or_obs-tn/content/34/01.md

1.6 KiB

କାହାଣୀଗୁଡିକ

ଈଶ୍ୱରଙ୍କ ରାଜ୍ୟର ସତ୍ୟତା ବିଷୟରେ ଶିକ୍ଷା ଦେବାକୁ ଯୀଶୁ ଏହି କାହାଣୀଗୁଡିକୁ ବ୍ୟବହାର କଲେ । ଏହା ସ୍ପଷ୍ଟ ନୁହଁ ବାସ୍ତବରେ ଏହି ଘଟଣା ଘଟିଥିଲା କି ନାହିଁ । ଯଦି ତୁମ ଭାଷାରେ ଏପରି ଶବ୍ଦ ଅଛି ଯାହା କାଳ୍ପନିକ ଏବଂ ବାସ୍ତବ କାହାଣୀ ଉଭୟକୁ ବୁଝାଏ, ତେବେ ତାହାକୁ ଏଠାରେ ବ୍ୟବହାର କରିବା ଉଚିତ୍ ।

ସୋରିଷ ଦାନା

ଏହା ସମ୍ଭବତଃ ଏକ କଳା ସୋରିଷ ଗଛର ଦାନାକୁ ବୁଝାଏ, ଯାହାର ଛୋଟବୀଜ ଥାଏ ମାତ୍ର ଅତି ଶୀଘ୍ର ବହୁତ ବଡ ଗଛରେ ପରିଣତ ହୁଏ । ଯଦି ନିଜ ଭାଷାରେ ଏହି ଗଛ ପାଇଁ ଉପଯୁକ୍ତ ଶବ୍ଦ ଅଛି ତାହାହେଲେ ଏଠାରେ ବ୍ୟବହାର କରନ୍ତୁ । ଯଦି ନୁହଁ, ତାହାହେଲେ ଆପଣ ଅନ୍ୟ ଗଛର ନାମ କୁ ବ୍ୟବହାର କରି ପାରିବେ ଯାହାର ସମାନ ଗୁଣ ଥାଏ ।

ସବୁଠାରୁ କ୍ଷୁଦ୍ର ବୀଜ

ତାହା ହେଉଛି, "ଲୋକମାନେ ଯେଉଁ ଗଛ ଲଗାନ୍ତି ସେସବୁରୁ ଏହା କ୍ଷୁଦ୍ର ବୀଜ ଅଟେ ।“