or_obs-tn/content/09/12.md

2.2 KiB

ତାଙ୍କ ମେଷଗୁଡିକର ଯତ୍ନ ନେଉଥିଲେ

ଏହାର ଅର୍ଥ ହେଉଛି ସେ ମେଷଗୁଡିକୁ ଜଳ ଓ ଘାସ ନିକଟକୁ କଢାଇ ନେଉଥିଲେ ଓ ସେମାନଙ୍କୁ ସୁରକ୍ଷା ଦେବାର ମେଷପାଳକର ଯେଉଁ କାର୍ଯ୍ୟ ରହିଛି ସେ ତାହାକୁ କରୁଥିଲେ । ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ମେଷ ଚରାଇବା ।”

ବୁଦାଟି ଅଗ୍ନିରେ ନଷ୍ଟ ହେଲା ନାହିଁ

ଈଶ୍ଵର ସମ୍ପୂର୍ଣ୍ଣ ବୁଦାରେ ଅଗ୍ନି ପ୍ରଜ୍ଜଳନ କଲେ, କିନ୍ତୁ ଅଗ୍ନି ବୁଦାକୁ ନଷ୍ଟ କଲାନାହିଁ ।

ଈଶ୍ଵରଙ୍କ ରବ ଆସିଲା

ଏହାକୁ ଏହିପରି ଭାବରେ ଅନୁବାଦ କରାଯାଇପାରେ “ଈଶ୍ଵର ଉଚ୍ଚ ସ୍ଵରରେ କହିଲେ ।” ଈଶ୍ଵର କହୁଥିବାର ମୋଶା ଶୁଣିଲେ, କିନ୍ତୁ ସେ ଈଶ୍ଵରଙ୍କୁ ଦେଖିପାରିଲେ ନାହିଁ ।

ତୁମ୍ଭର ପାଦୁକା କାଢ

ପରମେଶ୍ଵର ଚାହୁଁଥିଲେ ଯେ ମୋଶା ଈଶ୍ଵରଙ୍କୁ ଅଧିକ ସମ୍ମାନ କରି ପାଦରୁ ପାଦୁକା କାଢ଼ନ୍ତୁ । ଏହି କାରଣକୁ ସ୍ପଷ୍ଟ କରିବା ପାଇଁ ଆପଣ କହିପାରନ୍ତି “ତୁମ୍ଭର ଜୋତା କାଢ, କାରଣ ତୁମ୍ଭେ ଏଠାରେ ପବିତ୍ର ଭୂମି ଉପରେ ଠିଆ ହୋଇଅଛ ।”

ପବିତ୍ରଭୂମି

ଏହା ଏହି ଅର୍ଥରେ ପବିତ୍ର ଯେ ଈଶ୍ଵର ଏହି ଭୂମିକୁ ସାଧାରଣ ଭୂମିଠାରୁ ପୃଥକ୍ କରି ରଖିଅଛନ୍ତି ଏବଂ ଏହାକୁ ଏକ ବିଶେଷ ସ୍ଥାନ କରିଅଛନ୍ତି ଯେଉଁଠି ସେ ନିଜକୁ ପ୍ରକାଶ କରିବେ ।