or_obs-tn/content/04/03.md

1.9 KiB

ସେମାନଙ୍କ ଭାଷାକୁ ପରିବର୍ତ୍ତନ କରିଦେଲେ

ଏହି ଘଟଣାରେ, ଈଶ୍ଵର ଆଶ୍ଚର୍ଯ୍ୟଜନକ ଭାବରେ ସେମାନଙ୍କୁ କହିବା ନିମନ୍ତେ ଭିନ୍ନ ଭିନ୍ନ ଭାଷା ଦେଲେ ଯେପରି ସେମାନେ ପରସ୍ପରର କଥା ବୁଝିପାରିଲେ ନାହିଁ ।

ଅନେକ ପ୍ରକାରର ଭାଷା

ଏକ ବୃହତ୍ ଲୋକଦଳ ଗୋଟିଏ ଭାଷା କହିବା ପରିବର୍ତ୍ତେ ଅନେକ ଛୋଟ ଛୋଟ ଲୋକଦଳ ଏହାର ନିଜ ନିଜର ଭାଷା ପୃଥକ୍ ପୃଥକ୍ ଭାବରେ କହିଲେ ।

ଲୋକମାନଙ୍କୁ ଛିନ୍ନଭିନ୍ନ ବା ବିକ୍ଷିପ୍ତ କରିବା

ଈଶ୍ଵର ଯେତେବେଳେ ସେମାନଙ୍କର ଭାଷାକୁ ପରିବର୍ତ୍ତନ କଲେ, ସେହି ଲୋକଦଳଗୁଡିକ ପୃଥିବୀରେ ବିକ୍ଷିପ୍ତ ହେଲେ ଏବଂ ପ୍ରତି ଦଳ ନିଜ ନିଜ ଅଞ୍ଚଳକୁ ଗଲେ ।

ବାବିଲ

ଏହି ନଗର ପ୍ରାଚୀନ ମଧ୍ୟପ୍ରାଚ୍ୟର କୌଣସି ଏକ ସ୍ଥାନରେ ରହିଥିବାର ସୂଚନା ବ୍ୟତୀତ ଆମେ ଏହାର ସଠିକ୍ ଅବସ୍ଥିତି ଜାଣିନାହୁଁ ।

ଅସ୍ପଷ୍ଟ

ଏହା ସୂଚାଏ ଯେ ଈଶ୍ଵର ସେମାନଙ୍କର ଭାଷାକୁ ପରିବର୍ତ୍ତନ କଲା ପରେ ଲୋକମାନେ କିପରି ଅସ୍ପଷ୍ଟ ହୋଇଯାଇଥିଲେ କିମ୍ବା “ମିଶ୍ରିତ” ହୋଇଯାଇଥିଲେ ଏବଂ ପରସ୍ପରକୁ ବୁଝିପାରିନଥିଲେ ।