or_obs-tn/content/02/09.md

1.5 KiB

ତୁମ୍ଭେ ଅଭିଶପ୍ତ ହେଲ

ଏହାକୁ ଏହିପରି ଭାବେ ମଧ୍ୟ ଅନୁବାଦ କରାଯାଇପାରିବ “ମୁଁ ତୁମ୍ଭକୁ ଅଭିଶାପ ଦେଲି”, କିମ୍ବା “ତୁମ୍ଭକୁ ଅତିଶୟ କ୍ଷତି ଘଟିବ ।” କୁହୁକବିଦ୍ୟା ବୁଝାଉଥିବା ପରି ଶବ୍ଦ ବ୍ୟବହାର କରନ୍ତୁ ନାହିଁ ।

ପରସ୍ପରକୁ ଘୃଣା କରିବା

ନାରୀ ସର୍ପକୁ ଘୃଣା କରିବ ଓ ସର୍ପ ନାରୀକୁ ଘୃଣା କରିବ । ନାରୀର ବଂଶଧରମାନେ ମଧ୍ୟ ସର୍ପର ବଂଶଧରମାନଙ୍କୁ ଘୃଣା କରିବେ, ଏବଂ ସର୍ପର ବଂଶଧରମାନେ ମଧ୍ୟ ନାରୀର ବଂଶଧରମାନଙ୍କୁ ଘୃଣା କରିବେ ।

ନାରୀର ବଂଶଧର

ନାରୀର ବଂଶଧରରୁ ନିର୍ଦ୍ଧିଷ୍ଟ ଭାବରେ ଜଣେ ବ୍ୟକ୍ତିଙ୍କୁ ବୁଝାଏ ।

ତୁମ୍ଭର ମସ୍ତକକୁ ଚୂର୍ଣ୍ଣ କରିବ

ନାରୀର ବଂଶଧର ସର୍ପର ବଂଶଧରକୁ ବିନାଶ କରିବେ ।

ତାହାର ଗୋଇଠିକୁ କ୍ଷତାକ୍ତ କରିବ

ସର୍ପର ବଂଶଧର ନାରୀର ବଂଶଧରକୁ କ୍ଷତାକ୍ତ କରିବେ।