or_obs-tn/content/02/07.md

1.2 KiB

ଈଶ୍ଵରଙ୍କର ଚାଲିବା ବା ଗମନାଗମନ କରିବା

ଏଥିରୁ ଜଣାପଡେ ଯେ ଈଶ୍ଵର ସେହି ପୁରୁଷ ଓ ସ୍ତ୍ରୀ ସହିତ ଚାଲିବା ବା ଗମନାଗମନ କରିବା ଓ କଥାଭାଷା ହେବା ନିମନ୍ତେ ଆସୁଥିଲେ । ଏହା ଦେଖିବାକୁ କିପରି ଆମେ ଜାଣୁନାହୁଁ । ଯଦି ଏହା ସମ୍ଭବ, ତେବେ ଜଣେ ବ୍ୟକ୍ତି ଚାଲିବା ବିଷୟରେ ଯେଉଁ ଶବ୍ଦ ବ୍ୟବହାର କରାଯାଏ, ସେହିପରି ଶବ୍ଦ ବ୍ୟବହାର କରିବା ସର୍ବୋତ୍ତମ ହେବ ।

ତୁମ୍ଭେ କେଉଁଠାରେ?

ଈଶ୍ଵର ଏହି ପ୍ରଶ୍ନର ଉତ୍ତର ପୂର୍ବରୁ ଜାଣିସାରିଥିଲେ । ପୁରୁଷ ଓ ସ୍ତ୍ରୀ କାହିଁକି ଲୁଚୁଥିଲେ ସେଥିର ଉତ୍ତର ଦେବା ନିମନ୍ତେ ସେମାନଙ୍କୁ ବାଧ୍ୟ କରିବା ଏହି ପ୍ରଶ୍ନର ଉଦ୍ଦେଶ୍ୟ ଥିଲା ।