or_obs-tn/content/34/09.md

1.7 KiB

(ଯୀଶୁ କାହାଣୀକୁ ଜାରି ରଖିଲେ ।)

ଦୂରରେ ଛିଡା ହେଲେ

ଏହା ଏହିପରି ମଧ୍ୟ ଅନୁବାଦ ହୋଇପାରେ ଯେମିତି, "କିଛି ଦୂରରେ ଛିଡା ହେଲା" କିମ୍ବା, "ପୃଥକ ରହିଲେ ।"

ଏପରିକି ସ୍ୱର୍ଗ ଆଡେ ଉର୍ଦ୍ଧ ଦୃଷ୍ଟି କଲେ ନାହିଁ

"ଏପରିକି" ଶବ୍ଦ ପ୍ରକାଶ କରେ ଯେ ସାଧାରଣତଃ ଲୋକମାନେ ଯେତେବେଳେ ଇଶ୍ଵରଙ୍କ ନିକଟରେ ପ୍ରାର୍ଥନା କରନ୍ତି ସେମାନେ ଉର୍ଦ୍ଧକୁ ଦେଖନ୍ତି, ମାତ୍ର ଏହି ଲୋକ ନିଜ ପାପ ପାଇଁ ଲଜ୍ଜ୍ୟାବୋଧ କରି ଉର୍ଦ୍ଧକୁ ଦେଖିଲେ ନାହିଁ ।

ନିଜ ହାତରେ ଛାତିକୁ ମାରିଲେ

ଏହା ମଧ୍ୟ ଏହିପରି ଅନୁବାଦ ହୋଇପାରେ ଯେମିତି, "ନିଜର ଦୁଃଖ ସକାଶୁ, ସେ ତାହାରି ହାତ ସହ ଛାତିରେ ବାଡେଇଲା” କିମ୍ବା, “ଦୁଃଖରେ ସେ ନିଜଛାତିକୁ ବାଡେଇଲା ।" ଯଦି ଏହା ବୁଝିବାକୁ ଲୋକମାନଙ୍କୁ କଷ୍ଟ ହେଉଛି ଯେହେତୁ ସେମାନେ ସେମାନଙ୍କର ଛାତି ଉପରେ ଅନ୍ୟ କାରଣ ନିମନ୍ତେ ମାରନ୍ତି, ତେବେ ଆପଣ ଏପରି ଅନୁବାଦ କରିପାରିବେ ଯେମିତି, "ସେ ନିଜର ଦୁଃଖକୁ ପ୍ରକାଶ କଲେ ।"