or_obs-tn/content/45/03.md

1.2 KiB

ଏହି ବିଷୟଗୁଡିକ ସତ୍ୟ ଅଟେ କି ?

ଏହାର ଅର୍ଥ "ଆପଣା ବିରୁଦ୍ଧରେ ନିନ୍ଦାଗୁଡିକ ସତ୍ୟ କି?" କିମ୍ବା "ଏହି ଲୋକମାନେ ଆପଣଙ୍କ ବିଷୟରେ ଯାହାସବୁ ନିନ୍ଦା କଥା କହୁଛନ୍ତି ତାହା ସତ୍ୟ କି?" କିମ୍ବା "ଏହା ସତ୍ୟ ଅଟେ କି ଆପଣ ମୋଶା ଓ ପରମେଶ୍ଵରଙ୍କ ବିଷୟରେ ମନ୍ଦ କଥା କହିଲେ ?"

ସର୍ବଦା ପବିତ୍ର ଆତ୍ମାଙ୍କୁ ଅଗ୍ରାହ୍ୟ କରିବା

ଏହାର ଅର୍ଥ, "କେବେହେଲେ ପବିତ୍ରା ଆତ୍ମାଙ୍କୁ ମାନ୍ୟ କରିବା ନାହିଁ" କିମ୍ବା "ସର୍ବଦା ପବିତ୍ର ଆତ୍ମାଙ୍କୁ ଶୁଣିବାକୁ ମନା କରିବା" ।

ଆପଣଙ୍କର ପିତୃପୁରୁଷମାନେ

ଏହା ଏହିପରି ଅନୁବାଦ ହୋଇପାରେ, "ଆପଣଙ୍କ ପିତୃପୁରୁଷ, ଇସ୍ରାଏଲୀୟମାନେ" ।