or_obs-tn/content/27/01.md

2.6 KiB

ଦିନେ 

ଏହି ବାକ୍ୟାଂଶ ପୂର୍ବରୁ ଘଟିଥିବା ଏକ ଘଟଣାର ପରିଚୟ ଦିଏ, କିନ୍ତୁ ପ୍ରକୃତ ସମୟକୁ ବୁଝାଏ ନାହିଁ. ଅନେକ ଭାଷା ଗୁଡିକ ଏକ ସତ୍ୟ କାହାଣୀ କହି ଆରମ୍ବ କରନ୍ତି.

ଯିହୁଦୀ ବ୍ୟବସ୍ଥାରେ ନିପୁଣ 

ଏହା ବ୍ୟକ୍ତି କେହି ଜଣେ ଯେ ଇସ୍ରାଏଲୀୟଙ୍କୁ ଯେଉଁ ବ୍ୟବସ୍ଥାଗୁଡିକ ପରମେଶ୍ଵର ଦେଇଥିଲେ ତାହାକୁ ଓ ଅନ୍ୟାନ୍ୟଯିହୁଦୀ ବ୍ୟବସ୍ଥାକୁ ଅଧ୍ୟୟନ କଲେ ଏବଂ ଶିକ୍ଷା ଦେଲେ.

ତାହାଙ୍କୁ ପରୀକ୍ଷା କରିବାକୁ 

ତାହା ହେଉଛି, "ଯୀଶୁ ଉତ୍ତମ ଉତ୍ତର ଦେବେ କି ନାହିଁ, ତାହା ଦେଖିବାକୁ"

ଅନନ୍ତଜୀବନ ପାଇବାକୁ 

ଏହାର ଅର୍ଥ, "ପ୍ରଭୁଙ୍କ ସହିତ ଚିରକାଳ ବଂଚିବା କିମ୍ବା ଯଦ୍ବାରା ତାଙ୍କ ସହିତ ଚିରକାଳ ରହିବା ପାଇଁ ପରମେଶ୍ଵର ମୋତେ ଜୀବନ ଦେବେ" କିମ୍ବା ପରମେଶ୍ଵରଙ୍କ ଠାରୁ ଅନନ୍ତଜୀବନ ଗ୍ରହଣ କରିବା" ବ୍ୟବସ୍ଥା ଶାସ୍ତ୍ରଜ୍ଞ ପଚାରୁଥିଲେ ଯେ ପରମେଶ୍ଵରଙ୍କର ଉତ୍ତରାଧିକାରୀ ସ୍ଵରୁପ ଅନନ୍ତଜୀବନ ପାଇବା ପାଇଁ କିପରି ଯୋଗ୍ୟ ହେବେ .

ଅନନ୍ତ ଜୀବନ 

ଏହା ଶାରୀରିକ ଶରୀରର ମୃତ୍ୟୁ ପରେ ଇଶ୍ବରଙ୍କ ସହିତ ଚିରକାଳ ପାଇଁ ବାସ କରିବାକୁ ବୁଝାଏ. ଅନନ୍ତ ଜୀବନ ପାଇଁ ପଦମାନଙ୍କ ପୃଷ୍ଠାକୁ ଦେଖନ୍ତୁ.

ପରମେଶ୍ବରଙ୍କ ବ୍ୟବସ୍ଥାରେ କଣ ଲେଖାଅଛି?

ତାହା ହେଉଛି, "ଏହା ସମ୍ପର୍କରେ ଇଶ୍ଵରଙ୍କ ବ୍ୟବସ୍ଥାରେ କଣ ଲେଖାଅଛି ?" ଯୀଶୁ ଏହି ପ୍ରଶ୍ନ ପଚାରିଲେ କାରଣ ସେ ଚାହୁଥିଲେ ଯେ ମନୁଷ୍ୟ ଚିନ୍ତା କରୁ ଯେ ପରମେଶ୍ଵରଙ୍କ ବ୍ୟବସ୍ଥା କଣ ଶିଖାଏ.