or_obs-tn/content/02/08.md

2.9 KiB

ତୁମ୍ଭେ ଉଲଗ୍ନ ବୋଲି କିଏ ତୁମ୍ଭକୁ କହିଲା?

କିମ୍ବା “ତୁମ୍ଭେ ଉଲଗ୍ନ ବୋଲି କିପରି ଜାଣି ପାରିଲ?” ଈଶ୍ଵର ତାହାଙ୍କ ସମସ୍ତ ପ୍ରଶ୍ନର ଉତ୍ତର ଜାଣିଥିଲେ । ଏହି ପ୍ରଶ୍ନ ଓ ଏହାର ପରବର୍ତ୍ତୀ ପ୍ରଶ୍ନ ପଚାରିବା ଦ୍ଵାରା ସେ ଆଦମକୁ ତାହାର ଅବାଧ୍ୟତାର ପାପକୁ ସ୍ଵୀକାର କରିବା ନିମନ୍ତେ ଏକ ସୁଯୋଗ ଦେଇଥିଲେ । ଉଲଗ୍ନ ହେବା ପାପ ନଥିଲା । ଈଶ୍ଵର ସେମାନଙ୍କୁ ସେପରି ଭାବେ ହିଁ ନିର୍ମାଣ କରିଥିଲେ । ଉଲଗ୍ନତା ବିଷୟରେ ସେମାନଙ୍କର ଜ୍ଞାନରେ ସମସ୍ୟା ରହିଥିଲା । ସେମାନଙ୍କର ଲଜ୍ୟାବୋଧ ଦେଖାଇଲା ଯେ ସେମାନେ ପାପ କରିଅଛନ୍ତି ।

ସେ ମୋତେ ସେହି ଫଳ ଦେଲା

ପୁରୁଷ ତାହାର ଅବାଧ୍ୟତା ସ୍ଵୀକାର କରିବା ଓ ଈଶ୍ଵରଙ୍କର ଅନାଜ୍ଞାବହ ହେବା ବିଷୟକୁ ଗ୍ରହଣ କରିବା ପରିବର୍ତ୍ତେ ସେ ସେହି ସ୍ତ୍ରୀକୁ ଦୋଷ ଦେଲା ।

ତୁମ୍ଭେ କ’ଣ କରିଅଛ?

କିମ୍ବା “ତୁମ୍ଭେ କାହିଁକି ଏହା କରିଅଛ?” ଈଶ୍ଵର ଏହି ପ୍ରଶ୍ନର ଉତ୍ତରକୁ ଜାଣିସାରିଥିଲେ । ଏହି ପ୍ରଶ୍ନ ପଚାରିବା ଦ୍ଵାରା, ସେହି ସ୍ତ୍ରୀ ତାହାର ଦୋଷକୁ ସ୍ଵୀକାର କରିବା ନିମନ୍ତେ ଏକ ସୁଯୋଗ ଦେଉଥିଲେ । ସେ ଏହା ମଧ୍ୟ ବୁଝାଉଥିଲେ ଯେ ସେ (ହବା) ଯାହା କଲା ତାହା କରିବାର ଉଚିତ ନ ଥିଲା ।

ସର୍ପ ମୋତେ ଭୁଲାଇଲା

ସର୍ପ ତାକୁ ପ୍ରତାରଣା କଲା ବା ଭୁଲ୍ ରାସ୍ତା ଦେଖାଇଲା । ସେ ତାହାକୁ ମିଥ୍ୟା କହିଲା । ସେ ତାକୁ ବଶୀକରଣ କଲା କିମ୍ବା ତାକୁ ଗୁଣିଗାରେଡି କରିବାର ବୁଝାଉଥିବା ପରି ଶବ୍ଦ ବ୍ୟବହାର କରନ୍ତୁ ନାହିଁ । ସେହି ସ୍ତ୍ରୀ ତାହାର ଅବାଧ୍ୟତା ସ୍ଵୀକାର କରିବା ଓ ଈଶ୍ଵରଙ୍କର ଅନାଜ୍ଞାବହ ହେବା ବିଷୟରେ ଦାୟୀ ନ ହୋଇ ସର୍ପକୁ ଦୋଷ ଦେଲା ।