or_obs-tn/content/07/01.md

2.3 KiB

ଗୃହରେ ରହିବା ନିମନ୍ତେ ପସନ୍ଦ କଲେ; ଶିକାର କରିବାକୁ ପସନ୍ଦ କଲେ

କିଛି ଭାଷାରେ ଏଠାରେ “ପ୍ରେମ” ନିମନ୍ତେ ଏକ ଶବ୍ଦ ବ୍ୟବହାର କରିବ ଯାହା “ରିବିକା ଯାକୁବଙ୍କୁ ପ୍ରେମ କଲେ” ନିମନ୍ତେ ବ୍ୟବହୃତ ହେବା ଠାରୁ ଭିନ୍ନ ଥିଲା । ଉଦାହରଣ ସ୍ବରୂପ, ଏହାକୁ ଏହି ପ୍ରକାରେ ଅନୁବାଦ କରାଯାଇପାରେ “ଗୃହରେ ରହିବାକୁ ଭଲ ପାଇଲେ; ଶିକାର କରିବାକୁ ଭଲ ପାଇଲେ” କିମ୍ବା “ଗୃହରେ ରହିବାକୁ ପସନ୍ଦ କଲେ; ଶିକାର କରିବାକୁ ପସନ୍ଦ କଲେ ।”

ଗୃହରେ

ଏହି ପରିପ୍ରକାଶ ପରିବାର ବାସ କରୁଥିବା ଚତୁର୍ଦ୍ଦିଗର ଅଞ୍ଚଳକୁ ବୁଝାଏ । ଯାକୁବ ଯେଉଁ ତମ୍ବୁରେ ବାସ କରୁଥିଲେ ସେଥିରେ ଲାଗିରହିଥିବା ଅଞ୍ଚଳରେ ରହିବାକୁ ପସନ୍ଦ କଲେ । “ଗୃହରେ” ନିମନ୍ତେ କିଛି ଭାଷାରେ ଏକ ବିଶେଷ ପରିପ୍ରକାଶ ରହିଛି ।

ରିବିକା ଯାକୁବଙ୍କୁ ପ୍ରେମ କଲେ, କିନ୍ତୁ ଇସାହାକ ଏଷୌଙ୍କୁ ପ୍ରେମ କଲେ

ଏହାକୁ ଏହି ପ୍ରକାରେ ଅନୁବାଦ କରାଯାଇପାରେ “ଯାକୁବ ରିବିକାଙ୍କର ଅତି ପ୍ରିୟ ଥିଲେ, ଏବଂ ଏଷୌ ଇସ୍‍ହାକଙ୍କର ଅତି ପ୍ରିୟ ଥିଲେ ।” ଏହା ନିହାତି ବୁଝାଏ ନାହିଁ ଯେ ରିବିକା ଓ ଯାକୁବ ସେମାନଙ୍କ ଅନ୍ୟ ପୁତ୍ରଙ୍କୁ (ଅର୍ଥାତ୍ ରିବିକା ଏଷୌଙ୍କୁ ଓ ଇସ୍‍ହାକ ଯାକୁବଙ୍କୁ) ପ୍ରେମ କରୁନଥିଲେ, କିନ୍ତୁ ଏମାନଙ୍କର ନିଜ ନିଜର ପ୍ରିୟ ପୁତ୍ର ଥିଲେ।