or_obs-tn/content/04/04.md

2.7 KiB

ଶହ ଶହ ବର୍ଷ ପରେ

ଏହାକୁ “ବାବିଲରେ ଲୋକମାନେ ବିଭିନ୍ନ ଭାଷାର ଦଳରେ ବିଭକ୍ତ ହେବାର ଅନେକ ପିଡ଼ି ପରେ” କିମ୍ବା “ତାହା ଘଟିବାର ଅନେକ ସମୟ ପରେ” ଭାବେ ଅନୁବାଦ କରାଯାଇପାରିବ ।

ତୁମ୍ଭର ଦେଶ ପରିତ୍ୟାଗ କର

ଏହା ସେହି ଅଞ୍ଚଳକୁ ବୁଝାଏ ଯେଉଁଠି ଅବ୍ରାମ ଜନ୍ମଲାଭ କରି ବୃଦ୍ଧିପ୍ରାପ୍ତ ହୋଇଥିଲେ (“ଊର୍” ନାମକ ସ୍ଥାନ ଯାହା କେନ୍ଦ୍ର ଏସିଆରେ ଥିବା ଏକ ଅଞ୍ଚଳ) । ଏହାକୁ “ପୈତୃକ ଅଞ୍ଚଳ” ବା “ଭିଟାମାଟି” ବା ସେପରି କିଛି ସମାନ ଅର୍ଥରେ ଅନୁବାଦ କରାଯାଇପାରିବ ।

ଏବଂ ପରିବାର

ଈଶ୍ଵର ଅବ୍ରାମଙ୍କର ଅଧିକାଂଶ ସମ୍ପର୍କୀୟଙ୍କୁ ଛାଡି ବାହାରିଆସିବା ନିମନ୍ତେ କହିଥିଲେ । ଯାହାବି ହେଉ, ଅବ୍ରାମଙ୍କ ଦାୟିତ୍ଵରେ ଯେଉଁ ଲୋକମାନେ ଥିଲେ ସେମାନଙ୍କୁ ପରିତ୍ୟାଗ କରି ଛାଡି ଆସିବା ନିମନ୍ତେ ଈଶ୍ଵର କହିନଥିଲେ ।

ତୁମ୍ଭକୁ ଏକ ମହାନ୍ ଦେଶ କରିବା

ଈଶ୍ଵର ଅବ୍ରାମଙ୍କୁ ଅନେକ ଜାତିରେ ପରିଣତ କରିବେ, ଏବଂ ସେମାନେ ଏକ ବୃହତ୍ ବା ଗୁରୁତ୍ବପୂର୍ଣ୍ଣ ଦେଶ ହେବେ ।

ତୁମ୍ଭର ନାମ ମହାନ୍ କରିବା

ଏହାର ଅର୍ଥ ହେଉଛି ଯେ ଅବ୍ରାମଙ୍କ ନାମ ଓ ପରିବାର ଜଗତ ସାରା ଜଣାଶୁଣା ହେବେ ଏବଂ ଲୋକମାନେ ସେମାନଙ୍କ ବିଷୟରେ ଉତ୍ତମ ହିଁ ଭାବିବେ ।

ପୃଥିବୀର ସମସ୍ତ ପରିବାର

ଈଶ୍ଵରଙ୍କର ଅନୁଗମନ କରିବା ନିମନ୍ତେ ଅବ୍ରାମଙ୍କର ନିଷ୍ପତ୍ତି କେବଳ ତାଙ୍କ ନିଜ ପରିବାରକୁ ପ୍ରଭାବିତ କରିବ ନାହିଁ କିନ୍ତୁ ଏହା ପୃଥିବୀରେ ଥିବା ସମସ୍ତ ଲୋକଦଳରେ ଥିବା ପରିବାରକୁ ପ୍ରଭାବିତ କରିବ ।