or_obs-tn/content/02/03.md

1.6 KiB

ଫଳ

ଏହା କେଉଁ ପ୍ରକାରର ଫଳ ଥିଲା ତାହା ଆମେ ଜାଣୁନାହୁଁ । ଆମେ କେବେଳ ଏତିକି ଜାଣୁ ଯେ ଏହା ଏହି ବୃକ୍ଷରେ ଫଳେ । ନିର୍ଦ୍ଧିଷ୍ଟ ପ୍ରକାରର ଫଳ ନିମନ୍ତେ ଥିବା ଶବ୍ଦ ବ୍ୟବହାର ନ କରି ଯଦି ସମ୍ଭବ ହୁଏ, ତେବେ ଫଳ ନିମନ୍ତେ ଏକ ସାଧାରଣ ଶବ୍ଦ ବ୍ୟବହାର କରିବା ସର୍ବୋତ୍ତମ ହେବ ।

ସଦସତ୍ ଜ୍ଞାନଦାୟକ ବୃକ୍ଷର ଫଳ

ସେହି ସ୍ତ୍ରୀ ସଠିକ୍ ଭାବେ ବୁଝିପାରିଥିଲା ଯେ ଏହି ବୃକ୍ଷର ଫଳ ଖାଇବା ନିମନ୍ତେ ସେମାନଙ୍କୁ ଅନୁମତି ଦିଆଯାଇନଥିଲା, ଯାହା ଖାଇବା ଦ୍ବାରା ଭଲ ଓ ମନ୍ଦର ବୋଧ ବୁଝିବା ନିମନ୍ତେ ସେମାନଙ୍କୁ ସମର୍ଥ କରାଇବ ।

ତୁମ୍ଭେ ମରିବ

ମୃତ୍ୟୁ ନିମନ୍ତେ ଆପଣ ବ୍ୟବହାର କରୁଥିବା ଶବ୍ଦ ବ୍ୟବହାର କରନ୍ତୁ, ଯାହା ଜଣେ ବ୍ୟକ୍ତିର ଶାରିରୀକ ଜୀବନର ଅନ୍ତ ଅଟେ । ମୃତ୍ୟୁର ଭାବନା କେବଳ ଅତି ନିଷ୍ଠୁର ହୋଇଥିବା ଯୋଗୁଁ ଏହି ଶବ୍ଦ ବ୍ୟବହାରରୁ ଦୂରେଇ ରୁହନ୍ତୁ ନାହିଁ ।