or_obs-tn/content/14/04.md

1.7 KiB

ଗୁପ୍ତରେ ଦେଶକୁ ଦେଖିବା 

ଏହା ଏହିପରି ଅନୁବାଦ ହୋଇପାରେ, "ଗୁପ୍ତ ଭାବରେ ଦେଶ ବିଷୟରେ ସୂଚନା ପାଇବା" କିମ୍ବା, "ଗୁପ୍ତ ଭାବରେ ଦେଶ ବିଷୟରେ ଜାଣିବା ।" କେଉଁ ପ୍ରକାରର ଖାଦ୍ୟ ସେହି ଦେଶ ଉତ୍ପାଦନ କରିପାରେ ତାହା ଖୋଜି ବାହାର କରିବା ଅନୁସନ୍ଧାନକାରୀମାନଙ୍କର କାମର ଏକ ଅଂଶ ଥିଲା ।

କିଣାନୀୟମାନଙ୍କୁ ଅନୁସନ୍ଧାନ କରିବା 

ଏହା ଏହିପରି ଅନୁବାଦ ହୋଇପାରେ, "ଗୁପ୍ତ ଭାବରେ କିଣାନର ଲୋକମାନଙ୍କ ବିଷୟରେ ସୂଚନା ପାଇବା" କିମ୍ବା, "ଗୁପ୍ତ ଭାବରେ କିଣାନୀୟାମାନଙ୍କ ବିଷୟରେ ଜାଣିବା ।"

କିଣାନୀୟମାନେ ବଳିଷ୍ଠ ବା ଦୁର୍ବଳ ଥିଲେ ତାହା ଦେଖିବାକୁ

ସେମାନେ ଜାଣିବାକୁ ଚାହିଁଲେ ଯେ କିଣାନୀୟମାନେ ସେମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଥିଲେ କି ନାହିଁ । ଏହାକୁ ଏହିପରି ଅନୁବାଦ କରାଯାଇପାରେ, "କିଣାନୀୟ ସୈନ୍ୟବାହିନୀମାନେ କିପରି ଶକ୍ତିଶାଳୀ ଥିଲେ ତାହା ଖୋଜି ବାହାର କରିବାକୁ ।"