or_ta/checking/vol2-backtranslation-who/01.md

32 lines
5.9 KiB
Markdown

# କାହିକି ବିପରୀତ ଅନୁବାଦ ଅତ୍ୟାବଶ୍ୟକ ଅଟେ ?
ଯଦିଓ ବାଇବେଲ ଭିତ୍ତିକ ବିଷୟବସ୍ତୁର ପରାମର୍ଶଦାତା କିମ୍ବା ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷାକୁ ବୁଝନ୍ତି ନାହିଁ, ତଥାପି ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଥିବା ବିଷୟକୁ ଦେଖିବାକୁ ସକ୍ଷମ ହେବା ପାଇଁ ଅନୁମତି ଦେବା ବିପରୀତ ଅନୁବାଦର ଉଦ୍ଦେଶ୍ୟ ଅଟେ ।
ଅତଏବ, ବିପରୀତ ଅନୁବାଦର ଭାଷା ଉଭୟ ବିପରୀତ ଅନୁବାଦକୁ କରୁଥିବା ବ୍ୟକ୍ତି (ବିପରୀତ ଅନୁବାଦକ) ଓ ଯାଞ୍ଚକାରୀ ଭଲ ଭାବେ ବୁଝି ପାରୁଥିବା ଭାଷା ହେବା ଆବଶ୍ୟକ ।
ଅନେକ ସମୟରେ ଏହାର ଅର୍ଥ ହେଉଛି ଯେ ବିପରୀତ ଅନୁବାଦକ ନିର୍ଦ୍ଦିଷ୍ଟ ଭାଷା ପାଠକୁ ବ୍ୟାପକ ଯୋଗାଯୋଗର ସମାନ ଭାଷା ମଧ୍ୟକୁ ଅନୁବାଦ କରିବା ଆବଶ୍ୟକ ଯାହା ମୂଳ ପାଠ ନିମନ୍ତେ ବ୍ୟବହୃତ ହୋଇଥିଲା ।
ମୂଳ ଭାଷାରେ ବାଇବେଲ ଭିତ୍ତିକ ପାଠ ପୂର୍ବରୁ ପରିଦୃଷ୍ଟ ହୋଇଥିବା ହେତୁ, କେତେକ ଲୋକ ଏହାକୁ ଅନାବଶ୍ୟକ ବୋଲି ମନେ କରନ୍ତି ।
କିନ୍ତୁ ବିପରୀତ ଅନୁବାଦର ଉଦ୍ଦେଶ୍ୟକୁ ସ୍ମରଣ କରନ୍ତୁ: ଏହା ଯାଞ୍ଚକାରୀଙ୍କୁ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ଯାହା ଅଛି ତାହା ଦେଖିବାକୁ ଅନୁମତି ଦେବା ପାଇଁ ଅଟେ
ପ୍ରକୃତ ମୂଳ ଭାଷାର ପାଠକୁ କେବଳ ପଢିବା ଦ୍ଵାରା ନିର୍ଦ୍ଦିଷ୍ଟ ଅନୁବାଦରେ ଯାହା ଅଛି ତାହା ଦେଖିବା ପାଇଁ ଯାଞ୍ଚକାରୀକୁ ଅନୁମତି ଦିଏ ନାହିଁ ।
ଏଣୁ, ବିପରୀତ ଅନୁବାଦକ ଏକ ନୂତନ ଅନୁବାଦକୁ ନିର୍ଦ୍ଦିଷ୍ଟ ଭାଷା ଅନୁବାଦ ଉପରେ ଆଧାର କରି ହିଁ ବ୍ୟାପକ ଯୋଗାଯୋଗର ଭାଷା ମଧ୍ୟକୁ ବିପରୀତଗାମୀ କରିବା ଆବଶ୍ୟକ ।
