or_obs-tn/content/08/12.md

3.5 KiB

ତାହାଙ୍କ ଭାଇମାନଙ୍କୁ ପରୀକ୍ଷା କରି

ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କ ପ୍ରତି ଯେପରି ବ୍ୟବହାର କରିଥିଲେ ସେମାନଙ୍କ ସର୍ବକନିଷ୍ଠ ଭାଇ ପ୍ରତି ମଧ୍ୟ ସେପରି ଖରାପ ଆଚରଣ କରୁଅଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଯୋଷେଫ ସେମାନଙ୍କୁ ଏକ ପରିସ୍ଥିତିରେ ପକାଇଲେ । ସେମାନେ ଯେତେବେଳେ ସେମାନଙ୍କର ସର୍ବକନିଷ୍ଠ ଭାଇଙ୍କୁ ସୁରକ୍ଷା ପ୍ରଦାନ କଲେ, ସେ ଜାଣିଲେ ଯେ ସେମାନେ ପରିବର୍ତ୍ତିତ ହୋଇଅଛନ୍ତି ।

ସେମାନେ ପରିବର୍ତ୍ତିତ ହୋଇଅଛନ୍ତି ନା ନାହିଁ

ଏହାକୁ ଅନ୍ୟ ଭାବରେ କୁହାଗଲେ ଏପରି ହେବ “ସେମାନେ ପୂର୍ବେ ଯେପରି ଥିଲେ, ସେଥିରୁ ଭିନ୍ନ ହୋଇଥିଲେ ନା ନାହିଁ ।” ଅନେକ ବର୍ଷ ତଳେ ଯୋଷେଫଙ୍କ ଭାଇମାନେ ଯୋଷେଫଙ୍କୁ କ୍ରୀତଦାସ ଭାବରେ ବିକ୍ରୟ କରିଦେଇଥିଲେ । ଯାହା ଉତ୍ତମ ତାହା ସେମାନେ ବର୍ତ୍ତମାନ କରୁଅଛନ୍ତି ନା ନାହିଁ ତାହା ଦେଖିବା ନିମନ୍ତେ ଯୋଷେଫ ଜାଣିବାକୁ ଚାହିଁଲେ ।

ଭୟ କରନାହିଁ

ଅନ୍ୟ ଭାବରେ କହିଲେ ଏହା ଏହିପରି ହେବ “ମୋଠାରୁ କୌଣସି ଦଣ୍ଡ ପାଇବ ବୋଲି ଭାବି ଭୟଭୀତ ହେବାର ଆବଶ୍ୟକ ନାହିଁ ।” ଯୋଷେଫଙ୍କ ଭାଇମାନେ ଭୟଭୀତ ଥିଲେ କାରଣ ସେମାନେ ଯୋଷେଫଙ୍କ ପ୍ରତି ଅତି ମନ୍ଦ ଆଚରଣ କରିଥିଲେ ଏବଂ ସେମାନଙ୍କୁ ଦଣ୍ଡ ଦେବାର ଶକ୍ତି ଥିବା ଏକ ମହାନ୍ ଶାସକ ସେ ହୋଇସାରିଥିଲେ । ଯୋଷେଫ ସେମାନଙ୍କୁ ଖାଦ୍ୟ ବିକ୍ରୟ କରିବା ନିମନ୍ତେ ମନା କରିଦେଇପାରିଥାନ୍ତେ, କିମ୍ବା ସେମାନଙ୍କୁ ବନ୍ଦୀଶାଳରେ ରଖିଦେଇଥାନ୍ତେ କିମ୍ବା ସେମାନଙ୍କୁ ହତ୍ୟା କରିଦେଇଥାନ୍ତେ ।

ଉତ୍ତମ ନିମନ୍ତେ ମନ୍ଦ

ଯୋଷେଫଙ୍କ ଭାଇମାନେ ଯେତେବେଳେ ଯୋଷେଫଙ୍କୁ ଏକ ଦାସ ଭାବରେ ବିକ୍ରୟ କରିଦେଇଥିଲେ, ସେମାନେ ଏକ ମନ୍ଦ କାର୍ଯ୍ୟ କରିଥିଲେ ଏବଂ ଯୋଷେଫଙ୍କୁ ମିସରକୁ ନିଆଯାଇଥିଲା । କିନ୍ତୁ ଦୁର୍ଭିକ୍ଷ ସମୟରେ ଯେପରି ଯୋଷେଫଙ୍କ ପରିବାର ସମେତ ହଜାର ହଜାର ଲୋକଙ୍କୁ ଯୋଷେଫ ରକ୍ଷା କରିପାରିବେ ସେଥିପାଇଁ ଈଶ୍ଵର ଅନୁମତି ଦେଲେ । ଏହା ଅତି ଉତ୍ତମ ବିଷୟ ଥିଲା ।