or_obs/content/25.md

35 lines
3.9 KiB
Markdown

# ଶୟତାନ ଯୀଶୁଙ୍କୁ ପରୀକ୍ଷା କରେ
![OBS Image](https://cdn.door43.org/obs/jpg/360px/obs-en-25-01.jpg)
ଯୀଶୁ ବାପ୍ତିଜିତ ହେବାର ତତ୍‍କ୍ଷଣାତ୍ ତ୍ପବିତ୍ରଆତ୍ମା ତାଙ୍କୁ ପ୍ରାନ୍ତରକୁ ଚାଳିତ କଲେ, ଯେଉଁଠି ସେ ଚାଳିଶ ଦିନ ଓ ଚାଳିଶ ରାତ୍ରି ଉପବାସ କଲେ ।ତା'ପରେ ଶୟତାନ ଯୀଶୁଙ୍କ ନିକଟକୁ ଆସିଲା ଏବଂ ତାଙ୍କୁ ପାପ କରିବା ନିମନ୍ତେ ପ୍ରଲୋଭିତ କଲା ।
![OBS Image](https://cdn.door43.org/obs/jpg/360px/obs-en-25-02.jpg)
ଶୟତାନ ଏହା କହି ଯୀଶୁଙ୍କୁ ପ୍ରଲୋଭିତ କରିଥିଲା “ଯଦି ତୁମ୍ଭେ ଈଶ୍ଵରଙ୍କ ପୁତ୍ର, ଏହି ପଥରଗୁଡିକ ରୋଟୀରେ ପରିଣତ ହେବା ପାଇଁ ଆଜ୍ଞା ଦିଅ!”
![OBS Image](https://cdn.door43.org/obs/jpg/360px/obs-en-25-03.jpg)
ଯୀଶୁ ଉତ୍ତର ଦେଲେ “ଈଶ୍ଵରଙ୍କ ବାକ୍ୟରେ ଲେଖାଅଛି, ‘ମନୁଷ୍ୟ କେବଳ ରୋଟି ଦ୍ଵ।ରା ବଞ୍ଚେ ନାହିଁ କିନ୍ତୁ ଈଶ୍ଵରଙ୍କ ମୁଖରୁ ନିର୍ଗତ ପ୍ରତ୍ୟେକ ବାକ୍ୟରେ ବଞ୍ଚେ!”
![OBS Image](https://cdn.door43.org/obs/jpg/360px/obs-en-25-04.jpg)
ତା’ପରେ ଶୟତାନ ମନ୍ଦିରର ଶୀର୍ଷକୁ ଘେନିଯାଇ ତାଙ୍କୁ କହିଲା “ତୁମ୍ଭେ ଯଦି ଈଶ୍ଵରଙ୍କ ପୁତ୍ର, ତଳକୁ ଡେଇଁପଡ, କାରଣ ଲେଖାଅଛି ‘ତୁମ୍ଭେ ପାଦ ଯେପରି ଆଘାତ ନ ହେବ ଏଥିପାଇଁ ସେମାନେ ତୁମ୍ଭକୁ ହସ୍ତରେ ତୋଳି ଧରିବା ପାଇଁ ଈଶ୍ଵର ଦୂତମାନଙ୍କୁ ଆଜ୍ଞା ଦେବେ ।”
![OBS Image](https://cdn.door43.org/obs/jpg/360px/obs-en-25-05.jpg)
କିନ୍ତୁ ଯୀଶୁ ଶାସ୍ତ୍ରରୁ ଉଦ୍ଧୃତ କରି ଶୟତାନକୁ ଉତ୍ତର ଦେଲେ ।ସେ କହିଲେ “ଈଶ୍ଵରଙ୍କ ବାକ୍ୟରେ, ସେ ତାହାଙ୍କ ଲୋକମାନଙ୍କୁ ଆଦେଶ ଦିଅନ୍ତି ‘ତୁମ୍ଭ ପ୍ରଭୁ ଆପଣା ଈଶ୍ଵରଙ୍କୁ ପରୀକ୍ଷା କରିବ ନାହିଁ ।”
![OBS Image](https://cdn.door43.org/obs/jpg/360px/obs-en-25-06.jpg)
ତା’ପରେ ଶୟତାନ ଜଗତର ସମସ୍ତ ରାଜ୍ୟ ଓ ସେସବୁର ଐଶର୍ଯ୍ୟ ଦେଖାଇ କହିଲା “ତୁମ୍ଭେ ଯଦି ନତ ହୋଇ ମୋତେ ପ୍ରଣାମ କରିବ ତେବେ ମୁଁ ଏହି ସମସ୍ତ ତୁମ୍ଭକୁ ଦେବି ।”
![OBS Image](https://cdn.door43.org/obs/jpg/360px/obs-en-25-07.jpg)
ଯୀଶୁ ଉତ୍ତର ଦେଲେ “ଦୂର ହୁଅ ଶୟତାନ!ଈଶ୍ଵରଙ୍କ ବାକ୍ୟରେ ଲୋକମାନଙ୍କୁ କୁହାଯାଇଛି ‘ତୁମ୍ଭେ କେବଳ ତୁମ୍ଭ ପ୍ରଭୁ ଈଶ୍ଵରଙ୍କର ହିଁ ଉପାସନା କରିବ ଓ ତାହାଙ୍କର ସେବା କରିବ ।”
![OBS Image](https://cdn.door43.org/obs/jpg/360px/obs-en-25-08.jpg)
ଯୀଶୁ ଶୟତାନର ପ୍ରଲୋଭନରେ ନିଜକୁ ଦେଇ ନଥିଲେ, ତେଣୁ ଶୟତାନ ତାହାଙ୍କୁ ଛାଡି ଚାଲିଯାଇଥିଲା ।ତା’ପରେ ଦୂତମାନେ ଆସି ଯୀଶୁଙ୍କର ସେବା କଲେ ।
_ବାଇବଲର ଏକ କାହାଣୀ:ମାଥିଉ ୪:୧-୧୧; ମାର୍କ ୧:୧୨-୧୩; ଲୂକ ୪:୧-୧୩_