ।
(ମାଥିଉ ୧୩:୧୯-୨୩ ULT) </blockquote>
> ଆପଣାମାନଙ୍କର ପଡ଼ିଆ ଭୂମି ଭାଙ୍ଗ,
> କାରଣ ଏହା ସଦାପ୍ରଭୁଙ୍କର ଅନ୍ଵେଷଣ କରିବାର ସମୟ....
(ହୋଶେୟ ୧୦:୧୨ ULT)
#### ବୀଜ ବୁଣିବା ଆଚରଣକୁ ପ୍ରତିନିଧିତ୍ଵ କରେ, ଏବଂ ଶସ୍ୟ କାଟିବା ନ୍ୟାୟବିଚାର ବା ପୁରସ୍କାରକୁ ପ୍ରତିନିଧିତ୍ଵ କରେ
> ମୋହର ଦେଖିଲା ପ୍ରମାଣେ, ଯେଉଁମାନେ ଅଧର୍ମ ଚଷନ୍ତି
> ଓ ଦୁଃଖରୂପ ବୀଜ ବୁଣନ୍ତି, ସେମାନେ ତାହା ହିଁ କାଟନ୍ତି।
(ଆୟୁବ ୪:୮ ULT)
> ଭ୍ରାନ୍ତ ନ ହୁଅ ।
ଈଶ୍ଵର ବିଦ୍ରୂପର ପାତ୍ର ନୁହଁନ୍ତି ।
କାରଣ ମନୁଷ୍ୟ ଯାହା ବୁଣେ, ତାହା ହିଁ କାଟିବ ।
ଯେଣୁ ଯେ ଆପଣା ଶରୀର ଉଦ୍ଦେଶ୍ୟରେ ବୁଣେ, ସେ ଶରୀରରୁ ଉତ୍ପନ୍ନ କ୍ଷୟଣୀୟ ଶସ୍ୟ କାଟିବ; କିନ୍ତୁ ଯେ ଆତ୍ମାଙ୍କ ଉଦ୍ଦେଶ୍ୟରେ ବୁଣେ, ସେ ଆତ୍ମାଙ୍କଠାରୁ ଉତ୍ପନ୍ନ ଅନନ୍ତ ଜୀବନରୁପ ଶସ୍ୟ କାଟିବ ।
(ଗାଲାତୀୟ ୬:୭-୮ ULT)
#### ବାଡ଼େଇ ବା କୁଟୀ ଶସ୍ୟ ଅଲଗା କରିବା କିମ୍ବା ପାଛୁଡ଼ିବା ଉତ୍ତମ ଲୋକମାନଙ୍କଠାରୁ ମନ୍ଦ ଲୋକମାନଙ୍କର ପୃଥକୀକରଣକୁ ପ୍ରତିନିଧିତ୍ଵ କରେ ।