ଏହି କାରଣ ହେତୁ, ବିପରୀତ ଅନୁବାଦକ ନିଜ ବିପରୀତ ଅନୁବାଦ କାର୍ଯ୍ୟ କରିବା ସମୟରେ ମୂଳ ଭାଷାର ପାଠକୁ ଦେଖି *ପାରିବ ନାହିଁ*, ମାତ୍ର ନିର୍ଦ୍ଦିଷ୍ଟ ଭାଷାର ପାଠକୁ *କେବଳ* ଦେଖି ପାରିବ ।
ଏହି ମାଧ୍ୟମରେ, ଯାଞ୍ଚକାରୀ ନିର୍ଦ୍ଦିଷ୍ଟ ଭାଷା ଅନୁବାଦରେ ପରିଦୃଷ୍ଟ ହେଉଥିବା ଯେକୌଣସି ସମସ୍ୟାକୁ ଚିହ୍ନଟ କରି ପାରିବ ଏବଂ ସେହି ସମସ୍ୟାଗୁଡ଼ିକୁ ସମାଧାନ କରିବା ପାଇଁ ଅନୁବାଦକ ସହିତ ମିଶି କାର୍ଯ୍ୟ କରିବ ।
ଏପରିକି ଯାଞ୍ଚକାରୀ ଅନୁବାଦକୁ ଯାଞ୍ଚ୍ କରିବା ପାଇଁ ଏହାକୁ ବ୍ୟବହାର କରିବା ପୂର୍ବରୁ, ନିର୍ଦ୍ଦିଷ୍ଟ ଭାଷା ଅନୁବାଦକୁ ଉନ୍ନତ କରିବାରେ ବିପରୀତ ଅନୁବାଦ ମଧ୍ୟ ଅଧିକ ସହାୟକ ହୋଇପାରିବ ।
ଯେତେବେଳେ ଅନୁବାଦ ଦଳ ବିପରୀତ ଅନୁବାଦକୁ ପାଠ କରନ୍ତି, ସେମାନେ ଦେଖି ପାରନ୍ତି ଯେ କିପରି ବିପରୀତ ଅନୁବାଦକ ସେମାନଙ୍କର ଅନୁବାଦକୁ ବୁଝିଛନ୍ତି ।
ବେଳେବେଳେ, ବିପରୀତ ଅନୁବାଦକ ସେମାନଙ୍କର ଅନୁବାଦକୁ ଯୋଗାଯୋଗ କରିବାକୁ ଥିବା ସେମାନଙ୍କର ଇଚ୍ଛା ଅପେକ୍ଷା ଭିନ୍ନ ଭାବରେ ବୁଝିଥିଲେ ।
ସେହି କ୍ଷେତ୍ରଗୁଡ଼ିକରେ, ସେମାନେ ନିଜ ଅନୁବାଦକୁ ପରିବର୍ତ୍ତନ କରି ପାରିବେ, ଯଦ୍ୱାରା ଏହାର ଅର୍ଥ ସେମାନେ ଚାହୁଁଥିବା ଅନୁଯାଇ ଅଧିକ ସ୍ପଷ୍ଟ ରୂପେ ଯୋଗାଯୋଗ କରିବ ।
ଯେତେବେଳେ ଅନୁବାଦ ଦଳ ଯାଞ୍ଚକାରୀକୁ ବିପରୀତ ଅନୁବାଦ ପ୍ରଦାନ କରିବା ପୂର୍ବରୁ ଏହି ଉପାୟରେ ଏହାକୁ ବ୍ୟବହାର କରିବା ପାଇଁ ସକ୍ଷମ ହୁଏ, ତେବେ ସେମାନେ ନିଜ ଅନୁବାଦରେ ଅନେକ ଉନ୍ନତି ସାଧନ କରି ପାରିବେ ।
ଯେତେବେଳେ ସେମାନେ ଏହା କରନ୍ତି, ଜଣେ ଯାଞ୍ଚକାରୀ ନିଜ ଯାଞ୍ଚ୍ କାର୍ଯ୍ୟକୁ ଅଧିକ ଦ୍ରୁତଗତିରେ କରି ପାରିବ, କାରଣ ଅନୁବାଦ ଦଳ ଯାଞ୍ଚକାରୀ ସହ ସାକ୍ଷାତ କରିବା ପୂର୍ବରୁ ଅନୁବାଦରେ ରହିଥିବା ଅନେକ ସମସ୍ୟାଗୁଡ଼ିକୁ ସଂଶୋଧନ କରିବା ପାଇଁ ସକ୍ଷମ ଥିଲେ ।