or_obs-tn/content/05/07.md

1.3 KiB

ବଳି ସ୍ଥାନକୁ ଚାଲିଚାଲି ଗଲେ

ଈଶ୍ଵର ଅବ୍ରହାମଙ୍କୁ ଏକ ବିଶେଷ ଉଚ୍ଚ ପର୍ବତରେ ବଳି ଉତ୍ସର୍ଗ କରିବାକୁ କହିଥିଲେ ଯାହା ସେମାନେ ବାସ କରୁଥିବା ସ୍ଥାନରୁ ତିନି ଦିନର ରାସ୍ତା ଥିଲା ।

ବଳି ନିମନ୍ତେ କାଷ୍ଠ

ବଳି ନିମନ୍ତେ ସାଧାରଣତଃ ମେଷବଳି କରାଯାଏ ଏବଂ ଏହାକୁ କାଷ୍ଠ ଉପରେ ରଖାଯାଏ ଯେପରିକି କାଷ୍ଠ ଓ ମେଷ ଏକାଥରକେ ଅଗ୍ନିରେ ପୋଡିବେ ।

ମେଷ

ବଳି ନିମନ୍ତେ ଏକ ମେଷ ଛୁଆ କିମ୍ବା ଛେଳି ସାଧାରଣ ଥିଲା ।

ଯୋଗାଇବା

ଅବ୍ରହାମ ବିଶ୍ଵାସ କରିଥାଇପାରନ୍ତି ଯେ ଇସାହାକ “ମେଷ” ଥିଲେ ଯାହାକୁ ଈଶ୍ଵର ଯୋଗାଇଥିଲେ, ଯଦିଓ ଇସାହାକଙ୍କ ସ୍ଥାନରେ ବଳି ଦେବା ନିମନ୍ତେ ଈଶ୍ଵର ଏକ ମେଷ ଯୋଗାଇବା ଦେଇ ଈଶ୍ଵର ଅବ୍ରହାମଙ୍କ ବାକ୍ୟ ସଫଳ କରିଥିଲେ ।