or_obs-tn/content/35/12.md

2.0 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଗୋଟିଏ ଛୋଟ ଛେଳି

ଏକ ଛୋଟ ଛେଳି ସବୁଠାରୁ ଉତ୍ତମ ବାଛୁରୀ ଅପେକ୍ଷା ଅଳ୍ପ ଲୋକଙ୍କୁ ଖୁଆଇ ପାରିବ, ଏବଂ ତାର ମୂଲ୍ୟ ମଧ୍ୟ ବହୁତ କମ ହୋଇଥିବ । ବଡ ଭାଇ ବାପାଙ୍କୁ ଦୋଷାରୋପ କରି କହୁଛି ଯେ ତାହାର ବାପା ତା ଅପେକ୍ଷା ମନ୍ଦତାରେ ଜୀବନ କାଟୁଥିବା ସାନ ପୁଅକୁ ଅଧିକ ଆଦର କରୁଛଅନ୍ତି ।

ତୁମର ଏହି ପୁଅ

ଏହି ବ୍ୟକ୍ତ ପ୍ରକାଶ କରେ ଯେ ସେହି ବଡ ପୁଅ କ୍ରୋଧିତ ଥିଲେ । ଏହା ଅପବ୍ୟୟୀ ପୁଅକୁ ସ୍ୱାଗତ କରିବା ନିମନ୍ତେ ତାହାର ସାନ ଭାଇଙ୍କ ପ୍ରତି ପ୍ରତିରୋଧ ଏବଂ ପିତାଙ୍କ ପ୍ରତି ଅସହମତକୁ ଏହା ପ୍ରକାଶ କରେ । ଅନ୍ୟ ଭାଷାରେ ମଧ୍ୟ ଏଗୁଡିକୁ ପରୋକ୍ଷ ଭାବରେ ଯୋଗାଯୋଗ କରାଯାଇପାରେ ।

ତୁମର ଅର୍ଥ ଅପବ୍ୟୟ କଲା

ତାହା ହେଉଛି, “ତୁମେ ଦେଇଥିବା ସମ୍ପତ୍ତିକୁ କଦାଚାରରେ ଉଡାଇଲା” କିମ୍ବା, “ତୁମର ଅର୍ଥକୁ ଖର୍ଚ୍ଚାନ୍ତ କଲା ।” ଯଦି ସମ୍ଭବ, ଏକ ପ୍ରକାଶନ ବ୍ୟବହାର କରନ୍ତୁ ଯାହା ବଡ ଭାଇର କ୍ରୋଧକୁ ପ୍ରକାଶ କରେ ।

ଉତ୍ତମ ବାଛୁରୀ ମାରିଲେ

ତାହା ହେଉଛି, "ଭୋଜରେ ଖାଇବାକୁ ସବୁଠାରୁ ଉତ୍ତମ ବାଛୁରୀ ମାରିଲେ ।